ଓଡ଼ିଆ ସିନେ ପରଦାରେ ଢେଙ୍କାନାଳ ମାଟିର ମହକ

ଢେଙ୍କାନାଳ କଳା ସଂସ୍କୃତିର ଜିଲା ଭାବେ କେବଳ ରାଜ୍ୟ କାହିଁକି ଜାତୀୟସ୍ତରରେ ମଧ୍ୟ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଢେଙ୍କାନାଳର ପ୍ରତିଭାବାନ କଳାକାରମାନେ କେବଳ ଶାସ୍ତ୍ରୀୟ ନୃତ୍ୟ କାହିଁକି, ମଞ୍ଚ ଅଭିନୟ ଏବଂ ଚଳଚ୍ଚିତ୍ର ଅଭିନୟରେ ନିଜର ପାରଦର୍ଶିତା ଦେଖାଇ ଓଡ଼ିଶାରେ ଢେଙ୍କାନାଳ ପାଇଁ ସାଜିଛନ୍ତି ଗର୍ବ ଓ ଗୌରବର ପ୍ରତୀକ। ସେମାନଙ୍କ ମଧ୍ୟରୁ ଢେଙ୍କାନାଳ ମାଟିର ମହକ ଭାବେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଓ ଗୁରୁ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନାରାଣୀ ମିଶ୍ର, ରାଲି ନନ୍ଦ ଓ ସ୍ବପ୍ନା ପ୍ରିୟଦର୍ଶିନୀ ଅନ୍ୟତମ। ଏହି ୩ଜଣଙ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା

ଢେଙ୍କାନାଳର ବରିଷ୍ଠ ସାଂସ୍କୃତିକ ସଂଗଠକ କୃଷ୍ଣ କୁମାର ମିଶ୍ରଙ୍କ ସ୍ତ୍ରୀ ୍ଯଯୋତ୍ସ୍ନାରାଣୀ ମିଶ୍ର। ସେ ୧୯୮୧ରେ ଓଡ଼ିଆ ଚଳଚ୍ଚିତ୍ର ‘କାଚଘର’ରେ ପ୍ରମୁଖ ନାୟିକା ଭାବେ ଅଭିନୟ କରି ଦିଲ୍ଲୀଠାରେ ସେହି ସମୟରେ କ୍ରିଟିକ୍‌ କାଉନସିଲ ଇଣ୍ଡିଆ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ। ‘କାଚଘର’ ବ୍ୟତୀତ ସେ ‘ଦେବଯାନୀ’ ଓ ‘ଉଲ୍‌କା’ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ‘ଦେବଯାନୀ’ ଚଳଚ୍ଚିତ୍ରରେ ଅଜିତ ଦାସଙ୍କ ସହିତ ଅଭିନୟ କରିଥିଲେ। ଚଳଚ୍ଚିତ୍ର ଅଭିନୟ ଛାଡ଼ିବା ପରେ ସେ ଓଡ଼ିଶୀ ଓ ଅନ୍ୟ ଶାସ୍ତ୍ରୀୟ ନୃତ୍ୟକୁ ଆପଣାଇ ତାଙ୍କର ନିଜସ୍ବ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟରେ କଳାକାରମାନଙ୍କୁ ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ପ୍ରଶିକ୍ଷଣ ଜାରି ରଖିଛନ୍ତି। ସେ ନୃତ୍ୟ ବିଶାରଦ ପାସ୍‌ କରିବା ସହିତ ଦୂରଦର୍ଶନରେ ଜଣେ ପଞ୍ଜିକୃତ ବି-ଗ୍ରେଡ୍‌ କଳାକାର ବୋଲି ଜଣାପଡିଛି। ଜିଲା ପ୍ରଶାସନ ଓ ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଢେଙ୍କାନାଳ ମହୋତ୍ସବରେ ତାଙ୍କୁ ପ୍ରସିଦ୍ଧ ରାଜ୍ୟସ୍ତରୀୟ ମହିମା ସମ୍ମାନ ପ୍ରଦାନ କରାଯିବା ସହ ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।
ସେହିପରି ଢେଙ୍କାନାଳ ମାଟିର ଅନ୍ୟତମ ମହକ ହେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ରାଲି ନନ୍ଦ। ରାଲି ନିଜ ଛୋଟ ବେଳୁ ଓଡିଶୀ ନୃତ୍ୟକୁ ଆପଣାଇ ଜଣେ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ଭାବେ ସମଗ୍ର ରାଜ୍ୟରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେ ନିଜର ପ୍ରଥମ ଓଡିଆ ଚଳଚ୍ଚିତ୍ର ‘କଳିଙ୍ଗପୁତ୍ର’ରେ ସଫଳ ଅଭିନୟ କରି ୨୦୦୮ରେ ରାଜ୍ୟ ସରକାରଙ୍କର ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ଆକାଶ ଦାସନାୟକଙ୍କ ସହ ଅଭିନୟ କରିଥିଲେ। ଏହାପରେ ସେ ପଛକୁ ଫେରି ଚାହିଁ ନ ଥିଲେ। ପରେ ପରେ ସେ ‘ଆକାଶେ କି ରଙ୍ଗ ଲାଗିଲା’ ଅନୁଭବ ମହାନ୍ତିଙ୍କ ସହ, ‘ତୁ ଥିଲେ ମୋ ଡର କାହାକୁ’ରେ ବୁଦ୍ଧାଦିତ୍ୟ, ବିଜୟ ମହାନ୍ତି ଓ ମହାଶ୍ୱେତାଙ୍କ ସହ ଅଭିନୟ କରି ବେଶ ପ୍ରଶଂସିତ ହୋଇଥିଲେ। ସେହିପରି ‘ମା ଖୋଜେ ମମତା’ରେ ମିହିର ଦାସଙ୍କ ସହ ଅଭିନୟ କରିଥିଲେ। ଏତଦବ୍ୟତୀତ ସେ ‘ସୁପରଷ୍ଟାର’, ‘ଅଭିମାନୀ ପ୍ରିୟା ମୋର’, ‘ଟଙ୍କା ତୋତେ ସଲାମ’, ‘ପୁଣି ଦେଖାହେବ ଆର ଜନମରେ’, ‘ଓଁ ନମଃ ଶିବାୟ’, ‘ନଈ ସେପାରି କନକଗୋରୀ’ ସହିତ ଏକ ଛତିଶଗଡ଼ି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି। ସେ ରାଜ୍ୟ ସମେତ ଢେଙ୍କାନାଳ ଜିଲା ପ୍ରଶାସନ, ସଂସ୍କୃତି ପରିଷଦ ଓ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରତିଭା ପାଇଁ ବହୁବାର ସମ୍ମାନିତ ହୋଇଛନ୍ତି। ସେ ଢେଙ୍କାନାଳର ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ବରିଷ୍ଠ ପରିଚାଳକ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ନିଜର ଜୀବନସାଥୀ କରିଛନ୍ତି।
ସେହିପରି ବର୍ତ୍ତମାନ ପିଢ଼ିର ଅଭିନେତ୍ରୀ ଭାବେ ସିନେ ପରଦାରେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଢେଙ୍କାନାଳ ମାଟିର ଝିଅ ସ୍ବପ୍ନା ପ୍ରିୟଦର୍ଶିନୀ। ସ୍ବପ୍ନା ୨୦୨୧ରେ ଏମ୍‌ ଟିଭି ସୁପର ମଡେଲ ଅଫ୍‌ ଦି ଇୟର ସିଜିନ-୨ରେ ପ୍ରଥମ ଓଡ଼ିଆ ଝିଅ ଭାବେ ଶ୍ରେଷ୍ଠ ୩ଜଣଙ୍କ ମଧ୍ୟରେ ରହିଥିଲେ। ଏହାପରେ ସେ ୨୦୨୧ରେ ପ୍ରଥମ ଓଡ଼ିଆ ସିନେମା ‘ଟୁ ଟକୋଲେଟ’ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଅନୁଭବ ମହାନ୍ତିଙ୍କ ସହ ‘ଲଭ୍‌ ଇନ୍‌ ଲଣ୍ଡନ’ରେ ପ୍ରଭାବୀ ଅଭିନୟ କରି ଓଡିଆ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଦୋ ଛକି’ ମୁକ୍ତିଲାଭ ଅପେକ୍ଷାରେ ରହିଛି। ନିକଟରେ ସେ ଏକ ହିନ୍ଦୀ ମ୍ୟୁଜିକ ଭିଡିଓରେ ହିନ୍ଦୀ ଓ ପଞ୍ଜାବୀ ଜଗତର ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କନୱଲଜିତ୍‌ ଓ ପଞ୍ଜାବୀ ଗାୟକ ଗୁରନଜର ଛଟାଙ୍କ ସହ ଅଭିନୟ କରି ଚର୍ଚ୍ଚିତ ହୋଇଛନ୍ତି। ସେ ମଧ୍ୟ ବମ୍ବେଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ଏବଂ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜର ପ୍ରତିଭା ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ସେ ଢେଙ୍କାନାଳର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ବିଶିଷ୍ଟ ବ୍ୟାଙ୍କ ଅଧିକାରୀ ବିଶ୍ୱଜିତ ରାଉତରାୟ ଓ ମଧୁମିତା ରାଉତରାୟଙ୍କ କନ୍ୟା ଅଟନ୍ତି।
ଢେଙ୍କାନାଳରେ ପ୍ରତିଭାବାନ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରି ରାଜ୍ୟ ଓ ଜାତୀୟସ୍ତରରେ ଢେଙ୍କାନାଳକୁ ଗର୍ବିତ କରିବା ସହ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ଏହି ମାଟି ପାଇଁ ସେମାନେ ମହକ ବୋଲି କଳା ଓ ସଂସ୍କୃତି ପ୍ରେମୀମାନେ ମତବ୍ୟକ୍ତ କରନ୍ତି।
ପ୍ରସ୍ତୁତି- ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri