ଡିସେମ୍ବରରୁ ‘ଗଜରକ୍ଷା,ଜନସୁରକ୍ଷା’

ଢେଙ୍କାନାଳ ଅଫିସ, ୧୦।୧୧: ହାତୀ-ମଣିଷ ସଂଘର୍ଷ ଅପବାଦର କଳଙ୍କ ଲିଭାଇବାକୁ ପୁଣି ଥରେ ପ୍ରୟାସ ଆରମ୍ଭ କରିଛି ଢେଙ୍କାନାଳ ବନ ବିଭାଗ। ଜନବସତିମୁହଁା ହାତୀପଲ ଏବଂ ସେମାନଙ୍କ ଉପଦ୍ରବରୁ ଧନଜୀବନକୁ ସୁରକ୍ଷା ଦେବାକୁ ଆରମ୍ଭ ହେବ ନୂଆ ଅଭିଯାନ ‘ଗଜରକ୍ଷା, ଜନସୁରକ୍ଷା’। ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲାର ୧୦ ହସ୍ତୀ ଉପଦ୍ରୁତ ଗ୍ରାମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବରୁ ହାତୀ-ମଣିଷ ବିବାଦ ପ୍ରତିହତ କରିବାକୁ କାର୍ଯ୍ୟକାରୀ ଅଧଡଜନେ ଯୋଜନା ଫେଲ୍‌ ମାରିଥିବା ବେଳେ ପ୍ରସ୍ତାବିତ ନୂତନ ଅଭିଯାନ ଫଳପ୍ରସୂ ହେବ ବୋଲି ଆଶା ବାନ୍ଧିଛି ବନ ବିଭାଗ।

ହାତୀ ଶିକାର ହେଉ କି ହାତୀ ମୃତ୍ୟୁ ଅଥବା ହାତୀ ଆକ୍ରମଣରେ ମଣିଷ ଜୀବନ ଯିବା, ସବୁଥିରେ ରାଜ୍ୟରେ ୧ ନମ୍ବର ଢେଙ୍କାନାଳ ଜିଲା। ଏହାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ । ଏଥିଲାଗି ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ ତାହା କାମ ଦେଉନାହିଁ। ଏସବୁ ମଧ୍ୟରେ ହାତୀ-ମଣିଷ ସଂଘର୍ଷ ଏଡ଼ାଇବାକୁ ଡିସେମ୍ବରରୁ କାର୍ଯ୍ୟକାରୀ ହେବାକୁ ଯାଉଛି ‘ଗଜରକ୍ଷା, ଜନସୁରକ୍ଷା’। ସାଧାରଣତଃ ଧାନ ଅମଳ ସମୟରେ ହାତୀ ଉପଦ୍ରବରୁ ଏହି ଅଭିଯାନ ଧନଜୀବନକୁ ସୁରକ୍ଷା ଦେବ ବୋଲି ବନ ବିଭାଗ ଆଶା ବାନ୍ଧିଛି।

ପ୍ରଥମ ପର୍ଯ୍ୟାୟରେ ଜିଲାର ମହାବିରୋଡ, ହିନ୍ଦୋଳ ଓ ସଦର ରେଞ୍ଜ୍‌ ଅଧୀନ ୧୦ ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଗ୍ରାମଠାରୁ ହାତୀଙ୍କୁ ଦୂରରେ ରଖିବାକୁ ସୋଲାର ପ୍ୟାନ୍‌ଶିଂ ବ୍ୟବସ୍ଥା କରାଯିବ। ଏଥିପାଇଁ ୯୦% ଅର୍ଥ ରାଜ୍ୟ ସରକାର ପ୍ରଦାନ କରୁଥିବାବେଳେ ୧୦% ଅର୍ଥ ସମ୍ପୃକ୍ତ ଗ୍ରାମବାସୀଙ୍କଠାରୁ ଆଦାୟ କରାଯିବ। ମହାବିରୋଡ ରେଞ୍ଜ୍‌ ଖାଲପାଳ ଗ୍ରାମରୁ ଏହା କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଥିବାବେଳେ ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି।

ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ଡ. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଖୁବ୍‌ଶୀଘ୍ର ଜିଲାରେ ‘ଗଜରକ୍ଷା, ଜନ ସୁରକ୍ଷା’ ଯୋଜନା ଆରମ୍ଭ ହେବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ୧୦ ଗ୍ରାମ ଚିହ୍ନଟ କରାଯାଇଛି। ସମ୍ପୃକ୍ତ ଗ୍ରାମର ପରିଧି ଅନୁଯାୟୀ ସୋଲାର ଫ୍ୟାନ୍‌ଶିଂ କରାଯିବ। ଜିଲାରେ ହାତୀ-ମଣିଷ ବିବାଦ ରୋକିବାରେ ଏହି ଯୋଜନା ଫଳପ୍ରଦ ହେବ ବୋଲି ଆଶା କରାଯାଉଥିବା ଡିଏଫ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେଶନ ପାଇଁ ଚାଷୀ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri