ଠିକ୍‌ ଉତ୍ତର ଦେଲେନି

ଆକାର ପଟେଲ

ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ଆମେରିକା ଗସ୍ତର ପ୍ରଥମାର୍ଦ୍ଧ ସ୍ପଷ୍ଟତଃ ଅଧିତ୍କ ଫଳପ୍ରଦ ନ ଥିଲା। କାରଣ ଆମେରିକାନ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ଙ୍କୁ ଆମ ବୈଦେଶିକ ମନ୍ତ୍ରୀ ସାକ୍ଷାତ କରିବାକୁ ଯାଇଥିତ୍ଲେ ମଧ୍ୟ ତାଙ୍କୁ ସେହି ସମୟରେ ଜରୁରୀ ଗସ୍ତରେ ମଧ୍ୟପ୍ରାଚ୍ୟ ଯିବାକୁ ପଡ଼ିଲା। ତେବେ ସେହି ସମୟରେ ଜୟଶଙ୍କର ଆମେରିକାରେ ଭାରତୀୟ ଟିମ୍‌କୁ ସାକ୍ଷାତ କଲେ ଏବଂ ଆଉ କିଛି ବୈଠକ କରିଥିତ୍ଲେ। ଟ୍ରମ୍ପଙ୍କ ସମୟରେ ଥିବା ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜେନେରାଲ ଏଚ୍‌.ଆର୍‌. ମ୍ୟାକ୍‌ମାଷ୍ଟରଙ୍କ ସହ ମଧ୍ୟ ତାଙ୍କର ସାକ୍ଷାତଆଲୋଚନା ହୋଇଥିଲା। ଭାରତରେ ରାଜନୈତିକ ବିକାଶକୁ କେଉଁ ଦୃଷ୍ଟିରେ ବିଚାର କର ବୋଲି ସେ ଜୟଶଙ୍କରଠାରୁ ଜାଣିବାକୁ ଚାହଁିଥିଲେ। ଜୟଶଙ୍କରଙ୍କୁ କହିଥିଲେ-ତୁମେ ଜଣେ ପକ୍ଷପାତୀ ବ୍ୟକ୍ତି ନୁହଁ। ତୁମେ ଅନେକ ସରକାରରେ ପ୍ରଶାସନିକ ଦାୟିତ୍ୱର ଉକତ୍ୃଷ୍ଟତା ପ୍ରତିପାଦନ କରିଛ। ମହାମାରୀ ସମୟରେ କିଛି ହିନ୍ଦୁତ୍ୱ ନୀତିଗୁଡ଼ିକ ଚିନ୍ତା ବଢ଼ାଇଦେଇଛି ଓ ତାହା ଭାରତର ଧର୍ମନିରପେକ୍ଷତା ଛବିକୁ କ୍ଷୁଣ୍ଣ କରିପାରେ ବୋଲି ସେ କହିଥିତ୍ଲେ। ମ୍ୟାକ୍‌ମାଷ୍ଟରଙ୍କ ଚିନ୍ତାଧାରା ସୁଧାରିବା ଲାଗି ଜୟଶଙ୍କର ପ୍ରଥମେ କହିଥିତ୍ଲେ ଯେ, ସେ ବାସ୍ତବରେ ଜଣେ ପକ୍ଷପାତୀ ବ୍ୟକ୍ତି ଥିଲେ ଓ ସିଭିଲ ସର୍ଭାଣ୍ଟ ଥିଲାବେଳେ ଅନେକ ଶାସନରେ ପ୍ରଶାସନିକ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ଏବେ ସେ ସଂସଦର ଜଣେ ନିର୍ବାଚିତ ସଦସ୍ୟ। ତାଙ୍କର ରାଜନୈତିକ ଦୃଷ୍ଟିକୋଣ ଏବଂ ରାଜନୈତିକ ସ୍ବାର୍ଥ ରହିଛି। ସେ ରାଜନୈତିକ ସ୍ବାର୍ଥ ସପକ୍ଷରେ କହିବେ ଏବଂ ସେଥିତ୍ତ୍ପାଇଁ ସେ ପ୍ରତିନିଧିତ୍ୱ କରୁଛନ୍ତି। ଜୟଶଙ୍କ ତାଙ୍କର ସିଧାସଳଖ ରାଜନୈତିକ ଉତ୍ତରରେ ଅତୀତରେ ଭାରତର ଭୋଟବ୍ୟାଙ୍କ ରାଜନୀତି ଥିଲା ଓ ଏହା ଏବେ ଆଉ ନାହିଁ ବୋଲି ଦର୍ଶାଇଥିଲେ। କିନ୍ତୁ ଭାରତୀୟ ଜନତା ପାର୍ଟି (ଭାଜପା) ଅଧୀନରେ ଭାରତର ଲୋକତନ୍ତ୍ର ଅଧିକ ମଜଭୁତ ହେବା ସହ ରାଜନୀତି, ନେତୃତ୍ୱ ଏବଂ ସିଭିଲ ସୋସାଇଟିରେ ଲୋକମାନଙ୍କର ପ୍ରତିନିଧିତ୍ୱ ବ୍ୟାପକ ହେବା ଏବଂ ସଂସ୍କୃତି, ଭାଷା ଓ ସେମାନଙ୍କ ବିଶ୍ୱାସ ଉପରେ ସେମାନେ ନିଶ୍ଚିତ ଥିବା ଯୋଗୁ ଏହା ଘଟିଥିବା କହିଥିଲେ। ଲୋକମାନଙ୍କର ବୈଶ୍ୱିକ କେନ୍ଦ୍ରଗୁଡ଼ିକ ସହ ଯୋଗାଯୋଗ କମ୍‌ ରହିଛି ଓ ରାଜନୈତିକ ଦୃଷ୍ଟିକୋଣରୁ ସେମାନଙ୍କୁ ଖରାପ ଦୃଷ୍ଟିରେ ଦେଖାଯାଇ ବହୁ ସମୟରେ କାହାଣୀ ସୃଷ୍ଟି କରାଯାଉଛି। ସାମାଜିକ ସ୍ତରରେ ରହିଥିବା ସୂକ୍ଷ୍ମ ଅନ୍ତର ସମ୍ପର୍କରେ ଜୟଶଙ୍କର ଉତ୍ତର ଦେଇଥିତ୍ଲେ ଯେ ଭାଜପା ସରକାର ଭେଦଭାବର ସରକାର ନୁହେଁ। କାରଣ ମହାମାରୀ ସମୟରେ ସରକାର କୌଣସି ଧାର୍ମିକ ବିଭେଦ ବିନା ଲୋକମାନଙ୍କୁ ସେ ଅଧିତ୍କ ରାଶନ ଦେଇଥିତ୍ଲେ ଓ ଲୋକଙ୍କ ଜନଧନ ଆକାଉଣ୍ଟରେ ସିଧାସଳଖ ଟଙ୍କା ପଠାଇଥିଲେ।
ଯାହାହେଉ ଜୟଶଙ୍କରଙ୍କ ଉତ୍ତରରୁ ଜଣାପଡ଼ୁଛି ଯେ, ଭାରତ ଏଯାବତ ଗରିବ ଲୋକମାନଙ୍କୁ ଧାର୍ମିକ ଭିତ୍ତିରେ ସେମାନଙ୍କ ଅଧିକାର ଦେବା ଲାଗି ନିଷ୍ପତ୍ତି ନେଇ ନାହିଁ। ଏଥିପାଇଁ ଜୟଶଙ୍କର ପ୍ରତି ଆମେ କୃତଜ୍ଞ ରହିବା ଉଚିତ। ତାଙ୍କ ପ୍ରତି କୃତଜ୍ଞ ହେବାବେଳେ ଆମେ ମଧ୍ୟ ଜାଣିବା ଉଚିତ ଯେ,ଜୟଶଙ୍କରଙ୍କୁ ଯାହା ପ୍ରଶ୍ନ କରାଯାଇଥିଲା ବାସ୍ତବରେ ସେ ତାହାର ଠିକ୍‌ ଉତ୍ତର ଦେଲେନାହିଁ। ମ୍ୟାକ୍‌ମାଷ୍ଟରଙ୍କ ପ୍ରଶ୍ନ ଥିଲା ବିଶ୍ୱ ହିନ୍ଦୁତ୍ୱ ଏବଂ ଏହାର ନୀତିଗୁଡ଼ିକ ସମ୍ପର୍କରେ। ସେହି ନୀତିଗୁଡ଼ିକ ହେଲା ନାଗରିକତ୍ୱରେ ଧର୍ମ ବା ସମ୍ପ୍ରଦାୟର ପ୍ରବେଶ। ଆମେରିକା ଏବଂ ୟୁରୋପିଆନ ୟୁନିୟନ ଓ ଆମେରିକା କଂଗ୍ରେସର ସଦସ୍ୟମାନେ ଏହା ଉପରେ କ୍ଷୋଭ ପ୍ରକାଶ କରିବା ସହ ଭାରତର ନାଗରିକତ୍ୱ ସଂଶୋଧନ ଆଇନକୁ ନେଇ ଚେତାବନୀ ଦେଇଛନ୍ତି। ୟୁନାଇଟେଡ୍‌ ଷ୍ଟେଟସ୍‌ ଇଣ୍ଟର୍‌ନ୍ୟାଶନାଲ କମିଶନ ଅନ୍‌ ରିଲିଜିୟସ ଫ୍ରିଡମ୍‌(ୟୁଏସ୍‌ସିଆଇଆର୍‌ଏଫ୍‌)ର ରିପୋର୍ଟ(୨୦୨୧) ଧର୍ମ ପରିବର୍ତ୍ତନକୁ (ମୁଖ୍ୟତଃ ମହିଳାମାନେ ଇସଲାମ ଧର୍ମକୁ)ଅପରାଧ ଭାବେ ବିବେଚନା କରୁଥିତ୍ବା ଆଇନଗୁଡ଼ିକୁ ଚିହ୍ନଟ କରିଛି। ଏହି ଆଇନଗୁଡ଼ିକ ମଧ୍ୟରେ ରହିଛି ଭାଜପାର ଉତ୍ତରାଖଣ୍ଡ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୧୮; ହିମାଚଳ ପ୍ରଦେଶ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ,୨୦୧୯; ମଧ୍ୟପ୍ରଦେଶ ଧର୍ମ ସ୍ବାତନ୍ତ୍ର୍ୟ ଅଧ୍ୟାଦଶ,୨୦୨୦; ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମସମ୍‌ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ,୨୦୨୦ ଏବଂ ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ(ଆମେଣ୍ଡ୍‌ମେଣ୍ଟ) ଆକ୍ଟ, ୨୦୨୧। ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟ ପ୍ରକାଶ କରିଛି ଯେ, ଏହି ଆଇନଗୁଡ଼ିକ ଆନ୍ତଃଧର୍ମ ବିବାହକୁ ଟାର୍ଗେଟ କରିଥିବାବେଳେ ଅନ୍ୟ କେତେକ ରାଜ୍ୟ ବଳପ୍ରୟୋଗ,ପ୍ରଲୋଭନ, ଲାଞ୍ଚ, ଜବରଦସ୍ତି, ପ୍ରବଞ୍ଚନା ଆଦି ଅସ୍ପଷ୍ଟ ମାନଦଣ୍ଡ ଆଧାରରେ ଧର୍ମାନ୍ତରୀକରଣକୁ ନିଷେଧ କରିଛନ୍ତି। ଏହି ଧର୍ମନ୍ତରୀକରଣ ବିରୋଧୀ ଆଇନଗୁଡ଼ିକ ବହୁ ସମୟରେ ଅଣ ହିନ୍ଦୁଙ୍କ ବିରୋଧରେ ମିଥ୍ୟା ଅଭିଯୋଗ,ନିର୍ଯାତନା ଏବଂ ହିଂସାର କାରଣ ମଧ୍ୟ ହେଉଛି।
ଗୁଜରାଟ ଆନିମଲ ପ୍ରିଜରଭେଶନ (ଆମେଣ୍ଡ୍‌ମେଣ୍ଟ) ବିଲ୍‌, ୨୦୧୭ ଗୋ ହତ୍ୟାକରୀକୁ ଦଣ୍ଡ ଦିଏ, ଯାହା ସ୍ପଷ୍ଟ ଭାବେ ଏକ ଇକୋନୋମିକ କ୍ରାଇମ୍‌ ବା ଆର୍ଥିକ ଅପରାଧ, ଯେଉଁଥିରେ ଆଜୀବନ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। କୌଣସି ଆର୍ଥିକ ଅପରାଧରେ ଏଭଳି ଆଜୀବନ କରାଦଣ୍ଡର ବ୍ୟବସ୍ଥା ନାହଁି। ୨୦୨୦ରେ ଉତ୍ତରପ୍ରଦେଶରେ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟରେ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରୁ ଅଧାରୁ ଅଧିକ ଥିଲେ ଗୋ ହତ୍ୟା ଅଭିଯୁକ୍ତ। ଏହି ଆଇନରେ କୌଣସି ଅପରାଧ ନ କରିଥିଲେ ବି ଲୋକଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇପାରିବ। କଶ୍ମୀରରେ ପ୍ରତିବାଦକାରୀଙ୍କ ଉପରେ ପିିଲେଟ ଗନ୍‌ ବ୍ୟବହାର କରାଯାଉଛି। ଏହାଦ୍ୱାରା ଶିଶୁଙ୍କ ସମେତ ହଜାର ହଜାର ଲୋକ ଆହତ ହୋଇଛନ୍ତିି, ଏପରି କି ଦୃଷ୍ଟିଶକ୍ତି ହରାଇଛନ୍ତି। ଏହି ଘଟଣାଗୁଡ଼ିକୁ ନେଇ ଭାରତର ବନ୍ଧୁରାଷ୍ଟ୍ରଗୁଡ଼ିକ ଚିନ୍ତା ପ୍ରକଟ କରିଛନ୍ତି। ଏହି ସବୁ ନୂଆ ଆଇନ ହିନ୍ଦୁତ୍ୱର ଆମ ପାଇଁ ଉପହାର, ଯେଉଁଥିପାଇଁ ମ୍ୟାକମାଷ୍ଟର ନିର୍ଦ୍ଦିଷ୍ଟ ଭାବେ ଶବ୍ଦକୁ ବ୍ୟବହାର କରିଥିତ୍ଲେ। କିନ୍ତୁ ହିନ୍ଦୁତ୍ୱ ଶବ୍ଦ ଏବଂ ଯେଉଁ ଆଇନଗୁଡ଼ିକ ଲାଗି ଭାରତ ବିଶ୍ୱରେ ପଛକୁ ଟାଣି ହୋଇଯାଉଛି ତା’ର ନଁା ନ ଧରି ଜୟଶଙ୍କର ମ୍ୟାକମାଷ୍ଟରଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ସମସ୍ୟାଠାରୁ ଦୂରେଇ ଯାଇ ମ୍ୟାକମାଷ୍ଟରଙ୍କ ଅଭିଯୋଗର ଉତ୍ତର ଦେବାର ଏହା ଏକ ମାତ୍ର ଉପାୟ ଥିଲା। ଏହାକୁ ଭାରତ ଠିକ୍‌ ଭାବୁଛି, ଯାହା ଦ୍ୱାରା ହିନ୍ଦୁତ୍ୱ ମାଧ୍ୟମରେ ନିଜର ତଥା ଲୋକମାନଙ୍କର କ୍ଷତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri