ବିବାହ ପୂର୍ବରୁ ଏହି କ୍ରିକେଟରଙ୍କ ପ୍ରେମରେ ପାଗଳ ଥିଲେ ଅମୃତା ସିଂ

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ ଫଟୋ, ଭିଡିଓ ଏବଂ ସେମାନଙ୍କ ସହ ଜଡିତ କାହାଣୀ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଦୁବାଇରେ ଆଇପିଏଲ୍‌ ଆରମ୍ଭ ହୋଇଯାଇଛି। ତେଣୁ କ୍ରିକେଟରଙ୍କ ଲଭ୍‌ ଲାଇଫ୍‌କୁ ନେଇ ମଧ୍ୟ ଅନେକ ଖବର ଭାଇରାଲ ହେଉଛି। ଏହି କ୍ରମରେ ଏବେ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଅଭିନେତ୍ରୀ ସ୍ତ୍ରୀ ଅମୃତା ସିଂ ଏବଂ କ୍ରିକେଟର ରବି ଶାସ୍ତ୍ରୀଙ୍କ ପ୍ରେମ ସମ୍ପର୍କକୁ ନେଇ ଖବର ଭାଇରାଲ ହେବାରେ ଲାଗିଛି।


ଖେଳପ୍ରେମୀଙ୍କ ହୃଦୟରେ ରାଜ୍‌ କରୁଥିବା କ୍ରିକେଟର ରବି ଶାସ୍ତ୍ରୀ ଏବଂ ଅମୃତା ଉଭୟ ଉଭୟଙ୍କୁ ପାଗଳ ପରି ଭଲ ପାଉଥିଲେ। ସେହି ସମୟରେ ଅର୍ଥାତ୍‌ ୮୦ ଦଶକରେ ଉଭୟ ନିଜ ନିଜ କ୍ୟାରିୟରେ ସଫଳତା ପାଇସାରିଥିଲେ। ରବିଙ୍କୁ ଦେଖିବା ପାଇଁ ଅମୃତା ସବୁବେଳେ ଷ୍ଟାଡିୟମ୍‌ରେ ଉପସ୍ଥିତ ରହୁଥିଲେ। ମାତ୍ର ସେମାନେ ନିଜ ସମ୍ପର୍କକୁ ନେଇ କେବେହେଲେ ସର୍ବସମ୍ମୁଖରେ ସ୍ବୀକାର କରି ନାହାନ୍ତି। ଏକଦା ଅମୃତା ରବିଙ୍କ ମ୍ୟାଚ ଦେଖିବା ପାଇଁ ଶାହାଜାନ୍‌ ମଧ୍ୟ ଯାଇଥିଲେ। ସେଠାରେ ରବିଙ୍କ ପ୍ରତିଟି ଚୌକା ଓ ଛକାରେ ସେ ତାଳି ମାରୁଥିଲେ। ଖାଲି ସେତିକି ନହେଁ, ରବିଙ୍କୁ ମଧ୍ୟ ଅମୃତାଙ୍କ ଫିଲ୍ମର ଶୁଟିଂ ସେଟ୍‌ରେ ଦେଖିବାକୁ ମିଳୁଥିଲା। ଏକ ମାଗାଜିନ୍‌ର କଭର ପୃଷ୍ଠାରେ ରବି ଏବଂ ଅମୃତାଙ୍କ ଫଟୋ ଛପିଥିଲା। ଏହାକୁ ନେଇ ସେହି ସମୟରେ ଚର୍ଚ୍ଚା ଜୋର୍‌ ଧରିଥିଲା। ସେମାନଙ୍କ ନିର୍ବନ୍ଧ ଶେଷ ହୋଇଯାଇଛି, ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ସିରିୟସ୍‌ ମଧ୍ୟ ଥିଲେ। ମାତ୍ର ବିବାହ ପୂର୍ବରୁ ସମ୍ପର୍କରେ ପୂର୍ଣ୍ଣଛେଦ ପଡିଥିଲା। ଏହାର କାରଣ ମଧ୍ୟ ରବି ଏକ ସାକ୍ଷାତକାରରେ କହିଥିଲେ। ସେ କହିଥିଲେ ଯେ, ସେ ଜଣେ ଅଭିନେତ୍ରୀ ସ୍ତ୍ରୀ ଚାହାନ୍ତି ନାହିଁ। ସ୍ତ୍ରୀର ପ୍ରଥମ ପ୍ରାଥମିକତା ଘର ହେଉ ବୋଲି ସେ ଚାହୁଁଥିବା କହିଥିଲେ। ରବିଙ୍କ ଏପରି କଥାର ଜବାବ ମଧ୍ୟ ଦେଇଥିଲେ ଅମୃତା। ସେ କହିଥିଲେ, ବର୍ତ୍ତମାନ ମୁଁ କ୍ୟାରିୟର ଉପରେ ଧ୍ୟାନ ଦେବାକୁ ଚାହୁଁଛି। ହେଲେ କିଛି ବର୍ଷ ପରେ ମୁଁ ଫୁଲ୍‌ ଟାଇମ୍‌ ସ୍ତ୍ରୀ ଏବଂ ମା’ ହେବି ବୋଲି ଏକ ସାକ୍ଷାତକାରରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହିଦଙ୍କୁ ସଫଳ ଅଭିନେତାର ପରିଚୟ ଦେଲା ‘କବିର ସିଂ’

ମୁମ୍ବାଇ: ଅଭିନେତା ଶାହିଦ କପୁରଙ୍କ ଅଭିନୀତ ‘କବିର ସିଂ’ ରିଲିଜର ପ୍ରଥମ ଦିନରେ ହିଁ ୨୦କୋଟି ଟଙ୍କା ଅର୍ଜନ କରିପାରିଛି। ଏହାଦ୍ୱାରା ଶାହିଦ କପୁର ନିଜ...

ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।...

‘ରୋହିତଙ୍କ ସହ ମୋତେ ଓପନିଂ କରିବାକୁ କୋହଲି କହିଛନ୍ତି’

ଆବୁଧାବି,୯।୧୦: ଲଗାତାର ଦୁଇ ଅର୍ଦ୍ଧଶତକୀୟ ଇନିଂସ ଖେଳି ଫର୍ମକୁ ଫେରିଥିବା ସୂଚନା ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ। ସେ ଟି୨୦ ବିଶ୍ୱକପ୍‌ରେ ରୋହିତ...

କଟକ, କନ୍ଧମାଳର ସହଜ ବିଜୟ

ଭୁବନେଶ୍ୱର,୭।୫ (ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ଜାତୀୟ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ର କ୍ୱାର୍ଟରଫାଇନାଲ ଲିଗ୍‌ ପର୍ଯ୍ୟାୟରେ ଶନିବାର ଖେଳାଯାଇଥିବା ଦୁଇଟି ମ୍ୟାଚରେ...

ଆଜିଠାରୁ ଦକ୍ଷିଣ ଆଫ୍ରିକା-ଭାରତ ଲଢ଼େଇ; ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ...

ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଷ୍ଟୋକ୍ସ

ମାଞ୍ଚେଷ୍ଟର, ୨୩।୭(ପି.ଟି.)-  ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଶୁକ୍ରବାରଠାରୁ ଆରମ୍ଭ ହେବ। ୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସ୍ଥିତିରେ...

ହାତକୁ ଦୁଇ ହାତ ହେଲେ ଟେଲି ପରଦାର ‘ମହାଦେବ’

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ବେଶ ଗୋପନୀୟ ଭାବେ ଏହି ବିବାହ ସମ୍ପନ୍ନ...

ଲିଲିମା ଖେଳିଲେ ୧୫୦ତମ ମ୍ୟାଚ

ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା...

Advertisement
Archives

Model This Week