Posted inଫୁରସତ

ମନ୍ଦିର ନିର୍ମାଣବେଳେ ଧର୍ମ-ନିରଞ୍ଜନ ଦେବତା ପୂଜା

ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କଟାହୋଇ ଆସି ପହଞ୍ଚତ୍ବା ପର୍ଯ୍ୟନ୍ତ ବୀର ବଡ଼ଜେନାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା। ବୀର ବଡ଼ଜେନାଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କର ଶୃଙ୍ଖଳିତ କାର୍ଯ୍ୟନିର୍ବାହ ପାଇଁ ତିନିତୋଳା ସୁନାର ୨ଟି ହାତଖଡ଼ୁ (ବ୍ରେସ୍‌ଲେଟ) ଦିଆଯାଇଥିଲା। ପଥରଗୁଡ଼ିକ ଭେଳାରେ ଲଦାଯାଇଥିଲା ମହାନଦୀ ବକ୍ଷରେ। ଗଭୀର ଜଳକୁ ଭେଳା ଆସିବା ପରେ ଚାପରେ ଲଦାଗଲା। ଚାପ ଦୟାନଦୀରେ ପହଞ୍ଚତ୍ ସୋଲନଦୀ-ଉଦିପୁରଦଣ୍ଡା ଦେଇ ପଦ୍ମତୋଳା ଗଣ୍ଡରେ ପହଞ୍ଚତ୍ଥିଲା। ଆଗରୁ ନିଷ୍ପତ୍ତି ହୋଇଥିଲା ବାଣେଶ୍ୱରନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ପଥର କାଟିବା ପାଇଁ ସ୍ଥାନୀୟ ପଥୁରିଆଙ୍କ ସାହାଯ୍ୟ ନିଆଯିବ। ସେଠାରେ ପଥୁରିଆ ତଥା ପଥରଶିଳ୍ପୀ ଥିଲେ। ସେଇମାନଙ୍କୁ ଖର୍ଚ୍ଚ ବାବଦ ସୁନାମାଢ଼ ଭରଣା କରାଯାଇଥିଲା। ଏବେ ବି ପାହାଡ଼ ଅଞ୍ଚଳରେ ପଥୁରିଆମାନଙ୍କ ଜନବସତି ରହିଥିବାର ଜଣାଯାଏ।
ପୂର୍ବରୁ ପୋଥି ବର୍ଣ୍ଣନା ଆଧାରରେ ସୂଚନା ଦେଇଥିଲୁ କୋଣାର୍କଠାରେ ଅରୁଣସ୍ତମ୍ଭ ନିର୍ମାଣ ପାଇଁ ୩୦ ହାତ ଲମ୍ବା ମୁଗୁନି ପଥର ଆସିଥିଲା। ବିଶ୍ୱନାଥ ମୁଣ୍ଡିଆ କଥା ସେଇ ପ୍ରସଙ୍ଗରେ ଜଡ଼ିତ ଥିଲା। ପୋଥିର ପତ୍ର ସଂ.-୨୬ରୁ ଜଣାପଡୁଛି ନୀଳଗିରିରୁ ୨୮ ହାତର ମୁଗୁନି ପଥର ଆସିଥିଲା ‘ବିଶ୍ୱକାଣ୍ଡ ଖମ୍ବ’ ପାଇଁ। ଆମେ ଏକଥା ଲେଖୁଛୁ ଏଇଥିପାଇଁ ଯେ ବହୁ ଲେଖକ ‘ବିଶ୍ୱକାଣ୍ଡ ଖମ୍ବ’କୁ ଅରୁଣସ୍ତମ୍ଭ ସହିତ ଚିହ୍ନିତ କରିଛନ୍ତି। ଅରୁଣସ୍ତମ୍ଭ ପାଇଁ ଭିନ୍ନ ଭିନ୍ନ ଲମ୍ବର ଦୁଇଟି ପଥର ଆସିବ କାହିଁକି ବୁଝାପଡ଼ୁନି। ‘ବିଶ୍ୱକାଣ୍ଡ ଖମ୍ବ’ ମନ୍ଦିରର ଭଦ୍ରପୀଠ ସହିତ ସଂଲଗ୍ନ ହୋଇଥିଲା। ଭଦ୍ରପୀଠ ‘ବିଜୟ ସିଂହ ଦ୍ୱାର’ ସାମନାରେ ନିର୍ମାଣ ହୋଇଥିଲା। ସେଇ ଦ୍ୱାର ସାମନାରେ ‘ବିଶ୍ୱକାଣ୍ଡ ଖମ୍ବ’ ଲାଗିଥିଲା। ଏ ବିଷୟରେ ଉଠୁଥିବା ଶଙ୍କା ଆଗକୁ ସମାଧାନ ହେବ।
ଆବଶ୍ୟକ ଅନୁଯାୟୀ ଭଣ୍ଡାର (କୋଣାଦିତ୍ୟ)ର ହିସାବପତ୍ର ଦେଖାଯାଉଥିଲା। ସେଥିରେ କେତେ ଶସ୍ୟ ଅଛି, କାଠବାକ୍ସଗୁଡ଼ିକରେ ବସ୍ତ୍ର କେତେ ଅଛି, ଏପରି କି କତାଦଉଡ଼ି, ରାଶିତେଲ, ଝୁଣାବସ୍ତାର ହିସାବ ତଦାରଖ କରାଯାଉଥିଲା। କେତେବେଳେ କେଉଁ ଦରବ ଆବଶ୍ୟକ ହେବ ତାକୁ ନିଘା ରଖୁଥିଲେ। ବନ୍ଦ ବାକ୍ସରେ ବଡ଼ମାଢ଼ ସୁନା, ଛୋଟ ସୁନାମାଢ଼, ରୁପାର ଟଙ୍କା, ଗେଡ଼ିମୁଦ୍ରା, ସୁନାର କୁରୁଜାତକ କେତେ ମହଜୁଦ ଥିଲା ତାହା ତାଲିକାଭୁକ୍ତ ହେଉଥିଲା। ଗଜପତି କୋଣାର୍କ ଆସିବା ପୂର୍ବରୁ ପ୍ରସ୍ତୁତ ରହୁଥିଲେ ସମସ୍ତେ।
ଭଣ୍ଡାର ହିସାବ ସମୟରେ କାଠ ଭଣ୍ଡାର ଓ ପଥର ଭଣ୍ଡାରର ହିସାବ ହେଉଥିଲା। କାମ ସ୍ଥାନରେ କେତେ ପଥର ଅଛି, ମନ୍ଦିରର କେଉଁ ପାର୍ଶ୍ୱରେ କେତେ ପଥର କେଉଁ କିସମର ଅଛି ଏବଂ କାମ ପାଇଁ ଶିଳ୍ପୀମାନେ କେତେ ପଥର ରଖିଛନ୍ତି ତା’ର ହିସାବ ହେଉଥିଲା। ଉଦ୍ଦେଶ୍ୟ ଥିଲା କୌଣସି କାମ ପାଇଁ ପଥର ନିଅଣ୍ଟ ନ ହେଉ। ହିସାବରୁ ଜଣାପଡ଼ିବ କେଉଁ ପ୍ରକାର ପଥର ଆଉ ଆସିବ। ପୋଥିରୁ ମନ୍ଦିର ନିର୍ମାଣର ହାରାହାରି ଚାରିବର୍ଷ ପରେ ୧,୬୨୮ ଖଣ୍ଡ ବିଭିନ୍ନ କିସମର (ବଡ଼ସାନ ମିଶାଇ) ପଥର ମହଜୁଦ ରହିଥିଲା।
ଭଣ୍ଡାର ହିସାବ କାର୍ଯ୍ୟରେ ବସାଉଠାଘରେ ହିସାବ ନିଆଯାଉଥିଲା। ଏହି ଘରେ ‘ଧର୍ମ ନିରଞ୍ଜନ ଦେବତା’ କାନ୍ଧିଆହୋଇ ଯାଇପାରୁଥିବା ଏକ ବିମାନରେ ବିଜେ କରିଥିଲେ। ଆବଶ୍ୟକ ଅନୁଯାୟୀ ପଖଜ ଓ ଢୋଲ ବି ରହିଥିଲା। ତାହା ବି ହିସାବ ତାଲିକାରେ ଦରଜ ହୋଇଥିଲା। କେବଳ ଏତିକି ନୁହେଁ ମହାଶ୍ରମ (ଗଜପତି)ଙ୍କ ଶିବିର, ରୂପାସଗଡ଼ ଶିବିର, ମଠ ପରିସର, ଦେଉଳି ଶିବିର ଓ ସୂତ୍ରଧରଙ୍କ ଶିବିରରେ କ’ଣ କ’ଣ ରହିଥିଲା ତାହା ବି ତାଲିକାଭୁକ୍ତ ହୋଇଥିବାର ଜଣାଯାଏ। କୋଣାର୍କଠାରେ ଥିବା ମଠରେ ସେତେବେଳେ ମହନ୍ତ ଥିଲେ ବେଣୁଧର ଦାସ। ସେ ମଠରେ ଶ୍ରୀଦଧିବାମନ (ଶ୍ରୀଜଗନ୍ନାଥ)ଙ୍କୁ ପୂଜା କରୁଥିବାବେଳେ, ସୂତ୍ରଧର ଶିବେଇ ସାନ୍ତରା ନିଜ ଶିବିରରେ ଯୋଗାସନରେ ବସିଥିବା ଶ୍ରୀନୃସିଂହଙ୍କ ବିଗ୍ରହ ପୂଜା କରୁଥିଲେ। ସତ୍ୟବାଦୀ ନିକଟ ବଳପୁରର ଶ୍ରୀବାଲୁଙ୍କେଶ୍ୱର ମନ୍ଦିରରୁ ଏହି ଯୋଗାସନ ବିଗ୍ରହ ଶିବେଇ ସାନ୍ତରା ପୂଜା କରିବା ପାଇଁ ଆଣିଥିଲେ। ଶ୍ରୀବାଲୁଙ୍କେଶ୍ୱର ଶିବମନ୍ଦିର ତତ୍କାଳୀନ ସମୟର ବହୁ ପୂର୍ବରୁ ନିର୍ମିତ ହୋଇସାରିଥିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri