ଡିଜିଟାଲ ଗଛ

ମୋହନ ଚରଣ ବିଷି

ଗତ କିଛିଦିନ ତଳେ ମାଁ ମାଣିକେଶ୍ୱରୀ ବିଶ୍ବବିଦ୍ୟାଳୟ କଳାହାଣ୍ଡି, ୧୦୦ ଗୋଟି ଗଛରେ କ୍ୟୁଆର୍‌ କୋଡ୍‌ ଲଗାଇବାର ଖବର ପ୍ରସାରିତ ହୋଇଥିଲା। ବିଶ୍ୱବିଦ୍ୟାଳୟର କୁଳପତିଙ୍କ କହିବା ଅନୁସାରେ ଆଗକୁ ଆହୁରି ୫୦୦ ଗଛରେ କ୍ୟୁଆର୍‌ କୋଡ୍‌ ଲାଗିବ ଓ ବିଶ୍ବବିଦ୍ୟାଳୟ ଗ୍ରୀନ୍‌ କ୍ୟାମ୍ପସ୍‌ ହେବ। ଯେଉଁ ସବୁ ଗଛ ଲଗାଗଲା ସେହି ଗଛସବୁ ଔଷଧୀୟ ବୃକ୍ଷ। ଏହି କ୍ୟୁଆର୍‌ କୋଡ୍‌କୁ ସ୍ମାର୍ଟ ଫୋନରେ ସ୍କାନ କଲେ ଗଛର ଓଡ଼ିଆ, ହିନ୍ଦୀ, ଇଂଲିଶ ଓ ବୋଟାନିକାଲ ନାମ, ବୃକ୍ଷର ଔଷଧୀୟ ଗୁଣ, କାର୍ଯ୍ୟ, ଉପକାରିତା, ଗଛର ବୟସ ବିଷୟରେ ଜଣେ ସହଜରେ ଜାଣିପାରିବ। ଗଛକୁ କ୍ୟୁଆର୍‌ କୋଡିଙ୍ଗ୍‌ କରିବା ଏକ ସୁନ୍ଦର ବ୍ୟବସ୍ଥା, ଯାହା ମାଧ୍ୟମରେ ଡିଜିଟାଲ ଉପାୟରେ ବୃକ୍ଷ ସମ୍ପର୍କରେ ତଥ୍ୟ ହାସଲ କରିହେବ ଓ ତା’ର ବ୍ୟବହାର ସହ କାର୍ଯ୍ୟକାରିତା ବିଷୟରେ ଅବଗତ ହୋଇପାରିବ। ଲୋକେ ବୃକ୍ଷର ଉପକାର ବିଷୟରେ ଜାଣିବା ଦ୍ବାରା ବୃକ୍ଷର ସଂରକ୍ଷଣ ହୋଇପାରିବ। ଯେତେ ସବୁ ବୃକ୍ଷଲତା, ଗୁଳ୍ମ ରହିଛି ଧୀରେ ଧୀରେ ଲୁପ୍ତ ହେବାକୁ ଯାଉଛି। ଆଉ ଯେଉଁମାନେ ଏହିସବୁ ଗଛପତ୍ରକୁ ଚିହ୍ନିଛନ୍ତି ସେମାନେ ମଧ୍ୟ ସଂସାରରୁ ବିଦାୟ ନେବେ। ତେଣୁ ସେମାନେ ବଞ୍ଚିଥିବା ସମୟରେ ବୃକ୍ଷଲତାକୁ ଚିହ୍ନଟ କରାଯାଇ ସରକାରୀ ସ୍ତରରେ ହେଉ କି ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ କ୍ୟୁଆର୍‌ କୋଡ୍‌ ଲଗାଇବାର ବ୍ୟବସ୍ଥା କଲେ ବୃକ୍ଷଗୁଡ଼ିକର ପରିଚୟ ଲୋକଲୋଚନକୁ ଆସିବା ସହ ଗଛଠାରୁ ଲୋକେ ଅନେକ ସୁଫଳ ପାଇପାରିବେ। କ୍ୟୁଆର୍‌ କୋଡ୍‌ ପ୍ରସ୍ତୁତ କରିବା ବେଶି ବ୍ୟୟବହୁଳ ନୁହେଁ। ପ୍ରଥମରେ ବିଭିନ୍ନ ସାମଗ୍ରୀ ଉପରେ କ୍ୟୁଆର୍‌ କୋଡ୍‌ ଲାଗୁଥିଲା। ଧୀରେ ଧୀରେ କ୍ୟୁଆର୍‌ କୋଡ୍‌ ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଲା। କିନ୍ତୁ ଗଛରେ କ୍ୟୁଆର୍‌ କୋଡ୍‌ ଲଗାଇବା ବ୍ୟାପକ ହୋଇପାରି ନାହିଁ।
ଗଛ ଉପରେ କ୍ୟୁଆର୍‌ କୋଡ୍‌ ପ୍ରଥମେ ଇଂଲଣ୍ଡର ଦକ୍ଷିଣ ଲଣ୍ଡନର କ୍ୟୁରେ ଅବସ୍ଥିତ ରୋୟାଲ ବୋଟାନିକ ଗାର୍ଡେନରେ ୨୦୧୧ ମସିହାରେ ବ୍ୟବହାର ହୋଇଥିଲା। କ୍ୟୁ ଗାର୍ଡେନ ହେଉଛି ପୃଥିବୀର ଏକ ବୃହତ୍ତମ ବୋଟାନିକାଲ ଗାର୍ଡେନ; ଯେଉଁଠି ୩୦,୦୦୦ ବିଭିନ୍ନ ପ୍ରକାରର ବୃକ୍ଷ ରହିଛି। ଭାରତରେ ପ୍ରଥମେ କେରଳରେ ଅବସ୍ଥିତ ଥାଲାସେରି ହେରିଟେଚ୍‌ ଗାର୍ଡେନରେ ୨୦୧୩ ମସିହାରେ କ୍ୟୁଆର୍‌ କୋଡ୍‌ ଲାଗିଥିଲା। ୨୦୧୬ରେ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ବୋଟାନିକ ଗାର୍ଡେନ ହାଓ୍ବଡା, ପଶ୍ଚିମବଙ୍ଗରେ ୨୫୦୦ ବୃକ୍ଷରେ କ୍ୟୁଆର୍‌ କୋଡ୍‌ ଲାଗିଲା। ନୂଆଦିଲ୍ଲୀ୍‌ସ୍ଥିତ ମହାନଗର ନିଗମର ବିଭିନ୍ନ ଅଞ୍ଚଳରେ ଥିବା ୬୦୦୦ ଗୋଟି ଗଛରେ ୨୦୧୯ରେ କ୍ୟୁଆର୍‌ କୋଡ୍‌ ଲାଗିଥିଲା। ଥାନେସ୍ଥିତ ମହାନଗର ନିଗମ ଅଞ୍ଚଳରେ ୨୦୦୦ ଗଛ ଉପରେ ଚଳିତ ବର୍ଷରେ କ୍ୟୁଆର୍‌ କୋଡ୍‌ ଲାଗିଛି। ଚୌଧୁରୀ ଚରଣ ସିଂ ବିଶ୍ବବିଦ୍ୟାଳୟ, ମେରୁଟ, ପିବି ସିଦ୍ଧାର୍ଥ କଲେଜ, ବିଜୟଓ୍ବାଡା, ଏସ୍‌ଏସ୍‌ଏସ୍‌ ଜୈନ କଲେଜ, ଚେନ୍ନାଇ, ଜମ୍ମୁ ବିଶ୍ବବିଦ୍ୟାଳୟରେ ଥିବା ଔଷଧୀୟ ଓ ବିରଳ ପ୍ରଜାତିର ବୃକ୍ଷ ଉପରେ କ୍ୟୁଆର୍‌ କୋଡ୍‌ ଲାଗି ସାରିଛି। ପର୍ଯ୍ୟଟକମାନେ କ୍ୟୁଆର୍‌ କୋଡ୍‌କୁ ଉପଯୋଗ କରି ବୃକ୍ଷ ବିଷୟରେ ଜାଣିପାରୁଛନ୍ତି। ବର୍ତ୍ତମାନ ସମୟରେ ଭାରତର ବିଭିନ୍ନ ରାଜ୍ୟରେ ଗଛକୁ ଡିଜିଟାଲ ଉପାୟରେ ଜାଣିବା ପାଇଁ କ୍ୟୁଆର୍‌ କୋଡ୍‌ ଲଗାଯାଉଛି।
ଓଡ଼ିଶାରେ ପ୍ରଥମକରି ୨୦୧୮ ମସିହାରେ ରେଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର, ଭୁବନେଶ୍ୱରଠାରେ ଥିବା ଗଛରେ କ୍ୟୁଆର୍‌ କୋଡ୍‌ ଲାଗିଲା। ପାଖାପାଖି ୧୦୦୦ ଗଛରେ କ୍ୟୁଆର୍‌ କୋଡ୍‌ ଲାଗିଛି। ଏହିଠାରେ ପର୍ଯ୍ୟଟକ ଓ ଛାତ୍ରୀଛାତ୍ରମାନେ ଆସିଲେ ସ୍କାନିଙ୍ଗ କରି ଗଛ ବିଷୟରେ ବିଭିନ୍ନ ତଥ୍ୟ ହାସଲ କରନ୍ତି। ସେହିପରି ୨୦୨୦ ମସିହାରେ ନନ୍ଦନକାନନ ସ୍ଥିତ ଜୁଲୋଜିକାଲ ପାର୍କ ଓ ବୋଟାନିକାଲ ଗାର୍ଡେନରେ ଥିବା ଗଛରେ କ୍ୟୁଆର୍‌ କୋଡ୍‌ ପ୍ରଚଳନ ହେଲା। ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଯଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ବାରିପଦା, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶର, ଓୟୁଏଟି, ଭୁବନେଶର, ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ, ଫକୀର ମୋହନ ବିଶ୍ବବିଦ୍ୟାଳୟ, ବାଲେଶର ପରେ ମାଁ ମାଣିକେଶରୀ ବିଶ୍ବବିଦ୍ୟାଳୟ, କଳାହାଣ୍ଡିଠାରେ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷରେ କ୍ୟୁଆର୍‌ କୋଡ୍‌ ଲାଗିଛି। ବିଶ୍ୱବିଦ୍ୟାଳୟର ବିଭିନ୍ନ ବୃକ୍ଷରେ କ୍ୟୁଆର୍‌ କୋଡ୍‌ ଲାଗିବା ଦ୍ବାରା ଛାତ୍ରୀଛାତ୍ର ଓ ଗବେଷଣାରତ ବିଦ୍ୟାର୍ଥୀମାନେ ଅନେକ ବୃକ୍ଷ ସମ୍ପର୍କରେ ଅବଗତ ହେଉଛନ୍ତି। ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ତଥା ବିଦ୍ୟାଳୟମାନଙ୍କରେ ଥିବା ଗଛମାନଙ୍କରେ କ୍ୟୁଆର୍‌ କୋଡ୍‌ ଲଗାଇବା ପାଇଁ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ। ପ୍ରତ୍ୟେକ ଶ୍ରେଣୀ ତଥା ବିଭାଗର ସିଲାବସ୍‌ରେ ବୃକ୍ଷ ସମ୍ପର୍କରେ କିଛି ତଥ୍ୟ ରହିଲେ ବିଦ୍ୟାର୍ଥୀ ସଚେତନ ହେବା ସହ ସଂରକ୍ଷଣ ପାଇଁ ପଦକ୍ଷେପ ନେଇପାରିବେ।
ବର୍ତ୍ତମାନ ସମୟରେ ବୃକ୍ଷ ସଂରକ୍ଷଣର ଆବଶ୍ୟକତାକୁ ସମସ୍ତେ ଉପଲବ୍ଧି କରି ସାରିଛେ। ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ମଧ୍ୟରୁ ଜଙ୍ଗଲ କ୍ଷୟ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ। ବର୍ତ୍ତମାନ ସମୟରେ କୃତ୍ରିମ ଜଙ୍ଗଲର ସୃଷ୍ଟି କରିବା ପାଇଁ ସମସ୍ତେ ଆଗେଇ ଆସିବାକୁ ହେବ। ସବୁ ବୋଟାନିକାଲ ଗାର୍ଡେନ, ରାସ୍ତାକଡ଼ରେ ଥିବା ବୃକ୍ଷ, ଜଙ୍ଗଲ ପାଶର୍‌ବରେ ଥିବା ବୃକ୍ଷମାନଙ୍କରେ କ୍ୟୁଆର୍‌ କୋଡ୍‌ ଲଗାଇବାକୁ ପ୍ରଶାସନ ଦୃଷ୍ଟି ଦେବା ଦରକାର। ଦୃଷ୍ଟି ଗୋଚର ହେଉଥିବା ସ୍ଥାନର ବୃକ୍ଷମାନଙ୍କରେ କ୍ୟୁଆର୍‌ କୋଡ୍‌ ପ୍ରଚଳନ ହେଲେ ଅନେକ ଲୁପ୍ତପ୍ରାୟ ବୃକ୍ଷ ଉପରେ ଅଧିକ ଗବେଷଣା ହୋଇପାରିବ। ଏହାଦ୍ବାରା ବୃକ୍ଷର ସଂରକ୍ଷଣ ହେବ। ଗଛ ଡିଜିଟାଲ ସେତେବେଳେ ହେବ ଯେତେବେଳେ ଗଛରେ କ୍ୟୁଆର୍‌ କୋଡ୍‌ ଲାଗିବ। କ୍ୟୁଆର୍‌ କୋଡ୍‌ ଲାଗିବା ସହ ଗଛର କୋର୍ଡିଂ ମଧ୍ୟ ସହଜରେ କରିହେବ। ଏଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ହାତକୁ ନେବାଲାଗି ଯୋଜନା କରିବାର ସମୟ ଆସିଛି।
ଗଡରାମାଲ, କୋକସରା, କଳାହାଣ୍ଡି
ମୋ:୯୭୭୭୪୬୮୮୪୧


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri