ସାନଖେମୁଣ୍ଡିରେ ବ୍ୟାପିଲା ଝାଡାବାନ୍ତି: ଚାଲିଗଲା ୨ ଜୀବନ

ଦିଗପହଣ୍ଡି/ପାଟପୁର,୨୨।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦାମପୁର ଗାଁରେ ଝାଡାବାନ୍ତି କାୟା ବିସ୍ତାର କରୁଛି। ମଙ୍ଗଳବାର ଝାଡାବାନ୍ତିରେ ସଂକ୍ରମିତ ହୋଇ ଗାଁ ନିକଟ କ୍ୱାକ ଦ୍ୱାରା ଚିକିତ୍ସାଧୀନ ସମ୍ବାରୁ ମଲ୍ଲିକ(୬୦) ଏବଂ କାନ୍ଦରା ମଲ୍ଲିକ(୬୨)ଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ସେହିପରି ଝାଡାବାନ୍ତିରେ ଗ୍ରାମର ୧୦ରୁ ଊଦ୍ଧର୍‌ବ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକୁରି ମଲ୍ଲିକ ନାମ୍ନୀ ଜଣେ ବୃଦ୍ଧାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏନେଇ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ବାହନ ଦାସଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ। କିନ୍ତୁ ସେଠାକାର ସ୍ବାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରି ତଥ୍ୟ ସଂଗ୍ରହ କରିବେ ବୋଲି କହିଛନ୍ତି।

ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଫାସିଗୁଡା ଗ୍ରାମରେ ଗତ ଶନିବାରଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ୫ଜଣ ଏଥିରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି । ସେମାନେ ହେଲେ ଫାସିଗୁଡା ଗ୍ରାମ ନୂଆସାହିର କାଶି ନାୟକ, ସୁବୁଦ୍ଧି ପ୍ରଧାନ, ସୀମାଞ୍ଚଳ ମଣ୍ଡଳ, ଲଗ୍ନା ବିଶ୍ବାଳ, ଜାଡି ନାୟକ।

ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।

ପୂର୍ବରୁ ବ୍ଳକ ଅଧୀନ ସହଦେବ ଟିକରପଡା ପଞ୍ଚାୟତର ଜନଜାତି ବହୁଳ ଉସ୍ତପଲ୍ଲୀ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୩ ଜଣକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲେ ମଧ୍ୟ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ ଏହାକୁ ଅସ୍ବୀକାର କରାଯାଇଥିଲା ।

ଫାସିଗୁଡ଼ା ଗ୍ରାମରେ ଝାଡାବାନ୍ତି ବ୍ୟାପିଥିବା ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ବ୍ଳକ ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗ୍ରାମରେ ଭ୍ରାମ୍ୟମାଣ ମେଡିକାଲ ଟିମ୍‌ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରାଇବା ସହ ଝାଡ଼ାବାନ୍ତି ପ୍ରତିରୋଧକ ଔଷଧ ବଣ୍ଟନ କରିଥିଲେ।

ସେହିପରି ଗ୍ରାମ୍ୟ ଓ ଜଳ ପରିମଳ ବିଭାଗ ପକ୍ଷରୁ କର୍ମଚାରୀ ପହଞ୍ଚି ପାଣି ନମୁନା ପରୀକ୍ଷଣ କରିବା ସହ ଗ୍ରାମରେ ରହିଥିବା ସମସ୍ତ ନଳକୂପଗୁଡ଼ିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବା ସହ ବିଶୋଧନ କରିଥିବା ଜଣାପଡ଼ିଛି । ବ୍ଳକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ, ଉପାଧ୍ୟକ୍ଷା ପ୍ରତିନିଧି ନକୁଳ ପ୍ରଧାନ, ସରପଞ୍ଚ ଗୌରୀ ବିଷୋୟୀ , ସରପଞ୍ଚଙ୍କ ପ୍ରତିନିଧି ଶିବରାମ ପ୍ରଧାନ ପ୍ରମୁଖ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଘରକୁ ଘର ବୁଲି ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନୀତିନ ନବୀନ: ଏବେଠୁ ରଣନୀତି ପ୍ରସ୍ତୁତ, ଆଗକୁ…

ଜଟଣୀ,୧୮।୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ…

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ଗୁପ୍ତାଙ୍ଗରେ ବ୍ଲେଡ୍‌ ପୂରାଇଦେଲେ ସ୍ବାମୀ, ପୋଲିସ ଆଗରେ ୪ ବର୍ଷର ଝିଅ ଖୋଲିଲା ରହସ୍ୟ

ରାୟପୁର,୧୮।୫: ଛତିଶଗଡ଼ର ସୁରଗୁଜା ଜିଲାରୁ ଏକ ଅତ୍ୟନ୍ତ ଅମାନୁଷିକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଅତି…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

ଶ୍ରୀଜିଉଙ୍କୁ ଦର୍ଶନ କଲେ ନୀତିନ ନବୀନ

ପୁରୀ,୧୮।୫(ଅଜିତ୍‌ କୁମାର ମହାନ୍ତି): ଶ୍ରୀକ୍ଷେତ୍ରରେ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ସେ ଶ୍ରୀମନ୍ଦିରକୁ ପହଞ୍ଚି ସିଂହଦ୍ୱାର ଦ୍ୱାରରେ…

୧୪ ବର୍ଷ ଝିଅର କଥା ଶୁଣି ଚୁପ୍‌ଚାପ୍‌ ଏମିତି କାମ କରିଦେଲେ ମୁଖ୍ୟମନ୍ତ୍ରୀ ବିଜୟ: ଚାରିଆଡ଼େ ଚର୍ଚ୍ଚା

ଚେନ୍ନାଇ,୧୮।୫: ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି। ସେ ପୁଣି ଥରେ ଏପରି ଏକ ପଦକ୍ଷେପ…

ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ୪୫ ଜଣ ସରପଞ୍ଚ, ସମିତିସଭ୍ୟ ଉପଜିଲାପାଳଙ୍କୁ ଭେଟି…

ନୟାଗଡ,୧୮।୫( ଲୋକନାଥ ମିଶ୍ର): ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ପ୍ରସ୍ତାବ। ଗତ ୧୧ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ…

ଭୁବନେଶ୍ୱରରେ ଖୋଲିବ SEBI କାର୍ଯ୍ୟାଳୟ

ଭୁବନେଶ୍ୱର,୧୮।୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ…

ଶିଶୁ ନିର୍ଯାତନା ନେଇ ସଚେତନ କାର୍ଯ୍ୟକ୍ରମ, ସୁରକ୍ଷିତ ଶୈଶବ….

ପୁରୁଷୋତ୍ତମପୁର,୧୮।୫( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକା ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ସୋମବାର ହିନ୍ଦି ପ୍ରଚାସଭା ପରିଷରରେ ସୁରକ୍ଷିତ ଶୈଶବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri