Posted inଖେଳ

ଦିଲେଶ୍ୱରଙ୍କୁ ସ୍ବର୍ଣ୍ଣ, ଅମରେନ୍ଦ୍ର ରୌପ୍ୟ, ନୁରୁଲ ବ୍ରୋଞ୍ଜ

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି): ଉଗାଣ୍ଡାର କାମ୍ପାଲାଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ୩ ଜଣ ଯାକ ପ୍ରତିଯୋଗୀ ପଦକ ହାସଲ କରିଛନ୍ତି। ଜି. ଦିଲେଶ୍ୱର ରାଓ ସିଙ୍ଗଲ୍ସରେ ରୌପ୍ୟ, ଡବଲ୍ସରେ ସ୍ବର୍ଣ୍ଣ, ଅମରେନ୍ଦ୍ର ବେହେରା ଡବଲ୍ସରେ ରୌପ୍ୟ ଏବଂ ନୁରୁଲ ହୋସେନ ଖାଁ ସିଙ୍ଗଲ୍ସ ଓ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଡବଲ୍ସରେ ଦିଲେଶ୍ୱର ଓ ନବୀନ ଶିବକୁମାର ଯୋଡ଼ି ନିଜ ଦେଶର ଅମରେନ୍ଦ୍ର ବେହେରା ଓ ଅଭିଜିତ ସାଖୁଜାଙ୍କୁ ୨୧-୧୮, ୨୧-୧୯ରେ ହରାଇ ଚାମ୍ପିୟନ ହୋଇଥିଲେ।

ଫଳରେ ଅମରେନ୍ଦ୍ର ଓ ସାଖୁଜାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଦିଲେଶ୍ୱର କିନ୍ତୁ ସିଙ୍ଗଲ୍ସ ଫାଇନାଲରେ ଅନ୍ୟତମ ଭାରତୀୟ ଶାରାନ୍ନାପ୍ପାଙ୍କଠାରୁ ୧୬-୨୧, ୧୮-୨୧ରେ ହାରି ରୌପ୍ୟ ପଦକ ପାଇଛନ୍ତି। ସେହିପରି ନୁରୁଲ ହୋସେନ ହୁଇଲଚେୟାର-୨ ଇଭେଣ୍ଟର ସିଙ୍ଗଲ୍ସ ସେମିଫାଇନାଲରେ ଜାପାନର ମାତ୍‌ସୁମୋତୋ ତାକୁମିଙ୍କଠାରୁ ୧୨-୨୧, ୬-୨୧ରେ ହାରି ଯାଇଥିଲେ। ସେହିପରି ନୀରଜ କୁମାରଙ୍କୁ ସାଥିକରି ଡବଲ୍ସ ଖେଳିଥିବା ନୁରୁଲ ଭାରତର ଅନ୍ୟ ଯୋଡ଼ି ମାନ୍ନା ଖଲିଦ ଓ ଶଶାଙ୍କ କୁମାରଙ୍କଠାରୁ ସେମିଫାଇନାଲରେ ୬-୨୧, ୭-୨୧ରେ ପରାଜିତ ହୋଇଥିଲେ। ନିୟମ ଅନୁସାରେ ପରାଜିତ ସେମିଫାଇନାଲିଷ୍ଟଭାବେ ସେ ୨ଟି ବ୍ରୋଞ୍ଜ ପଦକ ପାଇଥିଲେ। ଓଡ଼ିଶା ପ୍ରତିଯୋଗୀଙ୍କ ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ବିଜୟରେ ଓଡ଼ିଶା ଦଳର କୋଚ୍‌ ତଥା ପାରା ସ୍ପୋଟର୍‌ସ ଆସୋସିଏଶନ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଶିବ ପ୍ରସାଦ ଦାସ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri