ଅଜ୍ଞାନତା ଦୁଃଖର କାରଣ

ଶିକ୍ଷା ମଣିଷକୁ ପଶୁତ୍ୱରୁ ମାନବତ୍ୱକୁ ଉନ୍ନୀତ କରେ। ଆମେରିକାର ଦାର୍ଶନିକ ଜନ୍‌ ଡୁୱେ କହିଲେ, ”ଶିକ୍ଷା ଜୀବନର ପ୍ରସ୍ତୁତି ନୁହେଁ, ଶିକ୍ଷା ହେଉଛି ଜୀବନ।“ ଶିକ୍ଷାର ଯେତିକି ବିକାଶ ଘଟିଛି ସେହି ଅନୁପାତରେ ହିଁ ମାନବତ୍ୱର କ୍ରମବିକାଶ ଘଟିଛି ଏବଂ ଘଟୁଥିବ ମଧ୍ୟ। ଏକ ସୁସ୍ଥ ଏବଂ ସାମ୍ୟମୈତ୍ରୀର ସମାଜ ଗଠନ ନିମନ୍ତେ ଉପଯୁକ୍ତ ଶିକ୍ଷାର ପ୍ରସାର ଏକାନ୍ତ ଆବଶ୍ୟକ। ଯେଉଁ ଦେଶ ଯେତେ ଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ ସେ ଦେଶ ସେତିକି ସମୃଦ୍ଧ ଓ ଶକ୍ତିଶାଳୀ। ସେଥିପାଇଁ ଜ୍ୟୋତିରାଓ ଫୁଲେ କହିଥିଲେ, ”ଶିକ୍ଷା ଏକ ଶକ୍ତିଶାଳୀ ଅସ୍ତ୍ର ଯାହାକୁ ପୃଥିବୀର ପରିବର୍ତ୍ତନ ପାଇଁ ବ୍ୟବହାର କରିପାର।“ ଶିକ୍ଷା ନ ଥାଇ ଯଦି ଆର୍ଥିକ ବିକାଶ କରାଯାଏ ତେବେ ସେ ଅର୍ଥ କେବଳ ବ୍ୟର୍ଥ ହେବନି ବରଂ ବହୁଳ ଭାବେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବ। ଯେମିତି ”ମାଙ୍କଡ଼ ବେକରେ ମୁକ୍ତା ମାଳ।“ ଉଦାହରଣ ସ୍ବରୂପ – ଜଣେ ପାଠଶାଠ ପଢ଼ି ନ ଥିବା ଲୋକକୁ ଋଣ ମିଳିଲେ, ସେ ଯେମିତି ସେ ପଇସାକୁ ଖଟେଇ ପଇସା ରୋଜଗାର କରିବା ପରିବର୍ତ୍ତେ ନିଜ ଅୟସ ଆରାମରେ ଲଗେଇ ଦିଏ କିମ୍ବା ବେପାର କୌଶଳ ନ ଜାଣି ଭୁଲ୍‌ଭାଲ୍‌ ବିନିଯୋଗ କରି ପରେ ବରବାଦ ହୁଏ। କାରଣ ଲକ୍ଷ ଲକ୍ଷ ଟଙ୍କାକୁ ଉପଯୁକ୍ତ ବାଟରେ ଖର୍ଚ୍ଚ କରିବା ପାଇଁ ଜ୍ଞାନର ଆବଶ୍ୟକ ଥାଏ, ସେ ଜ୍ଞାନ ହିଁ ଶିକ୍ଷାରୁ ଆସିଥାଏ। ସେଇଥିପାଇଁ ଆମର ଅଧିକାଂଶ ସରକାରୀ ଯୋଜନା ବିଫଳ ହେଉଛି। ୭୬ ବର୍ଷ ସ୍ବାଧୀନତା ପରେ ବି ଦେଶରେ ୭୦ ଭାଗ ଲୋକ ଶିକ୍ଷିତ ହେଲେ ନାହିଁ। କେବଳ ନାମ ଦସ୍ତଖସ୍ତ କରିଦେଲେ ନିରକ୍ଷରତା ଦୂର ହୁଏନା କି ମଣିଷଟିଏ ଶିକ୍ଷିତ ହୁଏନା। ଏଥିପାଇଁ ଲୋଡ଼ା ସମ୍ପୂର୍ଣ୍ଣ ଶିକ୍ଷା। ଶିକ୍ଷା ମଣିଷ ଜ୍ଞାନର ବିକାଶ ଘଟାଇବା ସହ ଅନ୍ଧତ୍ୱ ଦୂର କରେ। ସେଇଥିପାଇଁ ବୈଷୟିକ ବିକାଶ ସହ ସମାନୁପାତିକ ଭାବେ ବୌଦ୍ଧିକ ବିକାଶ ଜରୁରୀ।

ସବୁ ମଣିଷ ଯଦି ଉପଯୁକ୍ତ ବିଜ୍ଞାନଭିତ୍ତିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧସମ୍ପନ୍ନ ଉଚ୍ଚଶିକ୍ଷା ଲାଭ କରିବେ ତେବେ ଜ୍ଞାନର ବୈପ୍ଳବିକ ବିକାଶ ଘଟିବ ଏବଂ ଜ୍ଞାନର ବିକାଶ ହିଁ ଶାନ୍ତି ଓ ସଦ୍‌ଭାବନାର ଦ୍ୱାର ଉନ୍ମୁକ୍ତ କରେ। ତେଣୁ ପଣ୍ଡିତ ଗୋପବନ୍ଧୁ ଦାସ ୧୯୧୬ରେ ସତ୍ୟବାଦୀରେ ଲେଖିଥିଲେ – ”ଶିକ୍ଷାପଥରେ ମାନବ ଯେତେ ଅଗ୍ରସର ହେଉଥିବ, ତା’ର ଶକ୍ତି ଏବଂ ଐଶ୍ୱର୍ଯ୍ୟ ସେତେ ବିକଶିତ ହେବ।“ ଶିକ୍ଷାର ପ୍ରସାର ନ ଘଟିଲେ ଅଜ୍ଞାନତା ରୂପକ ସତାନ କବଳରୁ ମଣିଷ ମୁକ୍ତି ପାଇବ ନାହିଁ। ତେଣୁ ମଣିଷକୁ ବାଧ୍ୟତାମୂଳକ ଶିକ୍ଷା ଦେବା ହେଉଛି ଆମ ଦେଶ ମୁଖିଆମାନଙ୍କର ନୈତିକ ଦାୟିତ୍ୱ। ସେଥିପାଇଁ ଶିକ୍ଷା ନିମନ୍ତେ ସବୁଠୁ ଅଧିକ ବ୍ୟୟ ବରାଦ ହେବା ଉଚିତ।

ଅଜ୍ଞାନତାରୁ ଅପସଂସ୍କୃତିର ଜନ୍ମ ନିଏ ଏବଂ ଅନ୍ଧବିଶ୍ୱାସର ଶିକାର ହୋଇ ଜୀବନ ସାରା ପେଷିହୁଏ। ଅସ୍ପୃଶ୍ୟମାନଙ୍କ ମଧ୍ୟରେ ମଧ୍ୟ ଶିକ୍ଷାର ବୈପ୍ଳବିକ ପ୍ରସାର ଘଟୁନି, ଏବେ ବି ଅସ୍ପୃଶ୍ୟମାନେ ସମାଜରେ ଘୃଣିତ। ଆଜିଯାଏ ଅସ୍ପୃଶ୍ୟତା ଦୂର ହେଲାନି କି ଅସ୍ପୃଶ୍ୟମାନଙ୍କ ମଧ୍ୟରେ ଜାତିଭେଦ ଦୂର ହୋଇନି। ଶିକ୍ଷାର ମନ୍ଥର ପ୍ରସାର। ଶିକ୍ଷାର ପ୍ରସାର ଯେତିକି ହେଉଛି ଆମ ଭିତରେ ଥିବା ବୈଷମ୍ୟତା ସେତିକି ଦୂର ହେଉଛି। ଯଦି ସାମାଜିକ ବୈଷମ୍ୟତାର ବୈପ୍ଳବିକ ପରିବର୍ତ୍ତନ ଆବଶ୍ୟକ, ତେବେ ଶିକ୍ଷାର ବୈପ୍ଳବିକ ପ୍ରସାର ଲୋଡ଼ା। ନଚେତ୍‌ ଆହୁରି ଶତାବ୍ଦୀ ଶତାବ୍ଦୀ ବିତିଗଲେ ବି ସମାଜର ସାମାଗ୍ରିକ ବିକାଶ ସମ୍ଭବ ହୋଇପାରିବ ନାହିଁ କି ଜାତିପ୍ରଥା ଦୂର ହୋଇପାରିବ ନାହିଁ।

ଏଠାରେ ପ୍ରଶ୍ନ ଆସେ, ବାସ୍ତବରେ ଶିକ୍ଷା ଲାଭ କରିଥିବା ବ୍ୟକ୍ତିମାନେ କ’ଣ ଜ୍ଞାନୀ ହୋଇଯାଆନ୍ତି, ଯଦି ତାହା ହେଉଥାଆନ୍ତା ତେବେ ଦେଶରେ ଲକ୍ଷ ଲକ୍ଷ ଶିକ୍ଷିତ ଅଛନ୍ତି, ସେମାନଙ୍କର କ’ଣ ଅଜ୍ଞତା ଦୂର ହୋଇଯାଇଛି ? ସେମାନେ କ’ଣ କୁସଂସ୍କାର ଓ ଅନ୍ଧବିଶ୍ୱାସୀ ନୁହନ୍ତି ? ସେମାନେ କ’ଣ ମୂର୍ଖ ଅପାଠୁଆଙ୍କ ଭଳି ଭୁଲ୍‌ କରି ଦୁଃଖ ପାଉନାହାନ୍ତି ? ସେମାନେ କ’ଣ ଏକ ସୁସ୍ଥ ସମାଜ ଗଠନର ଅନୁଗାମୀ ? ଯଦି ଏମିତି ହେଉଛି, ତେବେ ଶିକ୍ଷା ଲାଭ କରି ମୂଲ୍ୟ କ’ଣ ? ଶିକ୍ଷା ପାଇ କ’ଣ ଲାଭ ? ପିଲାଙ୍କୁ ପାଠ ପଢ଼େଇ କି ଲାଭ ବୋଲି ଅଭିଭାବକମାନେ କୁହନ୍ତି ? ବାସ୍ତବରେ ଏ ସବୁ ପ୍ରଶ୍ନର ଉତ୍ତର ଆମ ମୁଖିଆମାନଙ୍କ ଭିତରେ ଥିଲେ, ସେମାନେ ଶିକ୍ଷାର ଏପରି ଦୟନୀୟ ଅବସ୍ଥା କରି ରଖି ନ ଥାନ୍ତେ। ଶିକ୍ଷା ଜ୍ଞାନ ଆହରଣର ମୂଳଦୁଆ। ଶିକ୍ଷା ମଣିଷକୁ ଜ୍ଞାନ ପିପାସୁ କରାଏ ଏବଂ ଜ୍ଞାନ ପ୍ରାପ୍ତିର ରାସ୍ତା ଦେଖାଏ। ଶିକ୍ଷା ରୂପକ ଏହି ମୂଳଦୁଆ ପଡ଼ିଗଲେ, ମଣିଷର ଆଖି ଖୋଲିଯାଏ, ସେ ନିଜ ଚରିତ୍ର ଗଠନ ପାଇଁ ଉପାଦାନ ପାଇ ପାରିବ। ଶିକ୍ଷିତ ବ୍ୟକ୍ତିଟିର ଆଚରଣ ଓ ଆବେଦନ ଅପାଠୁଆ ସହ ସମାନ ହେବନି। ମୂର୍ଖତା/ଅଜ୍ଞାନତା ମଣିଷକୁ ନିଷ୍ଠୁର କରିଥାଏ। ଜଣେ ଶିକ୍ଷିତ ଚାଷୀ ଓ ଜଣେ ଅପାଠୁଆ ଚାଷୀ ମଧ୍ୟରେ ଫରକ, ଜଣେ ଶିକ୍ଷିତ ବ୍ୟବସାୟୀ ଜଣେ ଅଶିକ୍ଷିତ ବ୍ୟବସାୟୀ ମଧ୍ୟରେ ଫରକ ଆମେ ସମସ୍ତେ ଜାଣୁ। ତେଣୁ ପ୍ରତ୍ୟେକଟି ମଣିଷକୁ ଶିକ୍ଷା ଦିଅ, ତା’ ପରେ ତା’ କର୍ମ ସେ ନିଜେ ବାଛିବ। ଶିକ୍ଷା ହେଉଛି କୃଷକର କ୍ଷେତ ଏବଂ ଜ୍ଞାନ ହେଉଛି ଫସଲ। କ୍ଷେତକୁ ଯେମିତି ପ୍ରସ୍ତୁତ କରିବେ ଫସଲ ସେମିତି ଫଳିବ। ସେମିତି ଶିକ୍ଷାକୁ ଯେତେ ବିଜ୍ଞାନଭିତ୍ତିକ, ଗଣତାନ୍ତ୍ରିକ ମୂଲ୍ୟବୋଧ ସମ୍ପନ୍ନ, ଧର୍ମ ନିରପେକ୍ଷ ଓ ସମାଜ ଉପଯୋଗୀ କରିବେ ସେତେ ପ୍ରଗତିଶୀଳ ଓ ତାତ୍ପର୍ଯ୍ୟପୂର୍ଣ୍ଣ ସମାଜ ଗଠନ ହୋଇପାରିବ। ଯେଉଁ ରାଷ୍ଟ୍ର ଶିକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଏ ଓ ସଂସ୍କୃତିକୁ ସମୃଦ୍ଧ କରେ ସେ ଦେଶ ସବୁଠୁ ସୁଖୀ ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥାଏ। ଯେଉଁ ରାଷ୍ଟ୍ରରେ ଶିକ୍ଷା ଅବହେଳିତ ସେ ଏକ ବିଚରା ଦେଶ।

ନିରାକାର ଦାସ
ଭୁବନେଶ୍ୱର, ମୋ: ୯୪୩୭୦୧୩୧୩୯


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?