ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍‌ ବଙ୍ଗଳା ଛୁଇଁବା ମନା

ତରବୋଡ଼/ନୂଆପଡା ଅଫିସ୍‌,୨।୧(ଡି.ଏନ.ଏ.): ଲାଲ୍‌ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି ଓ ଭୋଜିଭାତ ଦିଅନ୍ତି। ଏଭଳି ଏକ ଭିନ୍ନ ପରମ୍ପରା ଚଳିଆସୁଛି ଆଦିବାସୀ ଭୁଞ୍ଜିଆ ସମ୍ପ୍ରଦାୟରେ।
ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ରହିଛି ସୁନାବେଡା ଅଭୟାରଣ୍ୟ। ସୁନାବେଡା, ସୋସେଙ୍ଗ ପଞ୍ଚାୟତକୁ ଛାଡି ମିଛାପାଲି ପଞ୍ଚାୟତର ୩ଟି, ସିଆଲଟିର ପଞ୍ଚାୟତର ଗୋଟିଏ ଏବଂ ନୂଆପଡା ସଦର ବ୍ଲକର ଭରୁଆମୁଣ୍ଡା ପଞ୍ଚାୟତର ୩ଟି ଗାଁ ସମେତ ସୁନାବେଡା ଅଭୟାରଣ୍ୟ ଭିତରେ ୫୩ଟି ଗାଁ ଅଛି। ଏହି ଗାଁସବୁ ସମୁନ୍ଦ୍ର ପତନଠାରୁ ୩୬ ହଜାର ବର୍ଗ ଫୁଟ ଉପରେ ଅବସ୍ଥିତ। ଗାଁରେ ବିଭିନ୍ନ ଜାତିର ଲୋକ ବସବାସ କରୁଥିଲେ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ଚକୋଟିଆ ଭୁଞ୍ଜିଆ ଜାତିର ଲୋକ ଅଧିକ। ତାଙ୍କର ଏକ ନିଆରା ପରମ୍ପରା ରହିଛି। ସେମାନଙ୍କ ଲାଲ୍‌ ବଙ୍ଗଳାକୁ ଛୁଇବା ସମ୍ପୂର୍ଣ୍ଣ ମନା। କେହି ଯଦି ଭୁଲରେ ମଧ୍ୟ ଛୁଇଁ ଦିଅନ୍ତି, ତେବେ ତାହା ଅପବିତ୍ର ହୋଇଗଲା ବୋଲି ମନେ କରି ଲାଲ୍‌ ବଙ୍ଗଳାକୁ ସେମାନେ ନିଆଁରେ ଜାଳି ଦେଇଥାନ୍ତି। ଏହି ପରମ୍ପରା ଆଦିମ କାଳରୁ ଚଳିଆସୁଛି।
ଲାଲ୍‌ ବଙ୍ଗଳା(ରୋଷେଇ ଘର) ହେଉଛି ଚକୋଟିଆ ଭୁଞ୍ଜିଆଙ୍କ ପବିତ୍ର ସ୍ଥାନ। ଏହାକୁ ତିଆରି କରିବା ପାଇଁ ଇଟା, ପଥର, ସିମେଣ୍ଟ କିମ୍ବା ରଡ୍‌ର ଆବଶ୍ୟକତା ନାହିଁ । ମାଟି, କାଠ ଓ ଖର ଦ୍ୱାରା ଏହାକୁ ନିର୍ମାଣ କରି ମାଟି କନ୍ଥରେ ଲାଲ୍‌ ରଙ୍ଗ ଦିଆଯାଇଥାଏ। ଏନେଇ ଭୁଞ୍ଜିଆଙ୍କ ରୋଷେଇ ଘରକୁ ଲାଲ୍‌ ବଙ୍ଗଳା ବୋଲି କୁହାଯାଏ। ସେଠାରେ ତାଙ୍କର ଇଷ୍ଟ ଦେବଦେବୀ, ପିତୃ ପୁରୁଷ ପୂଜା ପାଇଥାନ୍ତି। ଏହି ବଙ୍ଗଳାକୁ ବାହାର ଲୋକ ଛୁଇଁବା ମନା। ଏପରିକି ବିବାହ କରି ଶାଶୁ ଘର ଯାଇଥିବା ଝିଅ ମଧ୍ୟ ଛୁଇଁବାକୁ ବାରଣ ରହିଛି। ଝିଅ ବାପଘରକୁ କୁଣିଆ ଆସିଲେ ତାକୁ ଘର ବାହାରେ ରୋଷେଇ କରି ଖାଇବାକୁ ପଡେ। ଯେତେଦିନ ସେ ବାପଘରେ ରହିବ ଅଲଗା ରୋଷେଇ କରି ଖାଇବ। ଲାଲ୍‌ ବଙ୍ଗଳା ପାଖକୁୁ ଯାଇ ପାରିବ ନାହିଁ। ଭୁଲବଶତଃ କେହି ଲାଲ୍‌ ବଙ୍ଗଳାକୁ ଛୁଇଁ ଦେଲେ, ସେହି ଘର ଜାଳି ଦେବା ଭଳି କଠୋର ନିୟମ ରହିଛି। ଏବେ ମଧ୍ୟ ଭୁଞ୍ଜିଆଙ୍କ ଏହି ସଂସ୍କୃୃତି ଓ ପରମ୍ପରା ବଞ୍ଚି ରହିଛି


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ମୁଖ୍ୟମନ୍ତ୍ରୀଙ୍କ ବଦଳରେ ବସ୍‌ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ପାଣ୍ଡିଆନ, ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୧୬।୪(ସୁନିତ୍‌ ମିଶ୍ର): ଜନସାଧାରଣ ନିଜର ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ନବୀନବାବୁ ସରକାର ଚଳାଉନାହାନ୍ତି ବରଂ ତାଙ୍କ ସହଯୋଗୀ...

ବିଜେଡିରେ ଯୋଗଦେଲେ ଶତାଧିକ ଭାଜପା,କଂଗ୍ରେସ ନେତା

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-କଳାହାଣ୍ଡି ଜିଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ଭାଜପା ଓ କଂଗ୍ରେସ କର୍ମୀ ମଙ୍ଗଳବାର ଶଙ୍ଖଭବନଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି...

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୬।୪(ସୁନିତ୍‌ ମିଶ୍ର): : ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର...

ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ନିଲମ୍ବିତ

ଭୁବନେଶ୍ୱର,୧୬ା୪(ଅନିଲ ଦାସ)-ବିଜୁ ମହିଳା ଜନତା ଦଳର ଉପ ସଭାନେତ୍ରୀ ତଥା ସମ୍ବଲପୁର ଓ ଦେବଗଡ଼ ଜିଲାର ପର୍ଯ୍ୟବେକ୍ଷକ ମିନତି ଦେବତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ...

କଂଗ୍ରେସରୁ ସୁର ବିଦା, ମନ୍ମଥଙ୍କୁ ଫାଇଦା! କେମିତି ଜାଣନ୍ତୁ…

ଭୁବନେଶ୍ୱର,୧୬।୪: ପୁଣି ଚର୍ଚ୍ଚାରେ ବରିଷ୍ଠ ରାଜନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଦଳବିରୋଧୀ କାର୍ଯ୍ୟ ପାଇଁ ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri