କଣ୍ଢେଇ ପ୍ରସ୍ତୁତ କରି ସ୍ବାବଲମ୍ବୀ ହୋଇଛନ୍ତି ଦିବ୍ୟାଙ୍ଗ ମହିଳା

ଛତ୍ରପୁର,୨୪।୯(ସନ୍ତୋଷ ପାଢ଼ୀ):ଭଳିକି ଭଳି ସୁନ୍ଦର ସୁନ୍ଦର କଣ୍ଢେଇ। ଗଣେଶ, ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଏମିତି ଅନେକ ମୂର୍ତ୍ତି ସହ ପିଲାଙ୍କ ଖେଳଣା ପାଇଁ ଶଗଡ଼, ରାଜାରାଣୀ, ଘୋଡା, ମାଛ, ଘରଚଟିଆ ବସା, ଘର ଓ ଅଫିସର ସୌନ୍ଦର୍ଯ୍ୟକୁ ଦୁଇ ଗୁଣିତ କରିବା ପାଇଁ ଦିବ୍ୟଙ୍ଗ ମହିଳାମାନେ ନଡ଼ିଆ କତାରେ ତିଆରି କରୁଛନ୍ତି ସୁନ୍ଦର ମନଲୋଭା କଣ୍ଢେଇ। ଗଞ୍ଜାମ ଜିଲା ବଳରାମପୁରର ୭ଜଣ ଦିବ୍ୟାଙ୍ଗ ମହିଳା ମିଶି ଏହିସବୁ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ନିଜକୁ ଅକ୍ଷମ ଭାବି ଘରେ ବସି ରହୁଥିଲେ। ଦିନେ ଗ୍ରାମର ଜଣେ ଶିକ୍ଷିତ ମା’ ଆସି ସେମାନଙ୍କୁ ଏକତ୍ରିତ କରି କିଛି ଟଙ୍କା ରୋଜଗାର କରିବାର ପନ୍ଥା ଦେଖାଇ ମନରେ ଆସା ସଞ୍ଚାର କରିଥିଲେ। ଏବଂ କିଛି ଦିନ ପରେ ଜଣେ କଣ୍ଢେଇ କାରିଗରଙ୍କୁ ଡାକି ଏକ ସପ୍ତାହ ଧରି ଶିକ୍ଷା ଗ୍ରହଣ କରିଥିଲେ। ପରେ ନଡ଼ିଆ କତା ମଗାଇ ସେଥିରେ ରଙ୍ଗ ବେରଙ୍ଗ ସୂତା ସହ ଅନେକ ପ୍ରକାର ସାମଗ୍ରୀ ମିଶାଇ ଅତି ସୁନ୍ଦର ସୁନ୍ଦର ମୂର୍ତ୍ତି କଣ୍ଢେଇ, ଘର ସାମଗ୍ରୀ, ଏମିତି ଅନେକ ପ୍ରକାର ଘରକୁ ସୁନ୍ଦର ଲାଗିବା ସହ ପିଲାଙ୍କ ଖେଳନା ଆଦି ପ୍ରସ୍ତୁତ କରି ଏବେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଭଳି କଣ୍ଢେଇ ଲୋକଙ୍କୁ ଅଧିକ ପସନ୍ଦ ଆସୁଥିବା ହେତୁ କଣ୍ଢେଇର ତିଆରି ମୂଲ୍ୟ ଠାରୁ ଅଧିକ ଲାଭ ହୋଇଥିବା କହିଛନ୍ତି। ଏଭଳି କାମ କରି ନିଜେ ସ୍ବାବଲମ୍ବୀ ହେବାସହ ଘରର ଆର୍ଥିକ ସ୍ଥିତିରେ ମଧ୍ୟ ସହଯୋଗ କରିପାରୁଛନ୍ତି । ଏହି କଣ୍ଢେଇ ତିଆରି କଳାକୁ ଆହୁରି ଆଗକୁ ନେବାକୁ ଇଛା ଥିବା ବେଳେ ସରକାରଙ୍କ ସହଯୋଗ ଲୋଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘସିପୁରାରୁ ସ୍ଵାଧୀନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୩।୫: ଘସିପୁରା ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ। ଶୁକ୍ରବାର ଆନନ୍ଦପୁରରେ ସମର୍ଥକଙ୍କ ସହ ବୈଠକ ପରେ ତାଙ୍କ ନିଷ୍ପତ୍ତି...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମହିଳାଙ୍କ ଗୋଡ଼ରେ ଚଢ଼ିଗଲା ବସ୍‌ ଚକା

ହିଞ୍ଜିଳିକାଟୁ,୩।୫(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଶେରଗଡ଼ ବ୍ଲକ ଅଧୀନ ପିତଳ ଛକଠାରେ ଶୁକ୍ରବାର ଏକ ଅଘଟଣ ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଚକା ଜଣେ...

ଶକ୍ତି ପ୍ରଦର୍ଶନ କଲା ଭାଜପା, ଅନନ୍ତ-ମୋହନ-ଅଖିଳ କଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଭାଜପାର ଏମପି ପ୍ରାର୍ଥୀ ଅନନ୍ତ ନାଏକଙ୍କ ସହ କେନ୍ଦୁଝର ସଦର ଏବଂ ପାଟଣା ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ମୋହନ...

ମ୍ୟାଜିକ ଶୋ’ରେ ବିଜେଡିର ନିର୍ବାଚନ ପ୍ରଚାର

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି, ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଆରା...

ନାମାଙ୍କନ ଭରିଲେ ଭାଜପା ପ୍ରାର୍ଥୀ ଗୋକୁଳାନନ୍ଦ

ପୋଲସରା,୩।୫(ସୁବ୍ରତ ବେହେରା): ଗଞ୍ଜାମ ଜିଲା ପୋଲସରା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ନାମାଙ୍କନ ଦାଖଲ କରିଛନ୍ତି। ଭାଜପା ବିଧାୟକ ପ୍ରାର୍ଥୀ ଗୋକୁଳାନନ୍ଦ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri