ଢିଙ୍କି ସାଜିଥିଲା ମହିଳାଙ୍କ ବ୍ୟାୟାମର ମାଧ୍ୟମ

ପଟ୍ଟାମୁଣ୍ଡାଇ, ୧୩ା୧୦(କଳ୍ପତରୁ ନାୟକ): ସମୟ ବଦଳିବା ସହିତ ମନୁଷ୍ୟ ମଧ୍ୟ ପରିବର୍ତ୍ତନ ହେଉଛି। ଆଧୁନିକତାର ଚାକଚକ୍ୟ ସମୟର ସ୍ପଳ୍ପତା ଭିତରେ ଆଜିର ମଣିଷ ପୁରୁଣା ଓ ପାରମ୍ପରିକ ଘରକରଣା ଜିନିଷକୁ ହଜେଇ ଦେଇ ଆଧୁନିକ ମେଶିନ୍‌ର ବ୍ୟବହାର ବହୁଳ ଭାବରେ ବଢ଼ି ଚାଲିଛି। ଆଗକାଳରେ ବ୍ୟବହାର କରାଯାଉଥିବା ଅନେକ ଜିନିଷ ଏବେ ଲୋପ ପାଇବାକୁ ବସିଲାଣି। ତା’ ଭିତରୁ ଢିଙ୍କି ଅନ୍ୟତମ । ଏକଦା ଢିଙ୍କି ଥିଲା ସବୁ ଗ୍ରାମରେ ଏକ ନିତ୍ୟ ବ୍ୟବହୃତ ପଦାର୍ଥ। ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ଢିଙ୍କି ସାହାଯ୍ୟରେ ସବୁ ପ୍ରକାରର ଚୁନା ପ୍ରସ୍ତୁତ କରାଯାଉଥିଲା। ଢିଙ୍କି ମହିଳାମାନଙ୍କ ବ୍ୟାୟାମର ଏକ ମାଧ୍ୟମ ପାଲଟିଥିଲା। ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଆମ ଚତୁଃପାଶର୍‌ବରୁ ଉଭେଇ ଗଲା। ଆଉ ତହିଁରେ ବ୍ୟବହୃତ ସରାଞ୍ଜମ ସଂଗ୍ରହାଳୟରେ ସ୍ଥାନ ନେଇ ଇତିହାସ ପାଲଟିଗଲା। ଆଗାମୀ ପିଢି ପାଇଁ ଏହା କେବଳ ଗୋଟିଏ କାହାଣୀ ହୋଇ ରହିଗଲା ବୋଲି ପୁରୁଖା ଲୋକେ କହିଛନ୍ତି।
ପଟ୍ଟାମୁଣ୍ଡାଇ ଜିଗରଣ ଗ୍ରାମର ବୃଦ୍ଧା ଦମୟନ୍ତୀ ବଳ କହିଛନ୍ତି, ପୂର୍ବ କାଳର ଓଡ଼ିଆ ଗ୍ରାମୀଣ ଘରକରଣା ଜିନିଷ ସବୁ ଆଉ ଦେଖିବାକୁ ମିଳୁନାହିଁ। ଆଗକାଳରେ ଢିଙ୍କିର ବହୁଳ ବ୍ୟବହାର ହେଉଥିଲା। ଓଷାବାରରେ ଭୋଗ ପ୍ରସ୍ତୁତି ନିମନ୍ତେ ଘରେ ଢିଙ୍କିକୁ ପୂଜା କରାଯାଇ ପ୍ରଥମେ ଧାନରୁ ଅରୁଆ ଚାଉଳ ପରେ ଅରୁଆ ଚାଉଳକୁ ଭିଜାଇ ଢିଙ୍କିରେ ଚୁନା କରାଯାଇ ଭୋଗ ପ୍ରସ୍ତୁତ କରାଯାଉଥିଲା। ସେ ଭୋଗର ସ୍ବାଦ କିଛି ନିଆରା ଥିଲା । ବର୍ତ୍ତମାନ ସେ ଯୁଗ ଗଲା କଳ ଯୁଗ ଆସିଲା। ସେଥିରୁ ତିଆରି କରାଯାଉଥିବା ଖାଦ୍ୟର ସ୍ବାଦ ରହୁନାହିଁ। ଦକ୍ଷିଣଦିଆ ଗାଁର ଗୀତାଞ୍ଜଳି ଦାଶ କହିଛନ୍ତି, ବିଶେଷ କରି ପୂର୍ବକାଳରେ ଘରେ ଘରେ ଧାନରୁ ଚାଉଳ ପ୍ରସ୍ତୁତ କରିବା ପାଇଁ ଢିଙ୍କିର ଅଧିକ ଆବଶ୍ୟକତା ଥିଲା। ଧାନକଳରେ କୁଟା ଯାଉଥିବା ଚାଉଳରେ ସେ ସବୁ ସ୍ବାଦ କିଛି ପରିମାଣରେ ରହୁଥିବା ବେଳେ ଏବେ ମିଲରୁ ଆସୁଥିବା ପଲିସ୍‌ ଚାଉଳରୁ ପ୍ରସ୍ତୁତ ଚାଉଳରେ ଆଉ ସ୍ବାଦ ରହୁନାହିଁ। ୪ ଦଶନ୍ଦି ପୂର୍ବରୁ ଢିଙ୍କି ବ୍ୟବହାର କମି ଧାନକଳ ଆସିଲା। ଧୀରେ ଧୀରେ ଧାନକଳ ଗାଁ ଗହଳିରେ କୁଟୀର ଶିଳ୍ପ ଭାବେ ହୋଇ ଚାଲିଲା। ଲୋକଙ୍କୁ ଧାନରୁ ଚାଉଳ କରିବାକୁ ଅଧିକ ସମୟ ଅପଚୟ ଓ ପରିଶ୍ରମ କରିବାକୁ ପଡ଼ିଲା ନାହିଁ। ଧାନକଳରେ ଧାନ କୁଟିବା ଶିଖିଲା ପରେ ଲୋକେ ଢିଙ୍କିର ବ୍ୟବହାର ବନ୍ଦ କରିବାରୁ ତାହା ଏବେ ଲୋପ ପାଇବାକୁ ବସିଲାଣି। ସୁଷମା ମହାନ୍ତି କହିଛନ୍ତି, ଗାଁରେ ବସବାସ କରୁଥିବା ମହିଳାମାନେ ପ୍ରଥମେ ଚୁଲିରେ ଧାନ ଉସାଇଁ ତାକୁ ଖରାରେ ଶୁଖାଇବା ପରେ ଢିଙ୍କିରେ କୁଟୁଥିଲେ। ଏହାଦ୍ୱାରା ସେମାନଙ୍କ ଶାରୀରିକ ବ୍ୟାୟାମରେ ସାହାଯ୍ୟ କରୁଥିଲା। ଢିଙ୍କିରେ କେବଳ ଧାନରୁ ଚାଉଳ କୁଟା ହେଉଥିଲା ତାହା ନୁହେଁ, ଢିଙ୍କିରେ ଧାନ ଓ ଚୁଡ଼ା କୁଟିବାଠାରୁ ଆରମ୍ଭ କରି ସବୁ ପ୍ରକାରର ଚୁନା ପ୍ରସ୍ତୁତ ହେଉଥିଲା। ଚାଉଳ ଚୁନାରେ ନାନାଦି ପ୍ରକାର ପିଠାପଣା ଭଳିି ଅନେକ ବ୍ୟଞ୍ଜନ ତିଆରି କରାଯାଉଥିଲା। ଢିଙ୍କି ଦେ ଧମସାଇଲୋ ସମା କୁଟଇ ଧାନ, ଭଳି ବିଭିନ୍ନ ଗୀତ ଏବଂ ଢିଙ୍କି କୁଟା ଢକ ଢକ ଶବ୍ଦ ଆଉ ଶୁଣିବାକୁ ମିଲୁନାହିଁ। ଢିଙ୍କି ଗୋଡ଼ ସାହାଯ୍ୟରେ ଓ ଆଉ ଗୋଟିଏ ହାତ ସାହାଯ୍ୟରେ କୁଟାଯାଉଥିଲା। ହାତରେ କୁଟା ଯାଉଥିବା ସରାମ କଡୁ ବା ପାହୁରାଣି ନାମରେ ଜଣାଶୁଣା। ପରିବର୍ତ୍ତନଶୀଳ ଦୁନିଆରେ ଆବଶ୍ୟକତା ଅନୁସାରେ ଚାହିଦା ପୂରଣ ନ କରି ପାରିବା, ଶ୍ରମ ଦାନର ଅଭାବ ଓ ଅଳସୁଆମି ପଣ ଯୋଗୁ ସଂସାରରୁ ଅନେକ ଜିନିଷ ହଜିଯିବାକୁ ବସିଲାଣି। ଗାଁ ଗହଳିର ଓ ପରିବାର ପାଖରେ ଏହି ଢିଙ୍କି ରହି ଯାଇଥିବା ବେଳେ ଆଗାମୀ ଦିନରେ କେବଳ ଫଟୋ ଚିତ୍ରରେ ହିଁ ଦେଖିବାକୁ ମିଳିବ ବୋଲି ବହୁ ପୁରୁଖା ଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri