ଢେଙ୍କାନାଳ: ୩ ବ୍ଲକରେ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ,୨୪।୩: ଢେଙ୍କାନାଳ ଜିଲାରେ ବୁଧବାର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଜିଲାର ୮ ବ୍ଲକ ମଧ୍ୟରୁ ୫ଟିରେ ଉପାଧ୍ୟକ୍ଷ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାବେଳେ ୩ଟି ବ୍ଲକରେ ଭୋଟ ଗ୍ରହଣ କରାଯାଇଥିଲା।
ଜିଲାର ସଦର, ଗଁଦିଆ, ଓଡାପଡା, କାମାକ୍ଷାନଗର ଓ ଭୁବନ ବ୍ଲକ ଉପାଧ୍ୟକ୍ଷ ପଦବୀ ପାଇଁ ଜଣେ ଲେଖାଏ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାରୁ ସେଠାରେ ଭୋଟଗ୍ରହଣର ଆବଶ୍ୟକତା ପଡ଼ି ନ ଥିଲା। ସଦର ବ୍ଲକରେ ଚାଉଳିଆ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ କାଳନ୍ଦୀ ବାରିକ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି ଗଁଦିଆ ବ୍ଲକରେ ନେଉଳପୋଇ ପଞ୍ଚାୟତ ସମିତି ସଭ୍ୟା ମମତା ସାମଲ, ଓଡାପଡା ବ୍ଲକରେ ବଳରାମ ପ୍ରସାଦ ପଞ୍ଚାୟତ ସମିତି ସଭ୍ୟ ଅମିତାବ ସ୍ବାଇଁ, କାମାକ୍ଷାନଗର ବ୍ଲକରେ କୁସୁମଯୋଡି ପଞ୍ଚାୟତ ସମିତି ସଭ୍ୟା ରଞ୍ଜିତା ବିଶ୍ବାଳ, ଭୁବନ ବ୍ଲକରେ ଏକତାଳି ପଞ୍ଚାୟତର ସମିତି ସଭ୍ୟା ସରୋଜିନୀ ଦ୍ୱିବେଦୀ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ତେବେ ହିନ୍ଦୋଳ, କଙ୍କଡ଼ାହାଡ଼ ଓ ପରଜଙ୍ଗ ବ୍ଲକରେ ଉପାଧ୍ୟକ୍ଷ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା। ହିନ୍ଦୋଳ ବ୍ଲକରେ ପୂର୍ବତନ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଏବଂ କଳିଙ୍ଗା ପଞ୍ଚାୟତ ସମିତି ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ବରୁଣ ସରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ମାହୁନ୍ତଙ୍କୁ ୧୭ଟି ଭୋଟ ମିଳିଥିବାବେଳେ ବରୁଣ ୧୮ ଖଣ୍ଡ ଭୋଟ ପାଇ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। କଙ୍କଡ଼ାହାଡ଼ ବ୍ଲକ ଉପାଧ୍ୟକ୍ଷା ପଦବୀ ନିମନ୍ତେ ଭୋଟ ନିଆଯାଇଥିଲା। କଙ୍କଡାହାଡ଼ ସମିତି ସଭ୍ୟା ଦୀପା ସାହୁ ଓ କୁଟୁରିଆ ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦୀପାଙ୍କ ସପକ୍ଷରେ ୧୩ଟି ଭୋଟ ପଡ଼ିଥିବାବେଳେ ଲକ୍ଷ୍ମୀପ୍ରିୟାଙ୍କ ସପକ୍ଷରେ ୮ଟି ଭୋଟ ପଡ଼ିଥିଲା। ଫଳରେ ଦୀପା ସାହୁ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ। ପରଜଙ୍ଗ ବ୍ଲକ ଉପାଧ୍ୟକ୍ଷା ପଦବୀ ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରେଣ୍ଠାପାଟ ପଞ୍ଚାୟତ ସମିତି ସଭ୍ୟା ଯଶଶ୍ୱିନୀ ରାଉତ ଓ ମୁକ୍ତାପଶି ପଞ୍ଚାୟତ ସମିତି ସଭ୍ୟ ବାବୁଲା ବିଶ୍ବାଳ ନାମାଙ୍କନପତ୍ର ଦାଖଲ କରିଥିଲେ। ଯଶଶ୍ୱିନୀଙ୍କୁ ୧୭ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଲାଙ୍କୁ ୧୧ ଖଣ୍ଡ ଭୋଟ ମିଳିଥିଲା। ଫଳରେ ଯଶଶ୍ୱିନୀ ରାଉତ ଉପାଧ୍ୟକ୍ଷା ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଓ୍ବାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଢେଙ୍କାନାଳ,୯।୫: ଟେଲିଫୋନ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଢେଙ୍କାନାଳ ଟାଉନଥାନା ନିକଟରେ ଥିବା ଟାୱାର ଉପରେ ଚଢି ଉପରେ ବସିଛନ୍ତି ଯୁବକ। ଢେଙ୍କାନାଳ କାମାକ୍ଷାନଗର…

ରେଙ୍ଗାଳି ବାମ ବନ୍ଧ କେନାଲ ଡିଭିଜନ ଅଫିସ ସିଲ

କାମାକ୍ଷାନଗର,୨୭।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର  ରେଙ୍ଗାଳି ବାମ କେନାଲରେ ୨୦୦୩-୪ ମସିହାରୁ ଠିକା କାମ କରି ପ୍ରାୟ  ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା  ବକେୟା…

ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ: ଗାଡି ଭାଙ୍ଗିବା ସହ…

କାମାକ୍ଷାନଗର,୨୨।୪(ସୁଧୀର କୁମାର ପରିଡା): ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବାବେଳେ ଜନଗଣନା କରିବାକୁ ଯାଇଥିବାବେଳେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଜଣ ଜନଗଣନା କର୍ମଚାରୀ…

ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଗଲା ବଡ଼ ଦୁର୍ଘଟଣା, ଟ୍ରକ୍‌କୁ ରକ୍ଷା କରିବାକୁ ଯାଇ ବସକୁ ବାଲି ଗଦା ଉପରକୁ…

ଢେଙ୍କାନାଳ,୨୦।୪(ରତନ ନାୟାର): ପୁରୀରୁ ତୀର୍ଥ ସାରି ମହାରାଷ୍ଟ୍ର ନାସିକ ଫେରୁଥିବା ଏକ ତୀର୍ଥଯାତ୍ରୀ ବସ ଏକ ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛି । ଵସ…

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri