Posted inଖେଳ

ଦିଲେଶ୍ୱରଙ୍କୁ ସ୍ବର୍ଣ୍ଣ, ଅମରେନ୍ଦ୍ର ରୌପ୍ୟ, ନୁରୁଲ ବ୍ରୋଞ୍ଜ

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି): ଉଗାଣ୍ଡାର କାମ୍ପାଲାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ୩ ଜଣ ଯାକ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ଜି. ଦିଲେଶ୍ୱର ରାଓ ସିଙ୍ଗଲ୍ସରେ ରୌପ୍ୟ, ଡବଲ୍ସରେ ସ୍ବର୍ଣ୍ଣ, ଅମରେନ୍ଦ୍ର ବେହେରା ଡବଲ୍ସରେ ରୌପ୍ୟ ଏବଂ ନୁରୁଲ ହୋସେନ ଖାଁ ସିଙ୍ଗଲ୍ସ ଓ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଡବଲ୍ସରେ ଦିଲେଶ୍ୱର ଓ ନବୀନ ଶିବକୁମାର ଯୋଡ଼ି ନିଜ ଦେଶର ଅମରେନ୍ଦ୍ର ବେହେରା ଓ ଅଭିଜିତ ସାଖୁଜାଙ୍କୁ ୨୧-୧୮, ୨୧-୧୯ରେ ହରାଇ ଚାମ୍ପିୟନ ହୋଇଥିଲେ।

ଫଳରେ ଅମରେନ୍ଦ୍ର ଓ ସାଖୁଜାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଦିଲେଶ୍ୱର କିନ୍ତୁ ସିଙ୍ଗଲ୍ସ ଫାଇନାଲରେ ଅନ୍ୟତମ ଭାରତୀୟ ଶାରାନ୍ନାପ୍ପାଙ୍କଠାରୁ ୧୬-୨୧, ୧୮-୨୧ରେ ହାରି ରୌପ୍ୟ ପଦକ ପାଇଛନ୍ତି। ସେହିପରି ନୁରୁଲ ହୋସେନ ହୁଇଲଚେୟାର-୨ ଇଭେଣ୍ଟର ସିଙ୍ଗଲ୍ସ ସେମିଫାଇନାଲରେ ଜାପାନର ମାତ୍‌ସୁମୋତୋ ତାକୁମିଙ୍କଠାରୁ ୧୨-୨୧, ୬-୨୧ରେ ହାରି ଯାଇଥିଲେ। ସେହିପରି ନୀରଜ କୁମାରଙ୍କୁ ସାଥିକରି ଡବଲ୍ସ ଖେଳିଥିବା ନୁରୁଲ ଭାରତର ଅନ୍ୟ ଯୋଡ଼ି ମାନ୍ନା ଖଲିଦ ଓ ଶଶାଙ୍କ କୁମାରଙ୍କଠାରୁ ସେମିଫାଇନାଲରେ ୬-୨୧, ୭-୨୧ରେ ପରାଜିତ ହୋଇଥିଲେ। ନିୟମ ଅନୁସାରେ ପରାଜିତ ସେମିଫାଇନାଲିଷ୍ଟଭାବେ ସେ ୨ଟି ବ୍ରୋଞ୍ଜ ପଦକ ପାଇଥିଲେ। ଓଡ଼ିଶା ପ୍ରତିଯୋଗୀଙ୍କ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ବିଜୟରେ ଓଡ଼ିଶା ଦଳର କୋଚ୍‌ ତଥା ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଶିବ ପ୍ରସାଦ ଦାସ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri