Posted inଖେଳ

କିଟ୍‌ର ପ୍ରଜ୍ଞା ପ୍ରଶାନ୍ତି, ବିକ୍ରାନ୍ତଙ୍କ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୧ା୫(ସ୍ପୋଟର୍‌ସ ବ୍ୟୁରୋ): ଉତ୍ତର ପ୍ରଦେଶରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୬ଷ୍ଠ ଦିବସରେ କିଟ୍‌ ୟୁନିଭର୍ସିଟିର ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଆଥଲେଟିକ୍ସ ଇଭେଣ୍ଟରେ ଦୁଇଟି ମିଟ୍‌ ରେକର୍ଡ କରିଛି। ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ମିଟର ହର୍ଡଲ୍ସ (୧୩.୬୩ ସେକେଣ୍ଡ)ରେ ଏବଂ ବିକ୍ରାନ୍ତ ମଲିକ ପୁରୁଷ ଜାଭେଲିନ୍‌ ଥ୍ରୋ (୮୦,୦୦ ମିଟର)ରେ ମିଟ୍‌ ରେକର୍ଡ କରିଛନ୍ତି। ସୁସ୍ମିତା ଟିଗା ମହିଳା ୩,୦୦୦ ମିଟର ଷ୍ଟିପଲଚେଜ୍‌ (୧୦:୪୨.୪୩ ସେକେଣ୍ଡ) ଓ ଅଜୟ କୁମାର ପୁରୁଷ ହାମର ଥ୍ରୋ (୫୮.୨୭ ମିଟର)ରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ପୁରୁଷ ୫୫କେଜି ଭାରୋତ୍ତୋଳନରେ କୁଭେଶ୍ୱର ମଲିକ ମୋଟ ୨୧୨ କେଜି ଓଜନ (୯୬ ସ୍ନାଚ୍‌ ଓ ୧୧୬କେଜି କ୍ଲିନ ଆଣ୍ଡ୍‌ ଜର୍କ) ଏକ ରୌପ୍ୟ ପଦକ ଲାଭ କରିଛନ୍ତି। ଅନ୍ୟପକ୍ଷରେ ମଙ୍ଗଳବାର ଅନୁଷ୍ଠିତ ପୁରୁଷ ଟେବୁଲ ଟେନିସ ବ୍ରୋଞ୍ଜ ପଦକ ମ୍ୟାଚରେ କିଟ୍‌ ୧:୨ ଗେମ୍ସରେ ଗୁଜରାଟ ୟୁନିଭର୍ସିଟିଠାରୁ ହାରିଯାଇଛି।
ସମ୍ବଲପୁର ୟୁନିଭର୍ସିଟିକୁ ୨ ପଦକ
ସମ୍ବଲପୁର ୟୁନିଭର୍ସିଟି ଦୁଇ ପଦକ ସହ ଏହାର ଖାତା ଖୋଲିଛି। ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ମନୀଷା ମେରେଲ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ସ୍ବାଧୀନ କୁମାର ମାଝି ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ଏକ ରୌପ୍ୟ ଜିତିଛନ୍ତି। ସମ୍ବଲପୁର ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚରେ ପୂର୍ବାଞ୍ଚଳ ୟୁନିଭର୍ସିଟିକୁ ଭେଟିବ। ଖେଲୋ ୟୁନିଭର୍ସିଟି ଗେମ୍ସର ତୃତୀୟ ସଂସ୍କରଣରେ ଭାଗ ନେବା ଲାଗି ଓଡ଼ିଶାର ୩ ୟୁନିଭର୍ସିଟି ଯଥା କିଟ୍‌, ଉତ୍କଳ ଓ ସମ୍ବଲପୁର ଯୋଗ୍ୟତା ଅର୍ଜନ କରିଛନ୍ତି। ମଙ୍ଗଳବାର ସୁଦ୍ଧା ସେମାନେ ମୋଟ ୧୭ ପଦକ ( ୮ ସ୍ବର୍ଣ୍ଣ, ୮ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri