ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସହିତ ଜିଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଫଳରେ ବର୍ଷା ପାଣି ନିଷ୍କାସନ ସମସ୍ୟା ଦେଖା ଦେବା ସହ ବ୍ଲକର ୬ଗୋଟି ପଞ୍ଚାୟତର ବିଭିନ୍ନ ଗଁା ବୁଡିବ ବୋଲି ଜଣାପଡିଛି। ପ୍ରକାଶ ଯେ, ୨୦୧୨ରୁ ମହଲପଡ଼ାରେ ଭୁବନେଶ୍ୱରର ଏକ କମ୍ପାନୀ ଅଳ୍ପ କିଛି ଜମି କିଣି ପରେ ନିକଟ ସରକାରୀ ଜମିକୁ ବେଆଇନ୍‌ ଭାବେ ଜବରଦଖଲ କରି ପୋଖରୀ ଖୋଳି ମାଟି ବିକ୍ରି କରିଥିଲା। ଏପରି ଅଭିଯୋଗକୁ ନେଇ ଗୋପ ତହସିଲ ଅଫିସ ପକ୍ଷରୁ ମଧ୍ୟ ବେଆଇନ୍‌ ମାଟି ବିକ୍ରିକୁ ରାଜସ୍ବ ଆଦାୟ ହୋଇଥିଲା। କିନ୍ତୁ କିଛି ଦିନର ବ୍ୟବଧାନ ପରେ ଏବେ ଏହି କମ୍ପାନୀ ବେଆଇନ ଭାବେ ପୋଖରୀ ଖୋଳିବା ସହିତ କାଦୁଅ ନଦୀ ପୋତି ଦେବା ଅଭିଯୋଗ କରି ମହଲପଡ଼ାର ଚିତେରା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନ କରିବା ସହିତ ଏହାକୁ ବିରୋଧ କରିଥିଲେ। ଏପରି ଅଭିଯୋଗକୁ ସରପଞ୍ଚ ନାୟକ ଗୋପ ତହସିଲ ଅଫିସରେ ଏପରି ସରକାରୀ ଜମି ଜବରଦଖଲ ସହିତ ଅନ୍ୟାନ୍ୟ ଅଭିଯୋଗକୁ ନେଇ ଅଭିଯୋଗ କରିବା ସହ ଟୁଇଟ୍‌ ଯୋଗେ ମୁଖ୍ୟମନ୍ତ୍ରୀ ଓ ସମସ୍ତ ବିଭାଗକୁ ଜଣାଇଥିଲେ। ହେଲେ ଏପରି ଅଭିଯୋଗ ପରେ ମଧ୍ୟ ଏହି କମ୍ପାନୀ ପକ୍ଷରୁ ଡ୍ରୋଜର ଲଗାଯାଇ ଏବେ ପୋଖରୀ ଖୋଳା ମାଟିକୁ ନିକଟସ୍ଥ କାଦୁଆ ନଦୀକୁ ପୋତି ଦିଆଯାଉଛି। ଫଳରେ ବର୍ଷା ଦିନରେ ଏହି ନଦୀରେ ବର୍ଷା ପାଣି ନିଷ୍କାସନ ହୋଇ ପାରିବ ନାହିଁ। ଏପରି ଅଭିଯୋଗ ସମ୍ପର୍କରେ ଗୋପ ତହସିଲଦାର ଏସ୍‌.କେ ସାର୍ଗିଙ୍କୁ ପଚାରିବାରେ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri