Posted inଜାତୀୟ

ଶିକ୍ଷା ମନ୍ତ୍ରୀରୁ ଇସ୍ତଫା ପରେ କ’ଣ ବନ୍ଦ ହୋଇଯିବ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା? ଜଣାପଡିଲା…

ନୂଆଦିଲ୍ଲୀ,୨୫।୭: NEET-UG ୨୦୨୬ ପରୀକ୍ଷାକୁ ନେଇ ସାରା ଦେଶରେ ଦେଖାଦେଇଥିବା ବିବାଦ ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ଇସ୍ତଫା ପତ୍ର ପଠାଇବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି।

ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ, ଇସ୍ତଫା ଦେବା ପରେ କ’ଣ ଧର୍ମେନ୍ଦ୍ର ପ୍ରଧାନଙ୍କ ଦରମା ବନ୍ଦ ହୋଇଯିବ? ଏବଂ ମନ୍ତ୍ରୀ ଭାବେ ମିଳୁଥିବା ଦରମା ଓ ସୁବିଧାସୁଯୋଗର ଲାଭ ସେ ଆଗକୁ ପାଇବେ ନା ସବୁକିଛି ତୁରନ୍ତ ପ୍ରଭାବରୁ ଶେଷ ହୋଇଯିବ? ଆସନ୍ତୁ ଜାଣିବା ମନ୍ତ୍ରୀଙ୍କ ଇସ୍ତଫା ପରେ ଦରମା ଓ ସୁବିଧାସୁଯୋଗକୁ ନେଇ କ’ଣ ରହିଛି ସରକାରୀ ନିୟମ।

ସରକାରୀ ନିୟମ ଅନୁସାରେ, କୌଣସି କେନ୍ଦ୍ରମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ଭାବେ ମିଳୁଥିବା ଦରମା ଏବଂ ଭତ୍ତା ସେହି ଦିନରୁ ହିଁ ବନ୍ଦ ହୋଇଯାଏ, ଯେଉଁ ଦିନ ତାଙ୍କ ଇସ୍ତଫାର ସରକାରୀ ବିଜ୍ଞପ୍ତି (Notification) ଜାରି ହୁଏ।

ସାଲାରୀ ଆଣ୍ଡ ଆଲାଉନ୍ସେସ ଅଫ ମିନିଷ୍ଟର୍ସ ଆକ୍ଟ, ୧୯୫୨ (Salary and Allowances of Ministers Act, 1952) ଅନୁସାରେ, ମନ୍ତ୍ରୀଙ୍କ ଇସ୍ତଫାର ଅଫିସିଆଲ ବିଜ୍ଞପ୍ତି ‘ଅଫିସିଆଲ ଗଜେଟ’ରେ ପ୍ରକାଶ ପାଇବା କ୍ଷଣି ହିଁ ଦରମା ଅଟକି ଯାଏ।

ଏଥିରେ ମନ୍ତ୍ରୀ ଭାବେ ମିଳୁଥିବା ମୂଳ ଦରମା, ଦୈନିକ ଭତ୍ତା (Daily Allowance) ଏବଂ ର୍ନିବାଚନ ମଣ୍ଡଳୀ ଭତ୍ତା (Constituency Allowance) ସାମିଲ ରହିଛି।

ଯଦି ମନ୍ତ୍ରୀ ସାଂସଦ ହୋଇଥାନ୍ତି, ତେବେ କ’ଣ ହେବ?

ନିୟମାନୁସାରେ, କୌଣସି ବି ରାଜନେତା ଏକାସାଙ୍ଗରେ ମନ୍ତ୍ରୀ ଏବଂ ସାଂସଦ (କିମ୍ୱା ବିଧାୟକ) ଦ୍ୱୟଙ୍କ ଦରମା ନେଇପାରିବେ ନାହିଁ। ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତ୍ରୀ ପଦର ଦରମା ବନ୍ଦ ହୋଇଯିବ; ତେଣୁ ସେ ନିଜର ସାଂସଦ ପଦ ବଜାୟ ରଖୁଥିବାରୁ, ତାଙ୍କୁ କେବଳ ଜଣେ ସାଧାରଣ ସାଂସଦଙ୍କୁ ମିଳୁଥିବା ନିୟମିତ ଦରମା ଓ ଭତ୍ତା ପ୍ରଦାନ କରାଯିବ।

ମନ୍ତ୍ରୀ ଭାବେ ମିଳୁଥିବା ଦରମା ଓ ଦୈନିକ ଭତ୍ତା

ମନ୍ତ୍ରୀ ପଦ ସହ ଜଡ଼ିତ ନିର୍ୱାଚନ ମଣ୍ଡଳୀ ଭତ୍ତା

ବିଶେଷ ମନ୍ତ୍ରୀ ଭତ୍ତା (Sumptuary Allowance)

ସରକାରୀ ଗାଡ଼ି/ବାହନ: ସରକାରଙ୍କ ପକ୍ଷରୁ ମିଳିଥିବା ଅଫିସିଆଲ ଗାଡ଼ି ସୁବିଧା।

ନିଜସୱ ଷ୍ଟାଫ: ମନ୍ତ୍ରୀଙ୍କ ପାଇଁ ନିଯୁକ୍ତ ହୋଇଥିବା ବ୍ୟକ୍ତିଗତ କିମ୍ୱା ସଚିବାଳୟ ଷ୍ଟାଫ (Secretarial Staff)।

ଇସ୍ତଫା କାର୍ଯ୍ୟକାରୀ ହେବା ମାତ୍ରେ ଏହିସବୁ ସୁବିଧା ପ୍ରତ୍ୟାହାର କରିନିଆଯାଏ।

ନିୟମ ଅନୁସାରେ, ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଜର ସରକାରୀ ବାସଭବନ (ବଙ୍ଗଳା) ଖାଲି କରିବାକୁ ପଡ଼ିଥାଏ। ଏହି ସମୟସୀମା ସାଧାରଣତଃ ଏକ ମାସ ପର୍ଯ୍ୟନ୍ତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?