ବଡ଼ ପରଦାରେ ପୁଣି ଥରେ ଏକାଠି ଦେଖିବାକୁ ମିଳିବ ଦେଓଲ ପରିବାରର ଅଭିନୟ: ଫିଲ୍ମ‘ଅପନେ-୨’ ସ୍ବିକେଲ୍‌ର ଘୋଷଣା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଦେଓଲ ପରିବାରର ପାରିବାରିକ ଡ୍ରାମା ଫିଲ୍ମ ‘ଅପନେ’ର ସ୍ବିକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ରବିବାର ଏକ ଟୁଇଟ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଭଗବାନଙ୍କ କୃପା ଓ ପ୍ରଶଂସକଙ୍କ ଶୁଭେଚ୍ଛା ଯୋଗୁ ଫିଲ୍ମ ‘ଅପନେ-୨’ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଫିଲ୍ମ ଆଧୁନିକ ଯୁଗକୁ ନେଇ ଆଧାରିତ ହେବ। ଆସନ୍ତା ବର୍ଷ ଏହା ପରଦାକୁ ଆସିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ୨୦୦୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ଅପନେରେ ଧର୍ମେନ୍ଦ୍ରଙ୍କ ସମେତ ସନି ଦେଓଲ ଓ ବବି ଦେଓଲଙ୍କ ଅଭିନୟ ଏକାଠି ଦେଖିବାକୁ ମିଳିଥିଲା। ଏହି ଫିଲ୍ମର କାହାଣୀ ଏଭଳି ଜଣେ ହତାଶ ପିତାଙ୍କର, ଯିଏ ନିଜର ସ୍ବପ୍ନ ପୂରଣ କରିପାରନ୍ତିନାହିଁ। ଆଉ ଏହି ସ୍ବପ୍ନକୁ ନିଜ ପୁଅଙ୍କ ଜରିଆରେ ପୂରଣ କରିବାକୁ ଚାହାଁନ୍ତି। ଅର୍ଥାତ୍‌ ତାଙ୍କ ପୁଅ ବକ୍ସିଂ ଚାମ୍ପିୟନ୍‌ ହୁଅନ୍ତୁ ବୋଲି ସେ ଆଶା କରିଥାନ୍ତି। ଏଭଳି ଏକ ପାରିବାରିକ ଡ୍ରାମାକୁ ନେଇ ଏହି ଫିଲ୍ମ ଆଧାରିତ ହୋଇଥିଲା। ତେବେ ସେହି ସମୟରେ ଏହି ଫିଲ୍ମ ସୁପରହିଟ୍‌ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ମଧ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ସେଟ୍‌ରେ ଫୋନ ବାଣ୍ଟିଲେ ସୋନୁ ସୁଦ

ମାନବିକତା ଓ ଉଦାରତା ପାଇଁ ଜଣାଯାଉଥିବା ଅଭିନେତା ସୋନୁ ସୁଦ ଆଚାର୍ଯ୍ୟ ଫିଲ୍ମ ଶୁଟିଂ ଆରମ୍ଭ କରିଛନ୍ତି। ଶୁଟିଂର ପ୍ରଥମ ଦିନ ସେଟ୍‌ରେ ସୋନୁଙ୍କୁ ସମ୍ବର୍ଦ୍ଧିତ...

ବିବାହ ବନ୍ଧନରେ ବାନ୍ଧିହେଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ସୁହାନୀ ସି ଏକ୍‌ ଲଡ୍‌କୀ’ର ଅଭିନେତ୍ରୀ ରାଜଶ୍ରୀ ରାନୀ ଇତିମଧ୍ୟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜଶ୍ରୀ ତାଙ୍କର...

‘ସନ୍ନି ଦେଓଲଙ୍କ ପାଇଁ ମୁମ୍ବାଇରେ ବଙ୍ଗଳା କିଣିଛି’

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର କରଣ ଜୋହରଙ୍କ ଶୋ’ ‘କଫି ଓ୍ବିଥ୍‌ କରଣ-୭’ରେ ନଜର ଆସିଥିଲେ। ଶୋ’ରେ ଅକ୍ଷୟ ମୁମ୍ବାଇର ଜୁହୁ ଅଞ୍ଚଳରେ ନିଜର...

ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ...

ରାଜନୀତି କରିବେ କି ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନାକ୍ଷୀ ସିହ୍ନା ରାଜନୀତିରେ ଯୋଗ ଦେବେ କି ନା ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ପିତା ଶତ୍ରୁଘ୍ନ ସିହ୍ନା ବଲିଉଡ...

ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍‌ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ...

ପୁତ୍ର ସନ୍ତାନର ଜନନୀ ହେଲେ ଏହି ସ୍ବର୍ଗତ ଅଭିନେତାଙ୍କ ସ୍ତ୍ରୀ

ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ବର୍ଗତ ଅଭିନେତା ଚିରଞ୍ଜିବୀ ସର୍ଜାଙ୍କ ଘରକୁ ଖୁସି ଫେରିଛି। ସର୍ଜାଙ୍କ ସ୍ତ୍ରୀ ମେଘନା ରାଜ ଗୁରୁବାର ଏକ ପୁତ୍ର ସନ୍ତାନକୁ ଜନ୍ମ...

ରାଗିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମର ପ୍ରିମିୟର ଜୁଲାଇ...

Advertisement
Archives

Model This Week