ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦ କିମି ବେଗରେ ବହୁ ଥିବା ପବନରେ ଲୋଟି ଯାଉଥିଲା ବହୁ ମହାଦ୍ରୁମ ା ଏଥିରେ କେନ୍ଦ୍ରାପଡା ଜିଲାର ଅଧିକାଂଶ ବ୍ଲକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୩୮୭ ଜଣଙ୍କ ଜୀବନ ଯାଇଥିଲା। ୧୮୦୩ ଜଣ ଆହତ ହୋଇଥିଲେ । ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜିଲାରେ୨,୯୭ ,୮୧୪ ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି ।
ଏହାପରେ ରାଜ୍ୟ ସରକାର ଗଠନ କରିଥିଲେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃୃଷ୍ଟି ହୋଇଛି। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି ସତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନ ଥିବା ଅଭିଯୋଗ ହୋଇଛି । ସେଠାରେ ଓସ୍‌ଡମା ପକ୍ଷରୁ ବାତ୍ୟା ତଥା ବନ୍ୟା ସମୟରେ ବିପନ୍ନମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଓ ବିଭିନ୍ନ ସରଞ୍ଜାମ ରଖାଯାଇଥିଲା। ପଟ୍ଟାମୁଣ୍ଡାଇ, ବ୍ଳକର ୧୩ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଉକ୍ତ କେନ୍ଦ୍ରରେ ୨ଟି ଲେଖାଏ ଆସ୍କା ଲାଇଟ, ୨ଟି ଚେନସ(କଟର), ଡ଼ିଜି ସେଟ, ସାଇରନ, କ୍ୟାଟରିଂ ସେଟ(୧୫୦୦-୨୦୦୦ ଲୋକଙ୍କ ପାଇଁ), ଲାଇଫ ଜାକେଟ ଆଦି ଲକ୍ଷାଧିକ ଟଙ୍କା ବ୍ୟୟରେ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀ ଓ ଉପରୋକ୍ତ ସରଞ୍ଜାମ ରକ୍ଷଣାବେକ୍ଷଣ ପାଇଁ ବାତ୍ୟାଆଶ୍ରୟ ରକ୍ଷଣାବେକ୍ଷଣ କମିଟି ଗଠନ କରାଯାଇଥିଲା। ପ୍ରତି କେନ୍ଦ୍ର ଅଧୀନରେ ସ୍ବେଚ୍ଛାସେବୀମାନେ ତାଲିମପ୍ରାପ୍ତ ହୋଇ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଅନେକ କେନ୍ଦ୍ରରେ ଏହାକୁ ବିକ୍ରି କରିଦିଆଯାଇଛି ା ଅନ୍ୟଥା କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ବି ଆଉ ନାହାନ୍ତି ା କେବଳ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ନାମକୁ ମାତ୍ର ରହିଛି। ଏହାର ସମ୍ପାଦକମାନଙ୍କ ହେପାଜତରେ ଉପରୋକ୍ତ ସରଞ୍ଜାମ ରଖାଯାଇଛି। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ପାଦକମାନେ ୨୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଛନ୍ତି। ରାଜନୈତିକ ଚାପ ଫଳରେ ସେମାନଙ୍କୁ ବଦଳା ଯାଇ ପାରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
କେନ୍ଦ୍ରାପଡ଼ା ଜିଲାରେ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଆବଶ୍ୟକ ସୁଦୃଢ ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ା ଜଳବାୟୁର ଦ୍ରୁତ ପରିବର୍ତ୍ତନ କାରଣରୁ ଜିଲାପ୍ରତି ଭୟାବହ ସାମୁଦ୍ରିକ ଝଡ଼ ଓ ସୁନାମୀ ଆଶଙ୍କା ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବାରେ ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲର ବ୍ୟାପକତା ଜରୁରୀ ଥିଲେ ମଧ୍ୟ ଏ କ୍ଷେତ୍ରରେ କୌଣସି ଉପଲବ୍ଧି ମିଳିପାରିନାହିଁ । ବରଂ ହେନ୍ତାଳ ଜଙ୍ଗଲ ଅବକ୍ଷୟମୁଖି ହେଉଛି । ଜିଲାର ୭୪୪କିମି ତଟବନ୍ଧ ମଧ୍ୟରୁ ମାତ୍ର ୩୨ କିମିକୁ ୬ ମିଟର ଉଚ୍ଚା କରିବା ସହିତ ସୁଦୃଢ କରିବା ପାଇଁ ସରକାର ଚଳିତ ବର୍ଷ ୨୦୫କୋଟି ୬୨ଲକ୍ଷ ୪୯ହଜାର ଟଙ୍କା ମଞ୍ଜୁର କରିଛନ୍ତି ା ଅବଶିଷ୍ଟ ତଟବନ୍ଧ ଆଡ଼ୁ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି ା ବାତ୍ୟା ଓ ସୁନାମୀର ସତର୍କ ସୂଚନା ଦେବାକୁ ତଟାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଡ଼ପଲର ଆଲାର୍ଟ ମଧ୍ୟରୁ ୯ଟି ବହୁ ବର୍ଷ ହେଲା ଅଚଳ ହୋଇପଡ଼ିଛି ା ବିଗତ ବାତ୍ୟା କାଳରେ ସେଥିରୁ ସାଇରନ୍‌ ନ ବାଜିବା ତଟାଞ୍ଚଳବାସୀଙ୍କୁ ଭ୍ରମିତ କରିଥିଲା । ଏଯାଏ ତା’ର ମଧ୍ୟ ସମାଧାନ ହୋଇପାରିନାହିଁ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ ପରିଡାଙ୍କୁ ପଚାରିବାରୁ ସେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ଠିକ୍‌ ଅବସ୍ଥାରେ ଅଛି ବୋଲି କହିଛନ୍ତି ା ଯେଉଁଠାରେ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି ତାହା ତୁରନ୍ତ କରାଯିବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା ପାଳନ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri