Posted inଖେଳ

ଗାଙ୍ଗୁଲିଙ୍କ ଭଳି ଧୋନୀ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଦକ୍ଷ ଖେଳାଳି ଦେଇନାହାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁଇ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ଯଦି ସଫଳତା ଦୃଷ୍ଟିରୁ ଦେଖାଯିବ ତେବେ ଧୋନୀ ଆଗରେ ରହିବେ। ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦ ବିଶ୍ୱକପ୍‌, ଆଇସିସି ଦିନିକିଆ ବିଶ୍ୱକପ୍‌, ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିପାରିଛି। ସେହିଭଳି ୨୦୧୩ରେ ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ଅପରପକ୍ଷରେ ଗାଙ୍ଗୁଲି କିନ୍ତୁ ଭାରତୀୟ କ୍ରିକେଟ୍‌ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲେ। ଗାଙ୍ଗୁଲି ଯେଉଁ ସମୟରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ସେତେବେଳେ ମ୍ୟାଚ୍‌ ଫିକ୍ସିଂ କଳଙ୍କ ଲାଗିଥିଲା। ଏହି ଦୁର୍ନୀତିରୁ ପୁନରୁଦ୍ଧାର କରି ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌କୁ ନିୟନ୍ତ୍ରଣ କରିଥିଲେ ତାହା ନୁହେଁ ବିଦେଶ ମାଟିରେ ବିଜୟର ଆତ୍ମବିଶ୍ୱାସ ଖେଳାଳିଙ୍କ ମନରେ ସୃଷ୍ଟି କରିଥିଲେ। ସେହିଭଳି ଘରୋଇ ମାଟିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ପରାସ୍ତ କରିବା ହେଉ କି ୨୦୦୩ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚତ୍ବା ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଏହି ସଫଳତା ପାଇଥିଲା। ତେବେ ଗାଙ୍ଗୁଲି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କରି ପ୍ରୋତ୍ସାହନ ଯୋଗୁ ଯୁବରାଜ ସିଂ, ହରଭଜନ ସିଂ, ଜାହିର ଖାନ୍‌, ବୀରେନ୍ଦ୍ର ସେହ୍ବାଗଙ୍କ ପରି ଯୁବ ଖେଳାଳି ଭାରତୀୟ ଦଳର ପ୍ରମୁଖ ସଦସ୍ୟ ହୋଇପାରିଥିଲେ।

ଉଭୟ ଗାଙ୍ଗୁଲି ଓ ଧୋନୀଙ୍କ ନେତୃତ୍ୱରେ ଖେଳିଥିବା ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି, ପରିସଂଖ୍ୟାନ ଦୃଷ୍ଟିରୁ ଧୋନୀ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ହୋଇପାରନ୍ତି କିନ୍ତୁ ଦକ୍ଷ ଖେଳାଳି ସୃଷ୍ଟି କରିବାରେ ଗାଙ୍ଗୁଲି ସର୍ବାଗ୍ରେ ରହିବେ। ‘ଧୋନୀ ଯେତେବେଳେ ତାଙ୍କ ଅଧିନାୟକତ୍ୱ ଇନିଂସ ସମାପ୍ତ କରିଥିଲେ ବିରାଟ କୋହଲିଙ୍କ ଛଡ଼ା ଯଥେଷ୍ଟ ଦକ୍ଷତା ଖେଳାଳି ସୃଷ୍ଟି କରିପାରି ନ ଥିଲେ। କିନ୍ତୁ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌କୁ କ’ଣ ଦେଇନାହାନ୍ତି; ଯୁବରାଜ ସିଂ ଯିଏକି ୨୦୧୧ ବିଶ୍ୱକପ୍‌ର ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଥିଲେ। ହରଭଜନ ସିଂ, ବୀରେନ୍ଦ୍ର ସେହ୍ବାଗ, ଜାହିର ଖାନଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ସେ ସୃଷ୍ଟି କରିଥିଲେ’ ବୋଲି ଗମ୍ଭୀର ଏହି ଅବସରରେ କହିଛନ୍ତି। ସେହିଭଳି ଉଭୟ ଗାଙ୍ଗୁଲି ଓ ଧୋନୀ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେଇଛନ୍ତି। କିନ୍ତୁ ପ୍ରଭାବ ଦୃଷ୍ଟିକୋଣରୁ ଧୋନୀ ଭାରତୀୟ ଦଳକୁ ଆଗକୁ ନେବାରେ ବହୁତ ସିରିୟସ୍‌ ଥିଲେ ବୋଲି ଦିଲ୍ଲୀର ଏହି ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି।…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

‘PM ମୋଦିଙ୍କୁ ରାତିରେ ସେ ପର୍ଯ୍ୟନ୍ତ ଶୋଇବାକୁ ଦେବୁନି, ଯେ ପର୍ଯ୍ୟନ୍ତ…’ ରାହୁଲ ଗାନ୍ଧୀଙ୍କ ତୀବ୍ର ଆକ୍ରମଣ

ନୂଆଦିଲ୍ଲୀ,୧୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ଲୋକମାନେ ଦେଶକୁ ଭିତରୁ ଦୁର୍ବଳ କରିଦେଇଛନ୍ତି। ଏହା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri