Posted inUncategorized

୧୦୨ ମିଟରର ବିଶାଳ ଛକା ମାରିଲେ ଧୋନୀ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମୁକାବିଲାକୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ୨୦ ରନରେ ଜିତି ନେଇଥିଲା। ଚଳିତ ସିଜନରେ ଚେନ୍ନାଇର ଏହା ୩ୟ ବିଜୟ ଥିଲା। ତେବେ ଏହି ମ୍ୟାଚ୍‌ରେ ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା କି, ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ତାଙ୍କ ପୁରୁଣା ଖେଳ ଦେଖାଇବାରେ ସଫଳ ହୋଇଥିଲେ। ମ୍ୟାଚ୍‌ରେ ଧୋନୀ ୧୩ ବଲରୁ ୧୬୧ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ ରେଟ୍‌ରେ ୨୧ ରନର ଦ୍ରୁତ ଇନିଂସ ଖେଳିଥିଲେ।

ଏହି ଇନିଂସରେ ସେ ୨ଟି ଚୌକା ଓ ଗୋଟିଏ ବିଶାଳ ଛକା ମାରିଥିଲେ। ତେବେ ଧୋନୀ ଯେଉଁ ବିଶାଳ ଛକାଟି ମାରିଥିଲେ ତାହା ୧୦୨ ମିଟର ଦୂରତା ଅତିକ୍ରମ କରିଥିଲା। ଯାହାକୁ ଦେଖି ଟିଭିରେ ପ୍ରଶଂସକଙ୍କ ମନରେ ଉଲ୍ଲାସ ଖେଳିଯାଇଥିଲା। ଧୋନୀଙ୍କ ଏହି ଛକା ଦେଖି ୨୦୧୧ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଛକା ମନେ ପଡ଼ିଯାଇଛି। ବିଶ୍ୱକପ୍‌ ଫାଇନାଲରେ ମ୍ୟାଚ୍‌ରେ ମଧ୍ୟ ଧୋନୀ ଶ୍ରୀଲଙ୍କାର ନୂଆନ କୁଳଶେଖରାଙ୍କୁ ୧୦୨ ମିଟରର ଏକ ବିଶାଳ ଛକା ମାରି ଭାରତକୁ ଚାମ୍ପିୟନ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିନ୍ଦେ ବନାମ ଉଦ୍ଧବ: ସୁପ୍ରିମକୋର୍ଟରେ ଆଜି ଶୁଣାଣି

ନୂଆଦିଲ୍ଲୀ,୧୧।୫:ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏମ.ଆର୍‌ ଶାହା, କୃଷ୍ଣ ମୁରାରି, ହିମା କୋହିଲି, ପି.ଏସ୍‌ ନରସିଂହ୍ମାଙ୍କ ୫ଜଣିଆ ସମ୍ବିଧାନ ବେଞ୍ଚ...

ସ୍ବାମୀଙ୍କ ସବୁ ଇଚ୍ଛା ପୂରଣ କରିଥାନ୍ତି ଏହି ୪ ଅକ୍ଷରରୁ ଆରମ୍ଭ ନାମୀ ସ୍ତ୍ରୀ

  ସ୍ତ୍ରୀ ଓ ସ୍ବାମୀ ସମ୍ପର୍କ ସବୁଠାରୁ ନିଆରା। ସ୍ତ୍ରୀଙ୍କୁ ସ୍ବାମୀଙ୍କ ଅର୍ଦ୍ଧାଙ୍ଗିନୀ ଭାବେ ବିବେଚିତ କରାଯାଇଥାଏ। ପ୍ରେମ, ବିଶ୍ୱାସ ଓ ସମ୍ମାନକୁ ନେଇ ଉଭୟ...

ଆଇସିଆଇସିଆଇ ବ୍ୟାଙ୍କର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୩।୧: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥକ ବର୍ଷର ଡିସେମ୍ବର ଶେଷ...

ଫୁସ୍‌କିଗଲା ଫଳାଫଳ

ସ୍ମାର୍ଟ ହୋଇଛି ସ୍କୁଲ। ଗୁଣାତ୍ମକ ଶିକ୍ଷା ପାଇଁ ସୃଷ୍ଟି କରାଯାଇଛି ସୁନ୍ଦର ପରିବେଶ। ହେଲେ ଫଳାଫଳ କିନ୍ତୁ ଆଶାଜନକ ହୋଇପାରୁନାହିଁ। କେଉଁଠାରେ ବର୍ଷ ବର୍ଷ ଧରି...

କେନ୍ଦ୍ର ତାଲିକାରେ ୨୬ ବିଲ୍‌

ନୂଆଦିଲ୍ଲୀ,୨୫।୧୧: ଆସନ୍ତା ୨୯ ତାରିଖରେ ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ୩ ବିବାଦୀୟ କୃଷି ଆଇନ ଉଚ୍ଛେଦ ଓ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ ସମେତ...

ଡିଜିଟାଲ ଅଧିକାର

ମାଗ୍ରେଥ ଭେଷ୍ଟାଗର୍‌ ବ୍ୟବସାୟ, ପଢ଼ା, କିଣାବିକା, ସମ୍ପର୍କ ରକ୍ଷା କରିବା, ସାଥୀ ପାଇବା କିମ୍ବା ପରିବାର ଓ ବନ୍ଧୁଙ୍କୁ ସାହାଯ୍ୟ ଯୋଗାଇବା କ୍ଷେତ୍ରରେ ଇଣ୍ଟର୍‌ନେଟର ଗୁରୁତ୍ୱ...

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନ୍‌ରାଇଜର୍ସ

ଲକ୍ଷ୍ନୌ,୭ା୪(ପି.ଟି.): ଶୁକ୍ରବାର ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍ସ (ଏଲଏସ୍‌ଜି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବା ପରେ ଏହି ମ୍ୟାଚ୍‌ରେ ଦୃଢ...

ଖେଳାଳିଙ୍କ ପାଇଁ ଦୁଇ ଦେଶ ମୁହାଁମୁହିଁ

ବ୍ରିସ୍‌ବେନ, ୭ା୧: ଟେନିସ ଷ୍ଟାର ଖେଳାଳି ନୋଭାକ୍‌ ଜୋକୋଭିଚଙ୍କ ପାଇଁ ଅଷ୍ଟ୍ରେଲିଆ ଏବଂ ସର୍ବିୟା ମୁହାଁମୁହିଁ ହୋଇଛନ୍ତି। ବର୍ତ୍ତମାନ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆରେ ପ୍ରବେଶ କରିବାକୁ ମନା...

Advertisement
Archives

Model This Week