Posted inଖେଳ

ଧୋନୀ ୭.୨୯ ମିନିଟ୍‌ରେ ସନ୍ୟାସ ନେବା ପଛରେ କ’ଣ ରହିଛି ଏହି କାରଣ? ଜାଣନ୍ତୁ..

ନୂଆଦିଲ୍ଲୀ,୧୬।୮: ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସନ୍ୟାସ ଘୋଷଣା କରିଛନ୍ତି। ନିଜର ବଳିଷ୍ଠ ନିର୍ଣ୍ଣୟ ଏବଂ ଶାନ୍ତ ସ୍ବଭାବକୁ ନେଇ ପରିଚିତ ମାହି ଶନିବାର ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଶାନ୍ତିପୂର୍ଣ୍ଣ ଭାବେ ଏହି ସୂଚନା ଦେଇଛନ୍ତି। ଗୋଟିଏ ପେଟ ୧୫ ଅଗଷ୍ଟରେ ଦେଶ ୭୪ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ, କ୍ରିକେଟର ଗୋଟି, ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି।

ଆଧିକାରିକ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସବୁବେଳେ ଆପଣଙ୍କ ଭଲପାଇବା ଏବଂ ସ୍ନେହ ପାଇଁ ଧନ୍ୟବାଦ। ୧୯୨୯ ଘଣ୍ଟାଠାରୁ ମୋତେ ସେବାନିବୃତ ଭାବିବେ ବୋଲି କହିଥିଲେ। ଏହା ଅନେକଙ୍କୁ ଚମକାଇଦେଇଥିଲା। ଏପରିକି ଭାରତୀୟ ସମୟରେ ସନ୍ଧ୍ୟା ୭ଟା ୨୯ରେ ସନ୍ୟାସ ନେବା ପଛରେ କି କାରଣ ରହିଛି ସେ ନେଇ ଚିନ୍ତାରେ ପଡ଼ିଥିଲେ। ଏବେ ଏହା ପଛରେ ଥିବା କାରଣ ଜଣାପଡ଼ିଛି।

ଭାରତୀୟ ଟିମ୍‌ ଗତ ବର୍ଷ ଜୁଲାଇ ୯ରେ ବିଶ୍ୱକପ୍‌ କ୍ରିକେଟରୁ ଏହି ସମୟରେ ବାହାର ହୋଇଯାଇଥିଲା। ଧୋନୀ ଶେଷଥର ପାଇଁ ମଇଦାନରୁ ବ୍ୟାଟିଂ କରି ଫେରିଥିଲେ। ମାର୍ଟିନ୍‌ ଗଷ୍ଟିଲ ତାଙ୍କୁ ରନ୍‌ଆଉଟ୍‌ କରି ଭାରତୀୟ ପ୍ରଶଂସକଙ୍କ ଆଖି ଓଦା କରିଦେଇଥିଲେ। ଏହାପରେ ଭାରତୀୟ ଟିମ୍‌ ହାରିଯିବା ଏକରକମ ସୁନିଶ୍ଚିତ ହୋଇଥିଲା। ଏହାପରେ ଯୁଜବେନ୍ଦ୍ର ଚହଲଙ୍କ ଓ୍ବିକେଟ ଯିବା ପରେ ସନ୍ଧ୍ୟା ୭ଟା ୨୯ମିନିଟ୍‌ରେ ବିଶ୍ୱକପ୍‌ରୁ ଭାରତ ବାହାର ହୋଇଥିଲା। ଚହଲ ଫେରିବାର ଠିକ୍‌ ପରେ ନ୍ୟୁଜିଲାଣ୍ଡର ପୂର୍ବ ଅଲରାଉଣ୍ଡର ଗ୍ରାଟ୍‌ ଏଲିୟଟ୍‌ ଟୁଇଟ୍‌ କରିଥିଲେ।

ଅପରପକ୍ଷେ ଧୋନୀଙ୍କ ପୋଷ୍ଟ ରହସ୍ୟମୟ ବୋଲି ଚର୍ଚ୍ଚା ହେଉଛି। ୧୯୨୯ ଘଣ୍ଟାର ଅର୍ଥ ୮୦ ଦିନ। ଏବର୍ଷ ଆଇପିଏଲ୍‌ ୫୩ ଦିନ ବିଶିଷ୍ଟ ରହିବ। ଅଗଷ୍ଟ ୧୫ରୁ ତାଙ୍କର ଟ୍ରେନିଂ ଆରମ୍ଭ ହେବ। ୧୯ ସେପ୍ଟେମ୍ବରରୁ ଆଇପିଏଲ୍‌ ଆରମ୍ଭ ହେବ। ଧୋନୀଙ୍କ ପୋଷ୍ଟକୁ ଦେଖିଲେ ୮୦ଦିନ ପରେ ତାଙ୍କୁ ପୂର୍ବ ଖେଳାଳି ଭାବେ ସମ୍ବୋଧନ କରାଯିବ। ଏଣୁ ଚଳିତ ଆଇପିଏଲ୍‌ ତାଙ୍କର ଶେଷ ଆଇପିଏଲ୍‌ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri