Dharitri Youth Conclave 2025: ସଚେତନତାର ବାର୍ତ୍ତାବହ,ମିତ୍‌ ସିଜରିଆ

ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ସଚେତନତା ସୃଷ୍ଟି କ୍ଷେତ୍ରରେ ମିତ୍‌ ସିଜରିଆ ସକ୍ରିୟ ଭୂମିକା ନିର୍ବାହ କରି ଆସୁଛନ୍ତି। ଆଉ ଖୁବ୍‌ କମ୍‌ ସମୟ ଅବଧି ମଧ୍ୟରେ ସେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶହୀଦ ସୁଖଦେବ କଲେଜ ଅଫ୍‌ ବିଜ୍‌ନେସ୍‌ ଷ୍ଟଡିଜ୍‌ର ଦ୍ୱିତୀୟ ବର୍ଷ ଛାତ୍ର। ମିତ୍‌ କ୍ଲାଟ୍‌ ୨୦୨୪ରେ ସର୍ବଭାରତୀୟ ର଼୍ୟାଙ୍କ-୫୪୯ (୯୯.୫%) ଏବଂ ଭାରତୀୟ ଦର୍ଶନ ଅଲିମ୍ପିଆଡ୍‌ରେ ସର୍ବଭାରତୀୟ ର଼୍ୟାଙ୍କ-୧ ପ୍ରାପ୍ତ କରିଛନ୍ତି। ମିତ୍‌ କମନ୍‌ଓ୍ବେଲ୍‌ଥ ୟୁଥ୍‌ କ୍ଲାଇମେଟ୍‌ ଚେଞ୍ଜ ନେଟଓ୍ବର୍କରେ ଭାଗୀଦାରି ଏବଂ ହିତାଧିକାରୀଙ୍କ ଉପାଧ୍ୟକ୍ଷ ଭାବେ ୫୬ଟି ଦେଶ ଏବଂ ୧.୫ ବିଲିୟନ ଯୁବକଙ୍କ ସ୍ବରକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଥିସହ ସେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ୍‌ର ୩୦ ବର୍ଷରୁ କମ୍‌ ବୟସର ନେଟଓ୍ବର୍କର ଦକ୍ଷିଣ ଏସିଆର ସବୁଠାରୁ କନିଷ୍ଠ ଶେପର୍‌ଙ୍କ ମଧ୍ୟରୁ ଅନ୍ୟତମ। ୨୦୨୩ରେ ଗ୍ରୀସ୍‌ରେ ହୋଇଥିବା ଅନ୍ତର୍ଜାତୀୟ ଦର୍ଶନ ଅଲିମ୍ପିଆଡ୍‌ ପାଇଁ ଭାରତର ସରକାରୀ ପ୍ରତିନିଧି ଭାବେ ମିତ୍‌ ଯୋଗଦେଇଥିଲେ। ଇଣ୍ଡୋନେସିଆରେ ଅନ୍ତର୍ଜାତୀୟ ଭୂଗୋଳ ଅଲିମ୍ପିଆଡ୍‌ ପାଇଁ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ମିତ୍‌ ହେଉଛନ୍ତି ‘ଦି ଇଣ୍ଡିଆନ୍‌ ବିଦ୍ୟାର୍ଥୀ’ ପ୍ରତିଷ୍ଠାତା। ଏହି ଯୁବ ସଂଗଠନ ୨୦ଟି ଦେଶର ୧୫୦ଟି ସହରରେ କାର୍ଯ୍ୟ କରିବା ସହ କ୍ଷମତା- ନିର୍ମାଣ ପଦକ୍ଷେପ ମାଧ୍ୟମରେ ଏହି ସଂଗଠନ ଯୁବକମାନଙ୍କୁ ସଶକ୍ତ କରୁଛି। ସେ ହଲ୍ଟ ପ୍ରାଇଜ୍‌ ଇଣ୍ଡିଆର ଇକୋସିଷ୍ଟମ୍‌ ନିର୍ଦ୍ଦେଶକ ଭାବେ ବିଶ୍ୱର ସର୍ବବୃହତ୍‌ ଛାତ୍ର ଷ୍ଟାର୍ଟଅପ୍‌ ପ୍ରତିଯୋଗିତା ଆୟୋଜନରେ ସହାୟତା କରୁଛନ୍ତି। ଏକାଡେମିକ୍‌ କାଉନ୍‌ସିଲ ଫର୍‌ ଦି ୟୁନାଇଟେଡ ନେଶନ୍ସ ସିଷ୍ଟମ (ଏସିୟୁଏନ୍‌ଏସ୍‌) ଏବଂ ଗ୍ଲୋବାଲ ୟୁଥ୍‌ ବାୟୋଡାଇଭର୍ସିଟି ନେଟ୍‌ୱର୍କ (ଜିଓ୍ବାଇବିଏନ୍‌) ଭଳି ସଂଗଠନ ସହିତ ଜଡ଼ିତ ରହିବା ଏକ ସ୍ଥାୟୀ, ଅନ୍ତର୍ଭୁକ୍ତ ଭବିଷ୍ୟତ ଗଠନରେ ସହାୟକ ହୋଇପାରିଛି।
ଚଳିତ ଧରିତ୍ରୀ ଯୁବ ସମ୍ମିଳନୀରେ ମିତ୍‌ ସିଜରିଆ ପ୍ୟାନେଲିଷ୍ଟ ଭାବେ ଯୋଗଦେବା ସହିତ ଜଳବାୟୁ ପରିବର୍ତ୍ତନ ଏବଂ ଏହାର ସମାଧାନ ଉପରେ ତାଙ୍କର ଅଭିମତ ରଖିବେ। ତାଙ୍କର ଅଂଶଗ୍ରହଣ ପରବର୍ତ୍ତୀ ପିଢ଼ିର ଜଳବାୟୁ ପ୍ରବକ୍ତାଙ୍କୁ ସଶକ୍ତ କରିବ ଏବଂ ବିଶ୍ୱସ୍ତରରେ ପରିବର୍ତ୍ତନକାରୀ ଆନ୍ଦୋଳନ ସୃଷ୍ଟିରେ ସହାୟକ ହୋଇପାରିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?