Posted inଖେଳ

ଧୋନୀଙ୍କ ମାଇଲଖୁଣ୍ଟ, ଜାଡେଜା ମ୍ୟାଜିକ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ଶ ସଂସ୍କରଣ ସୋମବାର ଶେଷ ହୋଇଛି। ଏହାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିୟନ ହୋଇଛି। ଚେନ୍ନାଇକୁ ମ୍ୟାଚ ଜିତିବା ପାଇଁ ଶେଷ ୨ ବଲ୍‌ରୁ ୧୦ ରନ ଆବଶ୍ୟକ ହେଉଥିବାବେଳେ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଛକା ଓ ଚୌକା ମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ରବିବାର ବର୍ଷା ଯୋଗୁ ଫାଇନାଲ ସମ୍ଭବ ହୋଇ ନ ପାରିବା, ସୋମବାର ରିଜର୍ଭ ଦିବସରେ ଫାଇନାଲ ହୋଇଥିଲେ ହେଁ ଦ୍ୱିତୀୟ ଇନିଂସରେ ମାତ୍ର ୩ ବଲ୍‌ ବୋଲିଂ ହେବା ପରେ ପୁଣି ବର୍ଷା ହେବା, ମ୍ୟାଚ ପୁଣି ଆରମ୍ଭ ହେବାନେଇ କିଛି ସମୟ ଅନିଶ୍ଚିତତା ଲାଗି ରହିବା, ବର୍ଷା ଛାଡ଼ିବା ପରେ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ୧୫ ଓଭରରେ ଚେନ୍ନାଇ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହେବା, ନାଟକୀୟ ଘଟଣାକ୍ରମ ଏବଂ ଶେଷରେ ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ଚେନ୍ନାଇ ଚାମ୍ପିୟନ ହେବା ଆଦି ଅନେକ ଘଟଣାର ସାକ୍ଷୀ ରହିଛି ଆଇପିଏଲ୍‌ ଫାଇନାଲ…
୫: ଏହାକୁ ମିଶାଇ ଚେନ୍ନାଇ ସୁପରକିଙ୍ଗ୍ସ ୫ ଥର ଆଇପିଏଲ୍‌ ଟାଇଟଲ ହାସଲ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସମକକ୍ଷ ହୋଇଛି। ଓଭରଅଲ ଟି୨୦ରେ ସୁପର କିଙ୍ଗ୍ସର ଏହା ୭ମ ଟାଇଟଲ। ଯାହାକି ମୁମ୍ବାଇ ଏବଂ ଦକ୍ଷିଣ ଆଫ୍ରିକାର ଟାଇଟନ୍ସ ସହିତ ସମକକ୍ଷ। କେବଳ ସିଆଲକୋଟ ଷ୍ଟାଲନ୍ସ (୮ ଟାଇଟଲ)ଠାରୁ ଗୋଟିଏ ପାଦ ପଛରେ ରହିଛି।
୫: ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ୫ମ ଥର ପାଇଁ ଆଇପିଏଲ୍‌ ଟାଇଟଲ ବିଜୟୀ ହୋଇଛନ୍ତି। ଲିଗ୍‌ର ସଫଳ ଅଧିନାୟକ ଭାବେ ସେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି। ତେବେ ଜଣେ ଖେଳାଳିଭାବେ ରୋହିତ ୬ ଥର (ମୁମ୍ବାଇ ଇଣ୍ଡିଆନ୍ସ ଓ ଡେକାନ ଚାର୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ) ଟାଇଟଲ ଜିତିଛନ୍ତି। ଏ କ୍ଷେତ୍ରରେ ରୋହିତଙ୍କ ସମକକ୍ଷ ହୋଇଛନ୍ତି ଅମ୍ବାତି ରାୟୁଡ଼ୁ। ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ମୋଟ ୬ ଥର ଟାଇଟଲ ବିଜୟୀ ହୋଇଛନ୍ତି।
୪: ୨୦୨୩ ଆଇପିଏଲ୍‌ ଫାଇନାଲରେ ଶେଷ ବଲ୍‌ରୁ ଚେନ୍ନାଇ ବିଜୟ ପାଇଁ ୪ ରନ ଆବଶ୍ୟକ କରୁଥିଲା, ଯାହାକୁ ସେ ହାସଲ କରି ପାରିଥିଲା। ଏହା ପୂର୍ବରୁ ଟି୨୦ ଫାଇନାଲ ଇତିହାସରେ କେବଳ ୨ ଥର କୌଣସି ଦଳ ଶେଷ ବଲ୍‌ରୁ ୪ କିମ୍ବା ତଦୂର୍ଦ୍ଧ୍ୱ ରନ ଚେଜ୍‌ କରିପାରିଛି। ୨୦୧୮ ନିଦାହାସ ଟ୍ରଫିର ଫାଇନାଲରେ ବାଂଲାଦେଶ ବିପକ୍ଷରେ ଭାରତ ଶେଷ ବଲ୍‌ରୁ ୫ ରନ ଆବଶ୍ୟକ କରୁଥିଲା। ସେତେବେଳେ ଦୀନେଶ କାର୍ତ୍ତିକ ଛକା ମାରି ଭାରତକୁ ଜିତାଇଥିଲେ। ୨୦୨୧ ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ କର୍ନାଟକ ବିପକ୍ଷରେ ତାମିଲନାଡ଼ୁ ଶେଷ ବଲ୍‌ରୁ ୫ ରନ ଆବଶ୍ୟକ କରୁଥିଲା। ଶାହରୁଖ ଖାଁ ଛକାମାରି ତାମିଲନାଡୁକୁ ବିଜୟୀ କରିଥିଲେ।
୬: ପ୍ରଥମ କ୍ୱାଲିଫାୟର ଜିତିଥିବା ଦଳ ଏହାକୁ ମିଶାଇ କ୍ରମାଗତ ୬ଷ୍ଠ ଥର ପାଇଁ ଆଇପିଏଲ୍‌ ଟାଇଟଲ ଜିତିଛି। ୨୦୧୧ରେ ପ୍ଲେ-ଅଫ୍‌ ଫର୍ମାଟ ଆରମ୍ଭ ହେବା ପରଠାରୁ ପ୍ରଥମ କ୍ୱାଲିଫାୟର ବିଜେତା ଦଳ ୧୩ ସିଜନରୁ ୧୦ଟିରେ ଚାମ୍ପିୟନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩ ଓ ୨୦୧୭ରେ ଦ୍ୱିତୀୟ କ୍ୱାଲିଫାୟର ଜିତି ଟାଇଟଲ ବିଜୟୀ ହୋଇଥିଲା।
୨୬: ଆଇପିଏଲ୍‌ରେ ସଫଳ ରନ୍‌ ଚେଜ୍‌ କ୍ଷେତ୍ରରେ ଜାଡେଜା ଏହାକୁ ମିଶାଇ ୨୬ ଥର ଅପରାଜିତ ରହି ମ୍ୟାଚ ଫିନିଶ୍‌ କରିଛନ୍ତି। ଆଇପିଏଲ୍‌ରେ ଏହା ଦ୍ୱିତୀୟ ସର୍ବାଧିକ। ମହେନ୍ଦ୍ର ସିଂ ଧୋନୀ ୨୭ଥର ଏପରି କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି।
୩: ୨୦୨୩ ସିଜନରେ ସର୍ବାଧିକ ଉଇକେଟ ହାସଲକାରୀ ତାଲିକାରେ ଗୁଜରାଟ ଟାଇଟନ୍ସ ବୋଲରମାନେ ଟପ୍‌-୩ ସ୍ଥାନ ହାସଲ କରିଛନ୍ତି। ମହମ୍ମଦ ଶାମି ୨୮, ରଶିଦ ଖାଁ ଓ ମୋହିତ ଶର୍ମା ୨୭ଟି ଉଇକେଟ ନେଇଛନ୍ତି। କୌଣସି ଆଇପିଏଲ୍‌ ସିଜନରେ ଗୋଟିଏ ଦଳର ୩ ବୋଲର ଟପ୍‌-୩ରେ ରହିବା ଏହା ପ୍ରଥମ।
୨୩୨.୩୯: ଗତ ଆଇପିଏଲ୍‌ରେ ପେସ୍‌ ବୋଲରଙ୍କ ବିପକ୍ଷରେ ଅଜିଙ୍କ୍ୟ ରାହାନେଙ୍କ ଷ୍ଟ୍ରାଇକ୍‌ ହାର ୨୩୨.୩୯ ରହିଥିଲା। ପେସରଙ୍କ ବିପକ୍ଷରେ ଅତିକମ୍‌ରେ ୧୦୦ ରନ କରିଥିବା ବ୍ୟାଟରଙ୍କ କ୍ଷେତ୍ରରେ ଏହା ତୃତୀୟ ସର୍ବାଧିକ। ରାହାନେ ଦ୍ରୁତ ବୋଲରଙ୍କ ବିପକ୍ଷରେ ୭୧ ବଲ୍‌ରୁ ୧୬୫ ରନ ସଂଗ୍ରହ କରିଛନ୍ତି ଏବଂ ମାତ୍ର ୨ ଥର ଆଉଟ ହୋଇଛନ୍ତି। ଗତବର୍ଷ ଟିମ୍‌ ଡାଭିଡ ୨୫୨.୪୫ ଷ୍ଟ୍ରାଇକ୍‌ ହାରରେ ୧୫୪ ଏବଂ ୨୦୧୪ରେ ଜେମ୍ସ ଫକନର ୨୪୨.୮୫ ହାରରେ ୧୩୬ ରନ ସ୍କୋର କରିଥିଲେ।
୨୧୪/୪: ଚଳିତ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ବିପକ୍ଷରେ ଗୁଜରାଟ ୪ ଉଇକେଟ ହରାଇ ୨୧୪ ରନ କରିଥିଲା। କୌଣସି ଆଇପିଏଲ୍‌ ଫାଇନାଲରେ ପରାଜିତ ଦଳ ଏତେ ରନ କରିବା ଏହା ପ୍ରଥମ ଥିଲା।
୯୬: ଚେନ୍ନାଇ ବିପକ୍ଷ ଫାଇନାଲରେ ଗୁଜରାଟର ବି. ସାଇ ସୁଦର୍ଶନ ୯୬ ରନ ସ୍କୋର କରିଥିଲେ। କୌଣସି ଆଇପିଏଲ୍‌ ଫାଇନାଲରେ ଏହାଥିଲା ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ଶେନ୍‌ ଓ୍ବାଟସନ ୧୧୭* ଓ ୨୦୧୪ରେ କୋଲକାତା ବିପକ୍ଷରେ ପଞ୍ଜାବର ରିଦ୍ଧିମାନ ଶାହା ୧୧୫* ରନକରି ଏହି ତାଲିକାର ଶୀର୍ଷ ୨ ସ୍ଥାନରେ ରହିଛନ୍ତି।
୮୯୦: ଶୁବମନ ଗିଲ୍‌ ୨୦୨୩ ଆଇପିଏଲ୍‌ରେ ୮୯୦ ରନ କରିଛନ୍ତି। ଗୋଟିଏ ସିଜନରେ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୧୬ରେ ବିରାଟ କୋହଲି ସର୍ବାଧିକ ୯୭୩ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri