ଏନ୍‌ଏମ୍‌ଏସିସି ପକ୍ଷରୁ ‘ସ୍ବଦେଶ’ ପ୍ରଦର୍ଶନୀ

ମୁମ୍ବାଇ,୩୧।୫: ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ନିକଟରେ ଏକ ୩ ଦିନିଆ ପାରମ୍ପରିକ କଳା ଓ ହସ୍ତକଳା ପ୍ରଦର୍ଶନୀ ‘ସ୍ବଦେଶ’ର ଆୟୋଜନ ମୁମ୍ବାଇର ନୀତା ମୁକେଶ ଅମ୍ବାନୀ କଲ୍‌ଚରାଲ୍‌ ସେଣ୍ଟର (ଏନ୍‌ଏମ୍‌ଏସିସି) ଠାରେ କରାଯାଇଥିଲା। ବିଶେଷକରି ଦେଶର କୋଣ ଅନୁକୋଣର ପାରମ୍ପରିକ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ପାରମ୍ପରିକ କାରିଗରମାନଙ୍କ କାରୁକାର୍ଯ୍ୟକୁ ଦେଖିବା ପାଇଁ ଏନ୍‌ଏମ୍‌ଏସିସି ପରିସରରେ ବିପୁଳ ଜନ ସମାଗମ ହୋଇଥିଲା। ଏପରିକି ବିଭିନ୍ନ ବିଷୟ ଓ ସବୁ ବର୍ଗଙ୍କ ଆଗ୍ରହଙ୍କ ନଜରରେ ରଖି ଫାଉଣ୍ଡେଶନ ପକ୍ଷରୁ ଉକ୍ତ ପ୍ରଦର୍ଶନୀର ଅବଧିକୁ ବଢାଇ ଦିଆଯାଇଛି।
ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେଶନର ଅଧ୍ୟକ୍ଷା ନୀତା ଅମ୍ବାନୀ କହିଛନ୍ତି, ଭାରତୀୟ ଓ ଆନ୍ତର୍ଜାତିକ ଅତିଥିମାନଙ୍କଠାରୁ କାରିଗରମାନେ ଯେଉଁଭଳି ବିପୁଳ ପ୍ରଶଂସା ପାଉଛନ୍ତି ଓ ଧ୍ୟାନ ଆକର୍ଷଣ କରିଛନ୍ତି, ତାହା ଦେଖି ମୋତେ ବହୁତ ଆନନ୍ଦ ଲାଗୁଛି। ଏପରିକି ସେମାନଙ୍କ ସହିତ ଭାବ ବିନିମୟକୁ ମୁଁ ସ୍ମରଣ କରୁଛି ଏବଂ ସେମାନଙ୍କ କାହାଣୀ ଶୁଣିବା ତଥା ନିଜ କଳା ପ୍ରତି ସେମାନଙ୍କ ଅସାଧାରଣ ଆବେଗ ଦେଖିବା ବେଶ୍‌ ଉଲ୍ଲେଖନୀୟ ବୋଲି ନୀତା ମତବ୍ୟକ୍ତ କରିଛନ୍ତି। ସେହିଭଳି ସ୍ବଦେଶ ହେଉଛି ଆମ ଐତିହ୍ୟର ଏକ ଉତ୍ସବ ଏବଂ ମୁଁ ଆଶା କରୁଛି ଯେ ଏହା ଆମ କାରିଗରମାନଙ୍କ ପାଇଁ ସମ୍ମାନ,ସ୍ବୀକୃତି ଓ ରୋଜଗାରର ଏକ ନୂଆ ଶୁଭାରମ୍ଭ। ବିଶେଷକରି ଭାରତୀୟ କାରିଗରମାନେ ହେଉଛନ୍ତି ଦେଶର ଗର୍ବ। ସେମାନଙ୍କ କଳା ଓ ହସ୍ତକଳା ହେଉଛି ଆମ ସଂସ୍କୃତିର ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ଦକ୍ଷତା ଓ ପ୍ରତିଭାକୁ ପ୍ରଦର୍ଶନ କରିବା ସହ ସେସବୁକୁ ଆହୁରି ଶାଣିତ କରିବା ସହିତ ଆଗାମୀ ପିଢ଼ିଙ୍କ ପାଖରେ ତାହା ପହଞ୍ଚାଇବା ଲାଗି ସେମାନଙ୍କୁ ଏକ ବିଶ୍ୱସ୍ତରୀୟ ମଞ୍ଚ ପ୍ରଦାନ କରିଥିବାରୁ ଆମେ ବେଶ୍‌ ଗର୍ବିତ ମନେକରୁଛୁ ବୋଲି ନୀତା ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri