Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‍ ୬ ତାରିଖ – Daily Horoscope

ମେଷ
ଆଜି ଯାହା କିଛି କରିବାକୁ ଚାହୁଁଛନ୍ତି, ସେଥିପାଇଁ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ତୃତୀୟସ୍ଥ ଚନ୍ଦ୍ର ହେତୁ ମନ ଦୁର୍ବଳ ରହିଲେ ମଧ୍ୟ ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସହକର୍ମୀଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପ୍ରତ୍ୟୁଷ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟ, କଚେରି ମାମଲା ଇତ୍ୟାଦିରୁ ଶୁଭଫଳ ପାଇବେ।
ବୃଷ
ବୃଷ
ଏକାଧିକ ଗ୍ରହ ମଧ୍ୟରେ ଶୁକ୍ର ଥିବାରୁ ଦୈହିକ ସୁସ୍ଥତା କ୍ଷୁଣ୍ଣ ହୋଇପାରେ। ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥ ଆଜି ପାଇଯିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅଭିଯୋଗ ଆସିପାରେ। ବ୍ୟବସାୟ, ଶିଳ୍ପ ଓ ଏଜେନ୍‌ଶିପର ଉନ୍ନତି ହେତୁ ସାମୟିକ ଖୁସି ରହିବେ। ଆଜି ଦିନଟିରେ ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ରବିଙ୍କ ସୁପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ କରି କାର୍ଯ୍ୟ ହାସଲ କରିବେ। ଧନାଧିପ ଚନ୍ଦ୍ର ରାଶିରେ ଅବସ୍ଥାନ କରିଥିବାରୁ ଆର୍ଥିକ ଉନ୍ନତି ଘଟିବ। ଭୁଲ୍‌ ବୁଝାମଣା କାରଣରୁ ସତର୍କରେ ନ ଚଳିଲେ ସାଧାରଣ କଥାରେ କଳହର ସମ୍ଭାବନା ରହିଛି। ବ୍ୟବସାୟରେ ଉନ୍ନତି କରିବେ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
କର୍କଟ
କର୍କଟ
ଭାଗ୍ୟାଧିପ ଲାଭ ସ୍ଥାନରେ ରହିଥିବାରୁ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିଲେ ମଧ୍ୟ ନିୟନ୍ତ୍ରଣରେ ରହିବ। ପୂର୍ବ ରାଗ ଶୁଝାଇବାକୁ ଯାଇ ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ ପାଇଁ ଚିନ୍ତା କରିପାରନ୍ତି।
ସି˚ହ
ସି˚ହ
ଅଷ୍ଟମସ୍ଥ ଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟହାନି, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ। ପାରିବାରିକ କ୍ଷେତ୍ରରେ କୌଣସି ବ୍ୟତିକ୍ରମ କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ। ଖର୍ଚ୍ଚ ବହୁମାତ୍ରରେ ବଢ଼ିଯିବ। ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ, ଅତଏବ ସତର୍କତାର ସହ କାମ କରିବା ଭଲ ହେବ।
କନ୍ୟା
ଚନ୍ଦ୍ରଙ୍କ ପ୍ରଭାବରେ ସ୍ଥଗିତ କାର୍ଯ୍ୟ ସହଜ ଓ ସୁବିଧାରେ ସମ୍ପନ୍ନ ହେବ। ବିଦେଶ ଯାତ୍ରା, ଧର୍ମକାର୍ଯ୍ୟରେ ବ୍ୟୟ କରିବାକୁ ବାଧ୍ୟ ହେବେ। ଚିତ୍ରା ନକ୍ଷତ୍ରର କାର୍ଯ୍ୟରେ ବିଳମ୍ବଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ସଭାସମିତିରେ ବିପକ୍ଷ ବ୍ୟକ୍ତିମାନେ କୌଣସି କଥାକୁ ଭୁଲ୍‌ ରୂପେ ପରିବେଷଣ କରିପାରନ୍ତି ।
ତୁଳା
ତୁଳା
କର୍ମାଧିପ ଭାଗ୍ୟ ସ୍ଥାନରେ ରହିଥିବାରୁ ହାତକୁ ନେଇଥିବା କାମ ସୁବିଧାରେ ହୋଇଯିବ। ନିଜର ବୁଦ୍ଧି ଓ କୌଶଳ ପ୍ରୟୋଗ କରି ସାମାଜିକ ପ୍ରତିଷ୍ଠା ଲାଭ କରିବେ। ପଦସ୍ଥ ବ୍ୟକ୍ତିଙ୍କ ନିମନ୍ତ୍ରଣ କ୍ରମେ ସଭାସମିତିରେ ଯୋଗ ଦେଇ ଲକ୍ଷ୍ୟ ହାସଲ କରିବେ। ବନ୍ଧୁ ଗହଣରେ ପରିସ୍ଥିତିରେ ପଡ଼ି ହାତରୁ ଖାଇ ପର ପାଇଁ ଖଟିପାରନ୍ତି।
ବିଛା
ବିଛା
ରାଶ୍ୟାଧିପତି ମଙ୍ଗଳ ଭାଗ୍ୟସ୍ଥାନରେ ରହି ବଳହୀନ ଯୋଗୁ ନିଜ ଲୋକଙ୍କ ଦ୍ୱାରା ଉପେକ୍ଷିତ ହେବେ। ଯାନବାହନ ଚଳାଚଳରେ ସତର୍କତା କିମ୍ବା ଅନ୍ୟମନସ୍କତା କାରଣରୁ ଅସୁବିଧାରେ ପଡ଼ିପାରନ୍ତି। ଆଜି ବନ୍ଧୁତ୍ୱ ସ୍ଥାପନ ସକାଶେ ମନ ବଳାଇବେ। ଅଭାବକୁ ପୂରଣ ସକାଶେ ଧାର ଆଣିବା ପାଇଁ ଆଲୋଚନା କରିପାରନ୍ତି।
ଧନୁ
ଧନୁ
ଦେବଗୁରୁ କର୍ମସ୍ଥାନ ପ୍ରତି ଦୃଷ୍ଟି ଦେଉଥିବାରୁ ମନସ୍କାମନା ପୂରଣ ହେବ। ଅର୍ଥ, ସମ୍ମାନ, ବନ୍ଧୁଙ୍କ ସଦ୍ଦିଚ୍ଛା, କାର୍ଯ୍ୟସିଦ୍ଧି, ବ୍ୟବସାୟିକ ସଫଳତା ଓ କଚେରି ମାମଲାରେ ବିଜୟୀ ହେବେ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇଲେ ମଧ୍ୟ ଅସୁବିଧା ହେବ ନାହିଁ। ସାମୟିକ ରୋଗ କଷ୍ଟ ପାଇପାରନ୍ତି।
ମକର
ମକର
ଚତୁର୍ଥାଧିପତିଙ୍କ ଦୁର୍ବଳତାଜନିତ ଯାତ୍ରା, କର୍ମାରମ୍ଭ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେବ। ସନ୍ତାନଙ୍କ ଶିକ୍ଷା ଏବଂ କନ୍ୟାଙ୍କ ବିବାହଜନିତ ସମସ୍ୟାରେ ଚିନ୍ତିତ ରହିପାରନ୍ତି। ଆଜିର ଫେରନ୍ତା ବାଟରେ ବନ୍ଧୁତା ଜମେଇ ପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରାଦି କ୍ଷେତ୍ରରେ ଥିବା ସମସ୍ୟା ଦୂରୀଭୂତ ହୋଇଯିବ।
କୁମ୍ଭ
କୁମ୍ଭ
ଅଷ୍ଟମ ସ୍ଥାନକୁ ଗ୍ରହଦୃଷ୍ଟି ହେତୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବାର ଆଶଙ୍କା ରହିଛି। ଆଜି ଘରକୁ ମୂଲ୍ୟବାନ୍‌ ଜିନିଷ ଆଣିପାରନ୍ତି। ଆଲୋଚନା ପରିସରରେ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ କ୍ଷୁବ୍ଧ ହୋଇପାରନ୍ତି।
ମୀନମୀନ

ରାଶିରେ ଏକାଧିକ ଗ୍ରହ କାର୍ଯ୍ୟକ୍ଷତ୍ରରେ ସଫଳତା ଆଣିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ବଢ଼ାଇ ଦେଇପାରେ। ଅଫିସିଆଲି କିଛି ପ୍ରୋବ୍ଲେମ୍‌ ହେତୁ ଟେନସନ୍‌ ବଢ଼ିଯିବାର ସୂଚନା ରହିଛି। ଅବଶ୍ୟ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?