Posted inଜାତୀୟ

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି।

ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ, ଇସ୍ତଫା ଦେବା ପରେ କ’ଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା ବନ୍ଦ ହୋଇଯିବ? ଏବଂ ମନ୍ତ୍ରୀ ଭାବେ ମିଳୁଥିବା ଦରମା ଓ ସୁବିଧାସୁଯୋଗର ଲାଭ ସେ ଆଗକୁ ପାଇବେ ନା ସବୁକିଛି ତୁରନ୍ତ ପ୍ରଭାବରୁ ଶେଷ ହୋଇଯିବ? ଆସନ୍ତୁ ଜାଣିବା ମନ୍ତ୍ରୀଙ୍କ ଇସ୍ତଫା ପରେ ଦରମା ଓ ସୁବିଧାସୁଯୋଗକୁ ନେଇ କ’ଣ ରହିଛି ସରକାରୀ ନିୟମ।

ସରକାରୀ ନିୟମ ଅନୁସାରେ, କୌଣସି କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଭାବେ ମିଳୁଥିବା ଦରମା ଏବଂ ଭତ୍ତା ସେହି ଦିନରୁ ହିଁ ବନ୍ଦ ହୋଇଯାଏ, ଯେଉଁ ଦିନ ତାଙ୍କ ଇସ୍ତଫାର ସରକାରୀ ବିଜ୍ଞପ୍ତି (Notification) ଜାରି ହୁଏ।

ସାଲାରୀ ଆଣ୍ଡ ଆଲାଉନ୍ସେସ ଅଫ ମିନିଷ୍ଟର୍ସ ଆକ୍ଟ, ୧୯୫୨ (Salary and Allowances of Ministers Act, 1952) ଅନୁସାରେ, ମନ୍ତ୍ରୀଙ୍କ ଇସ୍ତଫାର ଅଫିସିଆଲ ବିଜ୍ଞପ୍ତି ‘ଅଫିସିଆଲ ଗଜେଟ’ରେ ପ୍ରକାଶ ପାଇବା କ୍ଷଣି ହିଁ ଦରମା ଅଟକି ଯାଏ।

ଏଥିରେ ମନ୍ତ୍ରୀ ଭାବେ ମିଳୁଥିବା ମୂଳ ଦରମା, ଦୈନିକ ଭତ୍ତା (Daily Allowance) ଏବଂ ର୍ନିବାଚନ ମଣ୍ଡଳୀ ଭତ୍ତା (Constituency Allowance) ସାମିଲ ରହିଛି।

ଯଦି ମନ୍ତ୍ରୀ ସାଂସଦ ହୋଇଥାନ୍ତି, ତେବେ କ’ଣ ହେବ?

ନିୟମାନୁସାରେ, କୌଣସି ବି ରାଜନେତା ଏକାସାଙ୍ଗରେ ମନ୍ତ୍ରୀ ଏବଂ ସାଂସଦ (କିମ୍ୱା ବିଧାୟକ) ଦ୍ୱୟଙ୍କ ଦରମା ନେଇପାରିବେ ନାହିଁ। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦର ଦରମା ବନ୍ଦ ହୋଇଯିବ; ତେଣୁ ସେ ନିଜର ସାଂସଦ ପଦ ବଜାୟ ରଖୁଥିବାରୁ, ତାଙ୍କୁ କେବଳ ଜଣେ ସାଧାରଣ ସାଂସଦଙ୍କୁ ମିଳୁଥିବା ନିୟମିତ ଦରମା ଓ ଭତ୍ତା ପ୍ରଦାନ କରାଯିବ।

ମନ୍ତ୍ରୀ ଭାବେ ମିଳୁଥିବା ଦରମା ଓ ଦୈନିକ ଭତ୍ତା

ମନ୍ତ୍ରୀ ପଦ ସହ ଜଡ଼ିତ ନିର୍ୱାଚନ ମଣ୍ଡଳୀ ଭତ୍ତା

ବିଶେଷ ମନ୍ତ୍ରୀ ଭତ୍ତା (Sumptuary Allowance)

ସରକାରୀ ଗାଡ଼ି/ବାହନ: ସରକାରଙ୍କ ପକ୍ଷରୁ ମିଳିଥିବା ଅଫିସିଆଲ ଗାଡ଼ି ସୁବିଧା।

ନିଜସୱ ଷ୍ଟାଫ: ମନ୍ତ୍ରୀଙ୍କ ପାଇଁ ନିଯୁକ୍ତ ହୋଇଥିବା ବ୍ୟକ୍ତିଗତ କିମ୍ୱା ସଚିବାଳୟ ଷ୍ଟାଫ (Secretarial Staff)।

ଇସ୍ତଫା କାର୍ଯ୍ୟକାରୀ ହେବା ମାତ୍ରେ ଏହିସବୁ ସୁବିଧା ପ୍ରତ୍ୟାହାର କରିନିଆଯାଏ।

ନିୟମ ଅନୁସାରେ, ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜର ସରକାରୀ ବାସଭବନ (ବଙ୍ଗଳା) ଖାଲି କରିବାକୁ ପଡ଼ିଥାଏ। ଏହି ସମୟସୀମା ସାଧାରଣତଃ ଏକ ମାସ ପର୍ଯ୍ୟନ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ୫ ଜାହାଜ ଧ୍ୱଂସ କଲା ଆମେରିକା: ବଢିଲା ଉତ୍ତେଜନା

ନୂଆଦିଲ୍ଲୀ,୯।୯: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ (CENTCOM) ଅନୁଯାୟୀ, ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ…

ଓଭରବ୍ରିଜ ନିର୍ମାଣ ଦାବି: ଗମନାଗମନରେ ଲୋକେ ହେଉଛନ୍ତି ହନ୍ତସନ୍ତ

କେସିଙ୍ଗା,୯।୯(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଡୁମେରମୁଣ୍ଡା ଗ୍ରାମ ଦେଇ କେସିଙ୍ଗା ସହରକୁ ଯାଇଥିବା…

ଧୁରନ୍ଧରକୁ ପଛରେ ପକାଇଲା ଫିଲ୍ମ ‘ହନୁମାନ ଅଂଶ’

ମୁମ୍ବାଇ: ଆଧ୍ୟାତ୍ମିକ ଗୁରୁ ନୀମ କରୋଲି ବାବାଙ୍କ ଜୀବନ ଏବଂ ଶିକ୍ଷା ଉପରେ ଆଧାରିତ ଫିଲ୍ମ ‘ହନୁମାନ ଅଂଶ’ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଟଙ୍କା…

୧୧ରେ ମୋଦି-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୯ା୯: ନୂଆଦିଲ୍ଲୀରେ ହେବାକୁ ଯାଉଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୧ ତାରିଖ ଶୁକ୍ରବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସହ…

ଭାରତ ସହ ସହଯୋଗ ବଢ଼ାଇବ ଇରାନ

ନୂଆଦିଲ୍ଲୀ,୯ା୯: ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ଏବଂ ଆମେରିକାର କଟକଣା ନୀତିକୁ ନେଇ ଲାଗିରହିଥିବା ଅନିଶ୍ଚିତତା ସତ୍ତ୍ୱେ ଚାବହାର ବନ୍ଦରର ରଣନୀତିକ ମୂଲ୍ୟବୋଧ ଓ ଭାରତ ସହ ସମ୍ପର୍କ…

ଦୁର୍ବିଷହ ହୋଇପଡ଼ିଛି ଭୂଷଣଙ୍କ ଜୀବନ: ସହାୟତା ପାଇଁ ଜିଲାପାଳଙ୍କୁ ଫେରାଦ ହେଲେ ଦିବ୍ୟାଙ୍ଗ

ବରଗଡ଼,୯।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ୍‌ ବ୍ଲକ ରେମଣ୍ଡା ହରିଜନପଡ଼ା ନିବାସୀ ଭୂଷଣ ଭାଏନାଙ୍କ ଜୀବନଯାପନ ଦୁର୍ବିଷହ ହୋଇ ପଡ଼ିଛି। ସେ ୨୦୨୪ରେ ସଂକ୍ରମଣ ହେବା କାରଣରୁ ତାଙ୍କ…

ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି…

ସାଟେଲାଇଟ୍‌ ଇମେଜିଂ ଟେକ୍ନୋଲୋଜି ପାଇଁ ଭାରତୀୟ କମ୍ପାନୀକୁ ଆମେରିକାର ପ୍ୟାଟେଣ୍ଟ

ନୂଆଦିଲ୍ଲୀ,୯ା୯:ମହାକାଶ ପ୍ରଯୁକ୍ତିବଦିଦ୍ୟା କମ୍ପାନୀ ‘ଗାଲାକ୍ସଆଇ’କୁ ମଙ୍ଗଳବାର ଏହାର ଅପ୍‌ଟୋସାର ଇମେଜିଂ କ୍ଷମତାର ମୂଳ ପ୍ରଯୁକ୍ତିବିଦ୍ୟା ପାଇଁ ଆମେରିକାଠାରୁ ପ୍ୟାଟେଣ୍ଟ ମିଳିଛି। ଏହା ସହ ଏହା ସାଟେଲାଇଟ୍‌ ଇମେଜିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri