Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‍ ୩ ତାରିଖ – Daily Horoscope

ମେଷ
ଆଜି ଭ୍ରାତୃସମ୍ପର୍କ, ଯୋଜନାରମ୍ଭ, ବାଣିଜ୍ୟ ଏବଂ ବିବାଦରେ ବ୍ୟତିକ୍ରମର ଆଶଙ୍କା ରହିଛି। କେତେକ ଅସହିଷ୍ଣୁ ମନୋଭାବର ବନ୍ଧୁଙ୍କ ଅସମ୍ମାନଜନକ କଥାରୁ କଳହ ଲାଗିପାରେ। କର୍ମକ୍ଷେତ୍ରରେ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଆପଣେଇ ନେଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି।
ବୃଷ
ବୃଷ
ଆଜି ଶାରିରୀକ, ମାନସିକ ଏବଂ ଆର୍ଥିକ ଦିଗରେ ବାଧା ବିଘ୍ନ ଉପୁଜିପାରେ। ସୁଯୋଗ ଛାଏଁ ଆସିଲେ ମଧ୍ୟ ଠିକ୍‌ ଉପଯୋଗ ଅଭାବରୁ ବିଗିଡିଯାଇପାରେ। ଅବଶ୍ୟ ସମାଧାନର ରାସ୍ତା ପାଇବେ, ସାହାଯ୍ୟ, ସହଯୋଗ ମଧ୍ୟ କିଛି କମ୍‌ ହେବନାହିଁ। କର୍ମାରମ୍ଭ, ଯାତ୍ରା, ବନ୍ଧୁ ସମ୍ପର୍କ ସ୍ଥାପନ ଦିଗରେ ଅସୁବିଧା ନ ହୋଇପାରେ।
ମିଥୁନ
ମିଥୁନ
ଆପଣଙ୍କ ଯୁକ୍ତିଯୁକ୍ତ ଓ ନିରପେକ୍ଷ ବିଚାରଧାରା ବହୁଜନ ପ୍ରଶଂସିତ ହେବ। ଶିକ୍ଷା, ପରୀକ୍ଷା, ସନ୍ତାନ, ଅର୍ଥନୈତିକ ସ୍ଥିତିର ସମୀକ୍ଷା ମନ୍ଦ ହେବନି। ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଙ୍କଠାରୁ ଦୂରେଇ ନ ରହିଲେ ଅଶାନ୍ତ ପରିସ୍ଥିତି ଘଟିପାରେ। କଳା, ସାହିତ୍ୟ ଓ ସଙ୍ଗୀତ, ଆଧ୍ୟାତ୍ମିକ ପ୍ରବଚନ, ଯୋଗ ପ୍ରଭୃତିରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ଅନୁକୂଳ ଗ୍ରହ ସମ୍ପର୍କରୁ ଯାହା ଚାହୁଁଛନ୍ତି କରି ଚାଲନ୍ତୁ ସଫଳତାର ସମ୍ଭାବନା ପୂର୍ଣ୍ଣମାତ୍ରାରେ ରହିଛି। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ସହକର୍ମୀମାନଙ୍କ ସହ ସୁସମ୍ପର୍କ ରହିବ। ତର୍କବିତର୍କ କାରଣରୁ ପଡ଼ୋଶୀଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ।
ସି˚ହ
ସି˚ହ
ସହଜରେ ମୁଣ୍ଡ ନୁଆଁଇବାର ଗୁଣର ଅଭାବ ଯୋଗୁ ପଦସ୍ଥବ୍ୟକ୍ତିଙ୍କ ରୋଷର କାରଣ ହେବେ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ସହ ପରାମର୍ଶ କଲେ ସାହାଯ୍ୟ ପାଇପାରିବେ। ନିଜ ଲୋକଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହେବ। ଜମିଜମା, ଆଲୋଚନା, ସଭାସମିତିରେ ବ୍ୟସ୍ତତା ବୃଦ୍ଧି ପାଇବ।
କନ୍ୟା
କେତୁଙ୍କ କୁପ୍ରଭାବରେ ଅଧିକାଂଶ ସମୟ ମାନସିକ ଅସ୍ଥିରତା ମଧ୍ୟରେ ଗତି କରିପାରନ୍ତି। ଅର୍ଥର ଅଭାବକୁ ଭଲ ସମ୍ପର୍କ ରହିଥିବା ପଡ଼ୋଶିନୀ ଦୂର କରିପାରନ୍ତି। ଯାହା କରିବା କଥା ଶୀଘ୍ର ଶେଷ ନ କଲେ ପରକ୍ଷଣରେ ସମସ୍ତ ପରିସ୍ଥିତି ବଦଳିଯାଇପାରେ। ଆମଦାନୀ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ଘଟିବ।
ତୁଳା
ତୁଳା
ଆଜି ଯାହା କରନ୍ତୁନା କାହିଁକି ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ଆପଣଙ୍କ କଥା ରକ୍ଷା କରିବାର ପ୍ରତିଶ୍ରୁତି ନିଶ୍ଚିତ ଦେବେ। ଆନୁଷ୍ଠାନିକ କ୍ଷେତ୍ରରେ, ସଭା ସମିତିରେ, କଚେରି ମାମଲାରେ ସଫଳତା ହାସଲ କରିବେ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
ବିଛା
ବିଛା
ଅର୍ଥର ସଦ୍‌ବନିଯୋଗ କରି କର୍ମାରମ୍ଭ ପାଇଁ ଯୋଜନା କରିପାରନ୍ତି । ଅନୁକୂଳଗ୍ରହ ସ୍ଥିତିରୁ ପାରିବାରିକ ସ୍ଥିତିରେ ଉନ୍ନତି ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗିରହିବା ଯୋଗୁ ବ୍ୟସ୍ତ ହେବେ। ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ, ଆର୍ଥିକ ଉନ୍ନତି, ଆଧ୍ୟାତ୍ମିକତା, ତୀର୍ଥାଟନର ସୁଯୋଗ ପାଇପାରନ୍ତି।
ଧନୁ
ଧନୁ
ଟିକିଏ ଟିକିଏ କଥାରେ ରାଗିଯିବାର ବିଲକ୍ଷଣ ମାନସିକ ଅଶାନ୍ତିର କାରଣ ସାଜିପାରେ। ଯେତିକି ପାଉଛନ୍ତି, ସେତିକିରେ ସନ୍ତୁଷ୍ଟ ରହିବା ଭଲ। ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଲେ ସଫଳତା ପାଇବେ। ସଂଗଠନ, ରାଜନୀତି ଓ ଆଲୋଚନା ପରିସରରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ।
ମକର
ମକର
ଅତୀତର କୌଣସି ଘଟଣାକୁ ନେଇ ଆନମନା ହେବାର ସୂଚନା ରହିଛି। ପଡ଼ୋଶୀ କିମ୍ବା ସହକର୍ମୀ ଫାଇଦା ହାସଲ ସକଶେ ନିଜର ଭଳି ବ୍ୟବହାର କରିପାରନ୍ତି। ଯେତେ ପ୍ରକାରର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇ ପାରିବ ନାହିଁ। ପ୍ରତ୍ୟେକ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ଅପ୍ରିୟସତ୍ୟ କଥା କହି କେତେକ କ୍ଷେତ୍ରରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିପାରେ। ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବାର ସମ୍ଭାବନା ରହିଛି। ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ

ଦୈହିକ ଅସୁସ୍ଥତା ସାଙ୍ଗକୁ ବାରମ୍ବାର ବିଫଳତାରୁ ମନରେ କ୍ଷୋଭ ଉତ୍ପର୍ଣ୍ଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇପାରିବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ସାହିତ୍ୟ, କ୍ରୀଡ଼ା ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?