ଡାଇବେଟିସ୍‌ଜନିତ ପାଦ ଘା’

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଉଛି ସୁଗାର ଏବଂ ଖାଦ୍ୟକୁ ନିୟନ୍ତ୍ରଣ କରିବା ଓ ନିୟମିତ ଔଷଧ ସେବନ କରିବା। ମାତ୍ର ଡାଇବେଟିସ୍‌ର ଏକ ଜଟିଳ ସମସ୍ୟା ହେଉଛି ଏହା ଜନିତ ପାଦ ଘା’ ଯାହାର ପରିଣାମ ପ୍ରାଣଘାତୀ ହୋଇପାରେ। ଡାଇବେଟିସ୍‌ ପାଦ ଘା’ ସାଧାରଣତଃ ଗୋଟିଏ ଛୋଟ ଖଣ୍ଡିଆ ବା ଫୋଟକାରୁ ଆରମ୍ଭ ହୋଇଥାଏ। ଯେହେତୁ ଅଧିକାଂଶ ଡାଇବେଟିସ୍‌ ରୋଗୀ ସ୍ନାୟୁ ବା ନର୍ଭ ଯନ୍ତ୍ରଣାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଭାବେ ଅନୁଭବ କରିପାରନ୍ତି ନାହିଁ ଏବଂ ସେମାନଙ୍କ କ୍ଷେତ୍ରରେ ପ୍ରାୟତଃ ଗୋଡକୁ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରି ନ ଥାଏ ବା କମ୍‌ ହୋଇଥାଏ, ତେଣୁ ଏହି ଛୋଟ ଖଣ୍ଡିଆ ବା ଫୋଟକା ମଧ୍ୟ ସହଜରେ ନ ଶୁଖି ଘା’ରେ ପରିଣତ ହୋଇଯାଏ। କେତେକଙ୍କ କ୍ଷେତ୍ରରେ ଏହା ଧୀରେ ଧୀରେ ସଂକ୍ରମିତ ହୋଇ ହାଡକୁ ପହଞ୍ଚତ୍ବା ସହ ବେଳେ ବେଳେ ଜଟିଳ ହୋଇ ପାଦ କାଟିବା ଭଳି ସ୍ଥିତି ମଧ୍ୟ ଉପୁଜିଥାଏ। ତେବେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଆମ ଦେଶ ଭାରତକୁ ପୃଥିବୀର ଡାଇବେଟିସ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି। ଏଠାରେ ଥିବା ସମସ୍ତ ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରେ ପ୍ରତି ଚାରିଜଣରେ ଜଣଙ୍କଠାରେ ପାଦ ଘା’ ଜନିତ ସମସ୍ୟା ଦେଖାଦେଇଥାଏ। ଦୁର୍ଘଟଣାକୁ ବାଦ୍‌ ଦେଲେ ଅଧିକାଂଶ ପାଦ କାଟିବାର କାରଣ ହେଉଛି ଡାଇବେଟିସ୍‌ ଜନିତ ପାଦ ଘା’। ଏହି ଘା’ ନା କେବଳ ଶାରୀରିକ କଷ୍ଟ ଦେଇଥାଏ ବରଂ ଏହାର ଚିକିତ୍ସା ଜନିତ ଖର୍ଚ୍ଚ ମଧ୍ୟ ବ୍ୟୟବହୁଳ। ଏମିତିକି ଏଥିପାଇଁ ବର୍ଷ ବର୍ଷର ସଞ୍ଚତ୍ତ ଆୟ ବି ଶେଷ ହୋଇଯାଇଥାଏ।
ପ୍ରମୁଖ କାରଣ
ଭାରତୀୟମାନଙ୍କଠାରେ ଡାଇବେଟିସ୍‌ ଜନିତ ପାଦ ଘା’ ସମସ୍ୟା ଅଧିକ ଦେଖାଦେବାର ମୁଖ୍ୟ କାରଣଗୁଡ଼ିକ ହେଉଛି-
-କେତେକ ସମୁଦାୟରେ ଏବେବି ପ୍ରଚଳିତ ଥିବା ଖାଲି ପାଦରେ ଚାଲିବା ପ୍ରଥା।
– ପାଦକୁ ଠିକ୍‌ ଭାବରେ ଫିଟ୍‌ ହେଉ ନ ଥିବା ବା ଟାଇଟ୍‌ ଜୋତା ପିନ୍ଧିବା।
– ଯଥା ସମୟରେ ଏହାର ଚିକିତ୍ସା ନ କରାଇବା, ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳରେ ଠିକ୍‌ ସମୟରେ ଚିକିତ୍ସାରେ ଅବହେଳା କରିବା।
– ଅନିୟନ୍ତ୍ରିତ ବ୍ଲଡ୍‌ ସୁଗାର।
ନିୟନ୍ତ୍ରଣର ଉପାୟ
ଡାଇବେଟିସ୍‌ଜନିତ ପାଦ ଘା’ ଏବଂ ଏହାର ଜଟିଳତାକୁ ରୋକିବା ପାଇଁ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ସେହି ପଦକ୍ଷେପଗୁଡିକ ହେଲା:
– ଡାଇବେଟିସ୍‌ ସମସ୍ୟା ଥିଲେ ପ୍ରତିଦିନ ନିଜେ ପାଦକୁ ଯାଞ୍ଚ କରିବା ଦରକାର।
– ଖାଲି ପାଦରେ ଚାଲିବା ଅନୁଚିତ।
– ଠିକ୍‌ ଫିଟ୍‌ ହେଉଥିବା ଏବଂ କମ୍ଫର୍ଟେବଲ୍‌ ଜୋତା ପିନ୍ଧିବା।
– ପ୍ରତିଦିନ ଗୋଡ଼କୁ ଭଲ ଭାବେ ଧୁଅନ୍ତୁ, ବିଶେଷ କରି ଆଙ୍ଗୁଠି ସନ୍ଧିଗୁଡ଼ିକୁ ଭଲ ଭାବେ ଧୋଇ ସଫା କରନ୍ତୁ ଏବଂ ଭଲ ଭାବେ ପୋଛନ୍ତୁ।
– ଶୁଖିଲା ପାଦରେ ପ୍ରତିଦିନ ନଡ଼ିଆ ତେଲ କିମ୍ବା ମଶ୍ଚରାଇଜର୍‌ ଲଗାନ୍ତୁ।
– ନଖ କାଟନ୍ତୁ ଏବଂ ଏହାକୁ ପରିଷ୍କାର ରଖନ୍ତୁ।
– ପାଦରେ ଘା’ ନ ଥିଲେ ବି ଡାଇବେଟିସ୍‌ ରୋଗୀ ବର୍ଷରେ ଥରେ ଡାକ୍ତରଙ୍କ ନିକଟରେ ପାଦ ପରୀକ୍ଷା କରାଇନେବା ଭଲ।
– ଯଦି ପାଦରେ ଘା’ ହୁଏ ଏବଂ ଏହା ଶୁଖିବାରେ ବିଳମ୍ବ ହୁଏ, ସେଥିରୁ ଦୁର୍ଗନ୍ଧ କିମ୍ବା ପୂଜ ବାହାରେ ତେବେ ମନଇଚ୍ଛା ଔଷଧ ନ ଲଗାଇ ଅବା ଆଦୌ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଲେ ଏହା ଶୀଘ୍ର ଠିକ୍‌ ହୋଇପାରେ।
ଡାଇବେଟିସ୍‌ଜନିତ ପାଦ ଘା’ ପ୍ରତିରୋଧ କେବଳ ରୋଗୀଙ୍କ ଦାୟିତ୍ୱ ନୁହେଁ। ତେଣୁ ଏଥିପାଇଁ ଡାକ୍ତର, ନର୍ସ, କମ୍ୟୁନିଟି ହେଲ୍‌ଥ କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ ସହଯୋଗ ଆବଶ୍ୟକ। ଯଦିଓ ଭାରତରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଏ ଦିଗରେ ସତର୍କ କରାଯାଇ ହଜାର ହଜାର ଲୋକଙ୍କ ପାଦ କାଟିବାରୁ ରକ୍ଷା କରାଯାଇପାରୁଛି। ତଥାପି ପରିତାପର ବିଷୟ ଯେ, ଏବେ ବି ପ୍ରତି ୩୦ ସେକେଣ୍ଡରେ ଗୋଟିଏ ପାଦ ଡାଇବେଟିସ୍‌ ଯୋଗୁ କଟାଯାଉଛି। ତେଣୁ ଏହି ସମସ୍ୟାକୁ ଏକ ଜରୁରିକାଳୀନ ସ୍ଥିତି ଭାବେ ଧରାଯିବା ଆବଶ୍ୟକ। ଡାଇବେଟିସ୍‌ ରୋଗୀ ନିଜ ପାଦର ଯତ୍ନ ନେବା ସହ ଘା’ର ଲକ୍ଷଣ ଦେଖିବା ମାତ୍ରେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇନେଲେ ଏହି ସମସ୍ୟାରୁ ଦୂରେଇ ରହିବା ସହିତ ଏକ ସୁସ୍ଥ ଜୀବନ ଜିଇପାରିବେ।

ଡା. ଯତୀନ କୁମାର ମାଝୀ
-ଡାଇବେଟୋଲୋଜିଷ୍ଟ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଭୁବନେଶ୍ୱର
ମୋ: ୯୪୩୮୩୭୦୬୩୯

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣରେ ଦିଲ୍ଲୀବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନ ଦାବିରେ ବାହାରିଲା ରାଲି

ନୂଆଦିଲ୍ଲୀ,୯ା୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହୋଇ ଶନିବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିଥିଲା। ଦିଲ୍ଲୀ ରେଡ୍‌ ଜୋନ୍‌ରେ ପ୍ରବେଶ...

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri