ଡିଜିଟାଲ ଡାଇମଣ୍ଡ

୧୯୦୪ ମସିହାରେ ଇଂରେଜ ବୈଜ୍ଞାନିକ ଜନ୍‌ ଫ୍ଲେମିଂ ଭାକ୍ୟୁମଟ୍ୟୁବ୍‌ ଉଦ୍ଭାବନ କରି ବିଜ୍ଞାନ ଜଗତରେ ଚହଳ ସୃଷ୍ଟି କଲେ। ସେ ବିଜୁଳି ବଲ୍‌ବ ଉଦ୍ଭାବନ କରିଥିବା ଥୋମାସ୍‌ ଏଡିସନ୍‌ଙ୍କ ସହାୟକ ଥିଲେ। ଫ୍ଲେମିଂ ଏକ ଫମ୍ପା କାଚପାତ୍ର ଭିତରେ ଏନୋଡ ଓ କ୍ୟାଥୋଡ ରଖି ଏହି ଯାଦୁକରି ଉପକରଣ ତିଆରି କରିଥିଲେ। ଏହା ଦ୍ୱାରା ବିଜୁଳି କରେଣ୍ଟକୁ ନିୟନ୍ତ୍ରଣ କରାଯାଇ ପାରୁଥିଲା। ଏହାକୁ ବ୍ୟବହାର କରି ପ୍ରଥମ କରି ସ୍ବିଇଚ, ଆଂପ୍ଲିଫାୟାର ଓ ରେକ୍‌ଟିଫାୟର ଇତ୍ୟାଦି ପ୍ରସ୍ତୁତ ହୋଇ ବିଭିନ୍ନ ଯାନ୍ତ୍ରିକ ସରଞ୍ଜାମ ତିଆରି ହୋଇପାରିଲା। ୧୮ ହଜାର ଭାକ୍ୟୁମଟ୍ୟୁବ୍‌ ବ୍ୟବହାର କରି ବିଶ୍ୱର ପ୍ରଥମ ଥର ଏକ କମ୍ପ୍ୟୁଟର ମଧ୍ୟ ତିଆରି ହୋଇଥିଲା, ଯାହାର ଆକାର ୧୫୦୦ ବର୍ଗ ମିଟର ଏବଂ ଓଜନ ଥିଲା ତିରିଶି ଟନ୍‌। ଏହି କମ୍ପ୍ୟୁଟର ଏତେ ବିଶାଳ ଥିଲା ଯେ ଏହା ଚାଲିଲାବେଳେ ୧୭୪ କିଲୋଓ୍ବାଟ୍‌ ତାପମାତ୍ରା ସୃଷ୍ଟି କରୁଥିଲା। ୧୯୪୬ ରୁ ୧୯୫୫ ମସିହା ପର୍ଯ୍ୟନ୍ତ ଏହି କମ୍ପ୍ୟୁଟର ବ୍ୟବହାର କରାଯାଉଥିଲା ଓ ଏହାର ନିର୍ମାଣ ପାଇଁ ସେତେବେଳେ ୪ ଲକ୍ଷ ଡଲାର ଖର୍ଚ୍ଚ ହୋଇଥିଲା। ଏହି ଭାକ୍ୟୁମଟ୍ୟୁବ୍‌ ସେତେବେଳେ ଟେଲିଭିଜନ, ରେଡିଓ ଇତ୍ୟାଦି ଉପକରଣରେ ବ୍ୟବହାର ହେଲା। କିନ୍ତୁ ୧୯୪୭ରେ ବେଲ୍‌ ଲାବୋରେଟାରିରେ ଟ୍ରାଞ୍ଜିଷ୍ଟରର ଉଦ୍ଭାବନ ହେବା ଫଳରେ ଭାକ୍ୟୁମଟ୍ୟୁବ୍‌ର ଆଧିପତ୍ୟକୁ ଟ୍ରାଞ୍ଜିଷ୍ଟର ମାଡ଼ିବସିଲା ଓ ସବୁ ଇଲେକ୍‌ଟ୍ରୋନିକ ଉପକରଣରେ ଟ୍ରାଞ୍ଜିଷ୍ଟର ଲାଗିଲା। ତେଣୁ ଟିଭି, ରେଡିଓ, କମ୍ପ୍ୟୁଟର ଇତ୍ୟାଦିର ଆକାର ହଠାତ୍‌ ଛୋଟ ହୋଇଗଲା। ଫମ୍ପା କାଚପାତ୍ର ଯୋଗୁ ଭାକ୍ୟୁମଟ୍ୟୁବ୍‌ଗୁଡ଼ିକ ଖରାପ ହୋଇଯିବାର ସମ୍ଭାବନା ଅଧିକ ଥିଲା। କିନ୍ତୁ ସେମିକଣ୍ଡକ୍ଟର ପଦାର୍ଥରେ ତିଆରି ହୋଇଥିବାରୁ ଟ୍ରାଞ୍ଜିଷ୍ଟରଗୁଡ଼ିକ ଅଧିକଦିନ ପର୍ଯ୍ୟନ୍ତ ଖରାପ ହେଉନଥିଲା। ତେବେ ବିଜ୍ଞାନ ଆହୁରି କିଛି ଅଧିକ କରିବା ପାଇଁ ତତ୍ପର ଥିଲା।
ଠିକ୍‌ ଏହି ସମୟରେ ୧୯୫୮ରେ ଆମେରିକାର ଜାକ କିଲବୀ ନାମକ ଜଣେ ଘରୋଇ ସଂସ୍ଥାର ବ୍ୟକ୍ତି ସବୁ ଇଲେକ୍‌ଟ୍ରୋନିକ ଉପକରଣକୁ ଯୋଡ଼ି ଏକ ଛୋଟ ଏକୀକୃତ ପରିପଥ ବା ଇଣ୍ଟିଗ୍ରେଟେଡ୍‌ ସର୍କିଟ ପ୍ରସ୍ତୁତ କରିଥିଲେ। କିନ୍ତୁ ରୋବୋର୍ଟ ନଏସ ନାମକ ଆଉ ଜଣେ ବ୍ୟକ୍ତି ଇଣ୍ଟିଗ୍ରେଟେଡ୍‌ ସର୍କିଟ ପ୍ରସ୍ତୁତ କରି ଆମେରିକୀୟ ପେଟେଣ୍ଟ ହାସଲ କରିନେଲେ। ତେବେ ଆଧୁନିକ ବିଜ୍ଞାନ ଉଭୟଙ୍କୁ ଇଣ୍ଟିଗ୍ରେଟେଡ୍‌ ସର୍କିଟ ପ୍ରସ୍ତୁତ କରିବାର ଶ୍ରେୟ ଦିଏ। ପରେ ରୋବୋର୍ଟ ନଏସ ଇଣ୍ଟେଲ ନାମକ ବହୁ ଚର୍ଚ୍ଚିତ କମ୍ପାନୀର ସହ ପ୍ରତିଷ୍ଠାତା ହେଲେ, ଯାହାର ନଁା ଥିଲା ଇଣ୍ଟିଗ୍ରେଟେଡ୍‌ ଇଲେକ୍‌ଟ୍ରୋନିକ୍ସ। କ୍ଷୁଦ୍ର ଇଣ୍ଟିଗ୍ରେଟେଡ୍‌ ସର୍କିଟ ଉପକରଣରେ ଟ୍ରାଞ୍ଜିଷ୍ଟର, କାପାସିଟର, ରେଜିଷ୍ଟର ଏବଂ ଡାଇଅଡ୍‌ ଇତ୍ୟାଦିକୁ ସୂକ୍ଷ୍ମ ଭାବରେ ଯୋଡ଼ି ଏକାସଙ୍ଗେ ରଖିବା ଫଳରେ ଇଲେକ୍‌ଟ୍ରୋନିକ ଉପକରଣ ଦୁନିଆରେ ବିପ୍ଳବ ଆସିଲା। ପୂର୍ବରୁ ଟ୍ରାଞ୍ଜିଷ୍ଟର, କାପାସିଟର, ରେଜିଷ୍ଟର ଏବଂ ଡାଇଅଡ୍‌ ଇତ୍ୟାଦିକୁ ଅଲଗା ଅଲଗା ରଖାଯାଉଥିବାରୁ ଏହା ଦ୍ୱାରା ଇଲେକ୍‌ଟ୍ରୋନିକ ଉପକରଣର ଆକାର ଯଥେଷ୍ଟ ବଡ଼ ହେଉଥିଲା, ଯାହା ଇଣ୍ଟିଗ୍ରେଟେଡ୍‌ ସର୍କିଟ ଯୋଗୁ ବୈପ୍ଳବିକ ପରିବର୍ତ୍ତନ ଆଣିଲା। ପକେଟ୍‌ ରେଡିଓ, ଛୋଟ ଟିଭି ବଜାରରେ ଉପଲବ୍ଧ ହୋଇ ଯଥେଷ୍ଟ ଲୋକପ୍ରିୟ ହେବାକୁ ଲାଗିଲା। କାଳକ୍ରମେ ମାଇକ୍ରୋଚିପ୍ସଗୁଡ଼ିକ ଅଧିକରୁ ଅଧିକ ସୂକ୍ଷ୍ମ ଓ ଛୋଟ ହେବାରୁ ସବୁ ଉପକରଣ ଛୋଟ ଓ ସ୍ମାର୍ଟ ହୋଇଗଲେ। ମାଇକ୍ରୋଚିପ୍ସରେ ଥିବା ବିଭିନ୍ନ ଉପାଦାନକୁ କାର୍ଯ୍ୟ ଅନୁଯାୟୀ ପ୍ରୋଗ୍ରାମିଂ କରି ତିଆରି କରାଯାଇଥାଏ। ତେଣୁ ଏହାକୁ ଉପକରଣର ମସ୍ତିଷ୍କ ବୋଲି କୁହାଯାଇଥାଏ।
ଆମ ଜୀବନର ପ୍ରତ୍ୟକ ମୁହୂର୍ତ୍ତ ପରୋକ୍ଷ ଭାବରେ ମାଇକ୍ରୋଚିପ୍ସ ଦ୍ୱାରା ପରିଚାଳିତ।
ମାଇକ୍ରୋଚିପ୍ସଗୁଡ଼ିକ ବାସ୍ତବରେ ପ୍ରତ୍ୟେକ ବୈଦ୍ୟୁତିକ ଉପକରଣ ଭିତରେ ବ୍ୟବହୃତ ହେଇଥାଏ। ଉଦାହରଣ ସ୍ବରୂପ, ଏୟାର କଣ୍ଡିଶନରରେ ବ୍ୟବହୃତ ତାପମାତ୍ରା ନିୟନ୍ତ୍ରକଗୁଡ଼ିକ ମାଇକ୍ରୋଚିପ୍ସରେ ତିଆରି ହୋଇଥାଏ। ଆମ ଆଧୁନିକ ରୋଷେଇ ଘରେ ବୈଦ୍ୟୁତିକ ରାଇସ୍‌ କୁକର ଭାତକୁ ଠିକ ଭାବରେ ରାନ୍ଧିପାରେ, କାରଣ ମାଇକ୍ରୋଚିପ୍ସ ତାପମାତ୍ରାକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିଥାଏ। କମ୍ପ୍ୟୁଟରର ମୁଖ୍ୟ ଅଂଶ ସିପିୟୁଗୁଡିକ ମଧ୍ୟ ଅସଂଖ୍ୟ ମାଇକ୍ରୋଚିପ୍ସରେ ନିର୍ମିତ। ମୋବାଇଲ ଫୋନ୍‌, ସ୍ମାର୍ଟଫୋନ୍‌, ଡିଜିଟାଲ କ୍ୟାମେରା, ଟେଲିଭିଜନ, ୱାଶିଂ ମେଶିନ୍‌, ରେଫ୍ରିଜରେଟର ଏବଂ ଏଲ୍‌ଇଡି ବଲ୍‌ବ ମଧ୍ୟ ମାଇକ୍ରୋଚିପ୍ସ ବ୍ୟବହାର କରନ୍ତି। ଇଲେକ୍‌ଟ୍ରୋନିକ୍ସ ଉପକରଣ ବ୍ୟତୀତ ମାଇକ୍ରୋଚିପ୍ସଗୁଡ଼ିକ ବ୍ୟାଙ୍କ ଏଟିଏମ୍‌, ଟ୍ରେନ, ଇଣ୍ଟରନେଟ୍‌, ଯୋଗାଯୋଗ ଏବଂ ସାମାଜିକ ଭିତ୍ତିଭୂମିର ଅନ୍ୟାନ୍ୟ ଅଂଶ ଯଥା ମେଡିକାଲ ନେଟ୍‌ୱର୍କରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏକ ଆକଳନ ଅନୁସାରେ ବୈଶ୍ୱିକ ମାଇକ୍ରୋଚିପ୍ସ ବଜାର ୨୦୩୦ ସୁଦ୍ଧା ୨ ଲକ୍ଷ କୋଟି ଡଲାରରୁ ଅଧିକ ହୋଇଯିବ। ଆଗାମୀ ଦିନରେ ଯେଉଁ ଦେଶ ଯେତେ ମାଇକ୍ରୋଚିପ୍ସ ଉତ୍ପାଦନ କରିବ, ସେ ସେତେ ଧନୀ ହୋଇଯିବ,ଠିକ୍‌ ଯେମିତି ବିଂଶ ଶତାବ୍ଦୀରେ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ରାତାରାତି ଧନୀ ପାଲଟି ଯାଇଥିଲେ।
ମାଇକ୍ରୋଚିପ୍ସକୁ ଅନେକେ ଏକବିଂଶ ଶତାବ୍ଦୀର ଡିଜିଟାଲ ଡାଇମଣ୍ଡ ବୋଲି ଆଖ୍ୟା ଦେଇଛନ୍ତି। ତେବେ ଭାରତ ଏହି ମାଇକ୍ରୋଚିପ୍ସ ଉତ୍ପାଦନରେ ଖୁବ୍‌ ବିଳମ୍ବରେ ହେଲେ ମଧ୍ୟ ଆଗକୁ ବଢ଼ିଛି ଓ ବିକ୍ରମ-୩୨ ଚିପ୍ସ ନିର୍ମାଣ କରି ଚିପ୍ସ ବଜାରରେ ପ୍ରବେଶ ପାଇଁ ଅଣ୍ଟା ଭିଡ଼ିଛି। ତାଇୱାନ ଏହି ପ୍ରକ୍ରିୟା ୧୯୭୪ରୁ ଆରମ୍ଭ କରିଥିବାରୁ ଏବେ ବିଶ୍ୱର ନବେଭାଗ ଅତ୍ୟାଧୁନିକ ମାଇକ୍ରୋଚିପ୍ସ ଏଠାରେ ନିର୍ମାଣ ହେଉଛି। ତାଇୱାନ ବର୍ଷକୁ ୧୧୫ ବିଲିୟନ ଡଲାରର ମାଇକ୍ରୋଚିପ୍ସ ବଜାର ପ୍ରସ୍ତୁତ କରିପାରିଛି। ମାଇକ୍ରୋଚିପ୍ସ ନିର୍ମାଣ କ୍ଷେତ୍ରରେ ବିଶ୍ୱରେ ତାଇୱାନ ୭୦% ସହ ଏକ ନମ୍ବର ସ୍ଥାନରେ ଥିବା ବେଳେ ଆମେରିକା ୧୨% ସହିତ ଦୁଇ ନମ୍ବର ସ୍ଥାନରେ ଓ ଚାଇନା ୬% ସହିତ ତୃତୀୟ ସ୍ଥାନରେ ରହିଛି।
ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ଆଧୁନିକ ବିଜ୍ଞାନର ଏହି ଡିଜିଟାଲ ଡାଇମଣ୍ଡ ନିର୍ମାଣ କ୍ଷେତ୍ରରେ ଯୁଦ୍ଧକାଳୀନ ଭିତ୍ତିରେ ଅଗ୍ରସର ହେବାକୁ ପଡ଼ିବ। ଏକ ଶୁଭ ସମ୍ବାଦ ଯେ ପ୍ରଥମ ମାଇକ୍ରୋଚିପ୍ସ ବିକ୍ରମ-୩୨ ନିର୍ମାଣ କରିବାରେ ଭାରତ ସକ୍ଷମ ହୋଇଛି। ଖୁବ୍‌ ଶୀଘ୍ର ଭାରତରେ ଅନେକ କମ୍ପାନୀ ମାଇକ୍ରୋଚିପ୍ସ ନିର୍ମାଣ କରି ବିଶ୍ୱ ବଜାରରେ ଭାରତକୁ ଦଣ୍ଡାୟମାନ କରିବେ। ସୂଚନାଯୋଗ୍ୟ, ଭାରତ ୨୦୨୪ରେ ୧ ଲକ୍ଷ ୭୧ ହଜାର କୋଟି ଟଙ୍କାର ମାଇକ୍ରୋଚିପ୍ସ ବିଦେଶରୁ ଆମଦାନୀ କରିଥିଲା। ମାଇକ୍ରୋଚିପ୍ସ ନିର୍ମାଣ କ୍ଷେତ୍ରରେ ସବୁଠୁ ବଡ଼ ସମସ୍ୟା ହେଲା ଏଥିପାଇଁ ଆବଶ୍ୟକ ଅତି ନିର୍ମଳ ପରିବେଶ, ଅତି ଶୁଦ୍ଧଜଳ, ନିରବଚ୍ଛିନ୍ନ ଭାବରେ ଉପଲବ୍ଧ ବିଜୁଳି ଓ ନିୟନ୍ତ୍ରିତ ଆର୍ଦ୍ରତା। ସଫା ପରିବେଶ ତିଆରି କରିବା ଖୁବ୍‌ ବ୍ୟୟବହୁଳ ଓ କଷ୍ଟସାଧ୍ୟ। ଏହା ସହିତ ମାଇକ୍ରୋଚିପ୍ସ ନିର୍ମାଣ କାର୍ଯ୍ୟରେ ବହୁଳ ପରିମାଣରେ ଅତି ଶୁଦ୍ଧଜଳ ଆବଶ୍ୟକ ହୋଇଥାଏ, ଯାହା ଆମେ ପିଉଥିବା ଜଳଠାରୁ ହଜାରେ ଗୁଣା ଅଧିକ ଶୁଦ୍ଧ।
ମୋ: ୭୦୦୪୦୬୮୧୧୦

:

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?