ଭୁବନେଶ୍ୱର, ୩।୧୨ (କ୍ରୀଡ଼ା ପ୍ରତିନିଧି): ଅନେକ ସମୟରେ ଦେଖାଯାଏ ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ହକି ଦଳ ଭଲ ସ୍ଥିତିରେ ଥାଇ ମଧ୍ୟ ଶେଷ ମୁହୂର୍ତ୍ତ ଗୋଲବରଣ ଯୋଗୁ ପରାଜିତ ହୋଇଥାଏ। ପେନାଲ୍ଟି କର୍ନରରୁ ଗୋଲ କରିବାରେ ମଧ୍ୟ ଦଳ ଅନେକ ସମୟରେ ଅସଫଳ ରହିଥାଏ। ଏହାକୁ ନେଇ ଅନେକ ତର୍କ ବିତର୍କ, ଆଲୋଚନା ପର୍ଯ୍ୟାଲୋଚନା ହୋଇଛି। ଆଞ୍ଚଳିକ ସ୍ତରରେ ଏବଂ ଜାତୀୟ ସ୍ତରରେ ମଧ୍ୟ ସମାନ ଅବସ୍ଥା। କେତେବେଳେ ରକ୍ଷଣଭାଗରେ ତ୍ରୁଟି ରହିଥାଏ ତ ଆଉ କେତେବେଳେ ଗୋଲକିପରଙ୍କ ତ୍ରୁଟି ଯୋଗୁ ଶେଷ ମୁହୂର୍ତ୍ତରେ ଗୋଲ ଆସିଥାଏ। ଏ ସବୁ ଦୀର୍ଘ ବର୍ଷର ସମସ୍ୟା ହୋଇଥିଲେ ହେଁ ଏହାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ହକି ଇଣ୍ଡିଆର ନୂଆ ସଭାପତି ଦିଲୀପ ତିର୍କୀ। ତୃଣମୂଳ ସ୍ତରରୁ କିପରି ହକିର ବିକାଶ ହୋଇପାରିବ ତା’ ଉପରେ ସେ ଫୋକସ କରୁଛନ୍ତି। ଭାରତର ସମସ୍ତ ହକି ଏକାଡେମି, ସ୍ପୋର୍ଟ ହଷ୍ଟେଲ ବା ହକି ହଷ୍ଟେଲରେ ଜଣେ ଲେଖାଏ ଡ୍ରାଗ୍ ଫ୍ଲିକର କୋଚ୍ ଓ ଗୋଲକିପର କୋଚ୍ ରହିବେ ବୋଲି ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏନେଇ ସବୁ ରାଜ୍ୟର ହକି ହଷ୍ଟେଲ ଓ ହକି ଏକାଡେମିକୁ ଚିଠି ଲେଖିଛନ୍ତି ଦିଲୀପ। ଦେଶର ଖେଳାଳିମାନେ ୧୬ ବର୍ଷ ବୟସରୁ କିପରି ଉଚିତ ଟ୍ରେନିଂ ନେଇପାରିବେ ସେଥିପାଇଁ ହକି ଇଣ୍ଡିଆ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।
ଡ୍ରାଗ୍ ଫ୍ଲିକର ଓ ଗୋଲକିପିଂ ବିଭାଗ ଆଧୁନିକ ହକି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରୁ କିଭଳି ହକିକୁ ମଜଭୁତ କରାଯିବ ଏବଂ ହକିକୁ କିପରି ଦେଶର ଅଧିକ ବାଳିକା ବାଳକ କ୍ୟାରିୟର କରିବାକୁ ଆଗେଇ ଆସିବେ ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଶ୍ୱର ଯେତୋଟି ଶ୍ରେଷ୍ଠ ହକି ଦଳ ଅଛି ସେମାନଙ୍କ ପାଖରେ ବିଶ୍ୱସ୍ତରୀୟ ଡ୍ରାଗ୍ ଫ୍ଲିକର ରହିଛନ୍ତି। ତା’ର କାରଣ ହେଲା ସେମାନେ ସବ୍ଜୁନିୟର ଓ ଜୁନିୟର ସ୍ତରରୁ ଡ୍ରାଗ ଫ୍ଲିକିଂ ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଛନ୍ତି। ସେହିପରି ସବ୍ଜୁନିୟର ଓ ଜୁନିୟର ସ୍ତରରେ ବିଶ୍ୱର ବଡ଼ ବଡ଼ ହକି ଟିମ୍ ପାଖରେ ସ୍ବତନ୍ତ୍ର ଗୋଲକିପିଂ କୋଚ୍ ରହିଛନ୍ତି। ଭାରତୀୟ ହକିର ପୂର୍ବ ଗୌରବ ଫେରାଇ ଆଣିବାକୁ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପର ଏହା ଏକ ଅଂଶବିଶେଷ ବୋଲି ଦିଲୀପ ପ୍ରକାଶ କରିଛନ୍ତି।
କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ
ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…
ଆଉଟ୍ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video
କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…
କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା
ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…
କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ
ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…
ହକି ବିଶ୍ୱକପ୍ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ମ୍ୟାଚ୍, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍
ଆମଷ୍ଟେଲଭିନ୍,୨୧ା: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…
ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ
ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…
ଲଡର୍ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି
ଲଣ୍ଡନ,୨୦ା୮: ଲଡର୍ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…
ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ
ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…
Archives

