Posted inଖେଳ

ବଡ଼ ରେକର୍ଡ କଲେ ଧୋନୀ: ବିଶ୍ୱର ପ୍ରଥମ ଖେଳାଳି ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୫ LSG ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚରେ ଅଧିନାୟକ ମହେନ୍ଦ ସିଂ ଧୋନୀ ଏକ ବଡ଼ ରେକର୍ଡ କରିଛନ୍ତି। କେବଳ ଏତିକି ନୁହେଁ, ଧୋନୀ ଯେଉଁ ସଫଳତା ହାସଲ କରିଛନ୍ତି, ତାହା ବିଶ୍ୱର କୌଣସି ଖେଳାଳି ପୂର୍ବରୁ IPLରେ ହାସଲ କରିପାରି ନାହାଁନ୍ତି। ଧୋନୀ ଏବେ ଆଇପିଏଲରେ ୨୦୦ ଡିସମିସାଲ କରିବାରେ ପ୍ରଥମ ଖେଳାଳି ହୋଇସାରିଛନ୍ତି।

ମହେନ୍ଦ୍ର ସିଂହ ଧୋନି ଏପର୍ଯ୍ୟନ୍ତ IPLରେ ୧୫୪ଟି କ୍ୟାଚ ନେଇଛନ୍ତି ଏବଂ ଏହି ସମୟ ମଧ୍ୟରେ ୪୬ଟି ଷ୍ଟମ୍ପିଂ ମଧ୍ୟ କରିଛନ୍ତି। ଧୋନୀ ଆଇପିଏଲରେ ଫିଲ୍ଡର ଭାବରେ ଚାରୋଟି କ୍ୟାଚ ମଧ୍ୟ ନେଇଛନ୍ତି। ଏସବୁକୁ ମିଶାଇଲେ ତେବେ ଏହି ସଂଖ୍ୟା ୨୦୦ରେ ହେବ। ଧୋନୀ ଏପର୍ଯ୍ୟନ୍ତ IPL ରେ ୨୭୧ଟି ମ୍ୟାଚ ଖେଳିଛନ୍ତି। ରବିନ୍ଦ୍ର ଜାଡେଜାଙ୍କ ବୋଲିଂରେ LSG ବ୍ୟାଟସମ୍ୟାନ ଆୟୁଷ ବାଡୋନିଙ୍କୁ ଷ୍ଟମ୍ପ ଆଉଟ କରିବା ମାତ୍ରେ ଧୋନୀ ଏହି ସଂଖ୍ୟାରେ ପହଞ୍ଚିଥିଲେ।

ଏହା ଆଇପିଏଲରେ ରବିନ୍ଦ୍ର ଜାଡେଜାଙ୍କ ବଲରେ ଧୋନିଙ୍କର ନବମ ଷ୍ଟମ୍ପିଂ। ଆଇପିଏଲରେ ଏପର୍ଯ୍ୟନ୍ତ କେବଳ ତିନି ଜଣ ଉଇକେଟକିପର ଏବଂ ବୋଲର ଯୋଡ଼ି ନଅ ଥର ଏହି କାମ କରିଛନ୍ତି। ଅମିତ ମିଶ୍ରଙ୍କ ବୋଲିଂରେ ଦିନେଶ କାର୍ତ୍ତିକ ୯ଟି ଷ୍ଟମ୍ପିଂ କରିଥିବା ବେଳେ ପ୍ରଜ୍ଞାନ ଓଝାଙ୍କ ବୋଲିଂରେ ଆଦାମ ଗିଲକ୍ରିଷ୍ଟ ୯ଟି ଷ୍ଟମ୍ପିଂ କରିଛନ୍ତି। ଏବେ ଧୋନୀ ତାଙ୍କ ସମକକ୍ଷ ହୋଇଛନ୍ତି। ଯଦି ଜାଡେଜା ଏବଂ ଧୋନୀ ଏହି ସିଜନରେ ଆଉ ଥରେ ଏହା କରନ୍ତି, ତେବେ ସେମାନେ ପୁଣି ଥରେ ଏକ ନମ୍ବରରେ ପହଞ୍ଚିବେ। ଧୋନୀ ଅଶ୍ୱିନଙ୍କ ବଲ୍‌ରେ ୮ ଥର ଷ୍ଟମ୍ପିଂ କରିଛନ୍ତି। ରବିନ୍ଦ୍ର ଜାଡେଜାଙ୍କୁ ନଅ ଥର ଷ୍ଟମ୍ପିଂ କରିବା ବ୍ୟତୀତ, ଏମଏସ ଧୋନୀ ୧୦ଟି କ୍ୟାଚ ମଧ୍ୟ ନେଇଛନ୍ତି। ଅର୍ଥାତ୍‌ ମୋଟ ସଂଖ୍ୟା ୧୯ରେ ପହଞ୍ଚିଛି। ଏହି ମାମଲାରେ ରିଷଭ ପନ୍ତ ଏବଂ କାଗିସୋ ରାବାଡା ଏକ ନମ୍ବରରେ ଅଛନ୍ତି। ଏହି ଦୁଇଜଣଙ୍କ ଯୋଡ଼ି ଷ୍ଟମ୍ପିଂ ଏବଂ କ୍ୟାଚ କରି ୨୦ଟି ଉଇକେଟ ନେଇଛନ୍ତି।

ଏଥର ଚେନ୍ନାଇ ସୁପର କିଙ୍ଗ୍ସର ଅବସ୍ଥା ଶୋଚନୀୟ ରହିଛି। ଦଳ ପରାଜୟ ପରେ ପରାଜୟର ସମ୍ମୁଖୀନ ହୋଇଛି। LSG ମ୍ୟାଚ ପୂର୍ବରୁ, CSK ଏହାର ଛଅଟି ମ୍ୟାଚ ମଧ୍ୟରୁ କେବଳ ଗୋଟିଏ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଚାକିରି ଦେବା ନାଁରେ ଠକେଇ: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଗିରଫ

ଛତ୍ରପୁର,୪।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଯୁବପିଢ଼ିଙ୍କୁ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗରେ ଛତ୍ରପୁର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି।…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଓଡ଼ିଶା ପାଇଁ ଗୌରବ: ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ବରଗଡ଼ର ଆଶୀର୍ବାଦ ମହାପାତ୍ର

ବରଗଡ଼, ୪।୯(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ଜଣାଶୁଣା ଆନ୍ତର୍ଜାତୀୟ ପର୍ବତାରୋହୀ ତଥା ବରଗଡ଼ ଜିଲା ଅତାବିରା ବ୍ଲକ୍ ଅନ୍ତର୍ଗତ କୁଲିତାଟୁକୁରା ଗ୍ରାମର ବାସିନ୍ଦା ଆଶୀର୍ବାଦ ମହାପାତ୍ର ଆଡ଼ଭାନ୍ସ ମାଉଣ୍ଟେନିୟରିଂ…

ଖିମଜୀ ଦୟାଭାଇ କୋ.ଗ୍ରୁପ୍‌ ପାଳନ କରୁଛି ୯୦ ବର୍ଷର ବିଶ୍ୱାସ, କାରିଗରୀ ଓ ସଫଳତା

ଭୁବନେଶ୍ୱର: ଓଡ଼ିଶାର ଐତିହ୍ୟବାହୀ ଜୁଏଲେରୀ ବ୍ରାଣ୍ଡ ଖିମଜୀ ଦୟାଭାଇ କୋ. ଗ୍ରୁପ ଗର୍ବର ସହ ନିଜର ୯୦ ବର୍ଷର ଯାତ୍ରା ପାଳନ କରୁଛି। ୧୯୩୬ ଅଗଷ୍ଟରୁ ଆରମ୍ଭ…

ଏବେ କିଣିନିଅନ୍ତୁ ସୁନା, ବଢିବ ସୁନାଦର; ଏକ୍ସପର୍ଟ କହିଦେଲେ କେବେ…

ନୂଆଦିଲ୍ଲୀ,୪।୯: ପାର୍ୱଣ ଏବଂ ବିବାହ ଋତୁ ପାଇଁ ପ୍ରସ୍ତୁତି ଚଳାଇଥିବା ଲୋକଙ୍କ ନିମନ୍ତେ ସେପ୍ଟେମ୍ୱର ମାସଟି ବେଶ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ। ସମ୍ପ୍ରତି ସୁନା ଦରରେ କିଛିଟା…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri