ଏକାଠି କଲା ଢେଙ୍କାନାଳ ବରା

ନା ଥିଲା ଦଳୀୟ ଭାବନା, ନା ବାଛବିଚାର। ରାଜନେତାଙ୍କଠାରୁ ଆରମ୍ଭ କରି ପଦସ୍ଥ ପ୍ରଶାସନିକ ଅଧିକାରୀ, ବ୍ୟବସାୟୀଙ୍କଠାରୁ ବରିଷ୍ଠ ନାଗରିକ। ସ୍ବାଦିଷ୍ଟ ଆଳୁଦମ୍‌ ସହିତ ମୁସୁମୁସିଆ ଗରମ ବରାର ମଜା ନେବା ବେଳକୁ ସମସ୍ତଙ୍କ ମୁହଁରୁ ଆପେ ଆପେ ବାହାରି ଆସୁଥିଲା ବାଃ କେତେ ସ୍ବାଦିଷ୍ଟ। ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ଶୁକ୍ରବାର ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ପ୍ରଥମ କରି ‘ବରା ଦିବସ’ ପାଳନ କରାଯାଇଥିବାବେଳେ ଏଭଳି ଅଭିନବ କାର୍ଯ୍ୟକ୍ରମ ଏକାଠି କରିଥିଲା ସହରର ଆବାଳବୃଦ୍ଧବନିତାଙ୍କୁ।

 

ଢେଙ୍କାନାଳ ଅଫିସ, ୮।୪: ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଢେଙ୍କାନାଳ ବରା। ସମ୍ପୂର୍ଣ୍ଣ ଦେଶୀୟ ଶୈଳୀରେ ପ୍ରସ୍ତୁତ କରାଯାଉଥିବା ଏହି ସ୍ବାଦିଷ୍ଟ ପାରମ୍ପରିକ ଖାଦ୍ୟ ଜିଲାକୁ ଦେଇଛି ସ୍ବତନ୍ତ୍ର ପରିଚୟ। ପରିବର୍ତ୍ତିତ ସମୟରେ ଏହାର ଲୋକପ୍ରିୟତା ଆହୁରି ବଢ଼ିବାରେ ଲାଗିଥିବାବେଳେ ଶୁକ୍ରବାର ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପାଳିତ ହୋଇଛି ପ୍ରଥମ ବରା ଦିବସ। ଏହି ଅଭିନବ କାର୍ଯ୍ୟକ୍ରମରେ ୫୦୦ରୁ ଊର୍ଦ୍ଧ୍ୱ ସହରବାସୀ ସାମିଲ ହୋଇଥିବାବେଳେ ଗୋପବନ୍ଧୁ ଟାଉନ୍‌ ହଲ୍‌ ପରିସରରେ ସୃଷ୍ଟି ହୋଇଥିଲା ଭିନ୍ନ ପରିବେଶ।
ଦେଶୀ ବିରି, ଚାଉଳ, ଆମ୍ବକଷିଆ ଅଦା, କଞ୍ଚା ଲଙ୍କା, ପିଆଜ ମିଶ୍ରଣରେ ବରା ପ୍ରସ୍ତୁତ କରିଥିଲେ ଅଞ୍ଚଳର କାରିଗର ରତ୍ନାକର ସାହୁ। ଏଥିସହ ଆଳୁଦମ୍‌ ମଧ୍ୟ ପରିବେଷଣ କରାଯାଇଥିଲା। ପିଆଜ, ଲଙ୍କା ଛଣା ସହିତ ଏହାର ମଜା ନେଇଥିଲେ ବହୁ ସହରବାସୀ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରା ଦିବସ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟା ଯାଏ ଚାଲିଥିଲା। ଢେଙ୍କାନାଳ ସଚେତନ ନାଗରିକ ଫୋରମ୍‌ର କାର୍ଯ୍ୟକାରୀ ସଭାପତି ବିଶ୍ୱନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ ଯୋଗଦେଇ କହିଲେ, ଢେଙ୍କାନାଳ ତିନୋଟି ବିଷୟକୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେଥିରେ ପ୍ରଥମଟି କପିଳାସର ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠ, ଦ୍ୱିତୀୟଟି ସର୍ବକନିଷ୍ଠ ଶହୀଦ ବାଜି ରାଉତ ଏବଂ ତୃତୀୟଟି ହେଉଛି ପ୍ରସିଦ୍ଧ ବରା। ପଖାଳ ଦିବସ ଭଳି ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ବରା ଦିବସ ନିଆରା ଭାବେ ପାଳନ ହେବା ଖୁସିର ବିଷୟ ବୋଲି ଏମ୍‌ପି କହିଥିଲେ। ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଜିଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର, ସମବାୟବିତ୍‌ ଅକ୍ଷୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ସମ୍ପାଦକ ଭରତ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଢେଙ୍କାନାଳର ଲୋକପ୍ରିୟ ବରା ଇତିହାସ ବହୁ ପ୍ରାଚୀନ। ସ୍ବାଧୀନତା ପୂର୍ବରୁ ରାଜତନ୍ତ୍ର ଶାସନ ଥିବାବେଳେ ବରା ଅଞ୍ଚଳବାସୀଙ୍କ ଭାବାବେଗ ସହିତ ଯୋଡ଼ିହୋଇ ଆସିଛି। ବିଶେଷକରି ସହରବାସୀଙ୍କ ପାଇଁ ଏହା ନିତିଦିନିଆ ଖାଦ୍ୟ ସାରଣୀରେ ସାମିଲ ହୋଇଛି। ଏହି ପାରମ୍ପରିକ ଖାଦ୍ୟକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ଉଦ୍ୟମ କରାଯିବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି
ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପ୍ରଥମ ଥର ବରା ଦିବସ ପାଳନ କରାଯାଇଛି। ପାଇଛା ସାହୁ, ଭାଗବତ ସାହୁ, କୁ୍‌ଞ୍ଜ ସାହୁ ପ୍ରମୁଖଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଢେଙ୍କାନାଳ ବରା ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ଆମର ପାରମ୍ପରିକ ଖାଦ୍ୟ ଭିତରୁ ଗୋଟିଏ।
-ବିଶ୍ୱନାଥ ବେହେରା, କାର୍ଯ୍ୟକାରୀ ସଭାପତି, ସଚେତନ ନାଗରିକ ଫୋରମ୍‌
ବୈଶାଖ ମାସ ପ୍ରଥମ ଦିନ ‘ବରା ଦିବସ’
ଢେଙ୍କାନାଳ ବରା ସର୍ବଜନ ଆଦୃତ। ବାହାର ଲୋକ ଢେଙ୍କାନାଳକୁ ଆସିଲେ ପ୍ରଥମେ ଏଠାକାର ବରା ଖାଇବାକୁ ଖୋଜନ୍ତି। ସନାତନ ଧର୍ମର କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ପ୍ରଥମ ମାସ ତଥା ବୈଶାଖର ପ୍ରଥମ ଦିନରେ ପ୍ରଥମ କରି ବରା ଦିବସ ପାଳନ କରାଯାଇଛି। ଏହା ପ୍ରତିବର୍ଷ ଜାରି ରହିବ।
-ଭରତ କୁମାର ଦାସ, ସମ୍ପାଦକ, ସଚେତନ ନାଗରିକ ଫୋରମ୍‌


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ରାସ୍ତା ପ୍ରଶସ୍ତିକରଣକୁ ନେଇ ଉତ୍ତେଜନା: କାର୍ଯ୍ୟବନ୍ଦ କଲେ ଗ୍ରାମବାସୀ

ମୋରଡ଼ା,୨୮ା୩(ସ୍ମାରକ ମାଜୀ): ରାସ୍ତା ପ୍ରଶସ୍ତିକରଣକୁ ନେଇ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଏନେଇ ଗ୍ରାମବାସୀ  ନିର୍ମାଣ କାର୍ଯ୍ୟ...

ଟ୍ରକ୍‌ରେ ପିଟିହେଲା ହାଇଓ୍ବା, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ଭଦ୍ରକ,୨୮ା୩(ସନାତନ ରାଉତ): ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ଗୁରୁବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି।...

ଟିକେଟ୍‌ ମିଳିବା ପରେ ମହାପ୍ରଭୁଙ୍କ ଦର୍ଶନ କଲେ ବବି ଦାସ

ପୁରୀ,୨୮।୩: ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ବବିଙ୍କୁ...

‘ଆଉ ତତେ ଗ୍ରହଣ କରିବି ନାହିଁ’

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ କରି ପ୍ରତାରଣା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼,୨୮।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅଧୀନ ଥୁଆଙ୍ଗପଦର ଗ୍ରାମରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ମଙ୍ଗଳବାର ସମ୍ପନ୍ନ ହୋଇଯାଇଛି। ପରମ୍ପରା...

କଳାହାଣ୍ଡିରେ ବିଜେଡି ଖେଳିଲା ମହିଳା କାର୍ଡ

ଭବାନୀପାଟଣା,୨୮।୩(ଉତ୍ତମ କୁମାର ଦାଶ): ଆଗାମୀ ସାଧାରଣ ନିର୍ବାଚନ ବିଧାନ ସଭା କ୍ଷେତ୍ର ପାଇଁ ବିଜେଡି ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥିନୀ/ପ୍ରାର୍ଥିଙ୍କ ନାମ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri