ସମିତି କବ୍‌ଜା ପାଇଁ ଛକାପଞ୍ଝା

ବଇଣ୍ଡା, ୭।୩(ଡି.ଏନ.ଏ.) – ସରିଛି ପଞ୍ଚାୟତ ନିର୍ବାଚନ ଭୋଟ। ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏବେ ସବୁ ଦଳର ଆଖି ଅଟକିଛି ବ୍ଲକ ଅଧ୍ୟକ୍ଷ ପଦବୀ ଉପରେ। ନିର୍ବାଚନ ଶେଷ ହେଉ ହେଉ ବିଜୟୀ ସମ୍ଭାବନା ଥିବା ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଜ୍ଞାତବାସରେ ପଠାଇ ଦିଆଯାଇଥିବାବେଳେ ଏବେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ ଅଛନ୍ତି ଅନୁଗୋଳ ଜିଲା କିଶୋରନଗର ଏବଂ ଆଠମଲ୍ଲିକ ବ୍ଲକର ପ୍ରମୁଖ ରାଜନୈତିକ ଦଳ। ଆଠମଲ୍ଲିକ ବ୍ଲକରେ ସମିତି ଗଠନ କରିବାକୁ ବିଜେଡି, ଭାଜପା ଦୃଢ଼ୋକ୍ତି ପ୍ରକାଶ କରୁଥିବାବେଳେ ଆସନ୍ତା ୧୨ ତାରିଖରେ ସମିତି ଅଧ୍ୟକ୍ଷ ପାଇଁ ହେବାକୁ ଥିବା ନିର୍ବାଚନରେ ଚିତ୍ର ସ୍ପଷ୍ଟ ହୋଇଯିବ।
ଅନୁଗୋଳ ଜିଲା କିଶୋରନଗର ଏବଂ ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ସମସ୍ତ ୬ ଜିଲା ପରିଷଦ ଜୋନ୍‌ ଉପରେ କବ୍‌ଜା କରି ପଞ୍ଚାୟତ ନିର୍ବାଚନରେ ସ୍ଥିତି ଦୃଢ଼ କରିଛି ବିଜେଡି। ଦଳୀୟ ସମର୍ଥିତ ଅନେକ ସମିତିସଭ୍ୟ ମଧ୍ୟ ବିଜୟୀ ହୋଇଛନ୍ତି। ଏସବୁ ସମୀକରଣ ଭିତରେ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାକୁ ଦୃଢ଼ୋକ୍ତି ପ୍ରକାଶ କରିଛି ଶାସକ ଦଳ। କିଶୋରନଗର ବ୍ଲକର ବ୍ଲକ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗ ଲାଗି ସଂରକ୍ଷିତ ରହିଛି। ବ୍ଲକର ମୋଟ ୨୩ ସମିତିସଭ୍ୟଙ୍କ ମଧ୍ୟରୁ ବ୍ଲକ ଅଧ୍ୟକ୍ଷ ପାଇଁ ୧୨ ଜଣଙ୍କ ସମର୍ଥନ ଜରୁରୀ। ତେବେ ବିଜେଡି ପକ୍ଷରୁ ୧୫ରୁ ଊର୍ଦ୍ଧ୍ୱ ସମିତିସଭ୍ୟଙ୍କୁ ଏକାଠି କରି ଜିଲା ବାହାରେ ଏକ ହୋଟେଲ୍‌ରେ ଅଜ୍ଞାତବାସରେ ରଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେହିପରି ମୋଟ ୫ ଆସନରେ ଅନୁସୂଚିତ ଜାତି ବର୍ଗର ସମିତି ମେମ୍ବର ଜିତିଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଅଧ୍ୟକ୍ଷ ପଦବୀ ଦୌଡ଼ରେ ଅଛନ୍ତି। ସେମାନଙ୍କ ଭିତରୁ କେହି ଜଣେ ଅଧ୍ୟକ୍ଷ ଆସନରେ ବସିବେ ବୋଲି ଏକରକମ ସ୍ପଷ୍ଟ ହୋଇଛି। ହେଲେ ଦଳୀୟ ନେତୃବୃନ୍ଦ କାହାକୁ ବିଶ୍ୱାସକୁ ନେବେ ତାହା ଉପରେ ଏବେ ସମସ୍ତଙ୍କ ଦୃଷ୍ଟି ଅଟକିଛି।
ସେହିପରି ଆଠମଲ୍ଲିକ ବ୍ଲକର ମୋଟ ପଞ୍ଚାୟତ ସଂଖ୍ୟା ୨୪। ସେହିଦୃଷ୍ଟିରୁ ସମିତି ଗଠନ ପାଇଁ ମ୍ୟାଜିକ୍‌ ସଂଖ୍ୟା ହେଉଛି ୧୩। ଏହି ଆସନ ଅଣସଂରକ୍ଷିତ ରହିଥିବାରୁ ଶାସକ ଦଳ ସମର୍ଥନରେ ଅଧ୍ୟକ୍ଷ ହେବା ଆଶାରେ ଏକାଧିକ ଆଶାୟୀ ଅଛନ୍ତି। ଅଞ୍ଚଳର ପ୍ରତିଷ୍ଠିତ ୨ ଠିକାଦାରଙ୍କ ସମ୍ପର୍କୀୟଙ୍କ ସହ ଅନ୍ୟ ୨ଜଣ ଏହି ଦୌଡ଼ରେ ରହିଛନ୍ତି। ହେଲେ ଏଥିଲାଗି ଆବଶ୍ୟକ ସମର୍ଥନ ଯୋଗାଡ଼ ହୋଇପାରି ନ ଥିବା ଚର୍ଚ୍ଚା ହେଉଛି। ଜଣେ ପୁରୁଖା ନେତା ୬ ସମିତିସଭ୍ୟଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟ ଆଶାୟୀମାନେ ଏଥିରେ ବିଫଳ ହୋଇଥିବା ରାଜନୈତିକ କରିଡରରେ ଆଲୋଚନା ହେଉଛି। ସେହିପରି ଭାଜପା ପକ୍ଷରୁ ମଧ୍ୟ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇବାକୁ ଜୋର୍‌ଦାର ଉଦ୍ୟମ ଚାଲିଥିବା ଆଭ୍ୟନ୍ତରୀଣ ମହଲରୁ ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ କୁହନ୍ତି, ଉଭୟ ବ୍ଲକରେ ବିଜେଡି ସମିତି ଗଠନ କରିବ। ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହେଲେ ୨ ବ୍ଲକରେ ବିକାଶ ତ୍ୱରାନ୍ବିତ ହେବ। ସେହିପରି ଭାଜପା ନେତା ଭାଗୀରଥି ପ୍ରଧାନ କୁହନ୍ତି, ଆଠମଲ୍ଲିକ ସମିତି ଭାଜପା ଗଠନ କରିବ। ଏ ନେଇ ଆଲୋଚନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?