Posted inଖେଳ

ଗାଙ୍ଗୁଲିଙ୍କ ଭଳି ଧୋନୀ ଭାରତୀୟ କ୍ରିକେଟ୍‌କୁ ଯଥେଷ୍ଟ ଦକ୍ଷ ଖେଳାଳି ଦେଇନାହାନ୍ତି: ଗମ୍ଭୀର

ନୂଆଦିଲ୍ଲୀ, ୧୪।୭- ଭାରତୀୟ କ୍ରିକେଟ୍‌ ଇତିହାସରେ ସୌରଭ ଗାଙ୍ଗୁଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୁଇ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ଯଦି ସଫଳତା ଦୃଷ୍ଟିରୁ ଦେଖାଯିବ ତେବେ ଧୋନୀ ଆଗରେ ରହିବେ। ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟି୨୦ ବିଶ୍ୱକପ୍‌, ଆଇସିସି ଦିନିକିଆ ବିଶ୍ୱକପ୍‌, ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିପାରିଛି। ସେହିଭଳି ୨୦୧୩ରେ ଧୋନୀଙ୍କ ନେତୃତ୍ୱରେ ଭାରତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ହାସଲ କରିଥିଲା। ଅପରପକ୍ଷରେ ଗାଙ୍ଗୁଲି କିନ୍ତୁ ଭାରତୀୟ କ୍ରିକେଟ୍‌ରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସଫଳ ହୋଇଥିଲେ। ଗାଙ୍ଗୁଲି ଯେଉଁ ସମୟରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ ସେତେବେଳେ ମ୍ୟାଚ୍‌ ଫିକ୍ସିଂ କଳଙ୍କ ଲାଗିଥିଲା। ଏହି ଦୁର୍ନୀତିରୁ ପୁନରୁଦ୍ଧାର କରି ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌କୁ ନିୟନ୍ତ୍ରଣ କରିଥିଲେ ତାହା ନୁହେଁ ବିଦେଶ ମାଟିରେ ବିଜୟର ଆତ୍ମବିଶ୍ୱାସ ଖେଳାଳିଙ୍କ ମନରେ ସୃଷ୍ଟି କରିଥିଲେ। ସେହିଭଳି ଘରୋଇ ମାଟିରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ପରାସ୍ତ କରିବା ହେଉ କି ୨୦୦୩ ବିଶ୍ୱକପ୍‌ ଫାଇନାଲରେ ପହଞ୍ଚତ୍ବା ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ଏହି ସଫଳତା ପାଇଥିଲା। ତେବେ ଗାଙ୍ଗୁଲି ସର୍ବଦା ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ତାଙ୍କରି ପ୍ରୋତ୍ସାହନ ଯୋଗୁ ଯୁବରାଜ ସିଂ, ହରଭଜନ ସିଂ, ଜାହିର ଖାନ୍‌, ବୀରେନ୍ଦ୍ର ସେହ୍ବାଗଙ୍କ ପରି ଯୁବ ଖେଳାଳି ଭାରତୀୟ ଦଳର ପ୍ରମୁଖ ସଦସ୍ୟ ହୋଇପାରିଥିଲେ।

ଉଭୟ ଗାଙ୍ଗୁଲି ଓ ଧୋନୀଙ୍କ ନେତୃତ୍ୱରେ ଖେଳିଥିବା ପୂର୍ବତନ ଭାରତୀୟ ଓପନର୍‌ ଗୌତମ ଗମ୍ଭୀର ଏକ ସାକ୍ଷାତ୍‌କାର ଅବସରରେ କହିଛନ୍ତି, ପରିସଂଖ୍ୟାନ ଦୃଷ୍ଟିରୁ ଧୋନୀ ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ହୋଇପାରନ୍ତି କିନ୍ତୁ ଦକ୍ଷ ଖେଳାଳି ସୃଷ୍ଟି କରିବାରେ ଗାଙ୍ଗୁଲି ସର୍ବାଗ୍ରେ ରହିବେ। ‘ଧୋନୀ ଯେତେବେଳେ ତାଙ୍କ ଅଧିନାୟକତ୍ୱ ଇନିଂସ ସମାପ୍ତ କରିଥିଲେ ବିରାଟ କୋହଲିଙ୍କ ଛଡ଼ା ଯଥେଷ୍ଟ ଦକ୍ଷତା ଖେଳାଳି ସୃଷ୍ଟି କରିପାରି ନ ଥିଲେ। କିନ୍ତୁ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ୍‌କୁ କ’ଣ ଦେଇନାହାନ୍ତି; ଯୁବରାଜ ସିଂ ଯିଏକି ୨୦୧୧ ବିଶ୍ୱକପ୍‌ର ମ୍ୟାନ୍‌ ଅଫ୍‌ ଦି ସିରିଜ ପୁରସ୍କାର ହାସଲ କରିଥିଲେ। ହରଭଜନ ସିଂ, ବୀରେନ୍ଦ୍ର ସେହ୍ବାଗ, ଜାହିର ଖାନଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ସେ ସୃଷ୍ଟି କରିଥିଲେ’ ବୋଲି ଗମ୍ଭୀର ଏହି ଅବସରରେ କହିଛନ୍ତି। ସେହିଭଳି ଉଭୟ ଗାଙ୍ଗୁଲି ଓ ଧୋନୀ ଭାରତୀୟ କ୍ରିକେଟ୍‌କୁ ଆଗକୁ ନେଇଛନ୍ତି। କିନ୍ତୁ ପ୍ରଭାବ ଦୃଷ୍ଟିକୋଣରୁ ଧୋନୀ ଭାରତୀୟ ଦଳକୁ ଆଗକୁ ନେବାରେ ବହୁତ ସିରିୟସ୍‌ ଥିଲେ ବୋଲି ଦିଲ୍ଲୀର ଏହି ପୂର୍ବତନ ବାମହାତୀ ବ୍ୟାଟ୍ସମ୍ୟାନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେୟସ୍‌ ଆୟରଙ୍କ ଶତକ: ୭ ଉଇକେଟ୍‌ରେ ଜିତିଲା ଭାରତ

ରାଞ୍ଚି,୯।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟ୍‌ରେ ପରାସ୍ତ କରିଛି...

ବ୍ୟାକ୍‌ଫୁଟ୍‌ରେ ଇଂଲଣ୍ଡ: ଖାତା ଖୋଲିବାକୁ ଦେଉନାହାନ୍ତି ବୁମ୍‌ରା-ଶାମି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ...

ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ଶାମି

ବିଶାଖାପାଟଣା,୧୯।୧୨- ଭାରତୀୟ ପେସର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ପେସର ଟ୍ରେଣ୍ଟ ବୋଲ୍ଟଙ୍କୁ ଅତିକ୍ରମ କରି ଚଳିତବର୍ଷ ଦିନିକିଆରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରିଛନ୍ତି। ଏ...

ସ୍ନୋ ଗେମ୍ସରେ ଭାଗନେବେ ଓଡ଼ିଶାର ରଞ୍ଜିତା

ଭୁବନେଶ୍ୱର, ୨୨।୧(କ୍ରୀଡ଼ା ପ୍ରତିନିଧି)-ତୁଷାରପାତ ବିଶିଷ୍ଟ ରାଜ୍ୟ ଭାବେ ପରିଗଣିତ ହେଉ ନ ଥିଲେ ହେଁ ଓଡ଼ିଶା ସ୍ନୋ ଏବଂ ଆଇସ୍‌ ସ୍ପୋଟର୍‌ସ ପ୍ରତି ଆଗ୍ରହ ଦେଖାଇଛି।...

ଗୁମର ଖୋଲିଲେ ଈଶାନ: କ’ଣ ପାଇଁ ତାଙ୍କ ପ୍ରତିଟି ବ୍ୟାଟ୍‌ରେ ଲେଖାଯାଇଥାଏ ଏହି ମନ୍ତ୍ର

ଦୁବାଇ,୨୫।୮: ୨୦୨୦ରେ ୟୁଏଇରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା। ଚଳିତ ୨୦୨୧ ସିଜିନର ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ଭାରତରେ ଖେଳାଯାଇଥିବା...

ମାତୃ ବିୟୋଗ ସତ୍ତ୍ୱେ ସ୍ବଦେଶ ଫେରିଲେନି ନସୀମ

ପର୍ଥ, ୧୨।୧୧- ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନର ଦଳର ଯୁବ ଦ୍ରୁତ ବୋଲର ନସୀମ ଶାହଙ୍କ ପାଇଁ ମଙ୍ଗଳବାର ବେଶ୍‌ ଦୁଃଖଦାୟକ ସମୟ ରହିଥିଲା। ସୋମବାର...

କରୋନାରେ ପୀଡ଼ିତ ଜୁଭେଣ୍ଟସ ସୁପରଷ୍ଟାର ଡିବାଲା

ରୋମ,୨୨।୩- ଜୁଭେଣ୍ଟସ ସୁପରଷ୍ଟାର ଫୁଟବଲ ଖେଳାଳି ପଲ ଡିବାଲା ମାରାତ୍ମକ ଭାଇରସ କରୋନାରେ ପୀଡ଼ିତ ଥିବା ସ୍ବୀକାର କରିଛନ୍ତି। ଇଟାଲିଆନ ଚାମ୍ପିୟନ ଜୁଭେଣ୍ଟସ ଦଳର ତୃତୀୟ...

ଆଉଟ୍‌ ଡୋର୍‌ ଟ୍ରେନିଂ ଆରମ୍ଭ କଲେ କ୍ରୁନାଲ ପାଣ୍ଡ୍ୟା

ଭଦୋଦରା, ୧ା୭ (ପି.ଟି.):କୋଭିଡ୍‌-୧୯ ମହାମାରୀ ଯୋଗୁ ୩ ମାସରୁ ଅଧିକ ଦିନ ଧରି ଘରର ଚାରି କାନ୍ଥ ଭିତରେ ରହିବା ପରେ ଭାରତ ଅଲ୍‌ରାଉଣ୍ଡର କ୍ରୁନାଲ...

Advertisement
Archives

Model This Week