ଢେମ୍‌ସା, ଡଙ୍ଗରିଆ ନାଚର ମଜା ନେଲେ ଦର୍ଶକ

ରାୟଗଡ଼ା,୭।୧(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶୁକ୍ରବାର ଲୋକ ମହୋତ୍ସବ ଚଇତି ଉଦ୍‌ଘାଟନ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଏବଂ ବି. ସୂର୍ଯ୍ୟ ପ୍ରକାଶ ରାଓ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜାକା, ବିଡିଓ ତାପସ କୁମାର ଭୋଇ ମଞ୍ଚାସୀନ ଥିଲେ। ନାଗାବଳୀ ଓ କଲ୍ୟାଣୀ ନଦୀ ସଙ୍ଗମଘାଟରୁ ଗଙ୍ଗାଙ୍କୁ ଆବାହନ କରି କଳସ ଶୋଭାଯାତ୍ରା ବାହାରିଥିଲା। ଏହି କଳସ ଶୋଭାଯାତ୍ରାରେ ସକାଳୁ ବ୍ଲକ ପ୍ରଶାସନ, ସ୍ବୟଂ ସହାୟିକା ଗୋଷ୍ଠୀ, ଗ୍ରାମବାସୀ, ବୁଦ୍ଧିଜୀବୀ, ଛାତ୍ରୀଛାତ୍ର ସାମିଲ ହୋଇଥିଲେ। ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିସାରିବା ପରେ ତାହାକୁ ଚଇତି ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହାପରେ ଉପସ୍ଥିତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ପଲ୍ଲିଶ୍ରୀ ମେଳା ଉଦ୍‌ଘାଟନ କରିଥିଲେ। ଏଥିରେ ପ୍ରାଣୀ ସମ୍ପଦ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ, ଉଦ୍ୟାନ କୃଷି ବିଭାଗ, ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ, ବିଦ୍ୟାଳୟ, ମିଶନ ଶକ୍ତି, ପଞ୍ଚାୟତିରାଜ ଓ ପାନୀୟଜଳ, କୃଷି ଓ କୃଷକ ବିଭାଗ, ପୁଷ୍ଟି ଶସ୍ୟମେଳା, ଶିଶୁ ବିକାଶ ଯୋଜନା ଷ୍ଟଲ୍‌ ରହିଥିଲା। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଆଧାର ହେଉଛି ଚଇତି ବୋଲି ଅତିଥିମାନେ କହିଥିଲେ। ଏହି ମଞ୍ଚରେ ୧୪ଟି ପଞ୍ଚାୟତରୁ ଆସିଥିବା ସାଂସ୍କୃତିକ ଦଳର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ଦର୍ଶକ ଢେମ୍‌ସା ଓ ଡଙ୍ଗରିଆ ନୃତ୍ୟର ଖୁବ୍‌ ମଜା ଉଠାଇଥିଲେ। ମାଁ ମଝିଘରିଆଣୀ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ‘ବୁଲି ଆସ ଆମ କଲ୍ୟାଣସିଂହପୁର’ କ୍ୟାସେଟ୍‌କୁ ଅତିଥି ଲୋକାର୍ପଣ କରିଛନ୍ତି। ଜିଲା ସାଂସ୍କୃତିକ ସଂଘ ଉପସଭାପତି ସନ୍ତୋଷ କୁମାର ବଚ୍ଚା ଗୀତ ଗାଇଥିଲେ। ଏଥିରେ ସମସ୍ତ ନୃତ୍ୟ ଓ କ୍ରୀଡ଼ା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଏଥିରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଜିଲାସ୍ତରୀୟ ଚିଇତିରେ ଭାଗନେବେ ବୋଲି ବିଡିଓ କହିଛନ୍ତି। କାର୍ଯ୍ୟକ୍ରମକୁ ବିଡିଓ ତାପସ କୁମାର ଭୋଇ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ପାରଶାଲି ସ୍ବତନ୍ତ୍ର ଅଧିକାରୀ ସଲମନ ରାଇକା, ଜିପିଓ ମାନସ ରଞ୍ଜନ ପ୍ରଧାନ, ଡବ୍ଲ୍ୟୁଇଓ ଚନ୍ଦନ ଦାସ ବାଙ୍ଗାରୀ, ବିପିଏମ୍‌ କଳ୍ପତରୁ ବେହେରାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri