କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ ହୋଇ ଯେତେବେଳେ ନୂଆ ସରକାର ଆସନ୍ତି ସେମାନେ ପୁରୁଣା ସରକାରଙ୍କର ଅନେକ ବ୍ୟବସ୍ଥାକୁ ବଦଳାଇ ଦେଇଥାନ୍ତି। ସରକାରର ନବକଳେବର ସମୟରେ ପୁରୁଣା ବ୍ୟବସ୍ଥା, ପୁରୁଣା ଯୋଜନା, ପୁରୁଣା ଅଫିସର, ପୁରୁଣା କୋଠାବାଡ଼ି, ଗାଡ଼ିମୋଟର ଆଦି ସବୁ ବଦଳାହୁଏ।

ଗତ ୪୦ବର୍ଷର ଆମ ଚାକିରିକାଳର ଅବଧି ଭିତରେ ଆମେ ମୁଖ୍ୟତଃ ୨/୩ ଥର ସରକାରରେ ଦଳ ପରିବର୍ତ୍ତନର ପ୍ରକ୍ରିୟା ଦେଖିଛୁ। ୧୯୮୮ରେ ଚାକିରିରେ ଆମେ ଯୋଗଦେଲା ବେଳକୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଶାସନରେ ଥିଲା। ପରେ ଅଳ୍ପଦିନ ପାଇଁ ହେମାନନ୍ଦ ବିଶ୍ୱାଳ ହେଲେ ମୁଖ୍ୟମନ୍ତ୍ରୀ। ତା’ପରେ ୧୯୯୦ ନିର୍ବାଚନରେ ଜନତା ଦଳ ସରକାର ଆସିଲା ଓ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ। ଖୋଜାହେଲେ କୋଉଠି କିଏ କଂଗ୍ରେସିଆ କର୍ମଚାରୀ ଅଛନ୍ତି। ଯେଉଁମାନେ ଚିହ୍ନଟ ହେଲେ ତାଙ୍କ ଭିତରୁ ଅନେକଙ୍କୁ ବଦଳି କରାଗଲା। ୫ ବର୍ଷର ଜନତା ଦଳ ସରକାର ପରେ ପୁଣି ଆସଲା କଂଗ୍ରେସ ସରକାର। ଖୋଜାଗଲା କିଏ କୋଉଠି ଜନତା ଦଳ ସମର୍ଥକ ଓ ସମର୍ଥିତ କର୍ମଚାରୀ ଅଛନ୍ତି। ଏଥର ପୁଣି ଥୋକେ ବଦଳିହେଲା। ତାଙ୍କ ପରେ କିଛି କିଛି ଦିନ ଗିରିଧାରୀ ଗମାଙ୍ଗ ଓ ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ହେଲେ। ସେତେବେଳେ ନେତା ବଦଳିଲେ ମଧ୍ୟ ଦଳ ସମାନ ଥିଲା। ତେଣୁ ବେଶି ବଦଳି ହେଲା ନାହିଁ। ୨୦୦୦ ମସିହାରେ ବିଜୁ ଜନତା ଦଳ ସରକାର ଆସିବା ପରେ ସେମିତି କଂଗ୍ରେସ ଛାପାମରା, ଅନୁଗତ ଓ ଅନୁରକ୍ତ ଅଫିସର ଖୋଜାହେଲେ ଓ ତଡ଼ାଖାଇଲେ। ଦୀର୍ଘ ୨୪ ବର୍ଷର ତାଙ୍କ ସରକାର ଆବଶ୍ୟକତା ଅନୁସାରେ ବଦଳି କରୁଥିଲେ। ଏବେ ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ଅଫିସର ଓ କର୍ମଚାରୀମାନଙ୍କ ମଧ୍ୟରେ କୋକୁଆଭୟ। କୋଉ ସମୟରେ କାହାର କୋଉଠି ବଦଳିହେବ ସେ ଚିନ୍ତାରେ କର୍ମଚାରୀ ସ୍ଥାଣୁ, ହାତ ଟେକି ବସିଛନ୍ତି।

କହିବା ଉଦ୍ଦେଶ୍ୟ ହେଲା ସରକାର ବଦଳରେ ନୂଆ ବିଧାୟକମାନେ ତାଲିକା କରି ଦିଅନ୍ତି କୋଉଠି କୋଉ ଅଫିସର ପୁରୁଣା ବ୍ୟବସ୍ଥାର ବିଶ୍ୱସ୍ତ ଚାକର ଥିଲେ। ସେଇ ଅନୁସାରେ କିଏ ତଡ଼ାହେବେ କିଏ ନୂଆ ଆସିବେ ସ୍ଥିର ହୁଏ। ମନକୁ ଗୋଟେ କଥା ବେଳେ ବେଳେ ଆସେ, ସତରେ କ’ଣ ସବୁ କର୍ମଚାରୀ ନିଜ ଇଚ୍ଛାରେ ଦଳୀୟ ଆଦର୍ଶରେ ଅନୁଗାମୀ ହୋଇ କାମ କରିଥାନ୍ତି? ହୁଏତ ଅଳ୍ପ କେତେଜଣ ଲୋକ ସେପରି ନିଅଁାଗିଳା ହୋଇଥିବେ। ଯେଉଁମାନେ ନିଅଁା ଗିଳନ୍ତି ସେମାନେ ଅଙ୍ଗାର ହଗିବା ସ୍ବାଭାବିକ, ଏଥିରେ ଦୁଃଖ କରିବାର କିଛି ନାହିଁ। ମାତ୍ର ଯେତେବେଳେ ସରକାରରେ ଦଳବଦଳର ଋତୁ ପରିବର୍ତ୍ତନ ହୁଏ ଅନେକ ସମୟରେ ଧୁଆମୂଳା ଅଧୁଆମୂଳା ସବୁ ଏକ ହୋଇଯାଆନ୍ତି। ଦୁଷ୍ଟଙ୍କ ସହ ଭଲ ଲୋକ ବି ବଳି ପଡ଼ିଯାଆନ୍ତି।

ରାଜନୀତିରେ ଗୋଷ୍ଠୀ ନିରପେକ୍ଷତା ବୋଲି କିଛି ନାହିଁ। ହୁଏତ ଆମର ମିତ୍ର ହୁଅ ନ ହେଲେ ଶତ୍ରୁ ତାଲିକାରେ ରୁହ। ଯଦି ତାଙ୍କୁ ସାହାଯ୍ୟ କରୁଥିଲ ତା’ହେଲେ ଆମର ଶତ୍ରୁ, ଏମିତିକି ତାଙ୍କୁ ସାହାଯ୍ୟ କରିଥାଅ ନ କରିଥାଅ ଆମକୁ ଯଦି ସାହାଯ୍ୟ କରିନାହଁ ତା’ହେଲେ ବି ଆମର ଶତ୍ରୁ। ଶତ୍ରୁ ବୋଲି ବିବେଚିତ ହେଲ ଯଦି ତା’ର ଫଳ ଭୋଗିବାକୁ ପଡ଼ିବ। ବିଚରା କର୍ମଚାରୀଟିଏ କରିବ କ’ଣ? ଦୀର୍ଘ ସମୟ ଗୋଟେ ସରକାର ଅଧୀନରେ କାମ କଲେ ଇଚ୍ଛା ଥାଉ ନ ଥାଉ ତାଙ୍କ ନୀତି ଆଦର୍ଶକୁ କାର୍ଯ୍ୟକାରୀ କରିବାକୁ ପଡ଼ିଥାଏ। କର୍ମଚାରୀମାନେ ନିଜର ସୁରକ୍ଷା ପାଇଁ ଓ ପରେ ନିଜ ସୁବିଧା ପାଇଁ ବାଧ୍ୟ ହୁଅନ୍ତି ଗୋଟେ ସରକାରର ଅନୁଗତ ହେବା ପାଇଁ।

ମୋର ଗୋଟେ ଅନୁଭୂତି ମନେପଡୁଛି। ଆମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଢ଼ିଲା ବେଳେ ୧୯୮୪ରେ ଆତତାୟୀ ଗୁଳିରେ ନିହତ ହେଲେ ଇନ୍ଦିରା ଗାନ୍ଧୀ। ଚାରିଆଡ଼େ ଶୋକ ପାଳନ ଚାଲିଲା। ସମାନୁପାତିକ ଭାବେ ହିଂସ୍ର ଅରାଜକତା ମଧ୍ୟ ଚାଲିଲା। ଡ. ମନ୍ମଥନାଥ ଦାସ ଥାଆନ୍ତି କୁଳପତି। ତାଙ୍କ ସଭାପତିତ୍ୱରେ ଗୋଟେ ଶୋକସଭା ହେଲା। ସହଜେ ସେ ଜଣେ ସୁବକ୍ତା ପୁଣି ଇନ୍ଦିରାଙ୍କ ଉପରେ କିଛି ଗବେଷଣାମତ୍କ ଲେଖା ଲେଖୁଥାନ୍ତି। ତେଣୁ ସେ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଭାବଗର୍ଭକ ଭାଷଣ ଦେଲେ। ହଠାତ୍‌ ଜଣେ ମଞ୍ଚ ଉପରକୁ ଚପଲଟିଏ ପିଙ୍ଗିଲା ଏବଂ କହିଲା କଂଗ୍ରେସ ଚାମଚା! ମନ୍ମଥବାବୁ କହିଲେ, ମୁଁ ଇଂରାଜୀରେ ଭାଷଣ ଦେଉଛି ,କିନ୍ତୁ ତଦ୍ଦ୍ବାରା ମୁଁ ଇଂରେଜ ବୋଲି ପ୍ରତିପାଦିତ ହେଉନାହିଁ। ମୁଁ ବିଦେଶୀ ବେଶପୋଷାକ ପିନ୍ଧିଛି। ମାତ୍ର ତାହା ମଧ୍ୟ ମତେ ବିଦେଶୀ ବୋଲି ପ୍ରତିପାଦିତ କରୁନାହିଁ। ଯଦି ମୁଁ ଇନ୍ଦିରାଙ୍କ ବିଷୟରେ ଆଜି କହୁଛି ତାହା ମତେ କଂଗ୍ରେସର ଚାମଚା ଭାବରେ କେମିତି ପ୍ରତିପାଦିତ କରୁଛି? ଏକଥା ଶୁଣିଲା ପରେ ସେଇ ଚପଲ ଫିଙ୍ଗିଥିବା ଛାତ୍ର ଜଣଙ୍କ କେତେବେଳେ ସଭାଗୃହରୁ ଅନ୍ତର୍ହିତ ହୋଇଗଲା ଜଣାପଡ଼ିଲା ନାହିଁ।

କହିବା କଥା ହେଲା, ଠିକ୍‌ ସେମିତି ଜଣେ ସରକାରୀ କର୍ମଚାରୀ ଗୋଟେ ଦଳର ସରକାର ଅଧୀନରେ କାମ କଲାବେଳେ ସେ ଦଳର କର୍ମୀ ପାଲଟିଯାଏ ନାହିଁ। ଏଇ ଯେମିତି ଖଦଡ଼ ପିନ୍ଧୁଥିବା ସମସ୍ତେ ଗାନ୍ଧୀବାଦୀ ନୁହନ୍ତି। ସବୁଜ ଦିଶୁଥିବା ସବୁ ଗଛପତ୍ର ବିଜୁ ଜନତା ଦଳର ନୁହେଁ କି ଗେରୁଆ ରଙ୍ଗର ଧୋତି, ଗାମୁଛା ପିନ୍ଧୁଥିବା ସାଧୁସନ୍ଥ ସବୁ ଭାରତୀୟ ଜନତା ପାର୍ଟିର ନୁହନ୍ତି। ଦୃଷ୍ଟିକୋଣ ଓ ଦୃଷ୍ଟିଭଙ୍ଗୀ ଭିତରେ ଥାଏ ଦୃଶ୍ୟର ସୌନ୍ଦର୍ଯ୍ୟ। ଆମେ ଗୋଟେ ଜିନିଷକୁ ଯେମିତି ଦେଖିବାକୁ ଚାହିଁବା ତାହା ଆମକୁ ସେପରି ଦିଶିବ।

ରାଜନୀତି ବିଜ୍ଞାନରେ ଗୋଟେ କଥା ଅଛି ଯେ, ରାଜନୀତିରେ ଶତ୍ରୁ ବା ମିତ୍ର କେହି ସ୍ଥାୟୀ ନୁହନ୍ତି। କେବଳ ସ୍ଥାୟୀ ହେଲା ଆପଣାର ସ୍ବାର୍ଥ। ଆଜି ଯିଏ ଏ ଦଳରେ ଅଛି କାଲି ସେ ଆର ଦଳକୁ ଚାଲିଯାଉଛି। ସେତେବେଳେ ତା’ର ଅସ୍ପୃଶ୍ୟତା କଟିଯାଉଛି। ତେବେ ମାଲିକକୁ ଯଦି ଛୁଅଁାଛୁଇଁ ଦୋଷ ଲାଗୁନାହିଁ ତେବେ ଚାକର କୁହାଯାଉଥିବା କର୍ମଚାରୀମାନଙ୍କଠି କେମିତି ଛୁଅଁାଛୁତିର ଦୋଷ ଲାଗିରହୁଛି? ସେ କୁଟୁମ୍ବ ପୋଷିବାକୁ ସରକାରଙ୍କ ଅଧୀନରେ ଚାକିରି କରୁଛି ଏବଂ ଦରକାର ପଡ଼ିଲାବେଳେ ନିଜକୁ ବଞ୍ଚେଇବାକୁ ହଁରେ ହଁ ମାରୁଛି। ଯେଉଁ ଦଳ ସରକାରରେ ରହିବ ସେ ତା’ ରାଜନୈତିକ ମୁନିବର କଥା ମାନିବାକୁ ବାଧ୍ୟ। ତା’ର ସ୍ଥାୟୀ ଆଗ୍ରହଟି ହେଲା ତା’ର ବ୍ୟକ୍ତିଗତ ଓ ପାରିବାରିକ ସ୍ବାର୍ଥ, ସୁବିଧା ଓ ମାନସିକ ଶାନ୍ତି। ଏ ଦୁନିଆରେ ସମସ୍ତେ ନିଜ ସ୍ବାର୍ଥ ପାଇଁ ବଞ୍ଚୁଛନ୍ତି। ଜଣେ ସରକାରୀ କର୍ମଚାରୀ ବା କୋଉ ଭିନ୍ନ? ସେ ତା’ର ସ୍ବାର୍ଥକୁ ଜଗିବା ସ୍ବାଭାବିକ କଥା। ମାତ୍ର ତା’ଠୁ ଆଉ ଦି ପାଦ ଆଗକୁ ଯାଇ ଯେଉଁମାନେ ନିଅଁାଗିଳା ହୁଅନ୍ତି ସେମାନେ ଅସୁବିଧାରେ ପଡ଼ିବା ସ୍ବାଭାବିକ କଥା।

କର୍ମଚାରୀମାନଙ୍କୁ ନେଇ ଇଏ ଆମର, ସିଏ ତାଙ୍କର ବୋଲି ଯୋଉ ଖେଳ ଚାଲେ ତାହା କେତେ ଅବାସ୍ତବ ଓ ଅଳିକ ତାହା ଅନୁମେୟ। ପ୍ରକୃତରେ କହିବାକୁ ଗଲେ ଏ ଦୁନିଆରେ କେହି କାହାର ନୁହେଁ। ଜନ୍ମିତ ପୁଅ ତ ଜନ୍ମକଲା ବାପାର ନୁହେଁ ବୋଲି ଆଜିର ଦୁନିଆ ପ୍ରତିପାଦିତ କରୁଛି। ତେବେ କେଉଁ କର୍ମଚାରୀ ସରକାରର ଗୋଟିପଣେ ହୋଇଯାଇଛି ବୋଲି କେମିତି କହିହେବ? ରାଜନୈତିକ କର୍ମୀ ଯଦି ଦଳ ବଦଳେଇପାରୁଛି, ତେବେ କର୍ମଚାରୀଟିଏ ମଧ୍ୟ ପରିସ୍ଥିତିକୁ ଦେଖି ତା’ର ଆନୁଗତ୍ୟ ବଦଳେଇବ। ଯେଉଁ କର୍ମଚାରୀମାନେ ଏ ସରକାରରେ ଥାଆନ୍ତି, ଆଉ ସରକାର ଆସିଲେ ବି ସେଇମାନଙ୍କୁ ନେଇ ପୁଣି ନୂଆ ସରକାର କାମ କରିବାକୁ ବାଧ୍ୟ ହେବେ। ଖାଲି ଯାହା ଜାଗା ବଦଳେ, ଚଉକି ବଦଳେ।

ରଞ୍ଜନ କୁମାର ଦାସ

ମୋ: ୯୪୩୭୨୮୬୫୧୨


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri