କନକଦୁର୍ଗା ପୀଠର ଭିନ୍ନ ପରମ୍ପରା

ନୟାଗଡ଼,୧୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହର ପୁରୁଣା ରାଜବାଟୀ ସମ୍ମୁଖରେ ରହିଛି ମା’କନକ ଦୁର୍ଗାଙ୍କ ପୀଠ। ରାଜରାଜୁଡା ଶାସନ ହଟିବା ପରେ ଠାକୁରାଣୀଙ୍କ ରୀତିନୀତି, ଭୋଗ ନୟାଗଡ଼ ଦେବୋତ୍ତର ବିଭାଗ ବୁଝୁଛି । ମା’କନକଦୁର୍ଗା ଦଶହରା ପର୍ବ ଅବସରରେ ପଶ୍ଚିମାମୁଖୀ ବଦଳରେ ଦକ୍ଷିଣମୁଖୀ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ମାଛରେ ବେଲପତ୍ର ଲାଗି ହେଲେ ଏଠାରେ ଭୋଗ ହୁଏ । ଦ୍ୱିତୀୟା ଓଷାରୁ ଦଶହରା ପର୍ଯ୍ୟନ୍ତ ଠାକୁରାଣୀଙ୍କ ରୀତିନୀତି ବଦଳିଯାଏ । ଏଭଳି ପରମ୍ପରା କେବଳ ବର୍ଷକୁ ୧୬ଦିନ ମା’କନକ ଦୁର୍ଗାଙ୍କ ପୀଠରେ ଦେଖିବାକୁ ମିଳେ। ଦଶହରା ସମୟରେ ମା’ଙ୍କୁ ଦର୍ଶନ କରି ଭକ୍ତ ନିଜର ମନସ୍କାମନା ପୂରଣ କରିଥାନ୍ତି।
ଦଶହରା ପର୍ବ ଅବସରରେ ଦ୍ୱିତୀୟା ଓଷାରେ ମା’କନକ ଦୁର୍ଗା ୧୦୮ କୁମ୍ଭ ଜଳରେ ମଧ୍ୟାହ୍ନରେ ମହାସ୍ନାନ କରନ୍ତି। ପରେ ଅବକାଶ ଓ ବଲ୍ଲଭ ଭୋଗ ହୋଇ ଦିପ୍ରହର ଧୂପ କରାଯାଇ ମା’ଙ୍କ ପହୁଡ଼ ପଡେ । ସନ୍ଧ୍ୟାରେ ମା’ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ରାତି ୧୦ଟାରେ ମା’ଭ୍ରମଣରେ ବାହାରନ୍ତି। ଭ୍ରମଣ ସମୟରେ ଅସୁରମାନଙ୍କୁ ନିପାତ କରନ୍ତି। ସମୟ ବଦଳି ଯାଉଥିବାରୁ ଭ୍ରମଣରେ ଆସିଛି ପରିବର୍ତ୍ତନ । ଭ୍ରମଣ ସମୟରେ ମା’ଭକ୍ତଙ୍କ ଅସୁରୀୟ ପ୍ରକୃତି ନଷ୍ଟ କରିଥାନ୍ତି । ନୟାଗଡ଼ ଗୁଣ୍ଡିଚା ମଣ୍ଡପ ନିକଟସ୍ଥ ଜଜଙ୍କ କ୍ୱାର୍ଟର୍ସ ସମ୍ମୁଖ ଯାତ୍ରା ପଡ଼ିଆରେ ମା’ପରିଭ୍ରମଣ କରି ଫେରନ୍ତି। ମନ୍ଦିରକୁ ଫେରି ଜଗତି ଉପରେ ବସନ୍ତି। ଜଗତିରେ ମା’ଙ୍କର ଟେରା ଭୋଗ ପରେ ଆଳିତି ହୁଏ। ମା’ଆସ୍ଥାନକୁ ବିଜେ କରନ୍ତି। ରାତିରେ ଧୂପ, ବଡସିଂହାର, ଚାର ସେବା ହୋଇ ପହଡ ପଡ଼େ । ୧୬ ଦିନ ଯାତ୍ରା ଏହି ପରି ଚାଲିଥାଏ । ମା’ବର୍ଷର ୩୪୯ ଦିନ ଖେଚୁଡି, ଡାଲମା, କାକରା, ମାଲପୁଆ, ବଡସିଂହାରରେ ଖୁରୁମା, ଖେଚୁଡ଼ି ଭୋଗ ପାଆନ୍ତି। ତେବେ ଦେବୀ ଦଶହରାର କେବଳ ୧୬ ଦିନ ପଶ୍ଚିମାମୁଖୀ ହୋଇ ଥାଆନ୍ତି। ୧୬ ଦିନ ଦକ୍ଷିଣମୁଖୀ ହୋଇ ବସନ୍ତି । ଦଶହରା ପର୍ବରେ ମାଛ ଭୋଗ ଯୋଡି ହୁଏ । ମାଛରେ ବେଲପତ୍ର ଲାଗି ହେଲେ ଭୋଗ ହୋଇଥାଏ । ପୂଜକ ଚିତ୍ତ ରଞ୍ଜନ ଦାଶ ଓ ସୂର୍ଯ୍ୟପ୍ରସାଦ ଦାଶ ପୂଜାନୀତି ସମ୍ପନ୍ନ କରିଥାନ୍ତି। ପୂଜକ ଦାଶ କୁହନ୍ତି, ପ୍ରତ୍ୟକ୍ଷ ଠାକୁରାଣୀ ମା’କନକ ଦୁର୍ଗା। ମା’ଙ୍କ ରୀତିନୀତି ନିଆରା। ଦଶହରା ପର୍ବରେ ପରବ ଘରେ ୧୬ଦିନ ବିରାଜିତ ହୁଅନ୍ତି ମା । ମା’ଙ୍କ ଭୋଗ ନିଆରା ହୋଇଥିବାବେଳେ ଭ୍ରମଣର କାହାଣୀ ଭିନ୍ନ । ରାଜାଙ୍କ ଶାସନ ପରେ ପର୍ବର ମହକ କମି ଯାଇଥିଲେ ହେଁ ରୀତିନୀତି ବଦଳି ନାହିଁ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?