ସମାବର୍ତ୍ତନ ଉତ୍ସବ- ସେଦିନ ଓ ଆଜି

ତ୍ରୀଛାତ୍ରମାନଙ୍କ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ସ୍ବଗୃହ ପ୍ରତ୍ୟାବର୍ତ୍ତନକୁ ସମାବର୍ତ୍ତନ କୁହାଯାଏ। ଏହି ଉପଲକ୍ଷେ ଯେଉଁ ଉତ୍ସବ ଆୟୋଜିତ ହୁଏ ତାହା ସମାବର୍ତ୍ତନ ଉତ୍ସବ । ଏହା ସାଧାରଣତଃ ଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍‌ ଡକ୍ଟରେଟ୍‌ ଡିଗ୍ରୀଧାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ଏହାପରେ ଛାତ୍ରୀଛାତ୍ରମାନେ ନିଜ ଦକ୍ଷତା ଓ ରୁଚି ଅନୁଯାୟୀ ବିଭିନ୍ନ ବୃତ୍ତିରେ ନିୟୋଜିତ ହୋଇ ଧନ ଉପାର୍ଜନ କରନ୍ତି, ବିବାହ କରି ଗୃହସ୍ଥ ହୁଅନ୍ତି ଓ ପରିବାର ପ୍ରତିପାଳନ କରନ୍ତି। ଆଜିକାଲି ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରାୟତଃ ଅର୍ଥକରୀ ଶିକ୍ଷା ଦିଆଯାଉଛି। ଯେଉଁ ଶିକ୍ଷା ପ୍ରାପ୍ତହେଲେ ଉଚ୍ଚ ଚାକିରି ମିଳେ ବା ବିପୁଳ ଅର୍ଥ ଉପାର୍ଜନ କରିହୁଏ, ସେହି ଶିକ୍ଷାର ଚାହିଦା ବେଶି। ଏହିଭଳି ଶିକ୍ଷାପ୍ରାପ୍ତ ଛାତ୍ରୀଛାତ୍ର ପରବର୍ତ୍ତୀ ସମୟରେ ନିଜର ଶାଣିତ ବୁଦ୍ଧି ପ୍ରୟୋଗ କରି ଅସଦ୍‌ ଉପାୟରେ ପ୍ରଭୂତ ଅର୍ଥ ରୋଜଗାର କରୁଛନ୍ତି ଓ ଦୁର୍ନୀତିଗ୍ରସ୍ତ ହେଉଛନ୍ତି। ଏହାର କାରଣ ହେଉଛି ସାମ୍ପ୍ରତିକ ଶିକ୍ଷାରେ ଥିବା ନୈତିକ ମୂଲ୍ୟବୋଧର ଅଭାବ। ସାଧୁତା, ନୈତିକତା, ସେବା, ଦେଶପ୍ରେମ, ପରୋପକାର, ସମ୍ବେଦନଶୀଳତା ଭଳି ମାନବୀୟ ମୂଲ୍ୟବୋଧ ସମ୍ପର୍କରେ କୌଣସି ଶିକ୍ଷା ସ୍କୁଲ କଲେଜରେ ଦିଆଯାଉନାହିଁ। କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ପାପ-ପୁଣ୍ୟ, ନୈତିକତା-ଅନୈତିକତା, ଭଲ-ମନ୍ଦ ଏସବୁ ଧାରଣା ପାଠ୍ୟପୁସ୍ତକରେ ଦିଆଯାଉନାହିଁ। ଛାତ୍ରୀଛାତ୍ର ଗଣିତ, ବିଜ୍ଞାନ, ଭୂଗୋଳ, ଇତିହାସ ଆଦି ବିଷୟରେ କିଛି ଖବର ବା ସୂତ୍ର ନ ବୁଝି କେବଳ ମୁଖସ୍ଥ ପୂର୍ବକ ପରୀକ୍ଷାରେ ବମନ କରି ଉଚ୍ଚନମ୍ବର ପାଉଛନ୍ତି ଏବଂ ନିଜକୁ ମେଧାବୀ ଭାବେ ପରିଚୟ ଦେଇ ଉଚ୍ଚଚାକିରି ପାଉଛନ୍ତି ଓ ଅର୍ଥ ରୋଜଗାର କରୁଛନ୍ତି। ସେମାନେ ଭୁଲିଯାଉଛନ୍ତି ଯେ ସେମାନଙ୍କ ପରିବାର, ସମାଜ ଓ ରାଷ୍ଟ୍ର ପ୍ରତି ମଧ୍ୟ କର୍ତ୍ତବ୍ୟ ଅଛି। ସେମାନେ ପାଲଟିିଯାଉଛନ୍ତି ଅର୍ଥଉପାର୍ଜନକାରୀ ଯନ୍ତ୍ର। ସେମାନଙ୍କ ପାଖରେ ଦେଖିବାକୁ ମିଳୁନାହିଁ ସେବା, ତ୍ୟାଗ, ସାଧୁତା, ସମ୍ବେଦନଶୀଳତା ଭଳି ମାନବୀୟ ମୂଲ୍ୟବୋଧ।

ଆଜି ଆମେ ଗ୍ରାଜୁଏଟ୍‌ମାନଙ୍କୁ ଓଡ଼ିଆରେ ସ୍ନାତକ କହୁଛୁ। ପ୍ରାଚୀନକାଳରେ ଗୁରୁଗୃହରେ ବ୍ରହ୍ମଚର୍ଯ୍ୟ ପାଳନକରି ବିଦ୍ୟାଗ୍ରହଣ ସମାପ୍ତ କଲାପରେ ବ୍ରହ୍ମଚାରୀ ସ୍ନାନ କରୁଥିଲେ ବୋଲି ତାଙ୍କୁ ସ୍ନାତକ କୁହାଯାଉଥିଲା। ତା’ପରେ ଗୁରୁ ଗୃହସ୍ଥାଶ୍ରମରେ ପ୍ରବେଶ କଲାପରେ ଶିଷ୍ୟ କିପରି ଆଚରଣ କରିବେ ସେ ସମ୍ପର୍କରେ ଯାହା କହୁଥିଲେ ତାକୁ ଦୀକ୍ଷାନ୍ତ ଭାଷଣ କୁହାଯାଉଥିଲା। ତାକୁ କୁହାଯାଉଥିଲା ସମାବର୍ତ୍ତନ କ୍ରିୟା। ଏବେ ସ୍ନାନ ନୀତି ନ ଥାଇ ମଧ୍ୟ ଗ୍ରାଜୁଏଟ୍‌ମାନଙ୍କୁ ସ୍ନାତକ କୁହାଯାଉଛି। ଏହା ଏକ ଅପ୍ରାସଙ୍ଗିକ ଶବ୍ଦ ପାଲଟିଯାଇଛି। ଦ୍ୱିତୀୟତଃ ସେତେବେଳେ ସମାବର୍ତ୍ତନ ସମୟରେ ଗୁରୁ ଶିଷ୍ୟକୁ ଆଗାମୀ ଜୀବନକୁ ସୁବ୍ୟବସ୍ଥିତ କରିବା ପାଇଁ ଯେଉଁସବୁ ଉପଦେଶ ଦେଉଥିଲେ ତାହା ମଧ୍ୟ ଆଜି ଲୁପ୍ତ। ଆଜି ସମାବର୍ତ୍ତନ ତା’ର ଗୁରୁତ୍ୱ ହରାଇଛି ଓ ଉତ୍ସବ ସର୍ବସ୍ବ ହୋଇଛି। ପ୍ରାଚୀନକାଳରେ ଶିଷ୍ୟ ସମାବର୍ତ୍ତନ ସମୟରେ ଗୁରୁ ଯାହାସବୁ ଉପଦେଶ ଦେଉଥିଲେ ତା’ର ବର୍ଣ୍ଣନା ରହିଛି ତୈତ୍ତିରୀୟ ଉପନିଷଦ୍‌ରେ। ଗୁରୁ କହୁଥିଲେ, ”ସତ୍ୟଂ ବଦ। ଧର୍ମଂ ଆଚର। ସ୍ବାଧ୍ୟାୟାନ୍ମା ପ୍ରମଦଃ। ଆଚାର୍ଯ୍ୟାୟ ପ୍ରିୟଂ ଧନମାଦୃତ୍ୟ ପ୍ରଜାତନ୍ତୁଂ ମା ବ୍ୟବଚ୍ଛେତ୍ସୀଃ। ସତ୍ୟାନ୍ନ ପ୍ରମଦିତବ୍ୟମ୍‌। ଧର୍ମାନ୍ନ ପ୍ରମଦିତବ୍ୟମ୍‌।“ ଇତ୍ୟାଦି। ଅର୍ଥାତ୍‌ ସତ୍ୟ କୁହ, ଧର୍ମ ଆଚରଣ କର, ବେଦାଧ୍ୟୟନରୁ ବିଚ୍ୟୁତ ହୁଅନାହିଁ। ଗୁରୁଙ୍କୁ ଅଭିଳଷିତ ଦକ୍ଷିଣା ଦେଇ ବଂଶର ଧାରା ରକ୍ଷାକର। ସତ୍ୟରୁ କଦାପି ବିଚ୍ୟୁତ ହୁଅନାହିଁ। ଧର୍ମରୁ କଦାପି ବିଚ୍ୟୁତ ହୁଅନାହିଁ। ସମାବର୍ତ୍ତନ ପରେ ଆହୃତ ବିଦ୍ୟାକୁ ଜୀବନରେ ପ୍ରୟୋଗ କରିବାକୁ ଏଠାରେ ଉପଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଆହୁରି ଅଧ୍ୟୟନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଦ୍ୱାଦଶ ବର୍ଷ ଅଧ୍ୟୟନ କଲାପରେ ମଧ୍ୟ ଗୁରୁଙ୍କ ଦୀକ୍ଷାନ୍ତ ଉପଦେଶ ପରେ ଶ୍ୱେତକେତୁ ସ୍ବଗୃହ ପ୍ରତ୍ୟାବର୍ତ୍ତନ କଲେ। ପିତା ଆରୁଣି ପଚାରିଲେ, ”ଯେଉଁ ଜ୍ଞାନର ଉଦୟ ହେଲେ ଅଶ୍ରୁତ ଶ୍ରୁତ, ଅଚିନ୍ତ୍ୟ ଚିନ୍ତ୍ୟ ଓ ଅବିଜ୍ଞାତ ଜ୍ଞାତ ହୁଏ, ତାହା ପ୍ରାପ୍ତ କରିଛ କି?“ ଶ୍ୱେତକେତୁ ଏହା ପ୍ରାପ୍ତ ହୋଇନାହିଁ କହନ୍ତେ ପିତା ସେ ସମ୍ପର୍କରେ ତାଙ୍କୁ ପୁଣି ଶିକ୍ଷାଦେଲେ। ଶିକ୍ଷା ଥିଲା ଏକ ନିରନ୍ତର ପ୍ରକ୍ରିୟା।
ଏହା ବ୍ୟତୀତ ସମାବର୍ତ୍ତନ ଉତ୍ସବରେ ଆହୁରି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅବଗତ କରାଯାଉଥିଲା। ଗୁରୁ କହୁଥିଲେ (୧) ଯାହା ଦୋଷହୀନ କେବଳ ସେହି କର୍ମ କରିବ। ଅନ୍ୟ କର୍ମ କରିବ ନାହିଁ। (ଯାନ୍ୟନବଦ୍ୟାନି କର୍ମାଣି ତାନି ସେବିତବ୍ୟାନି, ନ ଇତରାଣି।) (୨) ଆମ ଆଚରିତ ଗୁଣମାନଙ୍କ ଭିତରୁ ଯାହା ଯଥାର୍ଥ ଓ ନ୍ୟାୟସଙ୍ଗତ, ତାହା ହିଁ ଅନୁସରଣ କରିବ, ଅନ୍ୟ ଇତର ଗୁଣ ନୁହେଁ (ୟାନ୍ୟସ୍ମାକଂସୁଚରିତାନି, ତାନି ତ୍ୱୟୋପାସ୍ୟାନି, ନ ଇତରାଣି)। (୩) ବିଶିଷ୍ଟ ବିଦ୍ୱାନ୍‌ମାନେ ଆଲୋଚନା କରୁଥିବାବେଳେ ପଦେ କଥା ବି କହିବ ନାହିଁ। ସେମାନଙ୍କୁ ଆସନ ଅର୍ପଣକରି ସମ୍ମାନ ଜଣାଇବ (ୟେ କେ ଚାସ୍ମତ୍‌ଶ୍ରେୟାଂସଃ ବ୍ରାହ୍ମଣଃ, ତେଷାଂ ତ୍ୱୟାସନେନ ପ୍ରଶ୍ୱସିତବ୍ୟମ୍‌)। ପ୍ରାଚୀନକାଳରେ ସମାବର୍ତ୍ତନ ଉତ୍ସବ ସମୟରେ ଯେଉଁ ନୈତିକମୂଲ୍ୟବୋଧ ସମ୍ପର୍କରେ ଗୁରୁ ଶିଷ୍ୟକୁ ସଚେତନ କରୁଥିଲେ ଆଜି ତା’ର ସ୍ଥାନ ନାହିଁ। ଅପରପକ୍ଷରେ ଆଜିର ଶିକ୍ଷା ଚାକିରି ସର୍ବସ୍ବ ହୋଇଥିବାରୁ ସମାବର୍ତ୍ତନ ପରେ ଯେଉଁ ଉପଦେଶ ଦିଆଯାଉଛି ତା’ର ନାମ ହେଲା କ୍ୟାରିୟର କାଉନ୍‌ସେଲିଂ ଅର୍ଥାତ୍‌ ବୃତ୍ତି ନିରୂପଣ ସମ୍ପର୍କିତ ପରାମର୍ଶ। କେଉଁ ବୃତ୍ତିକୁ ଗ୍ରହଣ କଲେ କେତେ ଟଙ୍କା ରୋଜଗାର କରିହେବ ସେହି ବୃତ୍ତିରେ ପ୍ରବେଶ କରିବାପାଇଁ କ’ଣ କରିବାକୁ ହେବ ସେ ସମ୍ପର୍କରେ ପରାମର୍ଶ ଦେବାପାଇଁ ବ୍ୟବସ୍ଥା କରାହେଉଛି। ଅତୀତରେ ଶିକ୍ଷା ଚାକିରି ପାଇଁ ଉଦ୍ଦିଷ୍ଟ ନ ଥିଲା। ପ୍ରତ୍ୟେକ ନିଜ ସ୍ବଭାବ ଓ ଗୁଣକୁ ଭିତ୍ତିକରି ବୃତ୍ତିକୁ ଗ୍ରହଣ କରୁଥିଲେ। ଏଣୁ ଯିଏ ଯେଉଁ ବୃତ୍ତିକୁ ଗ୍ରହଣ କରୁ ସେ କିପରି ସେହି ବୃତ୍ତିକୁ ସାଧୁତା, ସଚ୍ଚୋଟତା ଓ ଯଥାର୍ଥତା ସହ ସମ୍ପାଦନ କରିବ ତାହା ଥିଲା ଗୁରୁତ୍ୱପୂର୍ଣ୍ଣ।
ସାମ୍ପ୍ରତିକ ସମୟରେ ଅନୁଷ୍ଠିତ ହେଉଥିବା ସମାବର୍ତ୍ତନ ଉତ୍ସବରେ ଆଉ ଏକ ବିଡ଼ମ୍ବନା ହେଲା, ଗାଉନ୍‌ ପରିଧାନ। ଏହି ଗାଉନ୍‌ ପରିଧାନ ପରମ୍ପରା ଗ୍ରୀକ୍‌ ଦାର୍ଶନିକ ପ୍ଲାଟୋଙ୍କ ଶିକ୍ଷାନୁଷ୍ଠାନ ‘ଏକାଡେମୀ’ରୁ ଆହୃତ ହୋଇଛି। ଏହାଥିଲା ୟୁରୋପର ଜ୍ଞାନ ଗବେଷଣାର ମୁଖ୍ୟପୀଠ। ସେହି ଏକାଡେମୀ ଛାତ୍ରମାନଙ୍କର ପରିଧାନ ଥିଲା ଟୋପି ଓ ଗାଉନ୍‌। ପରବର୍ତ୍ତୀକାଳରେ ଇଂଲଣ୍ଡର ଅକ୍ସଫୋର୍ଡ ଓ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ଏହି ପରମ୍ପରାକୁ ଅନୁସରଣ କରିଥିଲେ। ଭାରତ ଇଂରେଜ ଶାସନାଧୀନ ହେବାପରେ ସେମାନେ ଭାରତରେ ଏହି ପରମ୍ପରାକୁ ପ୍ରଚଳନ କରାଇଥିଲେ। ବିଡ଼ମ୍ବନାର ବିଷୟ ଯେ ଭାରତ ସ୍ବାଧୀନତା ପାଇବାର ୭୫ ବର୍ଷ ଅତିକ୍ରାନ୍ତ ହେଲାଣି, ମାତ୍ର ଉପନିବେଶବାଦୀ ପରମ୍ପରାରୁ ମୁକ୍ତ ହୋଇନାହିଁ। ଆମେ କନ୍‌ଭୋକେଶନ ଓ ଗ୍ରାଜୁଏଟ୍‌ ଶବ୍ଦକୁ ଯଥାକ୍ରମେ ସମାବର୍ତ୍ତନ ଓ ସ୍ନାତକ କହି ଆତ୍ମତୃପ୍ତି ଳାଭକରୁଛୁ। ଏହା ଆତ୍ମତୃପ୍ତି ତ ନୁହେଁ, ଏହା ଆତ୍ମ ପ୍ରତାରଣା। କେବଳ ଶାନ୍ତିନିକେତନର ସମାବର୍ତ୍ତନ ଉତ୍ସବ ଭାରତୀୟ ପରମ୍ପରାକୁ ଅନୁସରଣ କରୁଛି। ସେଠାରେ ଛାତ୍ରମାନେ ଧୋତି ପଞ୍ଜାବି ସହ ହଳଦିଆ ଚାଦର ପକାଇ ଓ ଛାତ୍ରୀମାନେ ନାଲି ଧଡି ପଡିଥିବା ଧଳା ଶାଢ଼ି ସହ ହରିଦ୍ରାବର୍ଣ୍ଣର ସ୍କାର୍ଫ କାନ୍ଧରେ ପକାଇ ଉପାଧି ଗ୍ରହଣ କରନ୍ତି। ଭାରତର ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଭାରତୀୟ ପରମ୍ପରାକୁ ଅନୁସରଣ କରିବା ଗର୍ବ ଓ ଗୌରବର ବିଷୟ ହେବ। ଆଜି ପର୍ଯ୍ୟନ୍ତ ସେହି ଭାବନା ସୃଷ୍ଟି ନ ହେବା ପରିତାପର ବିଷୟ।

ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri