Posted inଜାତୀୟ

ଭାଜପାକୁ ଝଟ୍‌କା ଦେବାକୁ ଦିଦି ପ୍ରସ୍ତୁତ, ୨୪ ବିଧାୟକଙ୍କ ସହ ଯୋଗାଯୋଗ ସ୍ଥାପନ ଦାବି…

କୋଲକାତା,୭।୯: ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଥିବା ୨୪ ଜଣ ଭାଜପା ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଟିଏମସିରେ ଯୋଗଦେବାକୁ ଚାହୁଁଥିବା ବିଧାୟକ ଏବଂ ନେତାଙ୍କ ଲମ୍ବା ଧାଡି ରହିଛି ବୋଲି ସେ କହିଛନ୍ତି।

ଚଳିତ ବର୍ଷ ଜୁନରେ ମୁକୁଲ ରାୟ ନିଜେ ଭାଜପା ଛାଡି ଟିଏମସି ଫେରିଥିଲେ। ସେ ଚାରି ବର୍ଷ ପୂର୍ବେ ଟିଏମସିରୁ ଭାଜପାକୁ ଯାଇଥିଲେ। ତେବେ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ସେ ପୁଣି ଥରେ ମମତା ବାନାର୍ଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛନ୍ତି।

ଗତ ଚାରି ସପ୍ତାହ ମଧ୍ୟରେ ସୋମେନ ରାୟ, ବିଶ୍ୱଜିତ ଦାସ ଏବଂ ତନ୍ମୟ ଘୋଷଙ୍କ ସମେତ ଚାରିଜଣ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏ ସମସ୍ତ ନେତା ମୁକୁଲ ରାୟଙ୍କ ନିକଟତର ବୋଲି ବିବେଚନା କରାଯାଏ।

ସୋମେନ ରାୟ ଗତ ସପ୍ତାହରେ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ପାର୍ଟିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଅଗଷ୍ଟ ୩୦ ରେ ବିଷ୍ଣୁପୁର ବିଧାୟକ ତନ୍ମୟ ଘୋଷ ଟିଏମସି ଫେରି ଆସିଥିଲେ। ଅଗଷ୍ଟ ୩୧ରେ ଉତ୍ତର ୨୪ ପ୍ରଗନା ଜିଲାର ବାଗଡା ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ବିଶ୍ୱଜିତ ଦାସ ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ।

ଏହାଦ୍ୱାରା ଏବେ ପଶ୍ଚିମବଙ୍ଗ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୭୧ କୁ ହ୍ରାସ ପାଇଛି। ଏହାକୁ ନେଇ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ଉପ ନିର୍ବାଚନ ପୂର୍ବରୁ ପୁଣି ବାଡ଼ ଡିଆଁ ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ତନାଗରେ ସର୍ଚ୍ଚ ଅପରେଶନ୍‌: ୪ ଆତଙ୍କବାଦୀ ମୃତ

ଶ୍ରୀନଗର,୧୫।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କୁ ସର୍ଚ୍ଚ ଅପରେଶନରେ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏହି ସର୍ଚ୍ଚ ଅପରେଶନ୍‌ରେ ୪ ଆତଙ୍କବାଦୀଙ୍କ...

ନୀତି ଆୟୋଗ ଏସ୍‌ଡିଜି ରିପୋର୍ଟ: ବିହାର ସବୁଠୁ ପଛୁଆ

ନୂଆଦିଲ୍ଲୀ, ୩୦।୭:କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିହାର ଦେଶର ସବୁଠୁ ପଛୁଆ ରାଜ୍ୟ। ନୀତୀଶ କୁମାର ସରକାରରେ ଭାଜପା ସହଯୋଗୀ ଦଳ ରହିଥିବାବେଳେ...

କରୋନା ସଙ୍କଟ ମଧ୍ୟରେ ସାମୁହିକ ଇସ୍ତଫା ଦେଲେ ୧୬ ଡାକ୍ତର

ଉନ୍ନାଓ,୧୩।୫: କରୋନା ସଙ୍କଟ ମଧ୍ୟରେ ଉତ୍ତରପ୍ରଦେଶ ଉନ୍ନାଓର ୧୬ଜଣ ସରକାରୀ ଡାକ୍ତର ସାମୁହିକ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା ଡାକ୍ତରମାନେ  ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚ୍‌ସି) ଓ...

ଚୋରି କରିବାକୁ ଆସିଥିଲା ଚୋର, ବ୍ୟାଗ୍‌ ଭର୍ତ୍ତି ଟଙ୍କା ଦେଖି ହେଲା ହାର୍ଟ ଆଟାକ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧।୪: ଉତ୍ତରପ୍ରଦେଶର ବିଜନୋରରେ ଚୋରି କରିବାକୁ ଆସିଥିବା ଜଣେ ଚୋର ବ୍ୟାଗ୍‌ରେ ୭ ଲକ୍ଷ ଟଙ୍କା ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ସେ ଏତେ ଖୁସି...

ଚାରା ଦୁନୀତିର ଡୋରଣ୍ଡା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ

ରାଞ୍ଚି,୧୫।୨: ଦେଶର ବହୁ ଚର୍ଚ୍ଚିତ ଚୋରା ଦୁର୍ନୀତିର ଡୋରଣ୍ଡା ମାମଲାରେ ରାଷ୍ଟୀୟ ଜନାତା ଦଳ(ଆରଜେଡି)ର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ମଙ୍ଗଳବାର...

ସିଏଏ ପ୍ରତ୍ୟାହାର କର:ରାଷ୍ଟ୍ରପତିଙ୍କୁ ଭେଟିଲେ ୧୨ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ,୧୮।୧୨(ପି.ଟି.):ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କ ବିରୋଧରେ ପୋଲିସର ଦମନଲୀଳା ନିଆଁରେ ଘିଅ...

ମୋ ପିତାଙ୍କୁ ବନ୍ଦୀ କରି ରଖାଯାଇଛି, ପାଟନା ଆସିବାକୁ ଦିଆଯାଉ ନାହିଁ: ତେଜ ପ୍ରତାପ

ପାଟନା,୩ ।୧୦: ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଏକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ଲାଲୁ...

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି।...

Advertisement
Archives

Model This Week