‘ଧରିତ୍ରୀ’ ପ୍ରଭାବ: ୭ ଅଧିକାରୀଙ୍କ ବଦଳି ସ୍ଥଗିତ

ଭୁବନେଶ୍ୱର,୧୬ା୧୦(ରବିନାରାୟଣ ଜେନା): ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ନିର୍ଦ୍ଦେଶକୁ ଅବମାନନା କରି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏବେ ଅକଳରେ। ବିଭାଗ ପକ୍ଷରୁ ସୋମବାର ଏବଂ ମଙ୍ଗଳବାର ଯେଉଁ ଅଧିକାରୀଙ୍କୁ ନୂଆପଡ଼ାରେ ନିଯୁକ୍ତି ଓ ବଦଳି କରାଯାଇଥିଲା, ସେଥିମଧ୍ୟରୁ ୭ ଜଣଙ୍କ ଆଦେଶକୁ ବୁଧବାର ସ୍ଥଗିତ ରଖାଯାଇଛି। ହେଲେ ୧୩ ତାରିଖରେ ଜାରି ବିଜ୍ଞପ୍ତିରେ ବିଜୟ କୁମାର ମାଝୀଙ୍କୁ ନବରଙ୍ଗପୁରରୁ ନୂଆପଡ଼ା ଖରିଆର ଫିଶ୍‌ ଫାର୍ମକୁ ଓ ଖରିଆର ଫିଶ୍‌ ଫାର୍ମରେ ଥିବା ଭବାନୀ ଶଙ୍କର ପଣ୍ଡାଙ୍କୁ କଳାହାଣ୍ଡି ଜିଲା ମତ୍ସ୍ୟ ଅଧିକାରୀ କାର୍ଯ୍ୟାଳୟକୁ ଯେଉଁ ବଦଳି କରାଯାଇଥିଲା, ସେନେଇ ବିଭାଗ ପକ୍ଷରୁ କୌଣସି ସ୍ଥଗିତାଦେଶ ବୁଧବାର ଅପରାହ୍ନ ସୁଦ୍ଧା ଜାରି ହୋଇ ନ ଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ରିପୋର୍ଟ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗକୁ ମଗାଯାଇଛି। ବିଭାଗ ଏନେଇ କ’ଣ ଉତ୍ତର ଦେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସୂଚନାଯୋଗ୍ୟ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଚଳିତମାସ ୧୩ ଏବଂ ୧୪ ତାରିଖରେ ୩୬୩ ଜଣ ଓଭିଏସ୍‌ ଏବଂ ମତ୍ସ୍ୟ ଅଧିକାରୀଙ୍କୁ ନୂଆପଡ଼ା ସମେତ ବିଭିନ୍ନ ଜିଲାକୁ ବଦଳି ଓ ପୋଷ୍ଟିଂ କରାଯାଇଥିଲା। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଗତ ସୋମବାରଠାରୁ ନୂଆପଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହା ପୂର୍ବରୁ ଚଳିତମାସ ୬ ତାରିଖରୁ ସମ୍ପୂଣ୍ଣର୍ର୍ ନୂଆପଡ଼ା ଜିଲାରେ ଆଦର୍ଶ ଆଚରଣବିଧି(କୋଡ୍‌ ଅଫ୍‌ କଣ୍ଡକ୍ଟ) ଲାଗୁ ହୋଇସାରିଛି। ନୂଆପଡ଼ା ଜିଲାରେ ଉପନିର୍ବାଚନ ଲାଗି ଆଦର୍ଶ ଆଚରଣବିଧି ବଳବତ୍ତର ରହିଥିବାବେଳେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ କିଭଳି ଉକ୍ତ ଜିଲାରେ ସଂଖ୍ୟାଧିକ ଭେଟେରିନାରି ଓ ଫିଶେରୀ ସେବା ବର୍ଗର ଅଧିକାରୀଙ୍କୁ ବଦଳି ଓ ପୋଷ୍ଟିଂ କରାଗଲା, ସେନେଇ ବିଭାଗୀୟ ଅଧିକାରୀଙ୍କ ଅଭିଯୋଗକୁ ଆଧାରକରି ‘ଧରିତ୍ରୀ’ ପକ୍ଷରୁ ଏକ ବିସ୍ତୃତ ରିପୋର୍ଟ ୧୫ତାରିଖରେ ପ୍ରକାଶ ପାଇଥିଲା। ଏହାକୁ ନେଇ ବୁଧବାର ୭ ଜଣ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ଉପରେ ଅନ୍ୟାଦେଶ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି ହୋଇଥିଲେ ହେଁ ଆଉ କେତେଜଣ ଅଧିକାରୀଙ୍କ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହୋଇନାହିଁ।
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ବଦଳି ସ୍ଥଗିତାଦେଶ ମଧ୍ୟରେ ନୂଆପଡ଼ା ଜିଲା ଖରିଆର ବ୍ଲକ୍‌ରେ କାର୍ଯ୍ୟରତ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ଡା. ଶିବାନୀ ସୋନିଙ୍କୁ କଟକ-ବକ୍ସିବଜାର ଭିଏଏସ୍‌ ରେଫରାଲ ହସ୍ପିଟାଲକୁ ବଦଳି କରାଯାଇଥିବାବେଳେ ବଲାଙ୍ଗୀର ବଙ୍ଗମୁଣ୍ଡାରୁ ଭିଏଏସ୍‌ ଡା. ସତ୍ୟବ୍ରତ ପରିଡ଼ାଙ୍କୁ ନୂଆପଡ଼ା ଭିଏଏସ୍‌(ଏମ୍‌ଭିୟୁ), ପୁରୀ ଗୋପର ଭିଏଏସ୍‌ ଡା. ସାଗର ସାହୁଙ୍କୁ କୋମନା ବ୍ଲକର ଏଭିଏଏସ୍‌ ଭାବେ ଏବଂ ନୂଆପଡ଼ା କୋମନା ବ୍ଲକରେ ଥିବା ଡା. ପ୍ରତିଭା ମାଝୀଙ୍କୁ କଳାହାଣ୍ଡି ଏମ୍‌. ରାମପୁରକୁ ଏଭିଏଏସ୍‌ ଭାବେ ବଦଳି ନିର୍ଦ୍ଦେଶ ରହିଛି।
ସେହିପରି ବରିଷ୍ଠ ଓଭିଏସ୍‌ ଡା. ଶମ୍ଭୂପ୍ରସାଦ ସାହୁଙ୍କୁ ବଲାଙ୍ଗୀର ଦେଓଗାଁରୁ ନୂଆପଡ଼ା ଏଡିଭିଓ(ଡିସି) ଭାବେ, ବାଲେଶ୍ୱର ଏସ୍‌ଡିଭିଓ ଡା. ସୁଖେନ୍ଦୁ ରାୟଙ୍କୁ ନୂଆପଡ଼ା ସିଡିଭିଓ ଏବଂ ନୂଆପଡ଼ା ଏଡିଭିଓ ଡା. ବାଳକୃଷ୍ଣ ଦ୍ୱିବେଦୀଙ୍କୁ ଭୁବନେଶ୍ୱର ଏସ୍‌ଡିଭିଓ ଭାବେ ବଦଳି ଆଦେଶକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Dharitri – Odisha’s No.1 Trusted Odia Daily

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?