ବିପଦକୁ ଆମନ୍ତ୍ରଣ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଶ୍ୱରେ ଏକ ବାଣିଜି୍ୟକ ଯୁଦ୍ଧ ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାକୁ ବ୍ରାଜିଲ ରପ୍ତାନି କରୁଥିବା ସାମଗ୍ରୀଗୁଡ଼ିକ ଉପରେ ସେ ୫୦% ଟାରିଫ୍‌ ଲାଗୁ କରିଛନ୍ତି। ଟ୍ରମ୍ପ୍‌ ସ୍ପଷ୍ଟ ଭାବେ କହିଛନ୍ତି, ବ୍ରାଜିଲର ନ୍ୟାୟିକ ବ୍ୟବସ୍ଥାକୁ ଭୟଭୀତ କରି ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କ ବିରୋଧରେ ଚାଲିଥିବା ଆପରାଧିକ ମକଦ୍ଦମାକୁ ରୋକିବା ପାଇଁ ଏହ ଶୁଳ୍କ ଲାଗୁ କରାଯାଇଛି। ଉଲ୍ଲେଖନୀୟ ଯେ, ୨୦୨୩ରେ ବଳପୂର୍ବକ କ୍ଷମତା ଦଖଲ ପାଇଁ ବୋଲସୋନାରୋ ଉସୁକାଇଥିବା ଅଭିଯୋଗକୁ ନେଇ ତାଙ୍କ ବିରୋଧରେ ମକଦ୍ଦମା ଚାଲିଛି। ଏହା ସହ ଟ୍ରମ୍ପ୍‌ ପ୍ରଶାସନ ବୋଲସୋନାରୋଙ୍କ ମାମଲା ଉପରେ ନିରୀକ୍ଷଣ କରୁଥିବା ବ୍ରାଜିଲ ସୁପ୍ରିମକୋର୍ଟ ବିଚାରପତି ଆଲେକ୍‌ଜାଣ୍ଡ୍ରେ ଡି ମୋରାଏସ୍‌ଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବ୍ରାଜିଲର ଗଣତାନ୍ତ୍ରିକ ସଂସ୍ଥା ଉପରେ ଟ୍ରମ୍ପ୍‌ଙ୍କର ଏହି ବେପରୁଆ ଆକ୍ରମଣ କେବଳ ଏକ ସାର୍ବଭୌମ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ କରାଯାଇନାହିଁ, ବରଂ ଡଲାରର ପ୍ରାଧାନ୍ୟ ଥିବା ଆର୍ଥିକ ବ୍ୟବସ୍ଥା ପ୍ରତି ବଢ଼ୁଥିବା ଆହ୍ବାନକୁ ଦୂର କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ୫୦% ଟାରିଫ୍‌ ଲଗାଇ ଟ୍ରମ୍ପ୍‌ ବ୍ରାଜିଲକୁ ଧମକ ଦେବା ପରେ ଆମେରିକା ସେହି ଦେଶର ବେଆଇନ ବାଣିଜି୍ୟକ କାରବାର ଉପରେ ଏକ ଓପଚାରିକ ତଦନ୍ତ ଆରମ୍ଭ କରିଛି, ଯେଉଁଥିରେ ଡିଜିଟାଲ ଟ୍ରେଡ୍‌ ଓ ଇଲେକ୍‌ଟ୍ରୋନିକ ପେମେଣ୍ଟ ସର୍ଭିସକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିରୁ ବୁଝାପଡ଼ୁଛି , ବ୍ରାଜିଲର ତତ୍କାଳ ଡିଜିଟାଲ ପେମେଣ୍ଟ୍‌ ସିଷ୍ଟମ୍‌ ପିକ୍ସ ଟ୍ରମ୍ପ୍‌ଙ୍କ କ୍ଷମତାର ଦକ୍ଷତା ପ୍ରତି ଏକ ବିପଦ।
ବ୍ରାଜିଲର ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ପିକ୍ସ ବ୍ରାଜିଲରେ ଅର୍ଥ ନେଣଦେଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଅତିକମ୍‌ରେ ଏହି ସେବାକୁ ୭୬% ଲୋକ ବ୍ୟବହାର କରୁଛନ୍ତି। ନିକଟରେ ଅର୍ଥନୀତି ନେବୋଲ ବିଜେତା ପଲ କ୍ରୁଗ୍‌ମ୍ୟାନ କହିଛନ୍ତି, ପିକ୍ସ ତତ୍କାଳ ନେଣଦେଶକୁ ତ୍ୱରାନ୍ବିତ କରୁଥିବାରୁ ଏହା ନଗଦ ଏବଂ କାର୍ଡଗୁଡ଼ିକୁ ହଟାଇ ଚାଲିଛି। ଏହା ବ୍ୟତୀତ ପାରମ୍ପରିକ ପଦ୍ଧତିରେ ବ୍ୟବସାୟୀମାନେ ଯାହା ଦେୟ ଦେଇଥାଆନ୍ତି, ତା’ ତୁଳନାରେ ପିକ୍ସ ପଦ୍ଧତିରେ ବହୁତ କମ୍‌ ରହୁଛି। ଆଗକୁ ଲାଗୁ ହେବାକୁ ଥିବା ‘ପିକ୍ସ ପାର୍ସେଲାଡୋ’ ବିନା କ୍ରେଡିଟ୍‌ କାର୍ଡରେ କିସ୍ତିରେ ଦେୟକୁ ସୁଗମ କରିବ। ଏହା କ୍ରେଡିଟ୍‌ କାର୍ଡ ଇଣ୍ଡଷ୍ଟ୍ରି ବିଶେଷକରି ଆମେରିକାର ବୃହତ୍‌ ଭିଜା ଏବଂ ମାଷ୍ଟରକାର୍ଡ ପ୍ରତି ବିପଦ ସୃଷ୍ଟି କରିପାରେ। ଏକ ନୂଆ ପ୍ରକାର ମୁଦ୍ରା ବ୍ୟବସ୍ଥା ସୃଷ୍ଟି କରିବା ସକାଶେ ପିକ୍ସ ହେଉଛି ଏକ ପଦକ୍ଷେପ, ଯେଉଁଥିରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକ ଅକାମୀ ହୋଇଯିବାର ସମ୍ଭାବନା ଅଧିକ। ଏହା ଟ୍ରମ୍ପ୍‌ଙ୍କର କୌଣସି ବୃହତ୍‌ ଟେକ୍‌ କମ୍ପାନୀ ସହଯୋଗୀଙ୍କ ଦ୍ୱାରା କରାଯାଇ ନ ଥିବାରୁ ଏଭଳି ଏକ ନୂତନତ୍ୱକୁ ସେ ପସନ୍ଦ କରୁନାହାନ୍ତି। ହେଲେ ଏହାର ବ୍ୟାପକ କାର୍ଯ୍ୟକାରିତା ଯୋଗୁ ଡଲାରର ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକୀୟ ଡଲାର ବିଶ୍ୱ ବାଣିଜ୍ୟ ଓ ବିତ୍ତୀୟ ବ୍ୟବସ୍ଥାରେ ଏକ ଅଦ୍ୱିତୀୟ ମୁଦ୍ରା ହୋଇଗଲା। ଡଲାର ବିଶ୍ୱସ୍ତରରେ ରିଜର୍ଭ କରେନ୍ସି ବା ମୁଦ୍ରା ହୋଇଯିବା ହେତୁ ଆମେରିକାକୁ ବିପୁଳ ଲାଭ ପହଞ୍ଚାଇଥିଲା। ଫଳରେ ଆମେରିକା ସ୍ବାଧୀନ ଭାବେ ଋଣ କରିପାରୁଛି। କେବଳ ଏତିକି ନୁହେଁ, ବିତ୍ତୀୟ ଯୁଦ୍ଧ ଏବଂ ଭୂରାଜନୈତିକ ସ୍ତରରେ ଏହାର ପ୍ରାଧାନ୍ୟ ବଜାୟ ରଖିଛି। କିନ୍ତୁ ଉକ୍ତ ଦଶନ୍ଧିରେ ଏହି ବିଶେଷ ସୁବିଧା ହ୍ରାସ ପାଇବାରେ ଲାଗିଛି, ଯାହା କେତେକାଂଶରେ ଟ୍ରମ୍ପ୍‌ଙ୍କ ଯୋଗୁ ହେଉଛି।
ପ୍ରଥମେ ନିୟମ ଆଧାରରେ ନିର୍ଦ୍ଦିଷ୍ଟ ବିଷୟରେ ଆମେରିକା କଟକଣା ଲଗାଇଥିତ୍ଲେ ମଧ୍ୟ ବିଂଶ ଶତାବ୍ଦୀରେ ଆତଙ୍କବାଦ ବିରୋଧୀ ପଦକ୍ଷେପ ଭାବେ ବିଶେଷକରି ୯/୧୧ ଆକ୍ରମଣ ପରେ ଏହାକୁ ତୀବ୍ର କରାଯାଇଛି। ୨୦୧୦ ଦଶନ୍ଧିରେ ଆର୍ଥିକ କଟକଣା ଆମେରିକାର ବୈଦେଶିକ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। ଆମେରିକାର ଶତ୍ରୁଦେଶ ଯଥା ଇରାନ୍‌, ରୁଷିଆ, ଭେନେଜୁଆଲା ଟ୍ରମ୍ପ୍‌ଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ ଅତ୍ୟଧିତ୍କ କଟକଣାର ସମ୍ମୁଖୀନ ହୋଇଥିଲେ। ଏପରିକି ପାଶ୍ଚାତ୍ୟର ପ୍ରାଧାନ୍ୟ ଥିବା ବିତ୍ତୀୟ ମେସେଜିଂ ବ୍ୟବସ୍ଥା ସ୍ବିଫ୍ଟିରୁ କେତେକ ଦେଶକୁ ବାଦ୍‌ ଦିଆଯାଇଥିଲା। ୨୦୨୨ରେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ଆମେରିକା ଏବଂ ଏହାର ୟୁରୋପୀୟ ମିତ୍ରଦେଶଗୁଡ଼ିକ ରୁଷିଆର କେନ୍ଦ୍ରୀୟ ବ୍ୟାଙ୍କର ଗଚ୍ଛିତ ଅର୍ଥକୁ ଅଚଳ କରିଦେଇଥିଲେ ଏବଂ ତା’ ଉପରେ ଅତ୍ୟଧିକ ବାଣିଜି୍ୟକ କଟକଣା ଲଗାଇଥିଲେ। ଏହି କାରଣରୁ ଡଲାର ଏବଂ ଆମେରିକାର ବିତ୍ତୀୟ ବ୍ୟବସ୍ଥାର ବିକଳ୍ପ ଖୋଜିବା ପାଇଁ ବିଶ୍ୱସ୍ତରୀୟ ପ୍ରୟାସ ତୀବ୍ର ହୋଇଛି।
ଏହି ସମୟରେ ଆମେରିକାର ସରକାରୀ ଋଣ ବଢ଼ିଛି। ଟ୍ରମ୍ପ୍‌ ପ୍ରଥମେ ୨୦୧୭ରେ ରାଷ୍ଟ୍ରପତି ହେବାର ପ୍ରାରମ୍ଭିକ ସମୟରେ ଏହି ଋଣ ଥିଲା ୧୯.୮ ଟ୍ରିଲିୟନ ଡଲାର ଏବଂ ଏହା ବୃଦ୍ଧି ପାଇ ଜାନୁଆରୀ ୨୦୨୧ ସୁଦ୍ଧା ୨୮ ଟ୍ରିଲିୟନ ଡଲାରରେ ପହଞ୍ଚଥିଲା। ପରେ ଜୋ ବାଇଡେନ୍‌ଙ୍କ ସମୟରେ ଏହା ବୃଦ୍ଧି ଘଟି ଜାନୁଆରୀ ୨୦୨୫ ସୁଦ୍ଧା ୩୬.୨ ଟ୍ରିଲିୟନ ଡଲାରରେ ପହଞ୍ଚଥିଲା, ଯାହର ୩୦% ବିଦେଶୀ ତଥା ଅନ୍ତଃରାଷ୍ଟ୍ରୀୟ ନିବେଶକଙ୍କ ନିକଟରେ ରହିଛି। ଟ୍ରମ୍ପ୍‌ଙ୍କ ଓ୍ବାନ ବିଗ୍‌ ବିଉଟିଫୁଲ ଆକ୍ଟ, ଧନିକଙ୍କ ପାଇଁ ଟିକସ ହ୍ରାସ ଇତ୍ୟାଦି ଯୋଗୁ ଆଗାମୀ ଶତାବ୍ଦୀ ମଧ୍ୟରେ ଏଥିରେ ଆଉ ଅଧିକ ୩.୪ ଟ୍ରିଲିୟନ ଡଲାର ଯୋଡ଼ି ହେବ। ଫଳରେ ଆମେରିକାର ବିତ୍ତୀୟ ବ୍ୟବସ୍ଥାକୁ ନେଇ ବୈଦେଶିକ ଋଣଦାତାମାନେ ସତର୍କ ହୋଇଗଲେଣି।
ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇବା ପ୍ରକ୍ରିୟା ଦୀର୍ଘଦିନ ହେଲା ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ହୋଇ ରହିଛି। ବିଶ୍ୱ ବ୍ୟାଙ୍କ ଏବଂ ଇଣ୍ଟର ଆମେରିକାନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ପରିଷଦରେ ବ୍ରାଜିଲ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବାବେଳେ ପ୍ରଥମେ ମୁଁ ଏହା ଲକ୍ଷ୍ୟ କରିଥିଲି। ଅନେକ ବର୍ଷଧରି ଦେଶଗୁଡ଼ିକ ସତର୍କତାର ସହ ଏବଂ ନୀରବରେ ଆଗଉଛନ୍ତି, କାରଣ ସେମାନଙ୍କ ଡଲାର ସ୍ଥିତି ଶୀଘ୍ର ଦୁର୍ବଳ ହୋଇଗଲେ ଡଲାରର ପ୍ରାଧାନ୍ୟ ଥିବା ସମ୍ପତ୍ତିର ମୂଲ୍ୟ ପୂରା କମିଯିବ ଏବଂ ଅନେକ ଟ୍ରିଲିୟନ ଡଲାର କ୍ଷତି ଘଟିବ। କିନ୍ତୁ ମୁକ୍ତ ବାଣିଜ୍ୟ ଉପରେ ଟ୍ରମ୍ପ୍‌ଙ୍କ ମନମୁଖି ଆକ୍ରମଣ ଏବଂ ଆମେରିକାର ବିପର୍ଯ୍ୟସ୍ତ ବିତ୍ତୀୟ ବ୍ୟବସ୍ଥା ପ୍ରତି ଉପେକ୍ଷାଭାବ ପୂରା ଗଣିତକୁ ଏପାଖସେପାଖ କରିଦେବ ବୋଲି ମନେହେଉଛି।
ପ୍ରଥମେ ୫ଟି ବ୍ରିକ୍ସ ଦେଶ ଯଥା ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ସ୍ଥାନୀୟ ମୁଦ୍ରାଗୁଡ଼ିକରେ ବାଣିଜ୍ୟ ସଞ୍ଚାଳନ କରିବା ଲାଗି ଗଢ଼ାଯାଇଥିବା ଏକ ବିକେନ୍ଦ୍ରିତ ବିତ୍ତୀୟ ମେସେଜିଂ ସିଷ୍ଟମ ‘ବ୍ରିକ୍ସ ପେ’ ବିଷୟରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ଏହାର କାର୍ଯ୍ୟକାରିତା ଓ ସୀମାପାର ନେଣଦେଣ ଭିତ୍ତିଭୂମି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି, ଯାହା ଆମେରିକାର ବିତ୍ତୀୟ ବ୍ୟବସ୍ଥା ଓ ଡଲାରକୁ ଟପିଯିବ। ଦେଖିବାକୁ ଗଲେ ପିକ୍ସର ସଫଳତା ସହ ସରକାରୀ ପ୍ରୋତ୍ସାହିତ ନେଣଦେଣ ବ୍ୟବସ୍ଥା ଡଲାରକୁ ଭୁଶୁଡ଼ାଇବା ଲାଗି ଏକ ପଦକ୍ଷେପ। ଟ୍ରମ୍ପ୍‌ ଏହିସବୁ ନିୟମ ଆଧାରିତ ବିଷୟକୁ ବୁଝନ୍ତୁ କି ନ ବୁଝନ୍ତୁ, ହେଲେ ସେ ଏହିି ପରିବର୍ତ୍ତନ ସମ୍ପର୍କରେ ଆଭାସ ପାଇଛନ୍ତି। ପିକ୍ସ ଉପରେ ତଦନ୍ତ ଆରମ୍ଭ କରିବା ହେଉଛି ବିପଦରେ ଥିବା ଏବଂ ନିୟନ୍ତ୍ରଣ ବଜାୟ ରଖିବାରେ ହତାଶ ହୋଇପଡ଼ିଥିବା ଏକ ଦୁର୍ବଳ ଶାସନର ପଦକ୍ଷେପ। ବାଣିଜ୍ୟ ପାଇଁ ଯଦି ବିଶ୍ୱ ଡଲାର ଆବଶ୍ୟକ ନ କରେ, ତେବେ ଆମେରିକା ପ୍ରାଧାନ୍ୟ ବିସ୍ତାର ପାଇଁ ତାହାର ଦକ୍ଷତା ହରାଇବ ବୋଲି ଟ୍ରମ୍ପ୍‌ ଏବଂ ତାଙ୍କ ବିତ୍ତୀୟ ସହଯୋଗୀମାନେ ସଙ୍କେତ ପାଇଯାଇଛନ୍ତି। କିନ୍ତୁ ପିକ୍ସ ଉପରେ ଆକ୍ରମଣ କରି ଏବଂ ବ୍ରାଜିଲକୁ ଡରେଇ ଧମକେଇ ଟ୍ରମ୍ପ୍‌ ବିଶ୍ୱସ୍ତରରେ ଡଲାରର ପ୍ରାଧାନ୍ୟର ପତନ ପାଇଁ ବିପଦକୁ ଆମନ୍ତ୍ରଣ କରୁଛନ୍ତି।

ରାଗେରିଓ ଷ୍ଟୁଆର୍ଡ
ସିନିୟର ଫେଲୋ, ବ୍ରାଜିଲିଆନ ସେଣ୍ଟର ଫର୍‌ ଇଣ୍ଟନ୍ୟାଶନାଲ ରିଲେଶନ


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନମୋଡାରେ ଆନନ୍ଦପୁର ଉପଖଣ୍ଡ ପୋଲିସ: ଚଢ଼ାଉ କରି ୬୯ ଲିଟର ନାମୀଦାମୀ ବିଦେଶୀ ବ୍ରାଣ୍ଡ ଜବତ

 ହାଟଡିହୀ/ଆନନ୍ଦପୁର, ୧୪/୦୬ (ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): ବେଆଇନ ଭାବେ ବିଦେଶୀ ମଦ ଗଚ୍ଛିତ ରଖି ବିକ୍ରି କରାଯାଉଥିବା ସମୟରେ କେନ୍ଦୁଝର ଜିଲାର  ଆନନ୍ଦପୁର ଉପଖଣ୍ଡ ପୋଲିସ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କେନାଲକୁ ବାଲିବସ୍ତା ଭରସା: ତଳିମୁଣ୍ଡ ଚାଷୀମାନଙ୍କ ବଢ଼ିଲା ଚିନ୍ତା

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ସରକାର ବଦଳିବା ପରେ ବିକଶିତ ବରଗଡ଼ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣଠାରୁ ଆରମ୍ଭ କରି ରାସ୍ତା ପ୍ରଶସ୍ତୀକରଣ, ଆଲୋକୀକରଣ, ଧନୁଯାତ୍ରାର ସ୍ଥାୟୀ ମଞ୍ଚ ଓ…

ରଜ କୁଇନ୍ ପ୍ରତିଯୋଗିତା: ଘୁମୁସରର ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ…

ଭଞ୍ଜନଗର,୧୪।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ପାତ୍ର କଲୋନୀସ୍ଥିତ ଶ୍ରୀଜଗନ୍ନାଥ ବ୍ୟାଙ୍କ୍ୱେଟ୍ ହଲ୍ ଆଣ୍ଡ ରିସର୍ଟରେ ତିନି ଦିନିଆ ‘ରଜ କୁଇନ୍ ପ୍ରତିଯୋଗିତା’ ରବିବାର ଉଦ୍‌ଘାଟିତ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ଜୁଆଆଡ୍ଡା, ଅବୈଧ ମଦ କାରବାର ଉପରେ ପୋଲିସର ଚଢ଼ାଉ: ୧୧ ଗିରଫ

ପାରଳାଖେମୁଣ୍ଡି,୧୪।୬ (ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଜୁଆ ଖେଳ ଓ ଅବୈଧ ମଦ କାରବାର ସହ ଜଡ଼ିତ ମୋଟ ୧୧…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୧୮ଯାଏ ଝଡବର୍ଷା; ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୧୪।୬(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶାରେ ପ୍ରବେଶ କରିବା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ମୌସୁମୀ ବାୟୁ ପାରାଦୀପ ଓ ବାରିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri