ପାପ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଇସ୍ତଫା ଦିଅନ୍ତୁ: ଖେରା

ଭୁବନେଶ୍ୱର,୨୬।୬(ରବିନାରାୟଣ ଜେନା):ସାଧାରଣ ପରୀକ୍ଷା କିଭଳି କରାଯାଏ ତାହା ଜଣା ନ ଥିବା ଲୋକ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଜ୍ଞାନ ବାଣ୍ଟୁଛନ୍ତି। ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ ଲାଗିଛି। ସେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କରୁଛନ୍ତି। ବର୍ତ୍ତମାନ ଏନ୍‌ଇଇଟି(ନିଟ୍‌) ପ୍ରଶ୍ନପତ୍ର ଲିକ୍‌ ଏବଂ ରିପିଟ୍‌ ଏକ ପରମ୍ପରା ହୋଇଗଲାଣି। ଦେଶରେ ଶିକ୍ଷାର ଅଧୋପତନ ଘଟିଛି। ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟ ସଭା ସଦସ୍ୟ ତଥା ଏଆଇସିସି ମିଡିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା କହିଛନ୍ତି।
ପ୍ରଦେଶ କଂଗ୍ରେସ ପକ୍ଷରୁ ସ୍ଥାନୀୟ ହୋଟେଲରେ ଆୟୋଜିତ ‘ଛାତ୍ରୋଂ କି ଗୁଞ୍ଜ’ ଖବରଦାତା ସମ୍ମିଳନୀରେ ଖେରା କହିଛନ୍ତି, ସାରାବିଶ୍ୱରେ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନାର ବ୍ୟବହାର ଆପଣ କେବେ ଦେଖି ନ ଥିବେ, ହେଲେ ନିଟ୍‌ ପରୀକ୍ଷା ପାଇଁ ଏସବୁ ବ୍ୟବହାର ହେବା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି। ଅନ୍ୟପକ୍ଷରେ ଶିକ୍ଷାମନ୍ତ୍ରୀ ଦିଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲ୍‌ସ ଛାଡ଼ିବାରେ ବ୍ୟସ୍ତ ରହୁଛନ୍ତି। ଏହା କ’ଣ ଶିକ୍ଷାମନ୍ତ୍ରୀଙ୍କ କାମ ବୋଲି ସେ ପ୍ରଶ୍ନ କରିଛନ୍ତି। ଖେରା କହିଛନ୍ତି, ଗତ ୧୦ ବର୍ଷରେ ୯୦ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିବାବେଳେ ୭କୋଟି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଗଲାଣି। ଯୁବପିଢ଼ିଙ୍କ ଭବିଷ୍ୟତକୁ ନେଇ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ରହିଛି। କୋଟାରେ ଆମେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଲୁ। ସାରା ଦେଶରେ ଯୁବସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି। ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ। ଭାରତର ୨୮ ଗୋଟି ସହରରେ ଏକସଙ୍ଗରେ ଖବରଦାତା ସମ୍ମିଳନୀ ହେଉଛି।
ଖେରା କହିଛନ୍ତି, ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପାଇଁ ଧର୍ମେନ୍ଦ୍ରଙ୍କ ଇସ୍ତଫା ଦରକାର, କାରଣ ବହୁ ମେଧାବୀଙ୍କ ମୃତ୍ୟୁ ହୋଇଛି ଏବଂ ସେ ଉତ୍ତରଦାୟୀ ଓ ପାପ କରିଛନ୍ତି। ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ୍‌ ହେବା ଆବଶ୍ୟକ। ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର ବର୍ଷର ନିର୍ଦ୍ଦିଷ୍ଟ ଦିନ କରିବା ଉଚିତ। ଏହି ସରକାର ଅତ୍ୟନ୍ତ ଭୟାଳୁ ସରକାର, ସବୁଠାରୁ ବେଶି ମିଡିଆକୁ ଡରନ୍ତି। ତେଣୁ ସ୍ବର ଶାଣିତ କରିବା ପାଇଁ ଖେରା ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।
ଏହି ଅବସରରେ ଛାତ୍ରୋଂ କି ଗୁଞ୍ଜ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ କହିଥିଲେ, ଆଜିଠାରୁ ୪୦ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରୀଛାତ୍ରଙ୍କ ଅସୁବିଧା ଓ ସମସ୍ୟା ସମ୍ପର୍କରେ ବୁଝିବ। ଯଦି କୌଣସିଠାରେ ସମସ୍ୟା ଥିବ ତାହାକୁ ଲୋକଲୋଚନକୁ ଅଣାଯିବ। ଏହି ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସ୍ମୃତିରଞ୍ଜନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ

ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି…

ପୁରୁଷୋତ୍ତମପୁର ସହରରେ ପଶିଲା ବନ୍ୟାପାଣି: ସ୍ଥିତି ପରଖିଲେ ଉପଜିଲାପାଳ

ପୁରୁଷୋତ୍ତମପୁର, ୨୫।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଚାରିଦିନ ହେଲା ଲଗାଣ ବର୍ଷା ଲାଗିରହିଛି। ଏହି…

ଲଘୁଚାପଜନିତ ଲଗାଣ ବର୍ଷା: ଘର ଉପରେ ପଡ଼ିଲା ଗଛ

ମହାକାଳପଡ଼ା,୨୫।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ ମହାକାଳପଡ଼ା ବ୍ଲକରେ ଏକ ଅଘଟଣ ଘଟିଛି। ନାଞ୍ଜୁରା ପଞ୍ଚାୟତ ଅନ୍ତର୍ଗତ ତନ୍ତିଆପାଳ-ଭୋପାଳ ଗ୍ରାମର…

ସୂର୍ଯ୍ୟ-ଶୁକ୍ରଙ୍କ ଶୁକ୍ରାଦିତ୍ୟ ରାଜଯୋଗ: ୨୦୨୭ ପୂର୍ବରୁ ମାଲାମାଲ ହେବେ ୪ ରାଶି, ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ଶୁକ୍ରଙ୍କ ଯୁତିରୁ ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବ। ଏହି ଯୋଗ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ମେଷ,…

ଭୁଶୁଡ଼ିଲା ନୀଳମାଧବ ମନ୍ଦିର ମେଘନାଦ ପାଚେରୀ ଗାର୍ଡ ୱାଲ

ଖଣ୍ଡପଡ଼ା,୨୫।୯(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ ପରିଚିତ କଣ୍ଟିଲୋର ଶ୍ରୀ ନୀଳମାଧବ ମନ୍ଦିର। ଲଗାଣ ବର୍ଷାରେ ଶୁକ୍ରବାର ମନ୍ଦିରର ଉତ୍ତର ପୂର୍ବ(ସ୍ନାନ ମଣ୍ଡପକୁ ସଂଲଗ୍ନ)…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?