Posted inଖେଳ

ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କଲେ ଦିଲୀପ

ଭୁବନେଶ୍ୱର, ୧୯।୯ (କ୍ରୀଡ଼ା ପ୍ରତିନିଧି): ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲିମ୍ପିଆନ ଦିଲୀପ ତିର୍କୀ ନିଜ କ୍ୟାରିୟରରେ ନୂଆ ଫର୍ଦ୍ଦ ଯୋଡ଼ିବା ଦିଗରେ ଏକପାଦ ଅଗ୍ରସର ହୋଇଛନ୍ତି। ଖେଳାଳି ଭାବେ ବେଶ୍‌ ସୁନାମ ଅର୍ଜନ କରିଥିବା ଦିଲୀପ ରବିବାର ହକି ଇଣ୍ଡିଆର ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟର ଫଟୋକୁ ଦିଲୀପ ନିଜ ଫେସବୁକ୍‌ ପେଜ୍‌ ଏବଂ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ହକିକୁ ଏକ ଭିନ୍ନ ସୋପାନକୁ ନେବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଦିଲୀପ ପ୍ରକାଶ କରିଛନ୍ତି। ରବିବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିବସ ଥିଲା। ହକି ଇଣ୍ଡିଆ ନିର୍ବାଚନ ଅକ୍ଟୋବର ୧ରେ ଅନୁଷ୍ଠିତ ହେବ।
ଭାରତୀୟ ହକିରେ ଦିଲୀପ ଜଣେ ପରିଚିତ ନାମ। ଦୀର୍ଘ ୧୫ ବର୍ଷର କ୍ୟାରିୟରରେ ସେ ୪୧୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ସେ ୩ଟି ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। କେବଳ ସେତିକି ନୁହେଁ, ୨୦୦୪ ଏଥେନ୍ସ ଅଲିମ୍ପିକ୍‌ରେ ସେ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ। ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ସେ ରାଜ୍ୟ ସଭା ସଦସ୍ୟ ଥିଲେ। ଗତ ଅଗଷ୍ଟରେ ହକି ଇଣ୍ଡିଆ ଏହାର ନିର୍ବାଚନ ପରିଚାଳନା ପାଇଁ ଅଜୟ ନାୟକଙ୍କୁ ରିଟର୍ନିଂ ଅଫିସର ନିଯୁକ୍ତ କରିଥିଲା। ଅଜୟ ହେଉଛନ୍ତି ବିହାର ସରକାରଙ୍କ ପୂର୍ବତନ ଚିଫ୍‌ ଇଲେକ୍ଟୋରାଲ ଅଫିସର। ଏ.କେ. ମଜୁମ୍‌ଦାରଙ୍କୁ ସହକାରୀ ରିଟର୍ନିଂ ଅଫିସର ଭାବେ ନିଯୁକ୍ତ କରାଯାଇଛି।
ତାଙ୍କ ବିରୋଧୀ ପ୍ରାର୍ଥୀଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ଦେଇପାରି ନ ଥିଲେ ହେଁ ଦିଲୀପ ଆଗାମୀ ନିର୍ବାଚନରେ ନିଜର ସ୍ଥିତି ଦୃଢ଼ ଥିବା ଅନୁଭବ କରୁଛନ୍ତି। ”ମୁଁ କେତେକ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛି। ବେଙ୍ଗଲ, ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ଆଦି ସମଗ୍ର ନର୍ଥ ଇଷ୍ଟ ରାଜ୍ୟଗୁଡ଼ିକ ମୋତେ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ମୁଁ କେରଳ, ତାମିଲନାଡ଼ୁ, ରାଜସ୍ଥାନ ଆଦି କେତେକ ରାଜ୍ୟର ପ୍ରତିନିଧିଙ୍କ ସହିତ କଥା ହୋଇଛି। ସେଠାରୁ ସକାରାତ୍ମକ ସୂଚନା ମିଳିଥିବାରୁ ମୁଁ ଦୃଢ଼ନିଶ୍ଚିତ ଅଛି“ ବୋଲି ଦିଲୀପ କହିଛନ୍ତି। ”ହକି ଆସୋସିଏଶନ ଅଫ୍‌ ଓଡ଼ିଶା ପକ୍ଷରୁ ମୁଁ ହକି ଇଣ୍ଡିଆ ସଭାପତି ପଦ ପାଇଁ ରବିବାର ପ୍ରାର୍ଥତ୍ପତ୍ର ଦାଖଲ କରିଛି। ହକି ମୋତେ ଅନେକ କିଛି ଦେଇଛି। ଦେଶ ପକ୍ଷରୁ ମୁଁ ଦୀର୍ଘଦିନ ଧରି ହକି ଖେଳିଛି ଏବଂ ଅବସର ପରେ ଏହି କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶାରେ ଉଦ୍ୟମ ଜାରି ରଖିଛି। ଜାତୀୟ ସଂଘରେ ସମ୍ପୃକ୍ତ ରହିଲେ ହକିର ବିକାଶ ପାଇଁ ଅଧିକ ସୁଯୋଗ ମିଳିବ ବୋଲି ମୁଁ ଅନୁଭବ କରିଛି। ହକିକୁ ବହୁ ଉଚ୍ଚକୁ ନେବା ମୋର ଲକ୍ଷ୍ୟ“ ବୋଲି ଦିଲୀପ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri