କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଫେରାର ଥିବା ଯୁବକକୁ ରବିବାର ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଛାତ୍ରୀ ଏବଂ ସେହି ଗାଁର ଉକ୍ତ ଯୁବକ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ଛାତ୍ରୀଙ୍କ ବିବାହ ଅନ୍ୟତ୍ର ସ୍ଥିର ହୋଇଯିବା ପରେ ଗତ ଅଗଷ୍ଟ ୧୦ ତାରିଖରେ ଉଭୟେ ଫେରାର ହୋଇ ରାଜ୍ୟ ବାହାରକୁ ଚାଲି ଯାଇଥିଲେ।

ଛାତ୍ରୀଙ୍କ ପରିବାର ଲୋକଙ୍କ ଏତଲା କ୍ରମେ ପାଟପୁର ଥାନାରେ ମାମଲା (ନଂ. ୩୮୫/୨୫) ରୁଜୁ ହୋଇଥିଲା। ଶନିବାର ଉଭୟ ପ୍ରେମୀ ଯୁଗଳ ଚିକିଟି ସ୍ଥିତ ଏକ ହୋଟେଲ ରୁମରେ ଥିବା ମୋବାଇଲ୍ ଲୋକେସନରୁ ଜଣାପଡ଼ିବା ପରେ ତଦନ୍ତକାରୀ ଅଧିକାରୀ (ଏସ୍.ଆଇ. ଶୁଭଲକ୍ଷ୍ମୀ କହଁର) ସଦଳବଳେ ଚଢ଼ାଉ କରି ସେମାନଙ୍କୁ ଥାନାକୁ ଉଠାଇ ଆଣିଥିଲେ।

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ପୀଡ଼ିତାଙ୍କ ବୟାନ ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ରେକର୍ଡ କରାଯାଇଥିଲା। ପରେ ଅଭିଯୁକ୍ତକୁ ବ୍ରହ୍ମପୁର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ଫଳାଫଳ: ସଫଳତାର ଶୀର୍ଷରେ ଘନଶ୍ୟାମ-ଏଞ୍ଜେଲିନା, ବିଭିନ୍ନ ମହଲରୁ ଶୁଭେଚ୍ଛା

ଥୁଆମୂଳ ରାମପୁର, ୩ା୫ (ଦୁର୍ଗା କୀର୍ତ୍ତି): ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଶିକ୍ଷା କ୍ଷେତ୍ରରେ ଏକ ନୂତନ…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ଓଲଟିଲା ମିକ୍ସଚର ମେସିନ୍ ଗାଡ଼ି, ମାଟି ତଳେ ଚାପି ହୋଇ ରହିଛନ୍ତି ଡ୍ରାଇଭର

ଭଞ୍ଜନଗର,୩।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର ତିଲିସିଙ୍ଗି ନିକଟରେ ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଏକ ମିକ୍ସଚର ମେସିନ୍ ଗାଡ଼ି ଓଲଟି…

ସାମାନ୍ୟ ବର୍ଷାରେ ବେହାଲ ଛତ୍ରପୁର, କଲେଜ ପରିସରରେ ଅଣ୍ଟାଏ ପାଣି

ଛତ୍ରପୁର,୩ା୫(ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲା ଛତ୍ରପୁରରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ତେବେ ହେଡ଼ କ୍ୱାଟରରେ ଥିବା ଜାତୀୟ ରାଜ ପଥରେ ସରବିସ…

ସାମ୍ବାଦିକଙ୍କ ଦାବି ପୂରଣ କରାଯାଉ: ଆଇନଜୀବୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର, ଓ ଜାତୀୟ ମାନବ ଅଧିକାର ଆୟୋଗରେ ଅଭିଯୋଗ

କୋରାପୁଟ/ନନ୍ଦପୁର,୩।୫(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି): ଭାରତୀୟ ସମ୍ବିଧାନରେ ଗଣମାଧ୍ୟମ  ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ପ୍ରତିନିଧି ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମନା କରି ସରକାରଙ୍କ ଶାସନ ଓ…

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ଜୀବନ ଗଲା 

ବାଲେଶ୍ୱର/ରେମୁଣା/ ସଜନାଗଡ଼, ୩।୫( ବାଞ୍ଛାନିଧି ଦେ/ ରବୀନ୍ଦ୍ର ମହାକୁଡ଼/ ପ୍ରଶାନ୍ତ ବିଶ୍ୱାଳ ): ଗାଧୋଉଥିବା ବେଳେ ଘଟିଛି ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳିକା ସମ୍ପର୍କୀୟ ଭଉଣୀଙ୍କ…

୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ : ବ୍ଲକ ପାଇଁ ଗୌରବ ଆଣିଲେ ପ୍ରିୟଦର୍ଶିନୀ ରାଜଲକ୍ଷ୍ମୀ

ନନ୍ଦପୁର,୩ା୫(ତୁଷାର କାନ୍ତ ମହାନ୍ତି): ଦଶମ ବୋର୍ଡ ପରୀକ୍ଷାରେ କୋରାପୁଟ ଜିଲା ନନ୍ଦପୁର ବ୍ଲକର ୨୧ ଉଚ୍ଚ ବିଦ୍ୟାଳୟର ୧୩୯୪ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ପାଡୁଆ ଉଚ୍ଚ ବିଦ୍ୟାଳୟ…

ଅଂଶୁମାନ କୋରାପୁଟ ଜିଲା ଟପ୍ପର

ଜୟପୁର,୩ା୫(ପବନ ପାଣିଗ୍ରାହୀ): ଚଳିତବର୍ଷ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦର ପରିଚାଳିତ ମ୍ୟାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ଜୟପୁର ଶାରଦା ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ଅଂଶୁମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri