ବିଭିନ୍ନ ପ୍ରକାର କ୍ଷୀର ଓ ଦୀର୍ଘାୟୁ ଜୀବନ

ଆମେ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଖାଦ୍ୟପେୟ ପ୍ରତି ଗୁରୁତ୍ୱ ଦେଇଥାଉ। ପୃଥିବୀରେ ଯେଉଁସବୁ ଖାଦ୍ୟସାମଗ୍ରୀ ରହିଛି ସେହିସବୁ ମଧ୍ୟରେ କେତେକ ପ୍ରାକୃତିକ ଉପାୟରେ ମିଳିଥାଏ। ତନ୍ମଧ୍ୟରୁ କ୍ଷୀର ଅନ୍ୟତମ। ଏହା ସ୍ବାସ୍ଥ୍ୟପ୍ରଦ ଭାବେ ଅନ୍ୟତମ ଶ୍ରେଷ୍ଠ ଖାଦ୍ୟ ବୋଲି ଆମରି ଭାରତୀୟ ମୌଳିକ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି। କ୍ଷୀର ଅମୃତ ସମାନ ଅଟେ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କ୍ଷୀର ସ୍ବାସ୍ଥ୍ୟ ପାଇଁ ହିତକର। ପିଲା ଜନ୍ମ ହେବା ମାତ୍ରେ ମା’ କ୍ଷୀର ନିତାନ୍ତ ଜରୁରୀ ଅଟେ। ପ୍ରାକୃତିକ ପ୍ରଣାଳୀରେ ଆମେ ପାଉଥିବା କ୍ଷୀରରେ ପର୍ଯ୍ୟାପ୍ତ ପରିମାଣର ବିଭିନ୍ନ ପ୍ରକାରର ଭିଟାମିନ, ଖଣିଜପଦାର୍ଥ, କ୍ୟାଲସିୟମ ଆଦି ଜୀବନୀୟ ଶକ୍ତି ସହ ରୋଗପ୍ରତିରୋଧକ ଶକ୍ତିର ମାତ୍ରା ଭରପୁର ରହିଥାଏ। ଏହାକୁ ପିଇବା ଦ୍ୱାରା ପିଲାକୁ ଓ ଆମ ଶରୀରରେ ହେଉଥିବା ବିଭିନ୍ନ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇ ଦୀର୍ଘାୟୁ ରଖିବାରେ ସହାୟକ ହୋଇଥାଏ।
ପିଲା ଜନ୍ମ ହେବା କ୍ଷଣି ମା’ କ୍ଷୀର ଆବଶ୍ୟକ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥନ୍ୟପାୟୀ ପ୍ରାଣୀସମୂହ ନିଜ ଛୁଆଙ୍କ ପାଇଁ ମା’ କ୍ଷୀରର ଆବଶ୍ୟକତା ରହିଥାଏ। ମନୁଷ୍ୟ ପିଲା ଜନ୍ମଠାରୁ କିଛି ବର୍ଷ ମଧ୍ୟରେ ନିଜ ମା’ କ୍ଷୀର ସେବନ ସହ ଗାଈ, ମଇଁଷି, ଛେଳି, ମେଣ୍ଢା, ଗଧ ଆଦି ପ୍ରାଣୀଙ୍କ କ୍ଷୀର ପାନ କରାଇବା ପାଇଁ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି। ବିଭିନ୍ନ ପ୍ରକାର କ୍ଷୀରରେ କିଛି ଭିନ୍ନ ଭିନ୍ନ ପ୍ରକାରର ତଥା ପ୍ରଚୁର ପରିମାଣରେ ଉପକାରୀ ତତ୍ତ୍ୱ ରହିଛି। ଶିଶୁଠାରୁ ବୟସ୍କ ବ୍ୟକ୍ତିମାନେ ଏହିସବୁ କ୍ଷୀର ସେବନ କରିବା ଦ୍ୱାରା ଶରୀରକୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ,ସବଳ ଓ ସତେଜ ରଖିବା ସହ ମନୁଷ୍ୟ ଦୀର୍ଘ ଦିନ ବଞ୍ଚତ୍ ରହିବାରେ ସହାୟକ ହୋଇଥାଏ ବୋଲି ଆମ ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ବର୍ଣ୍ଣିତ ରହିଛି।
ସାମ୍ପ୍ରତିକ ପରିସ୍ଥିତିରେ ଆଧୁନିକ ଚିକିତ୍ସା ବିଜ୍ଞାନ ମା’ କ୍ଷୀର ସହ ଗାଈ, ମଇଁଷି, ଛେଳି, ମେଣ୍ଢା ଓ ଗଧ ଆଦି ବିଭିନ୍ନ ପ୍ରାଣୀଙ୍କ କ୍ଷୀରକୁ ନେଇ ବହୁ ପରୀକ୍ଷା ନିରୀକ୍ଷା କରାଯାଇଛି। ଏହା ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ ବୋଲି ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ମା’ କ୍ଷୀରରେ ଜଳୀୟ ଅଂଶ, ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଜୀବସାର, ଧାତବଲବଣ, ହରମୋନ, ଏନଜାଇମ ଓ ଜୀବନୀୟ ତନ୍ତୁ ରହିଛି। ଏଗୁଡିକର ସମ୍ମିଶ୍ରଣରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ସୃଷ୍ଟି ହୋଇଥାଏ। ତେଣୁ ମା’ କ୍ଷୀର ପିଲା ପିଇଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାବ୍ୟତୀତ ପିଲାମାନଙ୍କର ଶାରୀରିକ ଓ ମାନସିକ ବିକାଶ ମଧ୍ୟ ହୁଏ। ପିଲାମାନଙ୍କୁ ସୁସ୍ଥ ସବଳ ନୀରୋଗ ରଖିବାରେ ଏହା ସହାୟକ ହୋଇଥାଏ।
ଗାଈ କ୍ଷୀରକୁ ଜନ୍ମଠାରୁ ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ସେବନ ପାଇଁ ପରାମର୍ଶ ଦିଆଯାଇଥାଏ। ସ୍ତନ୍ୟପାନ ସମୟରେ ମା’ କ୍ଷୀରର ଅଭାବ ପରିସ୍ଥିତିରେ ପିଲାକୁ ଗାଈ କ୍ଷୀର ଦିଆଯାଇଥାଏ। ଗାଈ କ୍ଷୀରରେ ଜଳୀୟ ଅଂଶ, ସ୍ନେହସାର, ପୁଷ୍ଟିସାର, ଲାକ୍ଟୋସ, ଖଣିଜ ପଦାର୍ଥ, କ୍ୟାଲସିୟମ, ଫସଫରସ, ଏନଜାଇମ ସମେତ ଭିଟାମିନ ଏ, ଡି ଏବଂ ବି-୧୨ ଆଦି ପୋଷକ ତତ୍ତ୍ୱ ରହିଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ।
ଛେଳି ଏକ ସାକାହାରୀ ପ୍ରାଣୀ। ବିଭିନ୍ନ ବୃକ୍ଷ,ଲତା ଆଦିର ପତ୍ର ଡାଳକୁ ଖାଦ୍ୟଭାବେ ଖାଉଥିବା ହେତୁ ଏହାର କ୍ଷୀର ସ୍ବାସ୍ଥ୍ୟ ପାଇଁ ବହୁ ଉପଯୋଗୀ। ଛେଳି କ୍ଷୀରରେ ପୁଷ୍ଟିସାର, ସ୍ନେହସାର, ଲକ୍ଟୋସ, ଖଣିଜପଦାର୍ଥ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ବିଭିନ୍ନ ପ୍ରକାର ଭିଟାମିନ ଏବଂ ଏନଜାଇମ ଆଦି ପୋଷକ ତତ୍ତ୍ୱ ରହିଥିବା ହେତୁ ଏହା ସ୍ବାସ୍ଥ୍ୟ ପାଇଁ ହିତକର। ଛେଳି କ୍ଷୀର ମନୁଷ୍ୟ ଶରୀରରେ ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଛେଳି କ୍ଷୀର ଦୁର୍ବଳତା, ହାଲିଆପଣ ଆଦିକୁ ଦୂର କରିବା ସହ ଯକ୍ଷ୍ମା, କର୍କଟ ଭଳି ମାରାତ୍ମକ ତଥା ଦୀର୍ଘଦିନ ଧରି ଲାଗିରହିଥିବା ବିଭିନ୍ନ ଜଟିଳ ରୋଗକୁ ପ୍ରତିରୋଧ କରିବାରେ କେତେକାଂଶରେ ସହାୟକ ହୋଇଥାଏ ବୋଲି ଆୟୁର୍ବେଦ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। କେବଳ ସେତିକି ନୁହେଁ, ଆଧୁନିକ ଚିକିତ୍ସା ବିଜ୍ଞାନ ଏଥିରେ ସହମତି ପ୍ରକାଶ କରିଛନ୍ତି।
ମେଣ୍ଢା କ୍ଷୀର ମନୁଷ୍ୟ ସ୍ବାସ୍ଥ୍ୟ ନିମନ୍ତେ ଉପଯୋଗୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଶ୍ୱେତସାର, ପୁଷ୍ଟିସାର, ଖଣିଜ ପଦାର୍ଥ, କ୍ୟାଲସିୟମ ସହ ଜୈବିକ ପଦାର୍ଥ ଭରି ରହିଛି। ଏହାକୁ ପିଇଲେ ତାହା ମନୁଷ୍ୟ ଶରୀରରେ ତନ୍ତୁ ଓ ଅସ୍ଥିକୁ ମଜଭୁତ କରିବାରେ କେତେକାଂଶରେ ସହାୟକ ହୋଇଥାଏ। ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି ପାଇ ଶରୀରରେ ହେଉଥିବା ମଧୁମେହ, କର୍କଟ ରୋଗ ବ୍ୟତୀତ ବହୁ ଜଟିଳ ରୋଗ ହେବାକୁ କେତେକାଂଶରେ ପ୍ରତିରୋଧ ମଧ୍ୟ କରିଥାଏ। ମଇଁଷି କ୍ଷୀର ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ ସାମାନ୍ୟ ବାୟୁ ବର୍ଦ୍ଧକ ହୋଇଥିଲେ ସୁଦ୍ଧା ସ୍ବାସ୍ଥ୍ୟ ପାଇଁ ହିତକର। ଏଥିରେ ଜଳୀୟ ଅଂଶ, ପୁଷ୍ଟିସାର, ଲାକ୍ଟୋସ, ଖଣିଜ ପଦାର୍ଥ, ଫସଫରସ ଆଦି ଥିବା ବେଳେ ପର୍ଯ୍ୟାପ୍ତ ପରିମାଣରେ ପୁଷ୍ଟିସାର, ସ୍ନେହସାର ଭିଟାମିନ ଏ, ବି-୧୨, ଥାୟାମିନ, ରିବୋଫ୍ଲୋବିନ ଆଦି ରହିଛି। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ବିଭିନ୍ନ ରୋଗକୁ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ।
ଗଧ କ୍ଷୀରରେ ପ୍ରଚୁର ପରିମାଣରେ ଜୀବନୀୟ ତତ୍ତ୍ୱ ସହ ରୋଗପ୍ରତିରୋଧକ କ୍ଷମତା ରହିଛି। ଗଧ କ୍ଷୀର ପିଲାମାନଙ୍କ ନିମନ୍ତେ ଅତ୍ୟନ୍ତ ଦରକାରୀ ବୋଲି ଆମର ଭାରତୀୟ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏଥିରେ ଲେକଟସ, ସ୍ନେହସାର, ଗାଈ କ୍ଷୀର ଅପେକ୍ଷା ପୁଷ୍ଟିସାର କମ ରହିବା ସହ କ୍ୟାଲସିୟମ, ଭିଟାମିନ- ସି ମଧ୍ୟ ରହିଛି।
ବର୍ତ୍ତମାନ ବଜାରରେ କୃତ୍ରିମ ଉପାୟରେ ମିଳୁଥବା କ୍ଷୀର, ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣରେ ପ୍ରସ୍ତୁତି ହୋଇଥିବା ହେତୁ ଏହା ସ୍ବାସ୍ଥ୍ୟ ପାଇଁ ଅହିତକର ହୋଇଥାଏ। ଅମୃତଭଣ୍ଡା, ଅରଖ, କନିଅର ଆଦି କେତେକ ବୃକ୍ଷର ଡେମ୍ପ ଓ ଫଳ ଛିଣ୍ଡେଇବା ବେଳେ କ୍ଷୀର ଭଳି ଏକ ତରଳ ପଦାର୍ଥ ବାହାରିଥାଏ। ଏଗୁଡିକ ସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ। ଏହାକୁ ସେବନ କରିବା ମନୁଷ୍ୟ ଶରୀର ପାଇଁ କ୍ଷତି କାରକ ଓ ବିଷ ତୁଲ୍ୟ ହୋଇଥାଏ। ଏହାକୁ ସେବନ କରିବା ଦ୍ୱାରା ଜୀବନ ହାନି ହେବାର ଆଶଙ୍କା ରହିଥିବା ହେତୁ ପୁରାତନ ଚିକିତ୍ସା ଶାସ୍ତ୍ର ଓ ଆଧୁନିକ ଚିକିତ୍ସା ଶାସ୍ତ୍ରରେ ଏହାକୁ ସେବନ କରିବାପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
-ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?