ଦିଗାପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଘଟଯାତ୍ରା

କୁନ୍ଦୁରା,୨୪।୩(ଡି.ଏନ.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଦିଗାପୁର ପଞ୍ଚାୟତର ଖିଲପୁଟତୋଟାଠାରେ ଦୀର୍ଘ ୫୦୦ ବର୍ଷ ପୁରୁଣା ମା’ ବୁଢ଼ୀ ଠାକୁରାଣୀଙ୍କ ଦୈବୀ ପୀଠ ରହଛି। ଏବେ ମା’ଙ୍କ ଘଟଯାତ୍ରା ସମୟ। ଚୈତ୍ରମାସର ଦ୍ୱିତୀୟ ମଙ୍ଗଳବାରରେ ଏହି ପୀଠରେ ଘଟଯାତ୍ରା ହୋଇଥାଏ l ୨୦୧୭ରେ ଘଟଯାତ୍ରା ବେଳେ ମା’ଙ୍କ ଲାଠି ଭାଙ୍ଗି ଯାଇଥିଲା। ଚଳିତ ଘଟଯାତ୍ରାକୁ ଦୃଷ୍ଟିରେ ରଖି ମା’ଙ୍କ ପୂଜକ ଜାଇ ଶିରା, ଗୁରୁମାଇଁ, ହୁଣ୍ଡି ପୂଜାରୀ ଓ ଖିଲପୁଟ, ଦିଗାପୁର, ନୂଆଁଗୁଡା, କଦମଗୁଡା, ପ୍ରଧାନୀପୁଟର ଶତାଧିକ ଶ୍ରଦ୍ଧାଳୁ ମା’ବୈଜାରିଣୀଙ୍କ ଲାଠି ଆଣିବାକୁ ବୈପାରୀଗୁଡା ବ୍ଲକ କାଠପଡା ପଞ୍ଚାୟତର କେନ୍ଦୁପୁଟ ଗ୍ରାମ ନିକଟସ୍ଥ ପାହାଡ଼କୁ ଯାଇଥିଲେ। ପରମ୍ପରା ଅନୁସାରେ ପୂଜକଙ୍କୁ ମା’ ସ୍ବପ୍ନାଦେଶ ଦେବା ପରେ ଲାଠି ଆଣିବାକୁ ଗ୍ରାମବାସୀ ବାହାରିଥିଲେ। ମୁଖ୍ୟ ପୂଜକ ଓ ଗ୍ରାମ ମୁଖିଆଙ୍କ ସହଯୋଗରେ ପାର୍ବତରେ ଏକାଧିକ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଦେବା ପରେ ସିରା ଗୁରୁମାଇଁଙ୍କ ଦ୍ୱାରା ପୂଜା କରାଯାଇ ଲାଠି ପାଇଁ ଗଛ କଟାଯାଇଥିଲା। ସେହି ଲାଠିକୁ ପୂଜାର୍ଚ୍ଚନା କରି କେନ୍ଦୁପୁଟ ଗ୍ରାମହୁଣ୍ଡି ମନ୍ଦିରକୁ ଅଣାଯାଇଥିଲା। ସେଠାରେ ସମସ୍ତେ ଏକତ୍ରିତ ହୋଇ ଲାଠିକୁ ବିଦାୟ ଜଣାଇଥିଲେ। ନିୟମ ଅନୁସାରେ ଲାଠିକୁ କଟାଯାଇଥିବା ସତ୍ୱେ କେନ୍ଦୁପୁଟ ଗ୍ରାମରୁ ବାହାରିବା ପରେ ରାସ୍ତାରେ ଯେତେ ଗ୍ରାମପଡେ ସେହି ଗ୍ରାମଗୁଡିକରେ ପୂଜାର୍ଚ୍ଚନା ହୋଇ ଲାଠିକୁ ମପାଯାଇ ବଢିଥିବା ଅଂଶ କଟାଯାଇଥିଲା l ଦିଗାପୁର ଆରମ୍ଭରେ ପ୍ରବାହିତ କଲାବନଦୀଠାରେ ଲାଠି ପୁଣି ମାପି ବଢିଥିବା ଅଂଶ କଟାଯିବା ପରେ ଲାଠି ଧୋଇ ନୂତନ ବାନା, ପିତଳ ଗୁବା ଚଢାଇବା ସହ ପୂଜାର୍ଚ୍ଚନା କରି ଦିଗାପୁର ମା’ବୁଢ଼ୀ ଠାକୁରାଣୀଙ୍କ ନିକଟକୁ ଅଣାଯାଇଥିଲା l ପରେ ଭାଙ୍ଗିଯାଇଥିବା ଲାଠିକୁ ନଦୀରେ ବିସର୍ଜନ କରାଯାଇଥିଲା l ବିଶ୍ୱାସ ରହିଛି ଯଦିଓ କୌଣସି କାରଣ ବଶତଃ ମା ଙ୍କର ଯାତ୍ରା ବନ୍ଦ ହୁଏ ତେବେ ଅଞ୍ଚଳରେ ଅନେକ ଅସୁବିଧା ଦେଖାଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଆଣିବାକୁ ଅନ୍ୟ ସାହିକୁ ଯାଉଛନ୍ତି ଗ୍ରାମବାସୀ

ନାରାୟଣପାଟଣା ୨୨ା୫(ଡି.ଏନ୍‌.ଏ.): ଖରାର ପ୍ରକୋପ ଯେତିକି ବଢୁଛି ପାନୀୟ ଜଳ ନେଇ ସମସ୍ୟା ସେତିକି ଅଧିକ ହେଉଛି। ପାଣି ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। ସରକାର...

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଜୟପୁର,୧୬ା୯(ଡି.ଏନ୍‌.ଏ.): ଜୟପୁର ସଦର ଥାନା ପୋଲିସ ପକ୍ଷରୁ ଆମ୍ବଗୁଡ଼ା ଗ୍ରାମରେ ଚଢ଼ାଉ କରାଯାଇ ୭ କୁଇଣ୍ଟାଲ ୨୮ କି.ଗ୍ରା ୬୦୦ ଗ୍ରାମ ଗଞ୍ଜେଇ ଜବତ ଏବଂ...

୩ ଭାଗରେ ବିଭକ୍ତ ହେଲା ପଟ୍ଟାଙ୍ଗି ଲ୍ୟାମ୍ପ୍‌ସ

ପଟ୍ଟାଙ୍ଗି,୭ା୨(ଡି.ଏନ.ଏ.):ଚାଷୀଙ୍କଠାରୁ ଆମଦାନୀ ହେଉଥିବା ଫସଲ ଏବଂ ସେମାନେ ଯେପରି ସୁବିଧାରେ ଋଣଠାରୁ ଆରମ୍ଭକରି ଚାଷ ପାଇଁ ଆବଶ୍ୟକ ବିଭିନ୍ନ କିସମର ଧାନ ବିହନ ଓ ସାର...

କୋରାପୁଟରେ ସର୍ବଦଳୀୟ ବୈଠକ

କୋରାପୁଟ,୧୧।୧୧(ସ୍ବ.ପ୍ର.): କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ବିବାଦର ସମାଧାନ ନେଇ ମଙ୍ଗଳବାର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କୋରାପୁଟ୍‌ କଫି କାଫେ ଉଦ୍‌ଘାଟିତ

ଭୁବନେଶ୍ୱର(ବ୍ୟୁରୋ)/ କୋରାପୁଟ (ସ୍ବ.ପ୍ର.), ୨।୧୦: ଅନ୍ତର୍ଜାତୀୟ କଫି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟରେ ‘କୋରାପୁଟ କଫି କାଫେ’ର ଉଦ୍‌ଘାଟନ କରିବା ସହ www.koraputcoffee.org...

‘ମାଓବାଦୀଙ୍କ ଗତିବିଧି ଦୁର୍ବଳ ହୋଇଛି’

କୋରାପୁଟ,୭ା୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଗସ୍ତ କରି ନବନିର୍ମିତ ସଶସ୍ତ୍ର ପୋଲିସ ଆର୍‌ଆଇ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଅଞ୍ଚଳର ଆଇନଶୃଙ୍ଖଳା, ମାଓବାଦୀ...

କୁଆପଥର ବର୍ଷା: ଶତାଧିକ ପକ୍ଷୀ ମୃତ

ବୈପାରିଗୁଡ଼ା,୧୩।୧ (ଡି.ଏନ୍‌.ଏ.)  ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର କୁଆପଥର ବର୍ଷା ହୋଇଛି। ଏଥିରେ ବଡବଡ ଗଛ ଉପୁଡି ପଡଛି। କେତେକ ସ୍ଥାନରେ ବହୁ ସଂଖ୍ୟକ ପକ୍ଷୀ...

ସବୁ ବର୍ଗକୁ ସାମିଲକରି ପାଳନ ହେବ ଓଡ଼ିଶା ଦିବସ

କୋରାପୁଟ,୨୫।୩(ସ୍ବ.ପ୍ର.): ସବୁ ବର୍ଗକୁ ସାମିଲକରି ଆସନ୍ତା ଓଡ଼ିଶା ଦିବସକୁ କିପରି ମହାଆଡ଼ମ୍ବରରେ ପାଳନ କରାଯିବ ସେ ନେଇ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଏକ ପ୍ରସ୍ତୁତି ବୈଠକରେ...

Advertisement
Archives

Model This Week