କୃତ୍ରିମ ଗୋଡ଼ ଲଗାଇବା ପାଇଁ ଆସିଥିଲେ ଦିବ୍ୟାଙ୍ଗ: ମିଳିଲା ମୃତଦେହ

କଣ୍ଟାପଡ଼ା, ୧୪।୧୦(ଡି.ଏନ୍‌.ଏ.)- କଟକ ଜିଲା ଓଲଟପୁରସ୍ଥିତ ଏସ୍‌.ଭି.ନିର୍‌ତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା ପ୍ରତିଷ୍ଠାନରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଏକ ୱାର୍ଡ ପଛପଟେ ଘର ରଙ୍ଗ ଦିଆଯାଇଯିବା ପାଇଁ ଥିବା ଶିଡ଼ିରେ ଜଣେ ଦିବ୍ୟାଙ୍ଗଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳଥିଲା। ମୃତକ ହେଲେ ଶିବଶଙ୍କର  ଭୁୟାଁ(୨୩)।  ଶିବଶଙ୍କରଙ୍କ ଘର ବାଲେଶ୍ୱର ଜିଲା କମରପଦା ଥାନା ଅନ୍ତର୍ଗତ କମରପଦା ଗ୍ରାମରେ। ଶିବଙ୍କ ବାପା ଯୋଗେନ୍ଦ୍ରଙ୍କ ଅଭିଯୋଗ କ୍ରମେ ଓଲଟପୁର ଥାନା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଗତ ସେପ୍ଟେମ୍ବର ୨୩ ତାରିଖରୁ କୃତ୍ରିମ ଗୋଡ଼ ଲଗାଇବା ପାଇଁ ଶିବଶଙ୍କର ନିର୍‌ତାରକୁ ଆସିଥିଲେ। ସେ ନିର୍‌ତାରର ଡର୍ମିଟୋରି ୮ନଂ. ବେଡ୍‌ରେ ରହିଥିଲେ। ବୁଧବାର ରାତି ୮ଟାବେଳେ ରୋଗୀମାନଙ୍କୁ ଗଣାଯିବା ବେଳେ ଶିବଶଙ୍କର ବେଡ୍‌ରେ ନ ଥିବା ଜଣାପଡିଥିଲା। ନିର୍‌ତାର ସୁରକ୍ଷାକର୍ମୀ ରାତି ପାଟ୍ରୋଲିଂ କରିବାବେଳେ ତାଙ୍କୁ ନିର୍ମାଣାଧୀନ ଓ୍ବାର୍ଡ଼ର ଶିଡ଼ିରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ଓଲଟପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୭ନମ୍ବର ୱାର୍ଡରେ ସରକାରୀ ଡ୍ରେନ ଅବରୋଧ: ଦୁର୍ଦ୍ଦଶା ଭୋଗୁଛନ୍ତି ଆମ୍ବେଦକର କଲୋନୀବାସୀ

ଯାଜପୁର ଅଫିସ,୧୬ା୧୦- ଦୀର୍ଘ ବର୍ଷ ହେଲା ବ୍ୟାସନଗର ସହରର ବିଭିନ୍ନ ସମସ୍ୟା ଅସମାହିତ ହୋଇରହିଛି। ବାର୍ଷିକ କୋଟିକୋଟି ଟଙ୍କା ବ୍ୟୟବରାଦ ହେଉଥିଲେ ସୁଦ୍ଧା ଆଜି ବି...

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି।...

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼

କଟକ ଅଫିସ,୨ା୧୧: କଟକ ଜିଲା ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀଠାରେ ଜଣେ ଯୁବକଙ୍କ ଏକତରଫା ପ୍ରେମର କରୁଣ ପରିସ୍ଥିତି ମଙ୍ଗଳବାର ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଙ୍କ...

ଏସ୍‌ପିଙ୍କ କାର୍ଯ୍ୟାଳୟରେ ଆତ୍ମାହୁତି ଉଦ୍ୟମ କଲେ ମହିଳା

ଢେଙ୍କାନାଳ ଅଫିସ,୨୦।୪(ବ୍ୟୁରୋ): ଢେଙ୍କାନାଳ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ବୁଧବାର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ହେଲେ ହିନ୍ଦୋଳ ବ୍ଲକ ବାଲିମିଥାନା ଦୁଦୁରକୋଟ ଗ୍ରାମର...

ତାତିଲେ ଅଙ୍ଗନଓ୍ବାଡ଼ୀ କର୍ମୀ

କେସିଙ୍ଗା,୨୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।...

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ: ଟପ୍‌ ଟେନ୍‌ରେ ରାୟଗଡ଼ାର ସ୍ମରଣିକା

ରାୟଗଡ଼ା ଅଫିସ,୭।୧: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ଚୂଡ଼ାନ୍ତ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ମୋଟ ୨୧୮ଜଣ...

ଭାଲୁ ଆକ୍ରମଣରେ ସାଇକେଲ ଆରୋହୀ ଗୁରୁତର

ସଜନାଗଡ଼,୧୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କେ.ପିଲାକ୍‌ରାଜ ପଞ୍ଚାୟତ ଚତିରିଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି।...

ଗାଡ଼ି ଗଡ଼ିବାରୁ ଡେଇଁ ପଡ଼ିଲେ: ଭାଜପା ନେତ୍ରୀ ସୁରମା ପାଢ଼ୀଙ୍କ ୨ ଭାଉଜ ମୃତ

ଚଣ୍ଡିଖୋଲ/ଛତିଆ,୧୭ା୧୦(ଡି.ଏନ୍‌.ଏ.): ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ବିରଜା କ୍ଷେତ୍ରକୁ ବାହାରିଥିଲେ ଭୁବନେଶ୍ୱର ଶହୀଦନଗର ଅଞ୍ଚଳର ଏକ ପରିବାର। ହେଲେ ମା’ଙ୍କ ଦର୍ଶନ ପୂର୍ବରୁ ଘଟିଲା...

Advertisement
Archives

Model This Week