Posted inଖେଳ

ଧୋନୀଙ୍କ ମାଇଲଖୁଣ୍ଟ, ଜାଡେଜା ମ୍ୟାଜିକ୍‌

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ଶ ସଂସ୍କରଣ ସୋମବାର ଶେଷ ହୋଇଛି। ଏହାର ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିୟନ ହୋଇଛି। ଚେନ୍ନାଇକୁ ମ୍ୟାଚ ଜିତିବା ପାଇଁ ଶେଷ ୨ ବଲ୍‌ରୁ ୧୦ ରନ ଆବଶ୍ୟକ ହେଉଥିବାବେଳେ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଛକା ଓ ଚୌକା ମାରି ଉତ୍କଣ୍ଠାର ଅବସାନ ଘଟାଇଥିଲେ। ରବିବାର ବର୍ଷା ଯୋଗୁ ଫାଇନାଲ ସମ୍ଭବ ହୋଇ ନ ପାରିବା, ସୋମବାର ରିଜର୍ଭ ଦିବସରେ ଫାଇନାଲ ହୋଇଥିଲେ ହେଁ ଦ୍ୱିତୀୟ ଇନିଂସରେ ମାତ୍ର ୩ ବଲ୍‌ ବୋଲିଂ ହେବା ପରେ ପୁଣି ବର୍ଷା ହେବା, ମ୍ୟାଚ ପୁଣି ଆରମ୍ଭ ହେବାନେଇ କିଛି ସମୟ ଅନିଶ୍ଚିତତା ଲାଗି ରହିବା, ବର୍ଷା ଛାଡ଼ିବା ପରେ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ୧୫ ଓଭରରେ ଚେନ୍ନାଇ ଆଗରେ ୧୭୧ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହେବା, ନାଟକୀୟ ଘଟଣାକ୍ରମ ଏବଂ ଶେଷରେ ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ଚେନ୍ନାଇ ଚାମ୍ପିୟନ ହେବା ଆଦି ଅନେକ ଘଟଣାର ସାକ୍ଷୀ ରହିଛି ଆଇପିଏଲ୍‌ ଫାଇନାଲ…
୫: ଏହାକୁ ମିଶାଇ ଚେନ୍ନାଇ ସୁପରକିଙ୍ଗ୍ସ ୫ ଥର ଆଇପିଏଲ୍‌ ଟାଇଟଲ ହାସଲ କରିଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ସମକକ୍ଷ ହୋଇଛି। ଓଭରଅଲ ଟି୨୦ରେ ସୁପର କିଙ୍ଗ୍ସର ଏହା ୭ମ ଟାଇଟଲ। ଯାହାକି ମୁମ୍ବାଇ ଏବଂ ଦକ୍ଷିଣ ଆଫ୍ରିକାର ଟାଇଟନ୍ସ ସହିତ ସମକକ୍ଷ। କେବଳ ସିଆଲକୋଟ ଷ୍ଟାଲନ୍ସ (୮ ଟାଇଟଲ)ଠାରୁ ଗୋଟିଏ ପାଦ ପଛରେ ରହିଛି।
୫: ଅଧିନାୟକଭାବେ ମହେନ୍ଦ୍ର ସିଂ ଧୋନୀ ୫ମ ଥର ପାଇଁ ଆଇପିଏଲ୍‌ ଟାଇଟଲ ବିଜୟୀ ହୋଇଛନ୍ତି। ଲିଗ୍‌ର ସଫଳ ଅଧିନାୟକ ଭାବେ ସେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମାଙ୍କ ସମକକ୍ଷ ହୋଇଛନ୍ତି। ତେବେ ଜଣେ ଖେଳାଳିଭାବେ ରୋହିତ ୬ ଥର (ମୁମ୍ବାଇ ଇଣ୍ଡିଆନ୍ସ ଓ ଡେକାନ ଚାର୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ) ଟାଇଟଲ ଜିତିଛନ୍ତି। ଏ କ୍ଷେତ୍ରରେ ରୋହିତଙ୍କ ସମକକ୍ଷ ହୋଇଛନ୍ତି ଅମ୍ବାତି ରାୟୁଡ଼ୁ। ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳି ମୋଟ ୬ ଥର ଟାଇଟଲ ବିଜୟୀ ହୋଇଛନ୍ତି।
୪: ୨୦୨୩ ଆଇପିଏଲ୍‌ ଫାଇନାଲରେ ଶେଷ ବଲ୍‌ରୁ ଚେନ୍ନାଇ ବିଜୟ ପାଇଁ ୪ ରନ ଆବଶ୍ୟକ କରୁଥିଲା, ଯାହାକୁ ସେ ହାସଲ କରି ପାରିଥିଲା। ଏହା ପୂର୍ବରୁ ଟି୨୦ ଫାଇନାଲ ଇତିହାସରେ କେବଳ ୨ ଥର କୌଣସି ଦଳ ଶେଷ ବଲ୍‌ରୁ ୪ କିମ୍ବା ତଦୂର୍ଦ୍ଧ୍ୱ ରନ ଚେଜ୍‌ କରିପାରିଛି। ୨୦୧୮ ନିଦାହାସ ଟ୍ରଫିର ଫାଇନାଲରେ ବାଂଲାଦେଶ ବିପକ୍ଷରେ ଭାରତ ଶେଷ ବଲ୍‌ରୁ ୫ ରନ ଆବଶ୍ୟକ କରୁଥିଲା। ସେତେବେଳେ ଦୀନେଶ କାର୍ତ୍ତିକ ଛକା ମାରି ଭାରତକୁ ଜିତାଇଥିଲେ। ୨୦୨୧ ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲରେ କର୍ନାଟକ ବିପକ୍ଷରେ ତାମିଲନାଡ଼ୁ ଶେଷ ବଲ୍‌ରୁ ୫ ରନ ଆବଶ୍ୟକ କରୁଥିଲା। ଶାହରୁଖ ଖାଁ ଛକାମାରି ତାମିଲନାଡୁକୁ ବିଜୟୀ କରିଥିଲେ।
୬: ପ୍ରଥମ କ୍ୱାଲିଫାୟର ଜିତିଥିବା ଦଳ ଏହାକୁ ମିଶାଇ କ୍ରମାଗତ ୬ଷ୍ଠ ଥର ପାଇଁ ଆଇପିଏଲ୍‌ ଟାଇଟଲ ଜିତିଛି। ୨୦୧୧ରେ ପ୍ଲେ-ଅଫ୍‌ ଫର୍ମାଟ ଆରମ୍ଭ ହେବା ପରଠାରୁ ପ୍ରଥମ କ୍ୱାଲିଫାୟର ବିଜେତା ଦଳ ୧୩ ସିଜନରୁ ୧୦ଟିରେ ଚାମ୍ପିୟନ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩ ଓ ୨୦୧୭ରେ ଦ୍ୱିତୀୟ କ୍ୱାଲିଫାୟର ଜିତି ଟାଇଟଲ ବିଜୟୀ ହୋଇଥିଲା।
୨୬: ଆଇପିଏଲ୍‌ରେ ସଫଳ ରନ୍‌ ଚେଜ୍‌ କ୍ଷେତ୍ରରେ ଜାଡେଜା ଏହାକୁ ମିଶାଇ ୨୬ ଥର ଅପରାଜିତ ରହି ମ୍ୟାଚ ଫିନିଶ୍‌ କରିଛନ୍ତି। ଆଇପିଏଲ୍‌ରେ ଏହା ଦ୍ୱିତୀୟ ସର୍ବାଧିକ। ମହେନ୍ଦ୍ର ସିଂ ଧୋନୀ ୨୭ଥର ଏପରି କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି।
୩: ୨୦୨୩ ସିଜନରେ ସର୍ବାଧିକ ଉଇକେଟ ହାସଲକାରୀ ତାଲିକାରେ ଗୁଜରାଟ ଟାଇଟନ୍ସ ବୋଲରମାନେ ଟପ୍‌-୩ ସ୍ଥାନ ହାସଲ କରିଛନ୍ତି। ମହମ୍ମଦ ଶାମି ୨୮, ରଶିଦ ଖାଁ ଓ ମୋହିତ ଶର୍ମା ୨୭ଟି ଉଇକେଟ ନେଇଛନ୍ତି। କୌଣସି ଆଇପିଏଲ୍‌ ସିଜନରେ ଗୋଟିଏ ଦଳର ୩ ବୋଲର ଟପ୍‌-୩ରେ ରହିବା ଏହା ପ୍ରଥମ।
୨୩୨.୩୯: ଗତ ଆଇପିଏଲ୍‌ରେ ପେସ୍‌ ବୋଲରଙ୍କ ବିପକ୍ଷରେ ଅଜିଙ୍କ୍ୟ ରାହାନେଙ୍କ ଷ୍ଟ୍ରାଇକ୍‌ ହାର ୨୩୨.୩୯ ରହିଥିଲା। ପେସରଙ୍କ ବିପକ୍ଷରେ ଅତିକମ୍‌ରେ ୧୦୦ ରନ କରିଥିବା ବ୍ୟାଟରଙ୍କ କ୍ଷେତ୍ରରେ ଏହା ତୃତୀୟ ସର୍ବାଧିକ। ରାହାନେ ଦ୍ରୁତ ବୋଲରଙ୍କ ବିପକ୍ଷରେ ୭୧ ବଲ୍‌ରୁ ୧୬୫ ରନ ସଂଗ୍ରହ କରିଛନ୍ତି ଏବଂ ମାତ୍ର ୨ ଥର ଆଉଟ ହୋଇଛନ୍ତି। ଗତବର୍ଷ ଟିମ୍‌ ଡାଭିଡ ୨୫୨.୪୫ ଷ୍ଟ୍ରାଇକ୍‌ ହାରରେ ୧୫୪ ଏବଂ ୨୦୧୪ରେ ଜେମ୍ସ ଫକନର ୨୪୨.୮୫ ହାରରେ ୧୩୬ ରନ ସ୍କୋର କରିଥିଲେ।
୨୧୪/୪: ଚଳିତ ଆଇପିଏଲ୍‌ ଫାଇନାଲରେ ଚେନ୍ନାଇ ବିପକ୍ଷରେ ଗୁଜରାଟ ୪ ଉଇକେଟ ହରାଇ ୨୧୪ ରନ କରିଥିଲା। କୌଣସି ଆଇପିଏଲ୍‌ ଫାଇନାଲରେ ପରାଜିତ ଦଳ ଏତେ ରନ କରିବା ଏହା ପ୍ରଥମ ଥିଲା।
୯୬: ଚେନ୍ନାଇ ବିପକ୍ଷ ଫାଇନାଲରେ ଗୁଜରାଟର ବି. ସାଇ ସୁଦର୍ଶନ ୯୬ ରନ ସ୍କୋର କରିଥିଲେ। କୌଣସି ଆଇପିଏଲ୍‌ ଫାଇନାଲରେ ଏହାଥିଲା ତୃତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ୨୦୧୮ରେ ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ଶେନ୍‌ ଓ୍ବାଟସନ ୧୧୭* ଓ ୨୦୧୪ରେ କୋଲକାତା ବିପକ୍ଷରେ ପଞ୍ଜାବର ରିଦ୍ଧିମାନ ଶାହା ୧୧୫* ରନକରି ଏହି ତାଲିକାର ଶୀର୍ଷ ୨ ସ୍ଥାନରେ ରହିଛନ୍ତି।
୮୯୦: ଶୁବମନ ଗିଲ୍‌ ୨୦୨୩ ଆଇପିଏଲ୍‌ରେ ୮୯୦ ରନ କରିଛନ୍ତି। ଗୋଟିଏ ସିଜନରେ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୨୦୧୬ରେ ବିରାଟ କୋହଲି ସର୍ବାଧିକ ୯୭୩ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri