Posted inଖେଳ

ଯଶସ୍ବୀ ଜୈସ୍ୱାଲଙ୍କ ଏହି କାର୍ଯ୍ୟକୁ ନେଇ ରିକି ପଣ୍ଟିଂ ପ୍ରକାଶ କଲେ ଅସନ୍ତୋଷ

ନୂଆଦିଲ୍ଲୀ,୩।୮: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ତୃତୀୟ ଦିନରେ ଯଶସ୍ବୀ ଜୈସ୍ୱାଲଙ୍କ ସମୟ ନଷ୍ଟ କରିବା କାର୍ଯ୍ୟକୁ ନେଇ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଙ୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶୁଭମନ ଗିଲଙ୍କ ଚମତ୍କାର ଡ୍ରାଇଭ ପରେ ଦୁଇ ରନ ନେବା ସମୟରେ ଜୟସୱାଲ ହଠାତ୍ ନନ୍-ଷ୍ଟ୍ରାଇକର ପ୍ରାନ୍ତରେ ତାଙ୍କ ହ୍ୟାମଷ୍ଟ୍ରିଙ୍ଗ ହୋଇଥିବା କହି ଚାଲିଥିଲେ। ଏହା ଦ୍ୱାରା ମଧ୍ୟାହ୍ନ ଭୋଜନ ପୂର୍ବରୁ ଶେଷ ଓଭର ଖେଳାଗଲା। କିନ୍ତୁ ଡ୍ରେସିଂ ରୁମକୁ ଫେରିବା ବେଳେ ଜୈସ୍ୱାଲ ସହଜରେ ଚାଲୁଥିବା ଦେଖି ଇଂଲଣ୍ଡ ଖେଳାଳିମାନେ ପ୍ରତିବାଦ କରିଥିଲେ। ବେନ ଡକେଟଙ୍କ ନେତୃତ୍ୱରେ ମୌଖିକ ବିବାଦ ହୋଇଥିଲା, ଯାହାକୁ ଗିଲ ଶାନ୍ତ କରିଥିଲେ।

ପଣ୍ଟିଂ ସ୍କାଇ ସ୍ପୋର୍ଟସକୁ କହିଛନ୍ତି, “ଶେଷ ଓଭରରେ ସମୟ ନଷ୍ଟ କରିବା ମୋତେ ପସନ୍ଦ ହେଲା ନାହିଁ। ଲର୍ଡସରେ ଇଂଲଣ୍ଡ ବ୍ୟାଟସମ୍ୟାନଙ୍କ କାର୍ଯ୍ୟକୁ ନେଇ ଭାରତ ଅଭିଯୋଗ କରିଥିବା ଘଟଣା ପରେ ଏହା ଠିକ୍ ନୁହେଁ।” ଅନ୍ୟପଟେ, ପୂର୍ବତନ ଇଂଲଣ୍ଡ ବୋଲର ଷ୍ଟୁଆର୍ଟ ବ୍ରଡ଼ ଏହି ନାଟକୀୟତାକୁ ଉପଭୋଗ କରିଛନ୍ତି ବୋଲି କହିଛନ୍ତି।

ଏହା ପୂର୍ବରୁ ମଧ୍ୟ ଲର୍ଡସରେ ତୃତୀୟ ଟେଷ୍ଟରେ ଜାକ କ୍ରଲୀଙ୍କ ସମୟ ନଷ୍ଟ କରିବା ଅଭିଯୋଗରେ ଗିଲ ଓ କ୍ରଲୀ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ହୋଇଥିଲା। ଚତୁର୍ଥ ଟେଷ୍ଟରେ ମଧ୍ୟ ରବିନ୍ଦ୍ର ଜାଡେଜା ଓ ୱାଶିଂଟନ ସୁନ୍ଦର ଶତକ ହାସଲ ପାଇଁ ଖେଳ ଜାରି ରଖିବାକୁ ଚାହିଁ ବେନ ଷ୍ଟୋକ୍ସଙ୍କ ହାତ ମିଳାଇବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ବିବାଦ ସୃଷ୍ଟି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri