Posted inଖେଳ

୨୦୨୪ ଆଇପିଏଲ ପାଇଁ ଧୋନୀ-ରୋହିତଙ୍କ ପ୍ରସ୍ତୁତି ଆରମ୍ଭ…

କୋଲକାତା,୧୬।୭ : ଆଇପିଏଲ ୨୦୨୩  ନିକଟରେ ସମାପ୍ତ ହୋଇଛି । ତେବେ ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇପିଏଲ ୨୦୨୪ ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯଦିଓ ସେଥିପାଇଁ ୧ ବର୍ଷର ସମୟ ଅଛି, କିନ୍ତୁ ବୋର୍ଡ ଚାହୁଁଛି ପରବର୍ତ୍ତୀ ସିଜିନ ମଧ୍ୟ ଆଇପିଏଲ ୨୦୨୩ ପରି ହିଟ ପ୍ରମାଣିତ ହେଉ। ଦଳ ମଧ୍ୟରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୩ ସିଜନରେ ଜିତି ମୁମ୍ବାଇର ରେକର୍ଡକୁ ସମାନ କରିଛି। ଅର୍ଥାତ ଆଇପିଏଲ ଜିତିବା ଦୃଷ୍ଟିରୁ ଉଭୟ ଦଳ ସମାନ ଥର ବିଜୟ ହୋଇଥିବା ସ୍ଥାନରେ ଠିଆ ହୋଇଛନ୍ତି। ବର୍ତ୍ତମାନ ସବୁଠାରୁ ସଫଳ ଦଳ ହେବାର ଲକ୍ଷ୍ୟ ଚେନ୍ନାଇ ସମ୍ମୁଖରେ ଥିବାବେଳେ ମୁମ୍ବାଇ ଦଳ ବିଜୟ ଟ୍ରାକକୁ ଫେରି ଚେନ୍ନାଇ ସୁପର କିଙ୍ଗ୍ସଠାରୁ ଗୋଟିଏ ପାଦ ଆଗକୁ ଯିବାକୁ ଚାହୁଁଛି।

କିନ୍ତୁ ମୁମ୍ବାଇ ଦଳ ଆଇପିଏଲ ୨୦୨୩ ସିଜିନରେ କରିଥିବା ଭୁଲର ସୁଧାର ପାଇଁ ଯୋଜନା କରୁଛି। ପ୍ରଥମେ, ଖେଳାଳି ଯେଉଁମାନେ ଫିଟ ନ ଥିଲେ ସେମାନେ ମେଗା ନିଲାମରେ ମନୋନୀତ ହୋଇଥିଲେ। ଦ୍ୱିତୀୟରେ ସେମାନଙ୍କର ବୋଲିଂ ଶକ୍ତିଶାଳୀ ହୋଇନାହିଁ। ବର୍ତ୍ତମାନ ସମସ୍ତ ଭୁଲକୁ ସୁଧାରିବା ଏବଂ ତା’ପରେ ସଠିକ ନିଷ୍ପତ୍ତି ନେବାକୁ ଦଳ ହାତରେ ୧ ବର୍ଷର ସମୟ ଅଛି ।

ମୁମ୍ବାଇ ଦଳ ରୋହିତ ଶର୍ମାଙ୍କ ବଦଳରେ ଜଣେ ନୂଆ ଅଧିନାୟକ ଆଡକୁ ଚାହିଁଛି। କିନ୍ତୁ ଦଳ ପାଇଁ ଏସବୁ ଏତେ ସହଜ ହେବ ନାହିଁ। କାରଣ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରଥମ ଆଇପିଏଲ ଟାଇଟଲ ଜିତାଇଛନ୍ତି ଏବଂ ଦଳ ପାଇଁ ୫ଟି ସିଜନ ଖେଳିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ମଧ୍ୟ ନିଜ ଦଳର ତ୍ରୁଟି ସୁଧାର ଉପରେ ଧ୍ୟାନ ଦେବା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?