ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେଉଛି। ଏହି କ୍ରମରେ ଏବେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନେତ୍ରୀ ସ୍ତ୍ରୀ ଅମୃତା ସିଂ ଏବଂ କ୍ରିକେଟର ରବି ଶାସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।


ଖେଳପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ରବି ଶାସ୍ତ୍ରୀ ଏବଂ ଅମୃତା ଉଭୟ ଉଭୟଙ୍କୁ ପାଗଳ ପରି ଭଲ ପାଉଥିଲେ। ସେହି ସମୟରେ ଅର୍ଥାତ୍‌ ୮୦ ଦଶକରେ ଉଭୟ ନିଜ ନିଜ କ୍ୟାରିୟରେ ସଫଳତା ପାଇସାରିଥିଲେ। ରବିଙ୍କୁ ଦେଖିବା ପାଇଁ ଅମୃତା ସବୁବେଳେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହୁଥିଲେ। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେହେଲେ ସର୍ବସମ୍ମୁଖରେ ସ୍ବୀକାର କରି ନାହାନ୍ତି। ଏକଦା ଅମୃତା ରବିଙ୍କ ମ୍ୟାଚ ଦେଖିବା ପାଇଁ ଶାହାଜାନ୍‌ ମଧ୍ୟ ଯାଇଥିଲେ। ସେଠାରେ ରବିଙ୍କ ପ୍ରତିଟି ଚୌକା ଓ ଛକାରେ ସେ ତାଳି ମାରୁଥିଲେ। ଖାଲି ସେତିକି ନହେଁ, ରବିଙ୍କୁ ମଧ୍ୟ ଅମୃତାଙ୍କ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖିବାକୁ ମିଳୁଥିଲା। ଏକ ମାଗାଜିନ୍‌ର କଭର ପୃଷ୍ଠାରେ ରବି ଏବଂ ଅମୃତାଙ୍କ ଫଟୋ ଛପିଥିଲା। ଏହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେମାନଙ୍କ ନିର୍ବନ୍ଧ ଶେଷ ହୋଇଯାଇଛି, ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ମଧ୍ୟ ଥିଲେ। ମାତ୍ର ବିବାହ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା। ଏହାର କାରଣ ମଧ୍ୟ ରବି ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ, ସେ ଜଣେ ଅଭିନେତ୍ରୀ ସ୍ତ୍ରୀ ଚାହାନ୍ତି ନାହିଁ। ସ୍ତ୍ରୀର ପ୍ରଥମ ପ୍ରାଥମିକତା ଘର ହେଉ ବୋଲି ସେ ଚାହୁଁଥିବା କହିଥିଲେ। ରବିଙ୍କ ଏପରି କଥାର ଜବାବ ମଧ୍ୟ ଦେଇଥିଲେ ଅମୃତା। ସେ କହିଥିଲେ, ବର୍ତ୍ତମାନ ମୁଁ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ହେଲେ କିଛି ବର୍ଷ ପରେ ମୁଁ ଫୁଲ୍‌ ଟାଇମ୍‌ ସ୍ତ୍ରୀ ଏବଂ ମା’ ହେବି ବୋଲି ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri