ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ, ଆଉ ୬ ମୃତ

ଯାଜପୁର,୧୨ା୬ (ହର୍ଷବର୍ଦ୍ଧନ ବେହେରା): ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ମଙ୍ଗଳବାର ରାତିରୁ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ପୁଣି ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୋରେଇ, ଧର୍ମଶାଳା, ରସୁଲପୁର, ଦାନଗଦି, ବଡ଼ଚଣା ବ୍ଲକ୍‌ ସହିତ ବ୍ୟାସନଗର ପୌରାଞ୍ଚଳରେ ରୋଗୀ ସଂଖ୍ୟା ବଢ଼ି ଚାଲିଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ମଙ୍ଗଳବାର ଦାନଗଦି ବ୍ଲକର ସନାତନ ପାତ୍ର, ବ୍ୟାସନଗର ପୌରାଞ୍ଚଳ ମାରଓ୍ବାଡିପଡ଼ାର ତୋଳାରାମ ଶର୍ମାଙ୍କ ମୃତ୍ୟୁ ଘଟିଥିଲା। ବୁଧବାର କୋରେଇ ବ୍ଲକ ସୁନ୍ଦରପୋଖରୀ ଗ୍ରାମର ଅଞ୍ଜନା ଜେନା, ଜଳନ୍ଦା ଗ୍ରାମର ଜାନକୀ ମଲିକ, ବଡ଼ଚଣା ବ୍ଲକ ସମିଆ ପଞ୍ଚାୟତ କଳକଳା ଗ୍ରାମର ମଦନମୋହନ ମଲିକ ଓ ଶାଳପଡ଼ା ପଞ୍ଚାୟତ ତିଳପଦା ଗ୍ରାମର ଦିଲୀପ ମଲିକ, ଦାନଗଦି ବ୍ଲକ୍‌ ତରେଇଲୋ ଗ୍ରାମର ସୁଦର୍ଶନ ପାତ୍ର ଓ ଦାନଗଦି ବ୍ଲକ୍‌ ତରେଇଲୋ ଗ୍ରାମର ବସନ୍ତ ପାତ୍ରଙ୍କ ମୃତ୍ୟୁ ଘଟିଛି। ସୁଦର୍ଶନଙ୍କ ଆନନ୍ଦପୁର ସିଏଚ୍‌ସିରେ ଓ ବସନ୍ତଙ୍କ କଟକ ବଡ଼ ଡାକ୍ତରଖାନରେ ମୃତ୍ୟୁ ଘଟିଛି। ତେବେ ସରକାରୀ ଭାବେ ତୋଳାରାମ ଏବଂ ସନାତନଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଦର୍ଶାଯାଉଛି। ଅଞ୍ଜନା ଏବଂ ଜାନକୀଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚନା ମିଳିଛି। ତେବେ ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଝାଡ଼ବାନ୍ତିରେ ଆକ୍ରାନ୍ତ ହୋଇ ଉଭୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଅନ୍ୟପକ୍ଷେ ଅନ୍ୟ ମୃତକଙ୍କ ସଂକ୍ରାନ୍ତରେ ସରକାରୀ ଭାବେ କୌଣସି ସୂଚନା ମିଳିନାହିଁ। ଧର୍ମଶାଳା ବ୍ଲକରେ ଅନେକ ଆକ୍ରାନ୍ତ ହୋଇଛନ୍ତି। କଟକ ବଡ଼ ମେଡିକାଲରୁ ଏକ ଡାକ୍ତରୀ ଟିମ୍‌ ସେଠାରେ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି। ଅନ୍ୟପକ୍ଷେ ୩ ମେଡିକାଲ ଟିମ୍‌ ଯାଜପୁରର ବିଭିନ୍ନ ବ୍ଲକରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହିତ କେଉଁ କାରଣ ପାଇଁ ଝାଡ଼ାବାନ୍ତି ବ୍ୟାପୁଛି ତାହାର ତଦନ୍ତ ଚଳାଇଛନ୍ତି।
ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୧୦ ଜଣ ରୋଗୀ ଭର୍ତ୍ତି ହୋଇଥିବାବେଳେ ସେଥିରୁ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୩୫ ଜଣ ରୋଗୀ ଭର୍ତ୍ତି ହୋଇଥିବାବେଳେ ୧୨ ଜଣ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ୭୬ ଜଣ ସୁସ୍ଥ ହୋଇଛନ୍ତି। ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭୨ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ଗୁରୁତରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଏବଂ ୪୯ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୫୧ ଜଣ ଏଯାଏ ଭର୍ତ୍ତି ହୋଇଥିବାବେଳେ ୧୨ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ରସୁଲପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬୯ ଜଣ ରୋଗୀ ଭର୍ତ୍ତି ହୋଇଥିବାବେଳେ ୩ ଜଣଙ୍କୁ ସ୍ଥାନାନ୍ତର ଓ ୬୧ ଜଣ ସୁସ୍ଥ ହୋଇ ସାରିଛନ୍ତି। କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫୪ ଜଣ ରୋଗୀ ଭର୍ତ୍ତି ହୋଇଥିବାବେଳେ ୭ ଜଣ ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି। ବୁଧବାର ସନ୍ଧ୍ୟାରେ କଟକ ଆରଡିସି ଭି.ପରମେଶ୍ୱରମ୍‌, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ରଥ, ଯାଜପୁର ଜିଲାପାଳ ପି.ଅନ୍ବେଷା ରେଡ୍ଡୀ, ଜିଲା ଖାଦ୍ୟ ନିରୀକ୍ଷକ ରାକେଶ କୁମାର ସାହୁ ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପାଣିକୁ ସିଧାସଳଖ ନ ପିଇ ଫୁଟାଇ ଓ ଛାଣି ପିଅନ୍ତୁ, ଘରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ ଖାଆନ୍ତୁ ବୋଲି ମରାମର୍ଶ ଦେଇଛନ୍ତି। ବାହାରେ ଅସ୍ବାସ୍ଥ୍ୟକର ପରିବେଶରେ ଥିବା ଠେଲା ଦୋକାନ କିମ୍ବା ବାହାରେ ବିକ୍ରୟ ହେଉଥିବା ଫାଷ୍ଟଫୁଡ ନ ଖାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜିଲା ଖାଦ୍ୟ ସୁରକ୍ଷା ନିରୀକ୍ଷକ ରାକେଶ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ବିଭିନ୍ନ ଅଞ୍ଚଳରୁ ପାଣି, ଖାଦ୍ୟ ଓ ମାଛ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଗୁରୁବାର ଏକ ମୋବାଇଲ ଟିମ୍‌ ପହଞ୍ଚି ଖାଦ୍ୟ ଓ ପାଣିର ପରୀକ୍ଷା କରିବ। ପରୀକ୍ଷା ରିପୋର୍ଟ ଆସିବା ପରେ ଝାଡ଼ାବାନ୍ତି ସଂକ୍ରମଣ ସମ୍ପର୍କରେ ସ୍ପଷ୍ଟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉନାହାନ୍ତି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ରଥ: ଖେଳିଗଲା ଶୋକର ଛାୟା

ଦିଗପହଣ୍ଡି,୨୧।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନ ବାସିନ୍ଦା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ରଥ (୬୪)ଙ୍କ ହୃଦଘାତରେ ପରଲୋକ…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନରେ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ୨୪ ତାରିଖରୁ ବର୍ଷିିବ ଧନ, ଚାକିରିରେ ବଡ଼ ପଦୋନ୍ନତି!

ଭୁବନେଶ୍ୱର: ଜ୍ୟୋତିଷୀୟ ଗଣନା ଅନୁଯାୟୀ, ମଙ୍ଗଳ ଦେବ ବର୍ତ୍ତମାନ ପୁନର୍ବସୁ ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬ରେ ମଙ୍ଗଳ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ।…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ସୁପୋଷିତ ଓଡ଼ିଶା ମିଶନ: ୨୧,୫୯୪ ଅଙ୍ଗନୱାଡି କେନ୍ଦ୍ରରେ ସର୍ଭେ କାର୍ଯ୍ୟ ଆରମ୍ଭ

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ମାଧ୍ୟମରେ ରାଜ୍ୟର ୨୧,୫୯୪ଟି ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସେବା ଯୋଜନା (NSS)ର ବିଭିନ୍ନ ଶାଖାରେ କାର୍ଯ୍ୟରତ ୪,୩୩୪ ଜଣ ସ୍ବେଚ୍ଛାସେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?