କବିତା ଆସର ଭେଳିକି

ପ୍ରତ୍ୟେକ ସାହିତ୍ୟର ଏକ ଶକ୍ତିଶାଳୀ ବିଭାଗ ହେଉଛି କବିତା। ହୁଏତ ପ୍ରତ୍ୟେକ ସାହିତି୍ୟକ ପ୍ରଥମେ ଜଣେ କବି। ମୋର ଯୁକ୍ତ୩ ଦ୍ୱିତୀୟ ବର୍ଷରେ ଗୋଟିଏ କବିତା ଆସରକୁ ପ୍ରଥମେ ଯାଇଥିଲି। କବିତା ପଢିଲି। ତାଳି ଓ ପ୍ରଶଂସା ଯାହା ପାଇଥିଲି କବିତା ପ୍ରତି ଯାହା ପ୍ରେରିତ କଲା କଲା କବିତା ଆସର ପ୍ରତି ତିଆରି ହେଇଗଲା ଗୋଟେ ଦୁର୍ବାର ଆକର୍ଷଣ। ସେ ଆକର୍ଷଣ ବଳବତ୍ତର ଥିଲା ଅନେକ ବର୍ଷ ଯାଏ। ମୁଁ ବରାବର ଭାବେ, ସଂଯୋଜକ ଏତେ ସୁନ୍ଦର ଶବ୍ଦ ସବୁ ଆଣନ୍ତି କେଉଁଠୁ ପ୍ରତି ଥର! ସଂଯୋଜନା ଗୋଟେ କଷ୍ଟ କାମ ବୋଲି ମୁଁ ବୁଝିଥାଏ। ସଭା ସମିତିକୁ ମୋର ପ୍ରବେଶ ଅନେକ ପରେ। ଥରେ ଗୋଟେ କବିତା ପାଠ ହେଉଥାଏ ଗୋଦାବରୀଶ ଭବନରେ। ଦୁଇ ଜଣ ବୟସ୍କା କବି ମୋ ପଛ ଚେୟାରରେ ଜୋର୍‌ ଗପୁଥାଆନ୍ତି। ମୁଁ କହିଲି, ଆଜ୍ଞା ଆସର ପରେ ଗପିଲେ ହେବନି? କବିତା କିଛି ଶୁଣି ହେଉନି। ଜଣେ କହିଲେ, ଆସର ପରେ ତ ସେ ତା ଘରକୁ ଯିବ , ମୁଁ ମୋ ଘରକୁ। ପୁଣି କେବେ ଭେଟ ହବ କିଏ ଜାଣେ। ମୁଁ କହିଲି, ତେବେ ବାହାରେ ଯାଇ କଥା ହୁଅନ୍ତୁ। ସେ କହିଲେ ତାଙ୍କ ନାଁ ଡକା ହବ ଯଦି? ମୋଟାମୋଟି, ସେଠି ଅନେକ ଲୋକ ଗପୁଥିଲେ ଓ ଏହା ଏକ କବି ମିଳନ ବୋଲି ବୁଝିଲି।
କୌଣସି ଏକ ସଭାରେ ମୋତେ ସଂଯୋଜନାରେ ରଖି ଥାଆନ୍ତି। ମୁଁ କିଛି କବିତାର ଧାଡ଼ି ମନେପକାଇ ରଖିଥାଏ। ଧାଡ଼ିଏ ଦି’ ଧାଡ଼ି କହିଛି କି ନାହିଁ, ଆୟୋଜକ କାନରେ କହିଲେ, ଖାଲି ନାଁ ଡାକି ଚାଲନ୍ତୁ। ବହୁତ୍ କବି ଅଛନ୍ତି। ଆଚ୍ଛା… ଅମୁକ ପରେ ସମୁକ। ପ୍ରସ୍ତୁତ ରୁହନ୍ତୁ ଅମୁକ। କିଏ କହିଲେଣି ମୁଁ ଆଗେ ଦେଇ ଥିଲି, ମୋ ନମ୍ବର କୁଆଡ଼େ ଗଲା, ଆଉ କିଏ କହିଲାଣି ମୋ ଘର ଦୂର ମୋତେ ଆଗେ ଡାକ। କିଏ କହିଲେଣି ମୁଁ ବରିଷ୍ଠ ମତେ ଡାକ ତ କାହା ପାଇଁ ଆୟୋଜକ ନିଜେ କାନରେ କହିଲେଣି। ୟା ପରକୁ ଆସିଲା ମୋବାଇଲ ମେସେଜ… କବିତାର ନାଁ ଏଇଆ, କବିତା ଆଣି ନାହିଁ, ମୋବାଇଲରୁ ପଢିବି। ଏଇ ମ୍ୟାନେଜମେଣ୍ଟ କାମ ତେବେ ସଂଯୋଜନା । ୟା’ଠାରୁ ତ ଭଲ ଗୋଟେ ଲିଷ୍ଟ କାନ୍ଥରେ ମାରି ଦେବ। ନିଜ ସିରିଏଲ ଦେଖି ନିଜେ ପଢ଼ି ଦେଇ ପଳେଇବ।
ଧୀରେ ଧୀରେ କବିତା ଆସର ଏକ ଭିଡ଼ ଆକର୍ଷଣକାରୀ ଆବଶ୍ୟକତା (କ୍ରାଉଡ ପୁଲିଂ ଇଭେଣ୍ଟ)ରେ ପରିବର୍ତ୍ତନ ହେଲାଣି। କାଳେ ଶୁଖିଲା ଭାଷଣ ଶୁଣିବାକୁ କିଏ ଆସିବେନି (କିଏ ବା କାହିଁକି ଆସିବେ), ତେଣୁ କବିତା ଆସରଟେ ଗେଞ୍ଜି ଦିଅ। ସାର୍ଟିଫିକେଟ ଦିଅ। ଷ୍ଟେଜ୍‌ରେ ହସ ହସ ଫଟୋ ନେଇ ଫେସ୍‌ବୁକରେ ଦେବା ଲୋଭରେ ଲୋକେ (କବି) ଆସିବେ। ନ ହେଲେ କବିତା ଶୁଣିବାକୁ ବା ଆସୁଚି କିଏ! ଯଦି ତୁମ ଭାଗ୍ୟ ଭଲ, ତୁମ ନମ୍ବର ଆଗରେ ଅଛି, ଫ୍ରେସ୍‌ ମୁଡ୍‌ରେ ଲୋକେ ତୁମ କବିତା ଶୁଣିବେ ଓ ଫୁଲ୍‌ ହଲ୍‌ର ଗୋଟେ ମିଶାମିଶି ଭିଡିଓ ତୁମ କବିତା ସାଙ୍ଗରେ ନିଆଯାଇ ପାରିବ। ଆଉ ଯଦି ଶେଷ ଆଡ଼କୁ ରହିଲ, ଖାଲି ସଂଯୋଜକ, ତୁମ ଫଟୋ ନେବାକୁ ବସିଥିବା ଲୋକ ବା ତୁମ ସଙ୍ଗେ ଗୋଟେ ଗାଡ଼ିରେ ଆସିଥିବା ଲୋକ ହିଁ ଥିବେ। ଥରେ ମେ’ ଫେୟାରରେ ଗୋଟିଏ ବର୍ଣ୍ଣାଢ଼୍ୟ କବିତା ଉତ୍ସବରେ କବିତା ପଢା ସରି ନ ଥାଏ, ଏଣେ ପଛରୁ ଚେୟାର ସବୁ ବୋହିବା ଆରମ୍ଭ ହେଲାଣି। ତାଙ୍କ ବୁକିଂ ଟାଇମ୍‌ କାଳେ ପାରହେଇ ଯାଇଥିଲା ଓ ରାତିରେ ଅନ୍ୟ ପ୍ରୋଗ୍ରାମ ପାଇଁ ହଲ୍‌ଟି ସଜେଇବାର ଥିଲା। ବିଚରା ଶେଷ କବିମାନେ! ଶୁଣିବାକୁ ଥିବା ଚେୟାର ତକ ବି ବୁହାହେଇ ଗଲେ।
ରାଜ୍ୟସ୍ତରୀୟ କବିତା ଉତ୍ସବରେ ଗ୍ଲାମର୍‌ ଭରପୂର ଥାଏ। ସମସ୍ତେ ସୁନ୍ଦର ପରିପାଟୀରେ ଆସନ୍ତି। ହଲ୍‌ର ସାଜସଜ୍ଜା ଚମତ୍କାର ଥାଏ। ଏସିର ଥଣ୍ଡା ହାୱା ଖାଇ ଗୋଟେ କବିତ୍ୱ ଫୁଟି ଉଠେ। କବିତା ପସନ୍ଦ ଆସିବା ଜରୁରୀ ନୁହେଁ। କବି ପସନ୍ଦ ଆସିବା ଜରୁରୀ। ବାଃ ବାଃ ଓ ତାଳି ସାଙ୍ଗରେ କବିତାର କିଛି ସମ୍ପର୍କ ନ ଥାଏ। ତେବେ ଏଠିକୁ ଆସୁଥିବା କବିମାନେ ମର୍ଯ୍ୟାଦା ରଖି ଭଲ କବିତା ଆଣନ୍ତି, ପଢନ୍ତି ଓ ନିଜର ସରିଲେ ବାହାରେ ଯାଇ ଫଟୋ ଉଠାନ୍ତି ବା ଚା’ ପିଅନ୍ତି। ସବୁ ଗଣ୍ଡଗୋଳ ହୁଏ ଆଞ୍ଚଳିକ କାର୍ଯ୍ୟକ୍ରମରେ। ସ୍ବର କରି ବୋଲିବା, ଜଣେ ଚାରି ପୃଷ୍ଠାର କବିତା ପଢ଼ିବା, ଦୁନିଆ ଯାକର ଗପ ପେଡ଼ି ମେଲେଇ ବସିବା ପରି କାମ ମଧ୍ୟାହ୍ନଭୋଜନ ଯାଏ ଚାଲେ। ବିଚରା ସଂଯୋଜକ ଯେତେ କହିଲେ ମଧ୍ୟ କେହି ଶୁଣନ୍ତି ନାହିଁ। ତେବେ ଦୂର ଦୂରାନ୍ତରୁ କେବଳ କବିତାଟି ପଢିବାକୁ ଆସିଥିବା କବିମାନଙ୍କୁ ଦେଖିଲେ ଶ୍ରଦ୍ଧାରେ ମୁଣ୍ଡ ନଇଁଯାଏ। ମଇଳା, ଲୋଚାକୋଚା ଲୁଗା ପିନ୍ଧା ଗାଉଁଲି ମଣିଷଟିଏ ହେଉ କି ଶାଶୁଘରର ଲକ୍ଷ୍ମଣରେଖା ଡେଇଁ ଆସିଥିବା ଗୃହିଣୀଟିଏ ହେଉ କବିତା ହିଁ ତାଙ୍କ ଆସିବାର ଏକମାତ୍ର କାରଣ। ନା ସେମାନଙ୍କର ସ୍ମାର୍ଟ ଫୋନ ଅଛି ନା ପତ୍ରପତ୍ରିକା ବିଷୟରେ ଧାରଣା। ସେମାନେ ଲେଖୁଥିବା କବିତା ହୁଏତ ଆମେ ପସନ୍ଦ କରିବା ନାହିଁ, କିନ୍ତୁ ତାଙ୍କର ସାଧନା ଅବ୍ୟାହତ ରହିଥାଏ। ସେଇ ସଭାମାନଙ୍କରେ ଯେତେ ଭଲ କବିତା ପଢ଼ିଲେ ମଧ୍ୟ ରିଭ୍ୟୁ ଆସିବା ଅସମ୍ଭବ। ସମସ୍ତେ କେମିତି ଗୋଟେ ଅସମ୍ଭାଳ ଅବସ୍ଥାରେ ଥାଆନ୍ତି। ସରିଲେ ଧାଡ଼ିବାନ୍ଧି ଗୋଟେ ଅରୁଆ ଡାଲମା ବାଡ଼େଇ ଦେଇ ଘରକୁ ଯିବାର ଥାଏ।
ତେବେ ଆଞ୍ଚଳିକ ହେଉ କି ରାଜ୍ୟସ୍ତରୀୟ ଆମେ ସମସ୍ତେ କବିତା ପାଇଁ ହିଁ ଯାଉ। କବିତା ପରି ଏକ ଭାବନାତ୍ମକ ବିଷୟକୁ କ୍ରାଉଡ ପୁଲିଂର ମାଧ୍ୟମ କରା ନ ଯାଉ। ଭାଷଣ ଅଲଗା ହେଉ। ନଚେତ୍‌ ନ ହେଉ। ଯଦି ଉତ୍ସବର ପ୍ରଥମାର୍ଦ୍ଧ ଆଲୋଚନା ଉପରେ ପର୍ଯ୍ୟବସିତ ଓ ସେଥିରେ ସମ୍ବର୍ଦ୍ଧନା ଇତ୍ୟାଦିର ବ୍ୟବସ୍ଥା ଅଛି ତେବେ ଆଦୌ କବିତା ନ ହେଉ। ଅନେକ ବକ୍ତା ଶ୍ରୋତାମାନଙ୍କୁ ଦେଖି ସମୟ ଜ୍ଞାନ ଭୁଲି ଯାଆନ୍ତି ଓ କାବ୍ୟକଳା ଉପରେ କହିଚାଲନ୍ତି। ବିଚରା କବିଗଣ କେବଳ ଘଡି ଦେଖି ବ୍ୟସ୍ତ ହେବା ଛଡା ଆଉ ଉପାୟ କ’ଣ। ଏତକ ହେଲେ କବିମାନେ ଶେଷ ପର୍ଯ୍ୟନ୍ତ ବସନ୍ତେ ଓ ପରସ୍ପରର କବିତା ଶୁଣନ୍ତେ। କବିତା ଶେଷରେ ଏହାର ସମୀକ୍ଷା ହୁଅନ୍ତା। ଅଳ୍ପ ଅଳ୍ପ କବିଙ୍କୁ ନେଇ ଛୋଟ ଛୋଟ ଆସର ହୁଅନ୍ତା। ଏକା ଥରେ କବିତା ହାଟ ହୁଅନ୍ତା ନାହିଁ। ତେବେ ସିନା ମର୍ଯ୍ୟାଦା ରହନ୍ତା ଏହି କବିତା ପାଠର।

– ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ
ଅଧ୍ୟାପିକା (ଇଂରାଜୀ), ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟ, ଯାଜପୁର, ରୋଡ୍‌
ମୋ:୭୭୩୫୭୩୪୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

ବଜେଟ: ବିକଶିତ ଭାରତ, ଓଡ଼ିଶାର ନକ୍ସା

ସଂସଦରେ ମୋଦି ସରକାରଙ୍କର ଦ୍ୱାଦଶ ବର୍ଷରେ ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ଦେଶର ବଜେଟ ଉପସ୍ଥାପନ କରିଛନ୍ତି। ନୂତନ ସଂସଦ…

ବୋତଲ ବେପାର

ପାଣିର ଉପସ୍ଥିତି ଯୋଗୁ ପୃଥିବୀରେ ଆମେ ତିଷ୍ଠିଛେ। ସେହି ପାଣି ଏବେ ଦ୍ରୁତଗତିରେ ପ୍ରଦୂଷିତ ହେବାରେ ଲାଗିଛି। କୁହାଯାଉଛି, ଭବିଷ୍ୟତରେ ସବୁଠାରୁ ବଡ଼ ସଙ୍କଟ ଭାବେ ଜଳ…

ଏଇ ଭାରତରେ

ପଶ୍ଚିମବଙ୍ଗ ବାଙ୍କୁଡ଼ା ସେନଜୁତି ମାହାତୋ ଓ ଅଭିଷେକ ଚୌଧୁରୀ ସେହି ଅଞ୍ଚଳର ଖଜୁରି ଗୁଡ଼ ଉତ୍ପାଦନ କରି ସେଠାକାର ଏହି ପାରମ୍ପରିକ ଉତ୍ପାଦକୁ ବଞ୍ଚାଇ ରଖିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri