ଡାଇବେଟିସ୍‌ଜନିତ ପାଦ ଘା’

ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରମୁଖ ସମସ୍ୟା ହେଉଛି ସୁଗାର ଏବଂ ଖାଦ୍ୟକୁ ନିୟନ୍ତ୍ରଣ କରିବା ଓ ନିୟମିତ ଔଷଧ ସେବନ କରିବା। ମାତ୍ର ଡାଇବେଟିସ୍‌ର ଏକ ଜଟିଳ ସମସ୍ୟା ହେଉଛି ଏହା ଜନିତ ପାଦ ଘା’ ଯାହାର ପରିଣାମ ପ୍ରାଣଘାତୀ ହୋଇପାରେ। ଡାଇବେଟିସ୍‌ ପାଦ ଘା’ ସାଧାରଣତଃ ଗୋଟିଏ ଛୋଟ ଖଣ୍ଡିଆ ବା ଫୋଟକାରୁ ଆରମ୍ଭ ହୋଇଥାଏ। ଯେହେତୁ ଅଧିକାଂଶ ଡାଇବେଟିସ୍‌ ରୋଗୀ ସ୍ନାୟୁ ବା ନର୍ଭ ଯନ୍ତ୍ରଣାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଭଲ ଭାବେ ଅନୁଭବ କରିପାରନ୍ତି ନାହିଁ ଏବଂ ସେମାନଙ୍କ କ୍ଷେତ୍ରରେ ପ୍ରାୟତଃ ଗୋଡକୁ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇପାରି ନ ଥାଏ ବା କମ୍‌ ହୋଇଥାଏ, ତେଣୁ ଏହି ଛୋଟ ଖଣ୍ଡିଆ ବା ଫୋଟକା ମଧ୍ୟ ସହଜରେ ନ ଶୁଖି ଘା’ରେ ପରିଣତ ହୋଇଯାଏ। କେତେକଙ୍କ କ୍ଷେତ୍ରରେ ଏହା ଧୀରେ ଧୀରେ ସଂକ୍ରମିତ ହୋଇ ହାଡକୁ ପହଞ୍ଚତ୍ବା ସହ ବେଳେ ବେଳେ ଜଟିଳ ହୋଇ ପାଦ କାଟିବା ଭଳି ସ୍ଥିତି ମଧ୍ୟ ଉପୁଜିଥାଏ। ତେବେ ଅତ୍ୟନ୍ତ ଦୁଃଖର ବିଷୟ ଯେ, ଆମ ଦେଶ ଭାରତକୁ ପୃଥିବୀର ଡାଇବେଟିସ୍‌ କ୍ୟାପିଟାଲ୍‌ ବୋଲି କୁହାଯାଉଛି। ଏଠାରେ ଥିବା ସମସ୍ତ ଡାଇବେଟିସ୍‌ ରୋଗୀଙ୍କ ମଧ୍ୟରେ ପ୍ରତି ଚାରିଜଣରେ ଜଣଙ୍କଠାରେ ପାଦ ଘା’ ଜନିତ ସମସ୍ୟା ଦେଖାଦେଇଥାଏ। ଦୁର୍ଘଟଣାକୁ ବାଦ୍‌ ଦେଲେ ଅଧିକାଂଶ ପାଦ କାଟିବାର କାରଣ ହେଉଛି ଡାଇବେଟିସ୍‌ ଜନିତ ପାଦ ଘା’। ଏହି ଘା’ ନା କେବଳ ଶାରୀରିକ କଷ୍ଟ ଦେଇଥାଏ ବରଂ ଏହାର ଚିକିତ୍ସା ଜନିତ ଖର୍ଚ୍ଚ ମଧ୍ୟ ବ୍ୟୟବହୁଳ। ଏମିତିକି ଏଥିପାଇଁ ବର୍ଷ ବର୍ଷର ସଞ୍ଚତ୍ତ ଆୟ ବି ଶେଷ ହୋଇଯାଇଥାଏ।
ପ୍ରମୁଖ କାରଣ
ଭାରତୀୟମାନଙ୍କଠାରେ ଡାଇବେଟିସ୍‌ ଜନିତ ପାଦ ଘା’ ସମସ୍ୟା ଅଧିକ ଦେଖାଦେବାର ମୁଖ୍ୟ କାରଣଗୁଡ଼ିକ ହେଉଛି-
-କେତେକ ସମୁଦାୟରେ ଏବେବି ପ୍ରଚଳିତ ଥିବା ଖାଲି ପାଦରେ ଚାଲିବା ପ୍ରଥା।
– ପାଦକୁ ଠିକ୍‌ ଭାବରେ ଫିଟ୍‌ ହେଉ ନ ଥିବା ବା ଟାଇଟ୍‌ ଜୋତା ପିନ୍ଧିବା।
– ଯଥା ସମୟରେ ଏହାର ଚିକିତ୍ସା ନ କରାଇବା, ବିଶେଷ ଭାବରେ ଗ୍ରାମୀଣ ଅଞ୍ଚଳରେ ଠିକ୍‌ ସମୟରେ ଚିକିତ୍ସାରେ ଅବହେଳା କରିବା।
– ଅନିୟନ୍ତ୍ରିତ ବ୍ଲଡ୍‌ ସୁଗାର।
ନିୟନ୍ତ୍ରଣର ଉପାୟ
ଡାଇବେଟିସ୍‌ଜନିତ ପାଦ ଘା’ ଏବଂ ଏହାର ଜଟିଳତାକୁ ରୋକିବା ପାଇଁ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେଲେ ଏହାକୁ ନିୟନ୍ତ୍ରଣ କରାଯାଇପାରେ। ସେହି ପଦକ୍ଷେପଗୁଡିକ ହେଲା:
– ଡାଇବେଟିସ୍‌ ସମସ୍ୟା ଥିଲେ ପ୍ରତିଦିନ ନିଜେ ପାଦକୁ ଯାଞ୍ଚ କରିବା ଦରକାର।
– ଖାଲି ପାଦରେ ଚାଲିବା ଅନୁଚିତ।
– ଠିକ୍‌ ଫିଟ୍‌ ହେଉଥିବା ଏବଂ କମ୍ଫର୍ଟେବଲ୍‌ ଜୋତା ପିନ୍ଧିବା।
– ପ୍ରତିଦିନ ଗୋଡ଼କୁ ଭଲ ଭାବେ ଧୁଅନ୍ତୁ, ବିଶେଷ କରି ଆଙ୍ଗୁଠି ସନ୍ଧିଗୁଡ଼ିକୁ ଭଲ ଭାବେ ଧୋଇ ସଫା କରନ୍ତୁ ଏବଂ ଭଲ ଭାବେ ପୋଛନ୍ତୁ।
– ଶୁଖିଲା ପାଦରେ ପ୍ରତିଦିନ ନଡ଼ିଆ ତେଲ କିମ୍ବା ମଶ୍ଚରାଇଜର୍‌ ଲଗାନ୍ତୁ।
– ନଖ କାଟନ୍ତୁ ଏବଂ ଏହାକୁ ପରିଷ୍କାର ରଖନ୍ତୁ।
– ପାଦରେ ଘା’ ନ ଥିଲେ ବି ଡାଇବେଟିସ୍‌ ରୋଗୀ ବର୍ଷରେ ଥରେ ଡାକ୍ତରଙ୍କ ନିକଟରେ ପାଦ ପରୀକ୍ଷା କରାଇନେବା ଭଲ।
– ଯଦି ପାଦରେ ଘା’ ହୁଏ ଏବଂ ଏହା ଶୁଖିବାରେ ବିଳମ୍ବ ହୁଏ, ସେଥିରୁ ଦୁର୍ଗନ୍ଧ କିମ୍ବା ପୂଜ ବାହାରେ ତେବେ ମନଇଚ୍ଛା ଔଷଧ ନ ଲଗାଇ ଅବା ଆଦୌ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଲେ ଏହା ଶୀଘ୍ର ଠିକ୍‌ ହୋଇପାରେ।
ଡାଇବେଟିସ୍‌ଜନିତ ପାଦ ଘା’ ପ୍ରତିରୋଧ କେବଳ ରୋଗୀଙ୍କ ଦାୟିତ୍ୱ ନୁହେଁ। ତେଣୁ ଏଥିପାଇଁ ଡାକ୍ତର, ନର୍ସ, କମ୍ୟୁନିଟି ହେଲ୍‌ଥ କର୍ମଚାରୀ ଏବଂ ପରିବାର ସଦସ୍ୟମାନଙ୍କ ସହଯୋଗ ଆବଶ୍ୟକ। ଯଦିଓ ଭାରତରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକଙ୍କୁ ଏ ଦିଗରେ ସତର୍କ କରାଯାଇ ହଜାର ହଜାର ଲୋକଙ୍କ ପାଦ କାଟିବାରୁ ରକ୍ଷା କରାଯାଇପାରୁଛି। ତଥାପି ପରିତାପର ବିଷୟ ଯେ, ଏବେ ବି ପ୍ରତି ୩୦ ସେକେଣ୍ଡରେ ଗୋଟିଏ ପାଦ ଡାଇବେଟିସ୍‌ ଯୋଗୁ କଟାଯାଉଛି। ତେଣୁ ଏହି ସମସ୍ୟାକୁ ଏକ ଜରୁରିକାଳୀନ ସ୍ଥିତି ଭାବେ ଧରାଯିବା ଆବଶ୍ୟକ। ଡାଇବେଟିସ୍‌ ରୋଗୀ ନିଜ ପାଦର ଯତ୍ନ ନେବା ସହ ଘା’ର ଲକ୍ଷଣ ଦେଖିବା ମାତ୍ରେ ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ଚିକିତ୍ସା କରାଇନେଲେ ଏହି ସମସ୍ୟାରୁ ଦୂରେଇ ରହିବା ସହିତ ଏକ ସୁସ୍ଥ ଜୀବନ ଜିଇପାରିବେ।

ଡା. ଯତୀନ କୁମାର ମାଝୀ
-ଡାଇବେଟୋଲୋଜିଷ୍ଟ ଆଣ୍ଡ ଏଣ୍ଡୋକ୍ରାଇନୋଲୋଜିଷ୍ଟ, ଭୁବନେଶ୍ୱର
ମୋ: ୯୪୩୮୩୭୦୬୩୯

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri